‘ଗଣମାଧ୍ୟମ ମୁହଁରେ କଳା ବୋଳିଲେ’

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଏକ ଫେକ୍‌ ଭିଡିଓ ଭାଇରାଲ ନେଇ ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇନେଇ ଜେରା କରିବା ପରେ ଟୁଇଟର ଯୁଦ୍ଧ ଜୋର ଧରିଛି। ଏହାକୁ ନିନ୍ଦାକରି ଓଡ଼ିଶା ଏବଂ ମହାରାଷ୍ଟ୍ର ପୋଲିସ ପାକିସ୍ତାନ ଭଳି ଆଇନକାନୁନ ନ ମାନି ସାମ୍ବାଦିକଙ୍କୁ ଉଠାଇନେଇ ଜେରା କରୁଥିବା ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଟୁଇଟ୍‌ କରି ସମାଲୋଚନାର ଶିକାର ହେଉଛନ୍ତି। ଏହା ଉପରେ କଡା ପ୍ରତିକ୍ରିୟା ପ୍ରକାଶକରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, ପାକିସ୍ତାନରେ ବାକ୍‌ ସ୍ବାଧୀନତା ନାହିଁ। ହେଲେ ଓଡ଼ିଶାରେ ବାକ୍‌ ସ୍ବାଧୀନତାକୁ ସବୁବେଳେ ସମ୍ମାନ ଦିଆଯାଉଛି। ଓଡ଼ିଶାରେ ଏଭଳି ବ୍ୟବସ୍ଥା ଅଛି ବୋଲି ରାଜ୍ୟର ସବୁଠାରୁ କମ୍‌ ବୟସ୍କ ମହିଳା ଏମ୍‌ପିଙ୍କୁ ଦୁର୍ବ୍ୟବହାର ପରେ ସେଭଳି କିଛି ଘଟିନାହିଁ। ପାକିସ୍ତାନ ଭଳି ବ୍ୟବସ୍ଥା ଓଡ଼ିଶାରେ ଥିଲେ କେବେଠାରୁ ବେକ କାଟି ଦିଆଯାଇ ଥାଆନ୍ତା। ଭାଜପା ଶାସିତ ରାଜ୍ୟରେ କିଭଳି ହେଉଛି ବୈଜୟନ୍ତ ବାବୁ ତାହା ଦେଖୁଥିବେ। ବୈଜୟନ୍ତବାବୁଙ୍କ ମନ୍ତବ୍ୟରୁ ଯାହା ଜଣାପଡୁଛି ସେ ଅସହିଷ୍ଣୁ ହୋଇପଡିଛନ୍ତି। ଜଣେ ଖବରଦାତା ହେଲେ କ’ଣ ଓଡ଼ିଆ ଝିଅ ତଥା ଏମ୍‌ପିଙ୍କୁ ଦୁର୍ବ୍ୟବହାର କରିବାପରେ ତାଙ୍କୁ ଛାଡି ଦିଆଯିବ କି ବୋଲି ଦେବାଶିଷ ପ୍ରଶ୍ନ ଉଠାଇଛନ୍ତି। ବୈଜୟନ୍ତବାବୁଙ୍କ ମନ୍ତବ୍ୟ ସାରା ଗଣମାଧ୍ୟମ ଜଗତ ମୁହଁରେ କଳା ବୋଳି ଦେଇଛି। ଜଣେ ଖବରଦାତା ହୋଇ କିପରି ଏମିତି କରିପାରନ୍ତି ବୋଲି ଦେବାଶିଷ ପ୍ରଶ୍ନ ଉଠାଇଛନ୍ତି। ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବୈଜୟନ୍ତଙ୍କ ଟୁଇଟ୍‌ରେ କୌଣସି ଅପମାନସୂଚକ କଥା ନାହିଁ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଶାଳୀନତା ରକ୍ଷା କରିବା ଦରକାର। ଭଲରେ ଟୁଇଟ୍‌ ପଢିବା ପରେ ଯଦି କିଛି ଅପମାନ ସୂଚକ କଥା ଅଛି ତା’ପରେ ପ୍ରତିକ୍ରିୟା ରଖନ୍ତୁ ବୋଲି ପୃଥ୍ବୀରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri