ଅଲ୍‌ ପାସ୍‌ ସ୍ବରରେ କମ୍ପିଲା ବୈଠକ

କଟକ ଅଫିସ,୨୫ା୫: କଟକ ମହାନଗର ନିଗମ(ସିଏମ୍‌ସି)ର ବିଜୁଭବନସ୍ଥିତ ବିଶ୍ୱନାଥ ପଣ୍ଡିତ ସମ୍ମିଳନୀ କକ୍ଷରେ ବୁଧବାର ସିଏମ୍‌ସି କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ମେୟର ସୁବାସ ସିଂ ଗୁଣ୍ଡାରାଜ କରୁଛନ୍ତି ବୋଲି ଭାଜପା ଓ କଂଗ୍ରେସ କର୍ପୋରେଟରମାନେ ଅଭିଯୋଗ କରିଥିଲେ। ହେଲେ ଏହାକୁ ମେୟର ଖଣ୍ଡନ କରି କହିଛନ୍ତି, ନିଜସ୍ବ ସ୍ବାର୍ଥ ରଖି ବିରୋଧୀ କର୍ପୋରେଟର କାର୍ଯ୍ୟ କରୁଛନ୍ତି। ଏଭଳି ଅଭିଯୋଗକୁ ନେଇ ଶାସକ ଓ ବିରୋଧୀ ଦଳର କର୍ପୋରେଟର ମୁହଁାମୁହିଁ ହୋଇଥିଲେ। ଅପରପକ୍ଷରେ ବୈଠକରେ ହଟ୍ଟଗୋଳ କରାଯାଉଥିବାରୁ ବହୁ କର୍ପୋରେଟର ସେମାନଙ୍କ ୱାର୍ଡର ସମସ୍ୟା ଉପସ୍ଥାପନ କରିପାରି ନଥିଲେ। ଫଳରେ ଶାସକ ଦଳର କର୍ପୋରେଟରମାନେ ରିଜୋଲ୍ୟୁସନରେ ଥିବା କାର୍ଯ୍ୟଗୁଡ଼ିକୁ ବିନା ଆଲୋଚନାରେ ଅନୁମୋଦନ କରାଇନେଇଥିଲେ। ଫଳରେ ଅଲ୍‌ ପାସ୍‌… ଅଲ୍‌ ପାସ୍‌… ସ୍ବରରେ ବୈଠକ କମ୍ପିଥିଲା।
ବୈଠକ ଆରମ୍ଭରୁ ବିରୋଧୀ କର୍ପୋରେଟରମାନେ ବିଭିନ୍ନ ଦାବି ନେଇ ମେୟରଙ୍କୁ ଘେରିଥିଲେ। କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳ କେତେକ ଦାବି ଉପସ୍ଥାପନ କରିଥିଲେ। ତାଙ୍କ ୱାର୍ଡରେ ଏକ ନାଳ ୩ ମାସ ହେବ ହୋଇପାରୁ ନ ଥିବାବେଳେ ୱାର୍ଡ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ବଦଳି କରିବା ଏବଂ କର୍ପୋରେଟରଙ୍କୁ ନ ଜଣାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା ପ୍ରଭୃତି ବିଷୟକୁ ନେଇ ଭୋଳ ମେୟରଙ୍କୁ ପ୍ରଶ୍ନ କରିଥିଲେ। ସେହିପରି କଂଗ୍ରେସ କର୍ପୋରେଟର ଜେ. କାମେଶ୍ୱର ରାଓ, ଭାଜପା କର୍ପୋରେଟର ଗଗନ ଓଝା ଓ ଦୀପକ ଦାସ ପ୍ରମୁଖ ବିଭିନ୍ନ ସମସ୍ୟାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ, ଉଭୟ ବିରୋଧୀ ଓ ଶାସକ ଦଳର କର୍ପୋରେଟର ମୁହଁାମୁହିଁ ହୋଇଥିଲେ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ମେୟର ପ୍ରାୟ ଦେଢ଼ ଘଣ୍ଟା ପାଇଁ ବୈଠକ ସ୍ଥଗିତ ରଖିଥିଲେ। ଏହାପରେ ବିରୋଧୀଙ୍କୁ ନେଇ ଏକ ବନ୍ଦ କୋଠରିରେ ବୈଠକ ଡାକି ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଫଳରେ ପୁନର୍ବାର ବିରୋଧୀ କର୍ପୋରେଟରମାନେ ସମ୍ମିଳନୀ କକ୍ଷ ବାହାରେ ନାରାବାଜି ଦେଇଥିଲେ। ବୈଠକରେ ମେୟର ଧମକ ଦେବା ସହିତ ଦାଦାଗିରି କରୁଥିବା ନେଇ କର୍ପୋରେଟର ଭୋଳ ଏବଂ ଓଝା ଅଭିଯୋଗ କରିଥିଲେ। ଏନେଇ ମେୟର କହିଥିଲେ, ବିରୋଧୀ କର୍ପୋରେଟର ଯେଉଁ ଦାବି ଉପସ୍ଥାପନ କରିଛନ୍ତି ସେଗୁଡ଼ିକ ବ୍ୟକ୍ତିଗତ ସ୍ବାର୍ଥ ପାଇଁ। ସେମାନେ କାମକୁ ଗୁରୁତ୍ୱ ନ ଦେଇ ସେମାନଙ୍କ ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ୱ ଦେଉଛନ୍ତି। ଯନ୍ତ୍ରୀ ବଦଳି ପ୍ରତି ସେମାନେ ଏତେ ଗୁରୁତ୍ୱ କ’ଣ ପାଇଁ ଦେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏଭଳି ହଟ୍ଟଗୋଳରୁ ଶାସକ ଦଳ କର୍ପୋରେଟରମାନେ ମଧ୍ୟ ବାଦ ପଡି ନ ଥିଲେ। କର୍ପୋରେଟର ଦୀପ୍ତିମୟୀ ମୂଳିଆ, ବିକାଶ ବେହେରା, ପୂର୍ଣ୍ଣିମା ସ୍ବାଇଁ, ପ୍ରଦୀପ୍ତ ଖୁଣ୍ଟିଆଙ୍କ ସମେତ ବହୁ ଶାସକ କର୍ପୋରେଟର ବିରୋଧୀ ଦଳ ସମସ୍ତ କାଉନସିଲ ବୈଠକରେ ଏଭଳି ହଟଗୋଳ କରୁଥିବାରୁ ବୈଠକ ବାଧାପ୍ରାପ୍ତ ହେଉଥିବା ଦର୍ଶାଇ କକ୍ଷ ତ୍ୟାଗ କରି ମେୟରଙ୍କ କକ୍ଷରେ ପହଞ୍ଚିଥିଲେ। ଶାସକ ଦଳର ସମସ୍ତ କର୍ପୋରେଟରଙ୍କୁ ନେଇ ଏକ ରୁଦ୍ଧଦ୍ୱାର ବୈଠକ ମେୟରଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଶାସକ ଦଳ ସଂଖ୍ୟା ଗରିଷ୍ଠତା ଦର୍ଶାଇ ରିଜୋଲ୍ୟୁସନରେ ଥିବା ସମସ୍ତ କାର୍ଯ୍ୟକୁ ଅନୁମୋଦନ ମିଳିଥିଲା। ଶାସକ ଦଳର ଏଭଳି ମନମାନି କାର୍ଯ୍ୟକୁ ବିରୋଧୀମାନେ ତୀବ୍ର ନିନ୍ଦା କରିଥିଲେ।
ଆସନ୍ତା ଶୁକ୍ରବାର ସିଏମ୍‌ସି ସ୍ଥାୟୀ କମିଟି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ସିଏମ୍‌ସି ୯ଟି ଷ୍ଟାଣ୍ଡିଂ କମିଟିର ସଦସ୍ୟ ଯୋଗଦେବେ। ପ୍ରତି କମିଟିରେ ଜଣେ ଅଧ୍ୟକ୍ଷଙ୍କୁ ମିଶାଇ ୭ ଜଣ ସଦସ୍ୟାସଦସ୍ୟ ରହିଛନ୍ତି। ଟିକସ ଅର୍ଥ ଏବଂ ହିସାବ ସ୍ଥାୟୀ କମିଟି, ଜନସ୍ବାସ୍ଥ୍ୟ, ବିଦ୍ୟୁତ୍‌ ଯୋଗାଣ, ଜଳ ଯୋଗାଣ, ନର୍ଦ୍ଦମା ଜଳ ନିଷ୍କାସନ ଏବଂ ପରିବେଶ ସ୍ଥାୟୀ କମିଟି, ପୂର୍ତ୍ତ ସ୍ଥାୟୀ କମିଟି, ଯୋଜନା ଏବଂ ଉନ୍ନୟନ, ଲାଇସେନ୍ସ ଏବଂ ଆବେଦନ ସ୍ଥାୟୀ କମିଟି, ଚୁକ୍ତି ସ୍ଥାୟୀ କମିଟି, ନିଗମ ସଂସ୍ଥାପନ (ଏଷ୍ଟାବ୍ଲିଶମେଣ୍ଟ) ଏବଂ ସାଧାରଣ ଅଭିଯୋଗ, ସାମାଜିକ ନ୍ୟାୟ ସ୍ଥାୟୀ କମିଟିର ଅଧ୍ୟକ୍ଷଙ୍କୁ ମନୋନୀତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri