ମନ ଛୁଉଁଛି ମେଗା ଟିକାକରଣ

ଅନୁଗୋଳ ଅଫିସ, ୧୯ା୫ – ଅନୁଗୋଳ ଜିଲାର ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ଟିକା ପ୍ରଦାନ କରାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଅନୁଗୋଳ ଷ୍ଟାଡିୟମ୍‌ଠାରେ ମେଗା ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଟିକା ନେବାକୁ ଆସୁଥିବା ଜିଲାବାସୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜଣାଇବାକୁ ଏଠାରେ ଏଲ୍‌ଇଡି ସ୍କ୍ରିନ୍‌ ବ୍ୟବସ୍ଥା ହୋଇଛି। ବସିବା ପାଇଁ ସ୍ବତନ୍ତ୍ର କୋଠରି ସହ ପଙ୍ଖା, କୁଲର ଓ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏହି ଆୟୋଜନ ଲୋକଙ୍କ ମନ ଛୁଉଁଥିବାବେଳେ ଷ୍ଟାଡିୟମ ପରିସରରେ ଏକ ସେଲ୍‌ଫି ପଏଣ୍ଟ ନିର୍ମାଣ କରାଯାଉଛି। ଟିକା ନେଉଥିବା ବ୍ୟକ୍ତି ଏହି ସେଲ୍‌ଫି ପଏଣ୍ଟରେ ଫଟୋ ଉଠାଇ ଏହାକୁ ଅଧିକ ସ୍ମରଣୀୟ କରିପାରିବେ। ରାଜ୍ୟରେ ପ୍ରଥମ କରି ଅନୁଗୋଳ ଜିଲା ପକ୍ଷରୁ କରାଯାଇଥିବା ଏପରି ଆୟୋଜନକୁ ସହରବାସୀ ପ୍ରଶଂସା କରିଛନ୍ତି।
ଅନୁଗୋଳ ଜିଲା ପ୍ରଶାସନ ଓ ପୌର ପ୍ରଶାସନର ମିଳିତ ଉଦ୍ୟମରେ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ମେଗା ଟିକାକରଣ କାର୍ଯ୍ୟକ୍ରମରେ ୧୩ଶହ ଲୋକଙ୍କ ଟିକାକରଣ କରାଯାଇଛି। ମୋଟ୍‌ ୮ଟି କାଉଣ୍ଟର ଖୋଲାଯାଇଥିବାବେଳେ ଗହଳି ଏଡ଼ାଇବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଟିକା ନେବାକୁ ଆସୁଥିବା ବ୍ୟକ୍ତିଙ୍କୁ ପୌର ପ୍ରଶାସନ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇ ଶୃଙ୍ଖଳିତ ଢଙ୍ଗରେ ଟିକା ପ୍ରଦାନ କରାଯାଉଛି। ସକାଳ ୮ଟାରୁ ୧୨ଟା ଯାଏ ଟୋକନଧାରୀଙ୍କୁ ଟିକା ଦିଆଯାଉଛି। ଗ୍ରୀଷ୍ମ ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରତୀକ୍ଷାଳୟରେ ଫ୍ୟାନ୍‌ ଓ କୁଲର ବ୍ୟବସ୍ଥା କରାଯାଇଛି। ବିଶୁଦ୍ଧ ପାନୀୟ ଜଳର ବନ୍ଦୋବସ୍ତ ରହିଛି। ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ସରକାରଙ୍କ ଯୋଜନାଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଏଲ୍‌ଇଡି ମାଧ୍ୟମରେ ପ୍ରଦର୍ଶିତ କରାଯାଉଛି। ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ବୃଦ୍ଧାବୃଦ୍ଧଙ୍କୁ ଗେଟ୍‌ ନିକଟରୁ ପ୍ରତୀକ୍ଷାଳୟ ଯାଏ ସ୍ବତନ୍ତ୍ର ଗାଡ଼ିରେ ଅଣାଯାଉଛି। ଟିକା ଅଭାବରୁ ଏହି ମେଗା ଆୟୋଜନ ଯେପରି ବନ୍ଦ ନ ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଶୃଙ୍ଖଳିତ ଢଙ୍ଗରେ ଟିକାକରଣ ନିମନ୍ତେ ଅନୁଗୋଳ ପୋଲିସର ୧୨ ଜଣ ଅଧିକାରୀଙ୍କ ସହ ୨ ପ୍ଲାଟୁ୍‌ନ୍‌ ଫୋର୍ସ ମୁତୟନ କରାଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ଜଗମୋହନ ମୀନା, ଆଡିସନାଲ ଏସ୍‌ପି ପ୍ରସନ୍ନ ବିଶ୍ୱଳ, ଉପଜିଲାପାଳ ବାସୁଦେବ ଶତପଥୀ, ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପ୍ରମୁଖ ଟିକାକରଣ କେନ୍ଦ୍ର ପରିଦର୍ଶନ କରିଛନ୍ତି।
ତାଳଚେରରେ ହେବ ଡ୍ରାଇଭ୍‌ ଇନ୍‌ ଭାକ୍ସିନ୍‌
ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳରେ ଡ୍ରାଇଭ୍‌ ଇନ୍‌ ଭାକ୍ସିନ୍‌ ବ୍ୟବସ୍ଥା କରାଯିବ। ଏ ନେଇ ତାଳଚେର ପୌରପ୍ରଶାସନ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତାଳଚେରରେ ଏଭଳି ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ଗୁରୁବାର ଠାରୁ ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଏହି ଡ୍ରାଇଭ୍‌ ଇନ୍‌ ଭାକ୍ସିନ୍‌ ବ୍ୟବସ୍ଥା ଆରମ୍ଭ ହେବ। ନିଜସ୍ବ ଗାଡ଼ିରେ ଆସିଥିବା ଲୋକମାନଙ୍କୁ ସେହି ଗାଡ଼ି ମଧ୍ୟରେ ହିଁ ଟିକା ଦିଆଯିବ। ଏଥିପାଇଁ ୪ଟି କାଉଣ୍ଟର କରାଯିବ। ଗାଡ଼ି ପଡ଼ିଆ ଭିତରକୁ ପ୍ରବେଶ କରିବା ମାତ୍ରେ ସ୍ବାସ୍ଥ୍ୟକର୍ମୀ ଆସି ଟିକା ପ୍ରଦାନ କରିବେ। ଭଡ଼ା ଗାଡ଼ିରେ ଆସିଲେ ପଡ଼ିଆକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିପାଇଁ ପଞ୍ଜୀକରଣ କରାଯାଇଥିବା ଆବଶ୍ୟକ। ଏହାଦ୍ୱାରା ଗହଳି କମିବା ସହ ଭିଡ଼ ନିୟନ୍ତ୍ରଣ ହୋଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଟିକାକରଣ ସହ ଟେଷ୍ଟିଂ ବଢ଼ାଯିବ
ପ୍ରତି ବ୍ଲକକୁ ପୂର୍ବରୁ ଯେପରି ଟିକା ପ୍ରଦାନ କରାଯାଉଥିଲା ତାହା ଜାରିରହିବ। ଟିକାର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏଠାରେ ଦୈନିକ ହଜାରେ ଲୋକଙ୍କୁ ଟିକାଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଡ୍ରାଇଭ୍‌ ଇନ୍‌ ଭ୍ୟାକ୍ସିନ ପାଇଁ ସ୍ବତନ୍ତ୍ର ଭାବେ ଟିକା ଗଚ୍ଛିତ ରଖାଯାଇଛି। ଜିଲାରେ ଟେଷ୍ଟ ବଢ଼ାଇବାକୁ ସରକାରଙ୍କୁ ଅଢ଼େଇ ଲକ୍ଷ କିଟ୍‌ ମଗାଯାଇଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ପ୍ରଶାସନର ଅଭିନବ ପ୍ରୟାସ
ଜିଲା ପ୍ରଶାସନର ଏପରି ଅଭିନବ ପ୍ରୟାସ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଏହି କେନ୍ଦ୍ରରେ ଶୃଙ୍ଖଳିତ ଢଙ୍ଗରେ ଟିକାଦାନ କରାଯାଉଛି। ଫଳରେ ଟିକା ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଦେବ। ଏଭଳି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ କରାଗଲେ ଜିଲାର ସମସ୍ତ ଲୋକ ସୁବିଧାରେ ଓ ଶୀଘ୍ର ଟିକା ପାଇପାରିବେ।
-ମିନତି ପ୍ରଧାନ, ଅନୁଗୋଳ
ସଂକ୍ରମଣ ଭୟ ଦୂର ହେଉଛି
ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯାଉଥିଲେ ମଧ୍ୟ ସେଠାରେ ଭିଡ଼ ପରିଲକ୍ଷିତ ହେଉଥିଲା। ତେଣୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ଟିକା ନେବାବେଳେ ସଂକ୍ରମଣ ଆଶଙ୍କା ଦେଖାଦେଉଥିଲା। ତେବେ ଷ୍ଟାଡିୟମରେ କରାଯାଇଥିବା ଏହି ମେଗା ଟିକାକରଣ ଆୟୋଜନକୁ ଦେଖିଲେ ମନରୁ ସଂକ୍ରମଣ ଭୟ ଦୂର ହୋଇଯିବ।
-ସତ୍ୟନାରାୟଣ ନାୟକ, ବ୍ୟାଙ୍କ କର୍ମଚାରୀ
ଅଧିକ ଫ୍ୟାନ, କୁଲର ବ୍ୟବସ୍ଥା ହେଉ
ଅନୁଗୋଳ ଷ୍ଟାଡିୟମରେ ଅତି ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ଟିକାକରଣ କରାଯାଉଛି। ଟୋକନଧାରୀ ଲୋକଙ୍କ ବସିବା ଠାରୁ ଆରମ୍ଭ କରି ସେଲ୍‌ଫି ଉଠାଇବା ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକ୍ରମ ଲୋକଙ୍କ ମନକୁ ପାଉଛି। ତେବେ ଗ୍ରୀଷ୍ମ ପ୍ରବାହ ଜାରିରହିଥିବାରୁ ସେଠାରେ ଅଧିକ ଫ୍ୟାନ୍‌ ଓ କୁଲର ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା।
-ପ୍ରୀତିପରମିତା ନନ୍ଦ, ଅନୁଗୋଳ
ଜିଲାବାସୀ ଏଠାରେ ଟିକା ନେଇପାରିବେ
ଟିକା ଅଭାବ କାରଣରୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ତେଣୁ ଜିଲାର କୋଣ ଅନୁଗୋଳରୁ ଆସୁଥିବା ଲୋକଙ୍କୁ ଏଠାରେ ଟିକା ଦିଆଯାଇପାରିବ। ସେଥିପାଇଁ ପ୍ରଶାସନ ପକ୍ଷରୁ ଏପରି ମେଗା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅଯଥାରେ ଗହଳି ନ କରି ଟିକା ନେବାକୁ ଅନୁରୋଧ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନରେ ରହିଲେନି, ମାମଲା ରୁଜୁ

ଅନୁଗୋଳ ଅଫିସ୍, ୨୭ା୩- ଅନୁଗୋଳ ଜିଲାକୁ ବାହାରୁ ଫେରିଥିବା ୨ ଜଣଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ସେମାନେ ଘରେ ନ ଥିବା...

ଛୁରି ଦେଖାଇ ମହିଳାଙ୍କୁ ବଳାତ୍କାର, ଏତଲା ଦେଲେ ହତ୍ୟା ଧମକ

ବାଲିଗୁଡ଼ା,୨୨ା୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଓ ପରେ ହତ୍ୟା ଧମକ ଦେଇଥିବା ନେଇ ପୀଡ଼ିତାଙ୍କ...

ଧରାପଡ଼ିବା ଭୟରେ ପ୍ରେମିକଙ୍କୁ ବାକ୍ସରେ ଲୁଚାଇଲେ ପ୍ରେମିକା

ବାରିପଦା ଅଫିସ,୯ା୭:ମୟୂରଭଞ୍ଜ ଜିଲା ଶୁକୃଳି ବ୍ଲକ ଅଞ୍ଚଳର ଜଣେ ଯୁବତୀ ଧରାପଡ଼ିବା ଭୟରେ ନିଜ ପ୍ରେମିକଙ୍କୁ ବାକ୍ସରେ ଲୁଚାଇ ରଖିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହି...

୨୦ରୁ ଅଧିକ ମୃତ ଅଲିଭ୍‌ ରିଡ୍‌ଲେ କଇଁଛଙ୍କୁ ପୋତାଗଲା

ମହାକାଳପଡ଼ା,୯ା୧(ଡି.ଏନ.ଏ.): ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମାଦଳି ମୁହାଣ ବାଲୁକା ଶଯ୍ୟାରେ ୨୦ରୁ ଅଧିକ ମୃତ ଅଲିଭ୍‌ ରଡ୍‌ଲେ କଇଁଛଙ୍କୁ ରବିବାର ପୋତାଯାଇଛି।...

ଶରଧାବାଲିରେ ଲାଗିଲା ତିନି ରଥ

ପୁରୀ ଅଫିସ,୧।୭: ଶରଧାବାଲିରେ ଲାଗିଲା ତିନି ରଥ। ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ...

ଗୁରୁବାର ଭୋଟ ଗଣନା: କେନ୍ଦୁଝର ପ୍ରଶାସନର ପ୍ରସ୍ତୁତି ଶେଷ, କେନ୍ଦ୍ରଗୁଡ଼ିକୁ ମୋବାଇଲ ଫୋନ ମନା

କେନ୍ଦୁଝର,୨୨।୫(ସ୍ବ.ପ୍ର.): ଗୁରୁବାର ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଭୋଟ ଗଣନା କରାଯିବ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଅବଜର୍ଭର ଡ଼....

ଅସହାୟ ଭାବେ ବିତୁଛି ଜୀବନ

ଆରଡି, ୨।୧୦ (ଡି.ଏନ.ଏ)-ଦୁର୍ଘଟଣା ବଦଳାଇ ଦେଲା ତାଙ୍କ ଜୀବନର ମୋଡ଼ ା ପାଠପଢି ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖୁଥିବା ଜଣେ ଦଳିତ ଯୁବକଙ୍କ ଲାଗି ସବୁକିଛି...

ରାଜନଗରରେ ଧାନକିଣା ନାଁରେ ଚାଷୀଙ୍କୁ ଶୋଷଣ

ରାଜନଗର, ୧୭ା୧(ଡି.ଏନ.ଏ.):ଚଳିତ ବର୍ଷ ଚାଷୀଙ୍କଠାରୁ ଧାନ କିଣିବାରେ କେହି ଯଦି ଶୋଷଣ କରନ୍ତି, ଏ ନେଇ ଯୋଗାଣ ବିଭାଗ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି...

Advertisement
Archives

Model This Week