୩ ଦିନରେ ଶେଷ ହେବ ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର,୨।୮(ବ୍ୟୁରୋ): ଅଗଷ୍ଟ ୧୧ରୁ ଆରମ୍ଭ ହେବ ଅଫ୍‌ଲାଇନ ମାଟ୍ରିକ ପରୀକ୍ଷା ଖାତା ଦେଖା । ଆଉ ୩ ଦିନ ମଧ୍ୟରେ ଶେଷ ହେବ ଏହି କାର୍ଯ୍ୟ। ୭ ଜିଲାର ୯ଟି କେନ୍ଦ୍ରରେ ପ୍ରାୟ ୧୫ ଶହ ପରୀକ୍ଷାର୍ଥୀଙ୍କ ଖାତା ଦେଖାହେବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ, କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ହୋଇ ନ ଥିଲା । ବୋର୍ଡ ପକ୍ଷରୁ ବିକଳ୍ପ ମୂଲ୍ୟାଙ୍କନ କରି ରେଜଲ୍ଟ ପ୍ରକାଶ କରାଯାଇଥିଲା। ହେଲେ କିଛି ଛାତ୍ରୀଛାତ୍ର ମୂଲ୍ୟାଙ୍କନରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ବୋର୍ଡ ପକ୍ଷରୁ ଅଫଲାଇନ ପରୀକ୍ଷା କରାଯାଇଥିଲା।