ମହାମନ୍ତ୍ରର ମଧୁର ସଙ୍ଗୀତ

ଚିତ୍ର-ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ

ମହାମାରୀ କରୋନା ସଙ୍କଟରେ ବ୍ୟକ୍ତି ଜୀବନଠୁଁ ଆରମ୍ଭ କରି ସାମାଜିକ ଜୀବନଯାଏଁ ଗୁରୁତର ପ୍ରଭାବିତ ହୋଇଥିଲାବେଳେ ନାନା କାଇଦା କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି ଆମ ଦେଶର ବାସ୍ତରିତମ ଗଣତନ୍ତ୍ର ଦିବସ। ସେଦିନ ସକାଳେ ଚା’ ପାନ ସହ ଖବରକାଗଜ ଉପରେ ଆଖି ପକାଉଥିଲାବେଳେ ଅଚାନକ ଛ’ ବର୍ଷୀୟା ନାତୁଣୀ ଦୀକ୍ଷାର ତାଗିଦାରେ ସଂବିତ୍‌ ଫେରି ପାଇ ଚେୟାରରୁ ଉଠି ଛିଡ଼ା ହେବାକୁ ବାଧ୍ୟ ହୋଇଥିଲା ଏ ଲେଖକ। କଥା ହେଲା, ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗ ଉପରେ ସୁସଜ୍ଜିତ ମଞ୍ଚରେ ଛିଡ଼ା ହୋଇ ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ସମେତ ସମବେତ ନାଗରିକବୃନ୍ଦ ଜାତୀୟ ସଙ୍ଗୀତ ଗାନ କରୁଥିଲାବେଳେ ଅନ୍ୟମନସ୍କ ହୋଇ ଛିଡ଼ା ହେବାକୁ ଭୁଲି ଯାଇଥିଲା ସେ। ଟିଭି ପରଦା ଉପରେ ଭାସି ଆସୁଥିବା ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ ଜଣାଇ ଛିଡ଼ା ହେବା ଯେ ଏକ ଜାତୀୟ କର୍ତ୍ତବ୍ୟ, ଏହା ସମ୍ଭବତଃ ତା’ ମା’ବାପାଙ୍କଠାରୁ ଶିକ୍ଷା କରିଥିବା ଦୀକ୍ଷା ତା’ ପରିଣତ ବୟସ୍କ ଜେଜେକୁ ବି ଶିଖାଇ ଦେଇଥିଲା।
ଜାତିର ଗୌରବୋଦୀପ୍ତ ସ୍ବାଭିମାନର ପ୍ରତୀକ ହୋଇ ପରଦା ଉପରେ ଫରଫର ଉଡ଼ୁଥିବା ଜାତୀୟ ପତାକାକୁ ଅନାଇ ଜାତୀୟ ସଙ୍ଗୀତ ଗାନ କରିବା ଯେଉଁ ମୁଗ୍ଧ ଅନୁଭବ, ତହିଁରୁ ବଞ୍ଚତ୍ତ ହେବାକୁ ଯାଉଥିଲାବେଳେ କଅଁଳ ଶିଶୁଟିର କୋମଳ କଣ୍ଠର ତାଗିଦା ସେଦିନ ଫେରାଇ ନେଇଥିଲା ପ୍ରାୟ ତିନି ଦଶନ୍ଧି ତଳର ଏକ ଅଭୁଲା ଅତୀତକୁ। ‘୧୯୪୨- ଏ ଲଭ୍‌ ଷ୍ଟୋରି’ ନାମକ ଏକ ଦେଶାମତ୍ବୋଧକ ହିନ୍ଦୀ ଫିଲ୍ମ ପ୍ରଦର୍ଶିତ ହେଉଥିଲା ରାଜଧାନୀର ଏକ ପ୍ରମୁଖ ପ୍ରେକ୍ଷାଳୟରେ। ଛବିଟିରେ ମହାନ୍‌ ଅଗଷ୍ଟ ବିପ୍ଳବର ଦେଶପ୍ରେମକୁ ପ୍ରେମ ରାଇଜର ଉପକଥା କେମିତି ଅବିଚାରିତ ଭାବେ ଘୋଡ଼ାଇ ପକାଇ ଥିଲେ ହେଁ ଏହାର ଶେଷ ଦୃଶ୍ୟଟି ଥିଲା ଅତ୍ୟନ୍ତ ରୋମାଞ୍ଚକର।
ଅଗଷ୍ଟ ବିପ୍ଳବ ଯଜ୍ଞରେ ଆତ୍ମାହୁତି ଦେଇଥିବା ବିସ୍ମୃତ ଦେଶପ୍ରେମୀଙ୍କ ବଳିଦାନର ସ୍ମୃତିଚାରଣ କରି ଦେଶପ୍ରେମର ମୁଗ୍ଧ ଅନୁଭବରେ ଜଡ଼ସଡ଼ ହେବା ପାଇଁ ସେଇ ଦୃଶ୍ୟଟି ଥିଲା ଯଥେଷ୍ଟରୁ ଅଧିକ।
ୟୁନିୟନ ଜ୍ୟାକ୍‌ ବଦଳରେ ଫରଫର ହୋଇ ଉଡ଼ୁଥିଲା ବିଜୟ ବୈଜୟନ୍ତୀ ତ୍ରିରଙ୍ଗା ପତାକା। କାଳେ ଦର୍ଶକ ପ୍ରେମ କାହାଣୀରେ ନିମଗ୍ନ ରହି ଜାତୀୟ ପତାକା ସହ ଜାତୀୟ ସଙ୍ଗୀତକୁ ସମୁଚିତ ସମ୍ମାନ ଦେବାକୁ ଭୁଲିଯିବେ, ସେହି ଆଶଙ୍କାରେ ପ୍ରଯୋଜକ ବଡ଼ ବଡ଼ ଅକ୍ଷରରେ ଜାତୀୟ ପତାକାକୁ ସମ୍ମାନ ଜଣାଇ ଛିଡ଼ା ହୋଇ ରହିବାକୁ ଦର୍ଶକମାନଙ୍କୁ ନମ୍ର ନିବେଦନ କରିଥିଲେ। ଅଥଚ ଏତେ ବଡ଼ ପ୍ରେକ୍ଷାଳୟଟିରେ କେବଳ ଅଳ୍ପ କେଇ ଜଣଙ୍କୁ ଛାଡ଼ି ବାକିସବୁ ଯିଏ ଯାହା ବାଟରେ ହଲ୍‌ ଛାଡ଼ିବାକୁ ଲାଗିଥିଲେ।
ନିଜ ଲମ୍ବା ଜୀବନ କାଳର ମାତ୍ର ଦୁଇ ମିନିଟ୍‌ ସମୟ।
ଏହି ଦୁଇ ମିନିଟ୍‌ର ସ୍ବଳ୍ପ ସମୟ ରାଷ୍ଟ୍ରର ପ୍ରତ୍ୟକ୍ଷ ପ୍ରତୀକକୁ ପ୍ରଣତି ଜଣାଇବାର ଏକ ମାହେନ୍ଦ୍ର ଅବସର।
ଅଥଚ ଏହି ମହାମନ୍ତ୍ରର ମଧୁର ସଙ୍ଗୀତକୁ ଅବଦମିତ କରୁଥିଲା ସିନେମା ଦର୍ଶକମାନଙ୍କ ଘର ବାହୁଡ଼ାର କୋଳାହଳ। ଜଣେ ଅନ୍ୟ ଜଣଙ୍କୁ ଟପି ଆଗକୁ ବଢ଼ିବାର ପ୍ରବଣତା ମଧ୍ୟରେ ମୂଲ୍ୟହୀନ ଭାବେ ମଉଳି ଯାଇଥିଲା ଦୁଇ ମିନିଟ୍‌ ମାତ୍ର ଛିଡ଼ା ହୋଇ ଜାତୀୟ ସଙ୍ଗୀତ ଗାନ କରିବାକୁ ପ୍ରଯୋଜକଙ୍କ ନମ୍ର ନିବେଦନ। ସବୁ କାଳରେ ନିଜ ଅଶିଷ୍ଟ ପୁଅର ଅସଭ୍ୟତାକୁ ମାଆଟିଏ କ୍ଷମା କରିଦେଲା ପରି ଦର୍ଶକଙ୍କ ଘରବାହୁଡ଼ା କୋଳାହଳକୁ ଖାତିର ନ କରି ପରଦା ଉପରେ କିନ୍ତୁ ଜାତୀୟ ପତାକା ଫରଫର ହୋଇ ଉଡ଼ି ଚାଲିଥିଲା, ସତେ ଯେମିତି ତା’ର ଅକୃତଜ୍ଞ ନାଗରିକଙ୍କର ସମସ୍ତ ଅବହେଳା ସତ୍ତ୍ୱେ ସେ କେବଳ ଉଡ଼ିବାକୁ ଶପଥ ନେଇଛି।
ବଡ଼ ଅସହ୍ୟ ଥିଲା ସେହି ଅତୃପ୍ତିକର ଅନୁଭୂତି। ପରଦା ଉପରୁ ଭାସି ଆସୁଥିବା ଜାତୀୟ ସଙ୍ଗୀତକୁ ସମ୍ମାନ ଜଣାଇ ସେଦିନ ଏ ଲେଖକ ଛିଡ଼ା ହୋଇ ପ୍ରତିବେଦନ ଜଣାଉଥିଲାବେଳେ ଲକ୍ଷ୍ୟ କରିଥିଲା ପାଖ ସିଟ୍‌ରେ ବସିଥିବା ଜଣେ ଦର୍ଶକ ଚାଲି ଯାଉଛନ୍ତି। ଭଦ୍ର ଲୋକଙ୍କର ଜାତୀୟ ସଙ୍ଗୀତ ପ୍ରତି ଏହି ଇଚ୍ଛାକୃତ ଅବମାନନା ଦେଖି ସେ ଆଉ ସମ୍ଭାଳି ରହିପାରି ନ ଥିଲା। ଇଙ୍ଗିତରେ ସେ ତାଙ୍କୁ ଚାଲି ନ ଯାଇ ଜାତୀୟ ସଙ୍ଗୀତ ଗାନ କରିବାକୁ ଅନୁରୋଧ କରିଥିଲା। ଅଥଚ ତା’ର ନିବେଦନକୁ ଭ୍ରୂକ୍ଷେପ ନ କରି ସେ କେବଳ ଚାଲି ଯାଇ ନ ଥିଲେ, ବରଂ ଯିବାବେଳେ ତା’ର ଏହି ଅବାଞ୍ଛିତ ଦେଶପ୍ରେମକୁ ବିଦ୍ରୂପ କରି କହିଥିଲେ, ”ଏଣେ ଜାତୀୟ ସଙ୍ଗୀତ ପାଇଁ ଏଠାରେ ଛିଡ଼ା ହୋଇ ରହିଲେ ତେଣେ ଷ୍ଟାଣ୍ଡରୁ ସ୍କୁଟର କାଢ଼ିବା ପାଇଁ ଅଧଘଣ୍ଟାଏ ଡେରି ହୋଇଯିବ।
କାହା ହାତରେ ଏତେ ସମୟ ଅଛି ଯେ!“
ଅହରହ ସ୍ବାର୍ଥସେବାର ସଡ଼କରେ ବାଟ ଚାଲିଚାଲି ତଥାପି ଥକି ପଡ଼ି ନ ଥିବା ସ୍ବାଧୀନୋତ୍ତର ଭାରତୀୟମାନଙ୍କର କି ବ୍ୟସ୍ତତା! ମାତ୍ର ଅଧଘଣ୍ଟାର ସମୟକୁ ଧରି ରଖିବାକୁ କି ବ୍ୟଗ୍ର ବ୍ୟାକୁଳତା! ଅଥଚ ଏହି ପତାକାଟିକୁ ଉଡ଼ାଇବା ପାଇଁ କେତେ ଭଗତ୍‌ ସିଂହ, ଚନ୍ଦ୍ରଶେଖର ଆଜାଦ୍‌, ଖୁଦିରାମ ଓ ମାତଙ୍ଗିନୀ ହାଜରା ବର୍ଷବର୍ଷ ଧରି କଠୋର ସାଧନା କରିନାହାନ୍ତି! ନିଜ ସଂସାର ସହ ସମ୍ପର୍କ ତୁଟାଇ ଫିରିଙ୍ଗୀ ସେନାର ସାମ୍ନା କରି କେତେ ନିର୍ଯାତନା ସାହିନାହାନ୍ତି! ସେମାନଙ୍କର ସମୟ ଆମର ଏହି ବ୍ୟସ୍ତ ସ୍କୁଟି ବାବୁଙ୍କ ସମୟ ତୁଳନାରେ ମୂଲ୍ୟହୀନ ଥିଲା ନିଶ୍ଚୟ। ତାହା ନ ହୋଇଥିଲେ କେତେ ବାଧାବିଘ୍ନ, ଯାତନା କଷଣ ସହି କାଳକାଳର ପ୍ରତୀକ୍ଷା ନେଇ ସେମାନେ କ’ଣ ଏକ ଅନିଶ୍ଚିତ ଯାତ୍ରାପଥରେ ଧାଇଁ ଚାଲିଥାନ୍ତେ! ପ୍ରକୃତରେ ଫଳ ଖାଉଥିବା ଲୋକମାନେ ସବୁବେଳେ ଏହିଭଳି। ସେମାନେ କାହୁଁ ବା ଜାଣନ୍ତେ ଗଛ ଲଗାଇଥିବା ତାଙ୍କ ପୂର୍ବପୁରୁଷଙ୍କ ସାଧନାର ସାର୍ଥକତା!
ଏଇ ସାଧାରଣତନ୍ତ୍ର ଦିବସରେ କୃଷକ ଆନ୍ଦୋଳନକୁ ଆଳ କରି ଆମ ଜାତୀୟ ପତାକାକୁ ଯେମିତି ଅସମ୍ମାନ କରାଯାଇ ତା’ ନିକଟରେ ଏକ ଧର୍ମୀୟ ପତାକା ଉଡ଼ାଇ ଦିଆଗଲା, ତାହା ସ୍ବାଧୀନ ଭାରତର ଆମତ୍ାକୁ କେତେ କଲବଲ କରିଥିବ, ଏହା ସେହି ତଥାକଥିତ ଆନ୍ଦୋଳନକାରୀଙ୍କ ଅନୁଭବ ବାହାରେ। ନିଜ ଦେଶୀୟ ସରକାରଙ୍କ ବିରୋଧରେ କ୍ରୋଧ ପ୍ରକଟ କରୁଥିବା ଏ ସମୟର ଆନ୍ଦୋଳନକାରୀ ବିଦେଶୀ ଶାସକଙ୍କ ବିରୋଧରେ ଲଢ଼େଇ କରୁଥିବା ସେ ସମୟର ଆନ୍ଦୋଳନର ଉଷ୍ମତା ଅନୁଭବ କରି ପାରୁନାହିଁ। ଦେଶ ପାଇଁ ପ୍ରାଣବଳି ଦେଇଥିବା ତା’ ପୂର୍ବପୁରୁଷଙ୍କ ମହାନତାରେ ମୁଗ୍ଧ ହେଉନାହିଁ। ସେଦିନର ସେହି କେଇଜଣଙ୍କ ଶରୀରର ରକ୍ତ ବିନିମୟରେ ଆଜି ଯେ ସେ ଟ୍ରାକ୍ଟର ରାଲିରେ ଆସି ରାଜଧାନୀର ରାଜମାର୍ଗରେ ଉଦ୍ଦଣ୍ଡ ଉନ୍ମତ୍ତ ଆଚରଣ କରି ପାରୁଛି, ଏହା ସେ ବୁଝିପାରୁ ନାହିଁ।
ଦେଶପ୍ରେମ ଅନ୍ତରାମତ୍ାର ଏକ ସ୍ବତଃସ୍ଫୂର୍ତ୍ତ ଆବେଦନ, ଏକ ସମ୍ମୋହିତ ସମର୍ପଣ। ବଳ ପ୍ରୟୋଗ କରି ବା ଦଣ୍ଡର ଭୟ ଦେଖାଇ ତାହା କାହା ପାଖରୁ ଜୋର କରି ଆଦାୟ କରାଯାଇପାରେନା। ଜାତୀୟ ପତାକା ବା ଜାତୀୟ ସଂଗୀତକୁ ସମ୍ମାନ ନ ଜଣାଇବା ଏକ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରି ଦେଶର କୁଣ୍ଠିତ ନାଗରିକମାନଙ୍କୁ ଏହା କରିବାକୁ ବାଧ୍ୟ କରାଯାଇପାରେନା। ତାହା ଦେଶପ୍ରେମ ହେଉ କି ବିଭୁପ୍ରେମ, ପ୍ରେମ ଯେଉଁଠି ଅନ୍ତରର ଅବ୍ୟକ୍ତ ଆହ୍ବାନ ନ ହୋଇ ବାଧ୍ୟବାଧକତା ହୋଇଥାଏ; ସେଠି ପ୍ରେମ ବଦଳରେ ଅଦୃଶ୍ୟ ଭାବେ ପ୍ରକଟିତ ହୋଇଥାଏ ପ୍ରଚଣ୍ଡ ଘୃଣା, ଠିକ୍‌ ମୁସୋଲିନ୍‌ଙ୍କ ସ୍ତବଗାନ ପରି।
ଇଟାଲୀର ଏକଚ୍ଛତ୍ର ଶାସକ ମୁସୋଲିନ୍‌ଙ୍କ ଆତ୍ମବନ୍ଦନା ହିଁ ଥିଲା ତାଙ୍କ ଶାସନକାଳର ଜାତୀୟ ସଂଗୀତ। ଥରେ ମୁସୋଲିନ୍‌ ସହର ମଧ୍ୟ ଦେଇ ଯାଉଥିବାବେଳେ ତାଙ୍କ ଯାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲା। ଡ୍ରାଇଭର ପାଖ ଗ୍ୟାରେଜ୍‌ରେ ଗାଡ଼ି ସଜାଡ଼ୁଥିବା ବେଳେ ସମୟ ବିତାଇବାକୁ ମୁସୋଲିନ୍‌ ନିକଟସ୍ଥ ଏକ ପ୍ରେକ୍ଷାଳୟକୁ ଯାଇ ସମସ୍ତଙ୍କ ଅଲକ୍ଷ୍ୟରେ ପଛରେ ବସିଗଲେ ଓ ନୀରବରେ ଚଳଚ୍ଚିତ୍ର ଉପଭୋଗ କରିବାରେ ଲାଗିଲେ। ଚଳଚ୍ଚିତ୍ର ଶେଷ ହେବା ବେଳକୁ ପରଦା ଉପରେ ଭାସି ଉଠିଲା ତାଙ୍କ ନିଜର ଚିତ୍ରପଟ ଓ ସଂଗୀତର ତାଳେତାଳେ ବାଜି ଉଠିଲା ତାଙ୍କ ଉପରେ ରଚିତ ସେହି ସରକାରୀ ସ୍ତବର ରେକର୍ଡ। ଆତ୍ମମନସ୍କ ମୁସୋଲିନ୍‌ ଆତ୍ମସନ୍ତୋଷ ସହ ସେମିତି ବସି ରହି ଉପଭୋଗ କରିଚାଲିଲେ ଆପଣାର ଆତ୍ମବନ୍ଦନା।
ପ୍ରେକ୍ଷାଳୟର ସବୁ ଦର୍ଶକ ଛିଡ଼ା ହୋଇ ଜାତୀୟ ସଂଗୀତ ଗାନ କରୁଥିଲା ବେଳେ ଜଣେ ଦର୍ଶକଙ୍କୁ ଚୁପ୍‌ଚାପ୍‌ ବସିଥିବା ଦେଖି ଜଣେ କର୍ମଚାରୀ ଦୌଡ଼ି ଆସିଲା ଓ ତାଙ୍କୁ ଠିଆ କରାଇ କହିଲା- ”ଜାଣିଛ! ଏଇ ଉଦ୍‌ଯାପନୀ ସଂଗୀତକୁ ଅମର୍ଯ୍ୟାଦା କରିବାର ଔଦ୍ଧତ୍ୟ ପାଇଁ ତୁମକୁ କେତେ ମୂଲ୍ୟ ଦେବାକୁ ପଡ଼ିବ!“ ଛଦ୍ମବେଶରେ ଥିବା ମୁସୋଲିନ୍‌ ଆମୋଦିତ ହେଲେ ତାଙ୍କ ପ୍ରତି ଇଟାଲୀବାସୀଙ୍କ ସମ୍ମାନର ଗଭୀରତା ମାପି। ସଂଗୀତ ସରିବା ପରେ ସମସ୍ତଙ୍କ ଅଲକ୍ଷ୍ୟରେ ସେ ନିଷ୍କ୍ରାନ୍ତ ହେବାକୁ ଯାଉଛନ୍ତି। ସେହି କର୍ମଚାରୀଟି ତାଙ୍କୁ ଅଟକାଇ ଦେଲା ଓ ଦୁଃଖପ୍ରକାଶ କରି କହିଲା- ”ଭାଇ, ତୁମ ପ୍ରତି କଠୋର ଭାଷା ପ୍ରୟୋଗ କରିଥିବାରୁ ମୁଁ ମର୍ମାହତ। ତୁମ ପରି ଆମ କାହାରି ମନରେ ବି ସେ ଲୋକଟା ପାଇଁ ସାମାନ୍ୟ ଶ୍ରଦ୍ଧା ଟିକିଏ ନାହିଁ, ସମ୍ମାନ ତ ଦୂରର କଥା। କେବଳ ଜୀବନ ପ୍ରତି ଭୟ ଅଛି ବୋଲି ସିନା!“ ବୁଝିବା ପାଇଁ ଆଉ କିଛି ବାକି ନ ଥିଲା ମୁସୋଲିନ୍‌ଙ୍କ ପାଇଁ ନିଜ ପ୍ରସିଦ୍ଧି, ପ୍ରତିଷ୍ଠା ଓ ପ୍ରତିପତ୍ତି ବିଷୟରେ!
ଅଥଚ ଆମ ଜାତୀୟ ସଙ୍ଗୀତ କେଡ଼େ ମଧୁର ସତେ! ଭାରତୀୟ ନାଗରିକଙ୍କ ଚେନତାରେ ମହାମନ୍ତ୍ରଟିଏ ହୋଇ ଆଜକୁ ପଞ୍ଚସ୍ତରି ବର୍ଷ ହେଲା ଦେଶପ୍ରେମର ଅନିର୍ବଚନୀୟ ଅନୁଭବରେ ଆମ ସଭିଙ୍କୁ ଜଡ଼ସଡ଼ କରି ରଖିଛି। ଗଣତନ୍ତ୍ରର ମାଦକୀୟ ମହାମନ୍ତ୍ରରେ ଅଭିମନ୍ତ୍ରିତ ଏହାର ପ୍ରତ୍ୟେକ ଶବ୍ଦ। ଜାତୀୟ ପତାକାର ଫରଫର ଶବ୍ଦରୁ ସୃଷ୍ଟି ହୁଏ ଏକ ସ୍ବତନ୍ତ୍ର ସଙ୍ଗୀତ। ମାତ୍ର ଏହାକୁ ଫିଙ୍ଗି ଦେଇ ଅନ୍ୟ ଏକ ଧର୍ମୀୟ ବାନା ଉଡ଼େଇବାର ପାଗଳ ପ୍ରବଣତା ଯେ ଏହାର ଆତ୍ମାକୁ କେତେ କଲବଲ କରିଥିବ, ଏହା ଆମେ ବୁଝିପାରୁନା। ବୁଝିବାକୁ ଚେଷ୍ଟା ଯେ କରୁନା, ଏହା ହିଁ ବିଡ଼ମ୍ବନା।

– ପ୍ରଜ୍ଞାନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ:୯୭୭୬୭୭୭୧୫୦


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri