ମନ ଛୁଉଁଛି ମେଗା ଟିକାକରଣ

ଅନୁଗୋଳ ଅଫିସ, ୧୯ା୫ – ଅନୁଗୋଳ ଜିଲାର ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ଟିକା ପ୍ରଦାନ କରାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଅନୁଗୋଳ ଷ୍ଟାଡିୟମ୍‌ଠାରେ ମେଗା ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଟିକା ନେବାକୁ ଆସୁଥିବା ଜିଲାବାସୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜଣାଇବାକୁ ଏଠାରେ ଏଲ୍‌ଇଡି ସ୍କ୍ରିନ୍‌ ବ୍ୟବସ୍ଥା ହୋଇଛି। ବସିବା ପାଇଁ ସ୍ବତନ୍ତ୍ର କୋଠରି ସହ ପଙ୍ଖା, କୁଲର ଓ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏହି ଆୟୋଜନ ଲୋକଙ୍କ ମନ ଛୁଉଁଥିବାବେଳେ ଷ୍ଟାଡିୟମ ପରିସରରେ ଏକ ସେଲ୍‌ଫି ପଏଣ୍ଟ ନିର୍ମାଣ କରାଯାଉଛି। ଟିକା ନେଉଥିବା ବ୍ୟକ୍ତି ଏହି ସେଲ୍‌ଫି ପଏଣ୍ଟରେ ଫଟୋ ଉଠାଇ ଏହାକୁ ଅଧିକ ସ୍ମରଣୀୟ କରିପାରିବେ। ରାଜ୍ୟରେ ପ୍ରଥମ କରି ଅନୁଗୋଳ ଜିଲା ପକ୍ଷରୁ କରାଯାଇଥିବା ଏପରି ଆୟୋଜନକୁ ସହରବାସୀ ପ୍ରଶଂସା କରିଛନ୍ତି।
ଅନୁଗୋଳ ଜିଲା ପ୍ରଶାସନ ଓ ପୌର ପ୍ରଶାସନର ମିଳିତ ଉଦ୍ୟମରେ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ମେଗା ଟିକାକରଣ କାର୍ଯ୍ୟକ୍ରମରେ ୧୩ଶହ ଲୋକଙ୍କ ଟିକାକରଣ କରାଯାଇଛି। ମୋଟ୍‌ ୮ଟି କାଉଣ୍ଟର ଖୋଲାଯାଇଥିବାବେଳେ ଗହଳି ଏଡ଼ାଇବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଟିକା ନେବାକୁ ଆସୁଥିବା ବ୍ୟକ୍ତିଙ୍କୁ ପୌର ପ୍ରଶାସନ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇ ଶୃଙ୍ଖଳିତ ଢଙ୍ଗରେ ଟିକା ପ୍ରଦାନ କରାଯାଉଛି। ସକାଳ ୮ଟାରୁ ୧୨ଟା ଯାଏ ଟୋକନଧାରୀଙ୍କୁ ଟିକା ଦିଆଯାଉଛି। ଗ୍ରୀଷ୍ମ ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରତୀକ୍ଷାଳୟରେ ଫ୍ୟାନ୍‌ ଓ କୁଲର ବ୍ୟବସ୍ଥା କରାଯାଇଛି। ବିଶୁଦ୍ଧ ପାନୀୟ ଜଳର ବନ୍ଦୋବସ୍ତ ରହିଛି। ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ସରକାରଙ୍କ ଯୋଜନାଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଏଲ୍‌ଇଡି ମାଧ୍ୟମରେ ପ୍ରଦର୍ଶିତ କରାଯାଉଛି। ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ବୃଦ୍ଧାବୃଦ୍ଧଙ୍କୁ ଗେଟ୍‌ ନିକଟରୁ ପ୍ରତୀକ୍ଷାଳୟ ଯାଏ ସ୍ବତନ୍ତ୍ର ଗାଡ଼ିରେ ଅଣାଯାଉଛି। ଟିକା ଅଭାବରୁ ଏହି ମେଗା ଆୟୋଜନ ଯେପରି ବନ୍ଦ ନ ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଶୃଙ୍ଖଳିତ ଢଙ୍ଗରେ ଟିକାକରଣ ନିମନ୍ତେ ଅନୁଗୋଳ ପୋଲିସର ୧୨ ଜଣ ଅଧିକାରୀଙ୍କ ସହ ୨ ପ୍ଲାଟୁ୍‌ନ୍‌ ଫୋର୍ସ ମୁତୟନ କରାଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ଜଗମୋହନ ମୀନା, ଆଡିସନାଲ ଏସ୍‌ପି ପ୍ରସନ୍ନ ବିଶ୍ୱଳ, ଉପଜିଲାପାଳ ବାସୁଦେବ ଶତପଥୀ, ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପ୍ରମୁଖ ଟିକାକରଣ କେନ୍ଦ୍ର ପରିଦର୍ଶନ କରିଛନ୍ତି।
ତାଳଚେରରେ ହେବ ଡ୍ରାଇଭ୍‌ ଇନ୍‌ ଭାକ୍ସିନ୍‌
ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳରେ ଡ୍ରାଇଭ୍‌ ଇନ୍‌ ଭାକ୍ସିନ୍‌ ବ୍ୟବସ୍ଥା କରାଯିବ। ଏ ନେଇ ତାଳଚେର ପୌରପ୍ରଶାସନ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତାଳଚେରରେ ଏଭଳି ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ଗୁରୁବାର ଠାରୁ ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଏହି ଡ୍ରାଇଭ୍‌ ଇନ୍‌ ଭାକ୍ସିନ୍‌ ବ୍ୟବସ୍ଥା ଆରମ୍ଭ ହେବ। ନିଜସ୍ବ ଗାଡ଼ିରେ ଆସିଥିବା ଲୋକମାନଙ୍କୁ ସେହି ଗାଡ଼ି ମଧ୍ୟରେ ହିଁ ଟିକା ଦିଆଯିବ। ଏଥିପାଇଁ ୪ଟି କାଉଣ୍ଟର କରାଯିବ। ଗାଡ଼ି ପଡ଼ିଆ ଭିତରକୁ ପ୍ରବେଶ କରିବା ମାତ୍ରେ ସ୍ବାସ୍ଥ୍ୟକର୍ମୀ ଆସି ଟିକା ପ୍ରଦାନ କରିବେ। ଭଡ଼ା ଗାଡ଼ିରେ ଆସିଲେ ପଡ଼ିଆକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିପାଇଁ ପଞ୍ଜୀକରଣ କରାଯାଇଥିବା ଆବଶ୍ୟକ। ଏହାଦ୍ୱାରା ଗହଳି କମିବା ସହ ଭିଡ଼ ନିୟନ୍ତ୍ରଣ ହୋଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଟିକାକରଣ ସହ ଟେଷ୍ଟିଂ ବଢ଼ାଯିବ
ପ୍ରତି ବ୍ଲକକୁ ପୂର୍ବରୁ ଯେପରି ଟିକା ପ୍ରଦାନ କରାଯାଉଥିଲା ତାହା ଜାରିରହିବ। ଟିକାର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏଠାରେ ଦୈନିକ ହଜାରେ ଲୋକଙ୍କୁ ଟିକାଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଡ୍ରାଇଭ୍‌ ଇନ୍‌ ଭ୍ୟାକ୍ସିନ ପାଇଁ ସ୍ବତନ୍ତ୍ର ଭାବେ ଟିକା ଗଚ୍ଛିତ ରଖାଯାଇଛି। ଜିଲାରେ ଟେଷ୍ଟ ବଢ଼ାଇବାକୁ ସରକାରଙ୍କୁ ଅଢ଼େଇ ଲକ୍ଷ କିଟ୍‌ ମଗାଯାଇଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ପ୍ରଶାସନର ଅଭିନବ ପ୍ରୟାସ
ଜିଲା ପ୍ରଶାସନର ଏପରି ଅଭିନବ ପ୍ରୟାସ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଏହି କେନ୍ଦ୍ରରେ ଶୃଙ୍ଖଳିତ ଢଙ୍ଗରେ ଟିକାଦାନ କରାଯାଉଛି। ଫଳରେ ଟିକା ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଦେବ। ଏଭଳି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ କରାଗଲେ ଜିଲାର ସମସ୍ତ ଲୋକ ସୁବିଧାରେ ଓ ଶୀଘ୍ର ଟିକା ପାଇପାରିବେ।
-ମିନତି ପ୍ରଧାନ, ଅନୁଗୋଳ
ସଂକ୍ରମଣ ଭୟ ଦୂର ହେଉଛି
ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯାଉଥିଲେ ମଧ୍ୟ ସେଠାରେ ଭିଡ଼ ପରିଲକ୍ଷିତ ହେଉଥିଲା। ତେଣୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ଟିକା ନେବାବେଳେ ସଂକ୍ରମଣ ଆଶଙ୍କା ଦେଖାଦେଉଥିଲା। ତେବେ ଷ୍ଟାଡିୟମରେ କରାଯାଇଥିବା ଏହି ମେଗା ଟିକାକରଣ ଆୟୋଜନକୁ ଦେଖିଲେ ମନରୁ ସଂକ୍ରମଣ ଭୟ ଦୂର ହୋଇଯିବ।
-ସତ୍ୟନାରାୟଣ ନାୟକ, ବ୍ୟାଙ୍କ କର୍ମଚାରୀ
ଅଧିକ ଫ୍ୟାନ, କୁଲର ବ୍ୟବସ୍ଥା ହେଉ
ଅନୁଗୋଳ ଷ୍ଟାଡିୟମରେ ଅତି ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ଟିକାକରଣ କରାଯାଉଛି। ଟୋକନଧାରୀ ଲୋକଙ୍କ ବସିବା ଠାରୁ ଆରମ୍ଭ କରି ସେଲ୍‌ଫି ଉଠାଇବା ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକ୍ରମ ଲୋକଙ୍କ ମନକୁ ପାଉଛି। ତେବେ ଗ୍ରୀଷ୍ମ ପ୍ରବାହ ଜାରିରହିଥିବାରୁ ସେଠାରେ ଅଧିକ ଫ୍ୟାନ୍‌ ଓ କୁଲର ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା।
-ପ୍ରୀତିପରମିତା ନନ୍ଦ, ଅନୁଗୋଳ
ଜିଲାବାସୀ ଏଠାରେ ଟିକା ନେଇପାରିବେ
ଟିକା ଅଭାବ କାରଣରୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ତେଣୁ ଜିଲାର କୋଣ ଅନୁଗୋଳରୁ ଆସୁଥିବା ଲୋକଙ୍କୁ ଏଠାରେ ଟିକା ଦିଆଯାଇପାରିବ। ସେଥିପାଇଁ ପ୍ରଶାସନ ପକ୍ଷରୁ ଏପରି ମେଗା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅଯଥାରେ ଗହଳି ନ କରି ଟିକା ନେବାକୁ ଅନୁରୋଧ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ମା’, ଝିଅଙ୍କୁ ହତ୍ୟା 

ଠାକୁରମୁଣ୍ଡା,୨୭।୬(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅଧୀନ ତରାମରା ପଞ୍ଚାୟତ ମୁକ୍ତାଝରୀ ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି।  ମା’, ଝିଅଙ୍କୁ…

ବର୍ଷାରେ ବେହାଲ କୋରାପୁଟ: ରାସ୍ତାରେ ଭାସିଲା ନର୍ଦ୍ଦମା ପାଣି

କୋରାପୁଟ, ୨୭।୬(ଅମିତାଭ ବେହେରା): କୋରାପୁଟ ସହରରେ ଶନିବାର ଅପରାହ୍ନ ୧ଟାରୁ ୨ଟା ଯାଏ ପ୍ରାୟ ଘଣ୍ଟାଏ ଧରି ପ୍ରବଳ ବର୍ଷା ହୋଇଛି। ବର୍ଷାରେ ସହରର ଜନଜୀବନ ବେହାଲ…

ମନ୍ଦିରରୁ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଅଟୋ…

ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ନୂଆ ଜଲମରା ବ୍ରିଜ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ସ୍କୁଟି (ନଂ. ଓଡ଼ି୩୨ ଏମ…

ଧାନକିଣାରେ ମନ୍ଥର, ଜୁନ ଶେଷ, ଉଠିନି ମେ’ ମାସର ଧାନ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ମେ ୨୦ରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ମାସର ଧାନ ଉଠିପାରିନାହିଁ। ଫଳରେ ଗତ ମାସେ…

ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସହଯୋଗ କାମନା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖାର ୪ର୍ଥ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି…

ଏକତରଫା ପ୍ରେମ ପାଇଁ ଯୁବତୀଙ୍କୁ ଜାଳିଥିଲେ, ଏବେ…

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ଘଟିଥିବା ଅଭାବନୀୟ ଘଟଣାର ଚିତ୍ର ସାମ୍ନାକୁ ଆସିଛି। ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri