ରାଜ୍ୟ ସଭା ନିର୍ବାଚନ: କୋରାପୁଟକୁ ଗୋଟେ ଯାଇପାରେ

ରାୟଗଡ଼ା,୨୪।୨(ଆଶିଷ ରଞ୍ଜନ ପଣ୍ଡା): ଡ଼ିଶାର ୪ ଜଣ ରାଜ୍ୟ ସଭା ସଦସ୍ୟ ମମତା ମହନ୍ତ, ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାନ୍‌ ଏବଂ ସୁଜିତ୍‌ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ ୨ ତାରିଖରେ ଶେଷ ହେବ। ଏହି ୪ ଆସନ ଲାଗି ଆସନ୍ତା ମାର୍ଚ୍ଚ ୧୬ରେ ଭୋଟ୍‌ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଏବେ ରାଜ୍ୟରେ ଶାସନ ଦାୟିତ୍ୱରେ ଥିବା ଭାଜପା କେଉଁମାନଙ୍କୁ ରାଜ୍ୟ ସଭା ପଠାଇବ, ତାହା ବର୍ତ୍ତମାନ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଯଦି ରାଜନୈତିକ ଦୃଷ୍ଟିକୋଣରୁ ଲକ୍ଷ୍ୟ କରାଯାଏ, ତେବେ ଭାଜପା ଗୋଟିଏ ରାଜ୍ୟ ସଭା ଆସନରେ ଅବିଭକ୍ତ କୋରାପୁଟ ଜିଲାରୁ ଜଣଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପ୍ରଦାନ କରିପାରେ। ଏହାର କେତେଗୁଡ଼ିଏ ଦିଗ ରହିଛି, ଯାହାକୁ ରାଜନୈତିକ ଦୃଷ୍ଟିରୁ ବିଚାର କରାଯାଇପାରେ। ଗତ ସାଧାରଣ ନିର୍ବାଚନରେ ୨୧ ଲୋକ ସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୦ଟି ଆସନରେ ଭାଜପା ବିଜୟୀ ହୋଇଛି। କେବଳ କୋରାପୁଟ ଲୋକ ସଭା ଆସନରେ ଭାଜପାକୁ ପରାଜୟ ସ୍ବୀକାର କରିବାକୁ ପଡିଛି। ଏହି ଲୋକ ସଭା ଆସନ ୨୦୧୯ ମସିହାରୁ କଂଗ୍ରେସ ହାତରେ ରହିଆସିଛି। ଭାଜପା ପାଇଁ ସାଙ୍ଗଠନିକ ଦୃଷ୍ଟିକୋଣରୁ କୋରାପୁଟ ଜିଲା ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଚର୍ଚ୍ଚା ହେଉଛି। ଦକ୍ଷିଣ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଅବିଭକ୍ତ କୋରାପୁଟ ଜିଲା ପରିଚିତ। ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଦିବାସୀମାନଙ୍କୁ ଅନେକ ସମୟରେ ଅଗ୍ରାଧିକାର ଦେଉଥିବା ଲକ୍ଷ୍ୟ କରାଯାଉଛି। ଏଭଳି ସ୍ଥିତିରେ ଭାଜପା ଅବିଭକ୍ତ କୋରାପୁଟ ଜିଲାରେ ଦଳୀୟ ସଙ୍ଗଠନକୁ ଅଧିକ ମଜଭୁତ କରିବା ଲାଗି ରାଜ୍ୟ ସଭାର ଗୋଟିଏ ଆସନ ଉକ୍ତ ଅଞ୍ଚଳର ଜଣଙ୍କୁ ଦେଇପାରେ ବୋଲି ଚର୍ଚ୍ଚା ହେଲାଣି।
ଉଲ୍ଲେଖଯୋଗ୍ୟ, କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅନ୍ତର୍ଗତ ୭ ବିଧାନସଭା କ୍ଷେତ୍ର ମଧ୍ୟରୁ କେବଳ କୋରାପୁଟ ନିର୍ବାଚନମଣ୍ଡଳୀ ଭାଜପା ଦଖଲରେ ଅଛି। ବାକି ୬ ବିଧାନସଭା ଆସନ ଜୟପୁର, ପଟ୍ଟାଙ୍ଗୀ, ଲକ୍ଷ୍ମୀପୁର, ରାୟଗଡ଼ା, ବିଷମକଟକ ଏବଂ ଗୁଣୁପୁରରେ କଂଗ୍ରେସ ବିଧାୟକ ଅଛନ୍ତି। ତେଣୁ ଏହି ନିର୍ବାଚନୀ ଫଳାଫଳ ଗୋଟିଏ କଥା ଦର୍ଶାଉଛି, ରାଜ୍ୟର ଅନ୍ୟ ଲୋକ ସଭା କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀ ତୁଳନାରେ କୋରାପୁଟ ଜିଲାରେ ଭାଜପା ସ୍ଥିତି ଦୁର୍ବଳ ରହିଛି। ଭାଜପା ନିଜର ରାଜନୈତିକ ଭିତ୍ତିଭୂମି ସୁଦୃଢ଼ କରିବାକୁ ହେଲେ କୋରାପୁଟ ଜିଲାର ଜଣଙ୍କୁ ରାଜ୍ୟ ସଭା ପଠାଇବା ଜରୁରୀ ବୋଲି ଶାସକ ଦଳର ଅନେକ ନେତା ବିଭିନ୍ନ ସ୍ଥାନରେ ଚର୍ଚ୍ଚା କରୁଛନ୍ତି। ୨୦୨୪ରେ କୋରାପୁଟ ଲୋକ ସଭା ଆସନରେ ଭାଜପାରୁ ପ୍ରାର୍ଥୀ ହୋଇଥିବା କାଳିରାମ ମାଝୀ ୩ୟ ସ୍ଥାନରେ ରହିଥିଲେ। କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସପ୍ତଗିରି ଉଲାକାଙ୍କଠାରୁ କାଳିରାମ ୨,୩୮,୮୭୯ ଖଣ୍ଡ ଭୋଟ୍‌ରେ ପରାଜିତ ହୋଇଥିଲେ। ଏତେବଡ଼ ଭୋଟ୍‌ ବ୍ୟବଧାନକୁ ସାଙ୍ଗଠନିକ କ୍ଷେତ୍ରରେ ପରିବର୍ତ୍ତନ କରିବା ପାଇଁ ଭାଜପା ନେତୃତ୍ୱ କୋରାପୁଟକୁ ରାଜ୍ୟ ସଭା ପ୍ରତିନିଧିତ୍ୱ କରିବାର ସୁଯୋଗ ଦେବା ବିଷୟ ଚର୍ଚ୍ଚା ହେବା ସ୍ବାଭାବିକ। ଅନ୍ୟପଟେ କୋରାପୁଟ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ରଘୁରାମ ମାଛ ବିଜେଡି ପ୍ରାର୍ଥୀ ରଘୁରାମ ପଡାଲଙ୍କଠାରୁ ମାତ୍ର ୨,୫୨୪ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ପୂର୍ବ ନିର୍ବାଚନଗୁଡ଼ିକୁ ଦେଖିଲେ କୋରାପୁଟ ଲୋକ ସଭା ଆସନରେ ପୂର୍ବରୁ ଅନେକ ଥର କଂଗ୍ରେସ ହାତରେ ରହିଆସୁଥିଲା। ମଝିରେ କିଛି ନିର୍ବାଚନରେ ବିଜେଡି ଏହି ଆସନରେ ନିଜର ପତିଆରା ବଢ଼ାଇପାରିଥିଲା। ୨୦୧୯ ଏବଂ ୨୦୨୪ରେ ପୁଣିଥରେ ଏହି ଆସନ କଂଗ୍ରେସନିଜ ଦଖଲକୁ ନେଇପାରିଛି। ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ମଧ୍ୟ ଭାଜପା କୋରାପୁଟ ଜିଲାରେ ନେତୃତ୍ୱକୁ କ୍ଷମତାଶାଳୀ କରିବା ବିଷୟକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସଭା କଥା ଚିନ୍ତା କରିପାରେ ବୋଲି ଶୁଣାଯାଉଛି। ତେଣୁ ଏହି ଅଞ୍ଚଳର ଜଣେ ଆଦିବାସୀ ନେତା ରାଜ୍ୟ ସଭାକୁ ଗଲେ ଅଞ୍ଚଳବାସୀଙ୍କ ଦାବି ସିଧାସଳଖ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ ହେବା ସହ ସମସ୍ତ କେନ୍ଦ୍ରୀୟ ଯୋଜନା ସଫଳ ରୂପାୟନ ହୋଇପାରିବ ବୋଲି କେତେଜଣ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ସଭା ଆସନ ମଧ୍ୟରୁ ସଂଖ୍ୟା ଦୃଷ୍ଟିରୁ ଭାଜପାକୁ ୨ଟି ଏବଂ ଗୋଟିଏ ବିଜେଡିକୁ ମିଳିବା ଏକପ୍ରକାର ସୁନିଶ୍ଚିତ। ମୁଖ୍ୟତଃ ୪ର୍ଥ ଆସନ ପାଇଁ କୌଣସି ଦଳ ପାଖରେ ଆବଶ୍ୟକ ସଂଖ୍ୟା ନ ଥିବାରୁ ଏହି ଆସନକୁ ନେଇ ସବୁ ଦଳ ଭିତରେ ଅଙ୍କକଷା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri