୧୦ବର୍ଷର ଆକ୍ରୋଶରୁ ଗଣହତ୍ୟା

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୧୯ା୧୧(ଡି.ଏନ୍‌.ଏ.):ପାଟଣାଗଡ଼ ସହଁରାପଡାରେ ଗତ ୧୦ ତାରିଖ ରାତିରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡର ୮ ଦିନ ପରେ ବଲାଙ୍ଗୀର ପୋଲିସ ଏହି ଗଣହତ୍ୟାର ପର୍ଦ୍ଦାଫାଶ କରିଛି। ଏସ୍‌ପି ମାଡକର ସନ୍ଦୀପ ସମ୍ପତ୍‌ ପାଟଣାଗଡ ଥାନାରେ ବୁଧବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପୋଲିସର ସ୍ବତନ୍ତ୍ର ଟିମ୍‌ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାବୁଲାଲ ଜାନୀ (୫୫), ଛାୟା ଗଣ୍ଡ (୨୬), ବଳଦେବ ଗଣ୍ଡ (୨୭), ମନୀଷ ଗଣ୍ଡ (୨୪), ଭୋଲା ଜାନୀ (୨୦), ଶିବା ଜାନୀ (୧୯), ବିକଲ କଇରି ଓରଫ ସିଂଘ (୨୦)। ଅନ୍ୟ ୨ ଅଭିଯୁକ୍ତ ଗଙ୍ଗୁଆ ଜାନୀ (୫୦) ଏବଂ ଦେବରାଜ ଜାନୀ (୧୮) ଫେରାର ଅଛନ୍ତି। ଅଭିଯୁକ୍ତଙ୍କ ସୂଚନା ମୁତାବକ ପୋଲିସ ବହୁ ମାରଣାସ୍ତ୍ର, ୨ମୋପେଡ୍‌ ଓ ଗୋଟିଏ ମୋଟରସାଇକଲ ଜବତ କରିଛି। ଦୀର୍ଘ ୧୦ ବର୍ଷ ଧରି ତିନୋଟି ଯାଯାବର ପରିବାର ଭିତରେ କୁହୁଳୁ ଥିବା ପାରିବାରିକ ବିବାଦ, ତୀବ୍ର ଅସନ୍ତୋଷ ଓ ପ୍ରତିହିଂସାରୁ ଏଭଳି ଗଣହତ୍ୟା ଘଟିଥିବା ଏସ୍‌ପି ମାଡକର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ବୁଲୁ ଜାନୀଙ୍କ ସମେତ ତାଙ୍କ ସ୍ତ୍ରୀ ଜ୍ୟୋତି ଜାନୀ (୪୮), ଝିଅ ସରିତା ଜାନୀ (୧୨), ପୁଅ ଭୀଷ୍ମ ଜାନୀ (୫), ସଞ୍ଜୀବ ଜାନୀ (୨) ଓ ନାତୁଣୀ ଶ୍ରୀୟା ଜାନୀ (୩)ଙ୍କୁ ହତ୍ୟା କରିଥିଲେ। ଏନେଇ ପାଟଣାଗଡ ଥାନାରେ ଏକ ମାମଲା (୨୪୫/୨୦) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଘଟଣାଦିନ ସହଁରାପଡାରେ ଥିବା ବାବୁଲାଲ ଜାନୀଙ୍କ ଦୁଇ ପୁଅ ଶିବା ଓ ଭୋଲାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ସେମାନଙ୍କ ମୋବାଇଲ ଟ୍ରାକିଂ କରି ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ସୂଚନା ପାଇଥିଲା।
ପ୍ରାୟ ୧୦ରୁ ୧୨ ବର୍ଷ ତଳେ ଝାଡ଼ଖଣ୍ଡ ଅଞ୍ଚଳରୁ ବୁଲୁ ଜାନୀ ପାଟଣାଗଡକୁ ଆସି ସହଁରାପଡାଠାରେ ଘର କରି ପରିବାର ସହ ରହୁଥିଲେ। ପରେ ତାଙ୍କ ସମ୍ପ୍ରଦାୟର ଅନ୍ୟ କେତେକ ପରିବାର ଆସି ସେଠାରେ ରହିଥିଲେ। ବିଭିନ୍ନ ସମୟରେ ଏହି ପରିବାର ମଧ୍ୟରେ ବିବାଦ ଓ ଗଣ୍ଡଗୋଳ ଲାଗି ରହୁଥିଲା। ବୁଲୁ ଜାନୀ ନିଜର ପ୍ରଭାବ ବିସ୍ତାର କରି ଅନ୍ୟ ପରିବାର ସଦସ୍ୟଙ୍କୁ ବେଖାତିର କରୁଥିଲେ। ଏହାକୁ ନେଇ କ୍ରମଶଃ ପରସ୍ପର ଭିତରେ ଶତ୍ରୁତା ବୃଦ୍ଧି ପାଇଥିଲା। ବୁଲୁ ଜାନୀ ଏବଂ ଗଙ୍ଗୁଆ ଜାନୀଙ୍କ ମଧ୍ୟରେ ଝଗଡା ଲାଗି ରହିବାରୁ ଗଙ୍ଗୁଆ ପାଟଣାଗଡ଼ ସହଁରାପଡା ଘର ଛାଡି ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ନିଲଜି ଗ୍ରାମରେ ରହୁଥିଲେ। ଗତ ଅକ୍ଟୋବରରେ ବୁଲୁ ଜାନୀ ଏବଂ ପଡୋଶୀ ବାବୁଲାଲ ଜାନୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାବୁଲାଲ ପ୍ରତିଶୋଧ ପରାୟଣ ହୋଇ ବୁଲୁଙ୍କୁ ପାନେ ଦେବାକୁ ଯୋଜନା କରିଥିଲେ। ନିଲଜି ଗ୍ରାମରେ ଥିବା ଗଙ୍ଗୁଆ ମାଝିଙ୍କ ନିକଟକୁ ଯାଇ ସେଠାରେ ବାବୁଲାଲ ଏବଂ ମନୀଷ ସହ ମିଶି ବୁଲୁ ଜାନୀଙ୍କ ପରିବାର ସଦସ୍ୟା ମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ବାବୁଲାଲ ଜାନୀ ଗଙ୍ଗୁଆ ଏବଂ ତାଙ୍କ ସହଯୋଗୀଙ୍କୁ ୧ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ। ଯୋଜନା ପ୍ରସ୍ତୁତି ପରେ ପାଟଣାଗଡ ସହଁରାପଡାରେ ଥିବା ବାବୁଲାଲ ଜାନୀଙ୍କ ଦୁଇ ପୁଅ ଭୋଲା ଏବଂ ଶିବା ବୁଲୁ ଜାନୀଙ୍କ ଗତିବିଧି ଉପରେ ନଜର ରଖି ଗଙ୍ଗୁଆ ଓ ତାଙ୍କ ସହଯୋଗୀଙ୍କୁ ମୋବାଇଲରେ ସୂଚନା ପ୍ରଦାନ କରୁଥିଲେ। ଗତ ନଭେମ୍ବର ୮ ତାରିଖରେ ବୁଲୁ ଜାନୀଙ୍କ ୪ ପୁଅ ଭୁବନେଶ୍ୱର ଯାଇଥିବା ଓ ବୁଲୁ ସ୍ତ୍ରୀ ଏବଂ ଛୋଟ ଛୁଆଙ୍କ ସହ ଘରେ ଏକାକୀ ଥିବା ଖବର ଭୋଲା ଓ ଶିବା ଗଙ୍ଗୁଆ ମାଝିଙ୍କୁ ଦେଇଥିଲେ। ସୂଚନା ପାଇବା ପରେ ଗଙ୍ଗୁଆ ନବରଙ୍ଗପୁର ଜିଲା ଝରିଗାଁ ଥାନା ଦେଉଳକଣା ଠାରେ ଥିବା ବଳଦେବ ଗଣ୍ଡ, ଛାୟା ଗଣ୍ଡ, ମନୀଷ ଗଣ୍ଡ ଏବଂ ବିକଲ୍‌ କଇରିଙ୍କୁ ନିଲଜି ଗ୍ରାମକୁ ଡକାଇଥିଲେ। ଗତ ୧୦ ତାରିଖ ଦିନ ନିଲଜି ଗ୍ରାମରୁ ଗଙ୍ଗୁଆ ମାଝି, ଦେବରାଜ ମାଝି, ବଳଦେବ ଗଣ୍ଡ, ଛାୟା ଗଣ୍ଡ, ମନୀଷ ଗଣ୍ଡ ଏବଂ ବିକଳ କଇରି ୨ଟି ମୋପେଡ ଏବଂ ଗୋଟିଏ ବାଇକ୍‌ରେ ଆସି ରାତି ୮ଟାରେ ପାଟଣାଗଡରେ ପହଞ୍ଚତ୍ଥିଲେ। ପାଟଣାଗଡ ବ୍ରହ୍ମପୁରା ନିକଟ ଭାନୁସାଗର ପୋଖରୀ ନିକଟରେ ସେମାନେ ଛପି ରହିଥିଲେ। ଭୋଲା ଜାନୀ ଏବଂ ଶିବା ଜାନୀ ସେଠାକୁ ଆସି ବୁଲୁ ଜାନୀଙ୍କ ସବିଶେଷ ସୂଚନା ଦେଇଥିଲେ। ରାତି ପ୍ରାୟ ୧୧ଟାରେ ବିଭିନ୍ନ ମାରଣାସ୍ତ୍ର, ବନ୍ଧୁକ ଏବଂ ଗୋଟିଏ ପେଟ୍ରୋଲ ବୋତଲ ଧରି ବୁଲୁ ଜାନିଙ୍କ ଘର ଚାରିପଟେ ଲୁଚି ରହିଥିଲେ। ରାତି ପ୍ରାୟ ୧୨ଟାରେ ବୁଲୁ ଜାନୀ ପରିସ୍ରା କରିବାକୁ ଘରୁ ବାହାରିବାରୁ ଗଙ୍ଗୁଆ ବୁଲୁଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ବୁଲୁଙ୍କ ଦେହରେ ଗୁଳି ବାଜି ନ ଥିଲା ଏବଂ ସେ ଘର ଭିତରକୁ ପଳାଇବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ପୂର୍ବରୁ ଛପି ରହିଥିବା ଅନ୍ୟମାନେ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ବୁଲୁଙ୍କ ସ୍ତ୍ରୀ ଜ୍ୟୋତି ଏବଂ ଝିଅ ସରିତା ଜାନୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ମାରଣାସ୍ତ୍ର ମାଡରେ ଟଳି ପଡିଥିଲେ। ଶୋଇଥିବା ଅନ୍ୟ ୩ ଛୁଆ ବଡ ହେଲା ପରେ କାଳେ ପ୍ରତିଶୋଧ ନେବେ ଭାବି ସେମାନଙ୍କୁ ମଧ୍ୟ ହତ୍ୟା କରିଥିଲେ। ହତ୍ୟା କରି ନ ପାରିଲେ ବୁଲୁ ଜାନୀଙ୍କ ଘରକୁ ପଟ୍ରୋଲ ଢ଼ାଳି ଜାଳି ଦେବାକୁ ଯୋଜନା କରିଥିଲେ। ଗଣହତ୍ୟା ପରେ ବିଭିନ୍ନ ମାରଣାସ୍ତ୍ରକୁ ନିକଟସ୍ଥ ଭାନୁସାଗର ପୋଖରୀରେ ପକାଇ ଦେଇ ଗଙ୍ଗୁଆ ଓ ତାଙ୍କ ୫ ସହଯୋଗୀ ସେଠାରୁ ଫେରାର ହୋଇଯାଇଥିଲେ। ଭୋଲା ଏବଂ ଶିବା ସହଁରାପଡା ଘରକୁ ଚାଲି ଆସି କିଛି ନ ଜାଣିଲା ପରି ରହିଥିଲେ।
ଏସ୍‌ପି ଏହି ଗଣହତ୍ୟା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ଅତିରିକ୍ତ ଏସପି ମନୋରଞ୍ଜନ ପଧାନଙ୍କ ନେତୃତ୍ୱରେ ପାଟଣାଗଡ ଏସ୍‌ଡିପିଓ ସୁରେଶ ନାଏକ, ପାଟଣାଗଡ ଆଇଆଇସି କେ. ପ୍ରିୟଙ୍କା ରାଉତରାୟ, ବଲାଙ୍ଗୀର ସଦର ଥାନା ଆଇଆଇସି ତୋଫାନ୍‌ ବାଗ, କଣ୍ଟାବାଣ୍ଟି ଆଇଆଇସି ଓ ଅନ୍ୟ ପୋଲିସ କର୍ମଚାରୀମାନେ ତଦନ୍ତ କାର୍ଯ୍ୟକୁ ଆଗେଇ ନେଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପୋଲିସ ଟିମ୍‌ ଭାନୁସାଗର ପୋଖରୀ ନିକଟରୁ ଖଣ୍ଡା, ଗଏଁତି, ଲୁହାରଡ୍‌, ହାତୁଡି ଓ ଅନ୍ୟ ମାରଣାସ୍ତ୍ର, ୪ ମୋବାଇଲ, ୩ ଗାଡ଼ି ଜବତ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଦୁଇ ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri