ଘୋଷଣାରେ ରହିଛି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ଚିକିତ୍ସା ସୁବିଧା ନାହିଁ। ଆଇସିୟୁ, ଭେଣ୍ଟିଲେଟର ନ ଥିବା ଯୋଗୁ ଗୁରୁତର ରୋଗୀ ପଡ଼ୋଶୀ ଜିଲା ଏବଂ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି। ବିଭିନ୍ନ ରୋଗର ପରୀକ୍ଷା ପାଇଁ ମେଶିନ ରହିଥିଲେ ମଧ୍ୟ ସେଗୁଡ଼ିକ ଚଳାଇବା ନିମନ୍ତେ ଆବଶ୍ୟକ କର୍ମଚାରୀଙ୍କ ଅଭାବ ରହିଛି। ସେହିପରି ଆଧୁନିକ ଯନ୍ତ୍ରପାତିର ଅଭାବ ମଧ୍ୟ ରହିଛି। ଏଥିପାଇଁ ଅନେକ ଗରିବ ଲୋକ ବାହାରକୁ ଯାଇ ନ ପାରି ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେଣୁ ଜିଲାରେ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ବାରମ୍ବାର ଦାବି ହୋଇଆସୁଛି। ୩୨୭.୪୦ କୋଟି ଟଙ୍କା ବ୍ୟୟରେ ଏକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଚାହୁଁଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ୨୦୧୪ ମସିହାରେ ବିଧାନସଭାରେ ଘୋଷଣା କରିଥିଲେ। ଏଥିପାଇଁ ଜମି ଚିହ୍ନଟ ହୋଇଥିବା ମଧ୍ୟ କୁହାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ କାମ ଆଗେଇ ପାରିନାହିଁ। ଜିଲାକୁ ଉପେକ୍ଷା କରାଯାଉଥିବାରୁ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।

ରାୟଗଡ଼ା ଅଫିସ,୨୯।୧୨- ଉପାନ୍ତ ରାୟଗଡ଼ା ଜିଲାରେ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ସମ୍ମତି ଦେଇଥିଲେ। କେନ୍ଦ୍ର ସରକାରଙ୍କ ଭାଏବିଲିଟି ଗ୍ରାଫ୍‌ ଫଣ୍ଡିଂ ମାଧ୍ୟମରେ ରାୟଗଡ଼ା ଜିଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ୨୦୧୪ରେ ଓଡ଼ିଶା ସରକାର ୩୨୭.୪୦ କୋଟି ଟଙ୍କା ବ୍ୟୟରେ ଏକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କରିବାକୁ ଚାହୁଁଥିବା କଥା ସ୍ବାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ମଧ୍ୟ ଘୋଷଣା କରିଥିଲେ। ଏଥିପାଇଁ ୨୦-୨୫ ଏକର ଜାଗା ଚିହ୍ନଟ ହୋଇଛି ବୋଲି ସରକାର ଘୋଷଣା କରିଥିଲେ। ହେଲେ ଅଦ୍ୟାବଧି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପ୍ରତିଷ୍ଠା ନେଇ କୌଣସି ଅଗ୍ରଗତିର ସୂଚନା ନାହିଁ। ତେଣୁ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
କେନ୍ଦ୍ର ସରକାର ଦେଶରେ ୭୫ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ। ଏଥିପାଇଁ ସ୍ବଳ୍ପ ସେବା ରହିତ ଓ ଆସ୍ପିରେଶନାଲ ଜିଲାଗୁଡ଼ିକରେ (ଯେଉଁଠାରେ ପୂର୍ବରୁ ମେଡିକାଲ କଲେଜ ହସ୍ପିଟାଲ ନାହିଁ) ସେହି ଜିଲାର ମୁଖ୍ୟ ଚିକିତ୍ସାଳୟରେ ୨୦୦ ଶଯ୍ୟାର ସୁବିଧା ରହିଥିବ, ସେଠାରେ ଅଗ୍ରାଧିକାର ଭିତ୍ତିରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁଦାନ ଦିଆଯିବ ବୋଲି କୁହାଯାଇଥିଲା। କେନ୍ଦ୍ର ସରକାରଙ୍କ ନୀତି ଆୟୋଗର ଘୋଷଣା ଅନୁଯାୟୀ ରାୟଗଡ଼ା ଜିଲା ଏକ ପଛୁଆ ଏବଂ ଆସ୍ପିରେଶନାଲ ଜିଲା ଭାବେ ପରିଚିତ। ଏଠାରେ ୩୦୦ ଶଯ୍ୟାର ସୁବିଧା ମଧ୍ୟ ହୋଇପାରିବ। ଜିଲା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପାଇଁ ହକ୍‌ଦାର ବୋଲି ରାୟଗଡ଼ାର ବହୁ ସଙ୍ଗଠନ ମିଳିତ ଭାବେ ପୂର୍ବରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ। ଏ ନେଇ ଆଉ କେତୋଟି ସଙ୍ଗଠନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ହେଲେ କୌଣସି ସୁଫଳ ମିଳିନାହିଁ। କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଦିଲ୍ଲୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ମେଡିକାଲ କଲେଜ ପାଇଁ ଦାବି ଜଣାଇବା ସହ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପଠାଇବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅନୁରୋଧ କରିଥିଲେ। ସେହିପରି ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାଶ ଏବଂ ଅନ୍ୟ ସ୍ଥାନୀୟ ନେତା ମଧ୍ୟ ମିଳିତଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଡିପିଆର ପ୍ରସ୍ତୁତ ହୋଇପାରୁ ନ ଥିବାରୁ କାମ ଆଗକୁ ବଢ଼ିପାରୁ ନ ଥିବା ଜଣାପଡ଼ିଛି।

ଏମାନେ ଯାହା କୁହନ୍ତି..

ଏ ସମ୍ପର୍କରେ ବାରମ୍ବାର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଛୁ, କିନ୍ତୁ କୌଣସି ସୁଫଳ ମିଳୁନାହିଁ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲା ପ୍ରଶାସନ ଏକ ଡିପିଆର୍‌ ପ୍ରସ୍ତୁତ କରି କେନ୍ଦ୍ରକୁ ପଠାଇବା ଆବଶ୍ୟକତା ରହିଛି। ହେଲେ ଶାସକ ଦଳ ଡିପିଆର ପ୍ରସ୍ତୁତ କରିବାକୁ ଚାହୁଁନାହାନ୍ତି। ତେଣୁ ମେଡିକାଲ କଲେଜ ବିଷୟ ଆଗକୁ ବଢ଼ି ପାରୁନାହିଁ ବୋଲି ସେ କହିଛନ୍ତି।
ସପ୍ତଗିରି ଉଲାକା, ଏମ୍‌ପି କୋରାପୁଟ

ମୋ ପାଖରେ ଖବର ନାହଁ। ଆମକୁ ସରକାରଙ୍କ ଯାହା ନିର୍ଦ୍ଦେଶ ଆସିବ, ଆମେ କରିବୁ ବୋଲି ସେ କହିଛନ୍ତି। ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶୀଘ୍ର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପ୍ରତିଷ୍ଠା କରାଯାଉ ବୋଲି ଜିଲାବାସୀ ଦାବି କରିଛନ୍ତି।
ଡା. ଆର୍ତ୍ତବନ୍ଧୁ ନାୟକ, ସିଡିଏମ୍‌ଓ, ରାୟଗଡ଼ା


Enter your email to get our daily news in your inbox.

All Right Reserved By Dharitri.Com

କର୍ଣ୍ଣାଟକରେ ପ୍ରେମୀଯୁଗଳଙ୍କ ମୃତ୍ୟୁ: ମୃତଦେହ ଗାଁକୁ ଆଣିବା ପାଇଁ ପୋଲିସ, ପ୍ରଶାସନ ନିକଟରେ ନିବେଦନ

ଗୁଣପୁର, ୨୭।୨ (ସଂକେତ ପାତ୍ର ): ପ୍ରଥମେ ଭଲ ପାଇଲେ, ପରେ ବାହା ହେଲେ। ବାହାଘର ପରେ କାମ ଅନ୍ବେଷଣରେ କର୍ଣ୍ଣାଟକ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ…

ପୌର ପରିଷଦରେ ବ୍ୟାପକ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଦାବିପତ୍ର

ଗୁଣପୁର, ୨୭।୨ (ସଂକତେ ପାତ୍ର/ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଜେଡି ପକ୍ଷରୁ ଶୁକ୍ରବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l…

ଶିକ୍ଷକଙ୍କ ଘର ତାଲା ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ

ଗୁଡ଼ାରି,୨୭ା୨(ପ୍ରମୋଦ କୁମାର ପତି): ଦୀର୍ଘଦିନର ବ୍ୟବଧାନ ପରେ ଗୁଡ଼ାରି ସହରରେ ଚୋରି ଦେଖିବାକୁ ମିଳିଛି। ସହରର ୯ ନମ୍ବର ଓ୍ବାର୍ଡ ତଥା ଶ୍ରୀରାମ ନଗରରେ ବାସ କରୁଥିବା…

ବଢ଼ିଲାଣି ଖରା, ଜମୁଛି ତରଭୁଜ ବେପାର

ଗୁଣପୁର, ୨୬।୨(ସଂକେତ ପାତ୍ର):ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁ ରାୟଗଡ଼ା ଜିଲା ଗୁଣପୁରରେ ଏବେ ତରଭୁଜର ଚାହିଦା ମଧ୍ୟ ବଢି ଚାଲିଥିବା ଦେଖିବାକୁ…

ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ହାଇକୋର୍ଟରେ ଖାରଜ ହେଲା ଶୁଭ୍ରାଙ୍କ ମାମଲା, ଫଳାଫଳ ଘୋଷଣା ପରେ…

ରାୟଗଡ଼ା,୨୫।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା କରିଥିବା ରିଟ୍‌ ପିଟିସନ ମାମଲାକୁ ହାଇକୋର୍ଟ ବିଚାରପତି ଆର୍‌.କେ.ପଟ୍ଟନାୟକ…

ସ୍କୁଲରେ ପୋଡ଼ିହୋଇ ୪ ଛାତ୍ର ଗୁରୁତର ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ୍ୟୁ

ବିଷମକଟକ,୨୫।୨(ପ୍ରସନ୍ନ କୁମାର ପଣ୍ଡା): ଗତ ଜାନୁଆରୀ ୫ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥିତ ପ୍ରାଇମେରି ବିଦ୍ୟାଳୟ ପରିସରରେ ପାଠପଢ଼ା ଚାଲିଥିଲା ବେଳେ ଅଗ୍ନିକାଣ୍ଡ ଘଟି…

ରାଜ୍ୟ ସଭା ନିର୍ବାଚନ: କୋରାପୁଟକୁ ଗୋଟେ ଯାଇପାରେ

ରାୟଗଡ଼ା,୨୪।୨(ଆଶିଷ ରଞ୍ଜନ ପଣ୍ଡା): ଡ଼ିଶାର ୪ ଜଣ ରାଜ୍ୟ ସଭା ସଦସ୍ୟ ମମତା ମହନ୍ତ, ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାନ୍‌ ଏବଂ ସୁଜିତ୍‌ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ…

ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ଶୁଭ୍ରାଙ୍କ ପଦ ରଦ୍ଦ ମାମଲାରେ କାଉନସିଲରଙ୍କ ବିଜୟ: ଶ୍ରମିତା

ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ହୋଇ ବାଲଟ ବାକ୍ସରେ କଏଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri