ଆରମ୍ଭ ହେଲାଣି ଅଙ୍କକଷା

ଢେଙ୍କାନାଳ ଅଫିସ, ୧୫ା୧ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଉଠିଛି ଢେଙ୍କାନାଳ। ରାଜ୍ୟ ରାଜନୀତିର ଅନ୍ୟତମ ପାଓ୍ବାର କରିଡର କୁହାଯାଉଥିବା ଏହି ଶିଳ୍ପ ଜିଲାରେ ଗତ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ବିଜେଡି-ଭାଜପା ମଧ୍ୟରେ ହୋଇଥିଲା ତୁମୁଳ ଲଢ଼େଇ। ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ୧୫-୧୨ ବ୍ୟବଧାନରେ ବାଜି ମାରିନେଇଥିଲା ଶାସକ ଦଳ। ଦୁର୍ବଳ ନେତୃତ୍ୱ ପାଇଁ ମୂଳପୋଛ ହୋଇଯାଇଥିଲା କଂଗ୍ରେସ। ତେବେ ଗତ ୫ ବର୍ଷରେ ସ୍ଥିତି ବଦଳିଛି। କିଛି ନେତା, କର୍ମୀ ପଟ ପରିବର୍ତ୍ତନ କରିଛନ୍ତି। ପ୍ରମୁଖ ଦଳ ନିଜର ସାଙ୍ଗଠନିକ ଶକ୍ତି ମଧ୍ୟ ବଢ଼ାଇଛନ୍ତି। ଏସବୁ ସମୀକରଣକୁ ଦେଖିଲେ ଚଳିତ ନିର୍ବାଚନରେ ତୁମୁଳ ପ୍ରତିଦ୍ୱନ୍ଦ୍ୱିତା ହେବା ସମ୍ଭାବନା ଅଧିକ। ଅପରପକ୍ଷେ ଦୁଇଦିନ ପରେ ୧୭ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି, ଭାଜପା, କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ପ୍ରାର୍ଥୀ ଚୟନ ପ୍ରକ୍ରିୟା।
୨୦୧୭ ପଞ୍ଚାୟତ ନିର୍ବାଚନରେ ୨୭ ଜିଲା ପରିଷଦ ଆସନ ମଧ୍ୟରୁ ବିଜେଡି ଭାଗରେ ପଡ଼ିଥିଲା ୧୫। ଭାଜପା ୧୨ ଆସନ ଅକ୍ତିଆର କରିଥିବାବେଳେ କଂଗ୍ରେସ ଖାତା ଖୋଲି ପାରି ନ ଥିଲା। କରୋନାରେ ପରଜଙ୍ଗ ବ୍ଲକ ୩ନଂ. ଜୋନ୍‌ ସଭ୍ୟଙ୍କ ମୃତ୍ୟୁ ଘଟିବା ପରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଫଳରେ ବିଜେଡି ଆସନ ସଂଖ୍ୟା ୧୬ରେ ପହଞ୍ଚତ୍ଛି। ଏଥର ନିର୍ବାଚନରେ ଅଧ୍ୟକ୍ଷଙ୍କ ସମେତ ୧୪ ଜିଲା ପରିଷଦ ଆସନ ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ଉପଯୁକ୍ତ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ପ୍ରମୁଖ ଦଳ। ସବୁ ଦଳ ନିର୍ବିବାଦୀୟ ତଥା ଯୁବ ଚେହେରାଙ୍କୁ ଗୁରୁତ୍ୱ ଦେଉଛନ୍ତି। ଅପରପକ୍ଷେ ଏକାଧିକ ଆଶାୟୀଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥୀ ଚୟନ, ନିର୍ବାଚନ ପୂର୍ବରୁ ଆଭ୍ୟନ୍ତରୀଣ କନ୍ଦଳର ସମାଧାନ କରିବା ତୁଙ୍ଗନେତାଙ୍କ ପାଇଁ ଆହ୍ବାନ ସାଜିଛି। ଏପଟେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ଦଖଲ ପାଇଁ ଉଭୟ ବିଜେଡି, ଭାଜପା ଦୃଢ଼ୋକ୍ତି ପ୍ରକାଶ କରିସାରିଲେଣି। ସେହିପରି ଗତ ନିର୍ବାଚନର ତ୍ରୁଟି ସୁଧାରି ଭଲ ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ।


Enter your email to get our daily news in your inbox.

All Right Reserved By Dharitri.Com

ସମିତି ବୈଠକରେ ହଟ୍ଟଗୋଳ

ହିନ୍ଦୋଳ,୪।୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ସଭାଗୃହ ପରିସରରେ ଶୁକ୍ରବାର ସମିତିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ସମସ୍ୟା ସମାଧାନ ହେଉ ନ ଥିବା...

ଡିଭାଇଡରରେ ପିଟି ହେଲା ବାଇକ୍‌, ଚାଲିଗଲା ଦୁଇ ଜୀବନ

ବାଲେଶ୍ୱର ଅଫିସ,୨ା୫: ବାଲେଶ୍ୱର ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ବାଲିଆ ଅଞ୍ଚଳର ୩ ଯୁବକ ଏକ ବାଇକ୍‌ରେ...

ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ସମାଧାନ ପାଇଁ ଉଦ୍ୟମ

ଭୁବନ, ୧୦।୯(ଡି.ଏନ୍‌.ଏ.): ଗଣେଶ ପୂଜା ଭସାଣିକୁ କେନ୍ଦ୍ରକରି ଢେଙ୍କାନାଳ ଜିଲା ଭୁବନ ଥାନା ଓଡ଼ିଶ ଗ୍ରାମରେ ସୃଷ୍ଟି ହୋଇଥିବା ସବର୍ଣ୍ଣ-ଅସବର୍ଣ୍ଣ ବିବାଦର ସମାଧାନ ପାଇଁ ଉଦ୍ୟମ...

୪୮ଘଣ୍ଟାରେ ଅବପାତ: ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର,୮ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ଅଞ୍ଚଳରେ ରବିବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ...

ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଯାହାକୁ ନେଇ ଆକ୍ସନ ମୋଡକୁ ରାଜ୍ୟ ସରକାର ଆସିଛନ୍ତି । ପୁଣି ମୁଖ୍ୟମନ୍ତ୍ରୀ ନବୀନ...

ଭର୍ଚୁଆଲ ଟୁର୍‌ରେ ନିୟମଗିରିର ଡଙ୍ଗରିଆ କନ୍ଧ

ଭୁବନେଶ୍ୱର, ୧୧।୭ (ବ୍ୟୁରୋ): ଓଡ଼ିଶାର ଜନଜାତିଙ୍କ ମଧ୍ୟରେ ଡଙ୍ଗରିଆ କନ୍ଧ ହେଉଛନ୍ତି ଅନ୍ୟତମ। ଏମାନେ ସାଧାରଣତଃ ରାୟଗଡ଼ାର ପୂର୍ବଘାଟ ଅଞ୍ଚଳରେ ବସବାସ କରନ୍ତି। ସୂଚୀଶିଳ୍ପ, କାଠଖୋଦେଇ,...

ଦାଦାବଟି ମାଗି ୬ ସାମ୍ବାଦିକ ଗିରଫ

ଭୁବନେଶ୍ୱର,୨୮ ା୧୦ (ବ୍ୟୁରୋ): ରାଜଧାନୀରେ ଛାଇ ଗଲେଣି ନକଲି ସାମ୍ବାଦିକ। ଛତୁ ଫୁଟିଲା ପରି ଓ୍ବେବ୍‌ ପୋଟାଲ ଖୋଲି ବସିଛନ୍ତି। ବେକରେ ଆଇକାର୍ଡ ପକାଇ, ଗାଡ଼ିର...

ଓଡ଼ିଶା ପାଇଁ ହେଉ ଏକକ ରେଳ ଜୋନ

ଭୁବନେଶ୍ୱର,୨୦।୧୧ (ବ୍ୟୁରୋ): ଓଡ଼ିଶାର ସବୁ ରେଳପଥକୁ ଗୋଟିଏ ଜୋନ ଅଧୀନକୁ ଆଣିବା ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।...

Advertisement
Archives

Model This Week