୧୦ବର୍ଷର ଆକ୍ରୋଶରୁ ଗଣହତ୍ୟା

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୧୯ା୧୧(ଡି.ଏନ୍‌.ଏ.):ପାଟଣାଗଡ଼ ସହଁରାପଡାରେ ଗତ ୧୦ ତାରିଖ ରାତିରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡର ୮ ଦିନ ପରେ ବଲାଙ୍ଗୀର ପୋଲିସ ଏହି ଗଣହତ୍ୟାର ପର୍ଦ୍ଦାଫାଶ କରିଛି। ଏସ୍‌ପି ମାଡକର ସନ୍ଦୀପ ସମ୍ପତ୍‌ ପାଟଣାଗଡ ଥାନାରେ ବୁଧବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପୋଲିସର ସ୍ବତନ୍ତ୍ର ଟିମ୍‌ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାବୁଲାଲ ଜାନୀ (୫୫), ଛାୟା ଗଣ୍ଡ (୨୬), ବଳଦେବ ଗଣ୍ଡ (୨୭), ମନୀଷ ଗଣ୍ଡ (୨୪), ଭୋଲା ଜାନୀ (୨୦), ଶିବା ଜାନୀ (୧୯), ବିକଲ କଇରି ଓରଫ ସିଂଘ (୨୦)। ଅନ୍ୟ ୨ ଅଭିଯୁକ୍ତ ଗଙ୍ଗୁଆ ଜାନୀ (୫୦) ଏବଂ ଦେବରାଜ ଜାନୀ (୧୮) ଫେରାର ଅଛନ୍ତି। ଅଭିଯୁକ୍ତଙ୍କ ସୂଚନା ମୁତାବକ ପୋଲିସ ବହୁ ମାରଣାସ୍ତ୍ର, ୨ମୋପେଡ୍‌ ଓ ଗୋଟିଏ ମୋଟରସାଇକଲ ଜବତ କରିଛି। ଦୀର୍ଘ ୧୦ ବର୍ଷ ଧରି ତିନୋଟି ଯାଯାବର ପରିବାର ଭିତରେ କୁହୁଳୁ ଥିବା ପାରିବାରିକ ବିବାଦ, ତୀବ୍ର ଅସନ୍ତୋଷ ଓ ପ୍ରତିହିଂସାରୁ ଏଭଳି ଗଣହତ୍ୟା ଘଟିଥିବା ଏସ୍‌ପି ମାଡକର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ବୁଲୁ ଜାନୀଙ୍କ ସମେତ ତାଙ୍କ ସ୍ତ୍ରୀ ଜ୍ୟୋତି ଜାନୀ (୪୮), ଝିଅ ସରିତା ଜାନୀ (୧୨), ପୁଅ ଭୀଷ୍ମ ଜାନୀ (୫), ସଞ୍ଜୀବ ଜାନୀ (୨) ଓ ନାତୁଣୀ ଶ୍ରୀୟା ଜାନୀ (୩)ଙ୍କୁ ହତ୍ୟା କରିଥିଲେ। ଏନେଇ ପାଟଣାଗଡ ଥାନାରେ ଏକ ମାମଲା (୨୪୫/୨୦) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଘଟଣାଦିନ ସହଁରାପଡାରେ ଥିବା ବାବୁଲାଲ ଜାନୀଙ୍କ ଦୁଇ ପୁଅ ଶିବା ଓ ଭୋଲାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ସେମାନଙ୍କ ମୋବାଇଲ ଟ୍ରାକିଂ କରି ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ସୂଚନା ପାଇଥିଲା।
ପ୍ରାୟ ୧୦ରୁ ୧୨ ବର୍ଷ ତଳେ ଝାଡ଼ଖଣ୍ଡ ଅଞ୍ଚଳରୁ ବୁଲୁ ଜାନୀ ପାଟଣାଗଡକୁ ଆସି ସହଁରାପଡାଠାରେ ଘର କରି ପରିବାର ସହ ରହୁଥିଲେ। ପରେ ତାଙ୍କ ସମ୍ପ୍ରଦାୟର ଅନ୍ୟ କେତେକ ପରିବାର ଆସି ସେଠାରେ ରହିଥିଲେ। ବିଭିନ୍ନ ସମୟରେ ଏହି ପରିବାର ମଧ୍ୟରେ ବିବାଦ ଓ ଗଣ୍ଡଗୋଳ ଲାଗି ରହୁଥିଲା। ବୁଲୁ ଜାନୀ ନିଜର ପ୍ରଭାବ ବିସ୍ତାର କରି ଅନ୍ୟ ପରିବାର ସଦସ୍ୟଙ୍କୁ ବେଖାତିର କରୁଥିଲେ। ଏହାକୁ ନେଇ କ୍ରମଶଃ ପରସ୍ପର ଭିତରେ ଶତ୍ରୁତା ବୃଦ୍ଧି ପାଇଥିଲା। ବୁଲୁ ଜାନୀ ଏବଂ ଗଙ୍ଗୁଆ ଜାନୀଙ୍କ ମଧ୍ୟରେ ଝଗଡା ଲାଗି ରହିବାରୁ ଗଙ୍ଗୁଆ ପାଟଣାଗଡ଼ ସହଁରାପଡା ଘର ଛାଡି ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ନିଲଜି ଗ୍ରାମରେ ରହୁଥିଲେ। ଗତ ଅକ୍ଟୋବରରେ ବୁଲୁ ଜାନୀ ଏବଂ ପଡୋଶୀ ବାବୁଲାଲ ଜାନୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାବୁଲାଲ ପ୍ରତିଶୋଧ ପରାୟଣ ହୋଇ ବୁଲୁଙ୍କୁ ପାନେ ଦେବାକୁ ଯୋଜନା କରିଥିଲେ। ନିଲଜି ଗ୍ରାମରେ ଥିବା ଗଙ୍ଗୁଆ ମାଝିଙ୍କ ନିକଟକୁ ଯାଇ ସେଠାରେ ବାବୁଲାଲ ଏବଂ ମନୀଷ ସହ ମିଶି ବୁଲୁ ଜାନୀଙ୍କ ପରିବାର ସଦସ୍ୟା ମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ବାବୁଲାଲ ଜାନୀ ଗଙ୍ଗୁଆ ଏବଂ ତାଙ୍କ ସହଯୋଗୀଙ୍କୁ ୧ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ। ଯୋଜନା ପ୍ରସ୍ତୁତି ପରେ ପାଟଣାଗଡ ସହଁରାପଡାରେ ଥିବା ବାବୁଲାଲ ଜାନୀଙ୍କ ଦୁଇ ପୁଅ ଭୋଲା ଏବଂ ଶିବା ବୁଲୁ ଜାନୀଙ୍କ ଗତିବିଧି ଉପରେ ନଜର ରଖି ଗଙ୍ଗୁଆ ଓ ତାଙ୍କ ସହଯୋଗୀଙ୍କୁ ମୋବାଇଲରେ ସୂଚନା ପ୍ରଦାନ କରୁଥିଲେ। ଗତ ନଭେମ୍ବର ୮ ତାରିଖରେ ବୁଲୁ ଜାନୀଙ୍କ ୪ ପୁଅ ଭୁବନେଶ୍ୱର ଯାଇଥିବା ଓ ବୁଲୁ ସ୍ତ୍ରୀ ଏବଂ ଛୋଟ ଛୁଆଙ୍କ ସହ ଘରେ ଏକାକୀ ଥିବା ଖବର ଭୋଲା ଓ ଶିବା ଗଙ୍ଗୁଆ ମାଝିଙ୍କୁ ଦେଇଥିଲେ। ସୂଚନା ପାଇବା ପରେ ଗଙ୍ଗୁଆ ନବରଙ୍ଗପୁର ଜିଲା ଝରିଗାଁ ଥାନା ଦେଉଳକଣା ଠାରେ ଥିବା ବଳଦେବ ଗଣ୍ଡ, ଛାୟା ଗଣ୍ଡ, ମନୀଷ ଗଣ୍ଡ ଏବଂ ବିକଲ୍‌ କଇରିଙ୍କୁ ନିଲଜି ଗ୍ରାମକୁ ଡକାଇଥିଲେ। ଗତ ୧୦ ତାରିଖ ଦିନ ନିଲଜି ଗ୍ରାମରୁ ଗଙ୍ଗୁଆ ମାଝି, ଦେବରାଜ ମାଝି, ବଳଦେବ ଗଣ୍ଡ, ଛାୟା ଗଣ୍ଡ, ମନୀଷ ଗଣ୍ଡ ଏବଂ ବିକଳ କଇରି ୨ଟି ମୋପେଡ ଏବଂ ଗୋଟିଏ ବାଇକ୍‌ରେ ଆସି ରାତି ୮ଟାରେ ପାଟଣାଗଡରେ ପହଞ୍ଚତ୍ଥିଲେ। ପାଟଣାଗଡ ବ୍ରହ୍ମପୁରା ନିକଟ ଭାନୁସାଗର ପୋଖରୀ ନିକଟରେ ସେମାନେ ଛପି ରହିଥିଲେ। ଭୋଲା ଜାନୀ ଏବଂ ଶିବା ଜାନୀ ସେଠାକୁ ଆସି ବୁଲୁ ଜାନୀଙ୍କ ସବିଶେଷ ସୂଚନା ଦେଇଥିଲେ। ରାତି ପ୍ରାୟ ୧୧ଟାରେ ବିଭିନ୍ନ ମାରଣାସ୍ତ୍ର, ବନ୍ଧୁକ ଏବଂ ଗୋଟିଏ ପେଟ୍ରୋଲ ବୋତଲ ଧରି ବୁଲୁ ଜାନିଙ୍କ ଘର ଚାରିପଟେ ଲୁଚି ରହିଥିଲେ। ରାତି ପ୍ରାୟ ୧୨ଟାରେ ବୁଲୁ ଜାନୀ ପରିସ୍ରା କରିବାକୁ ଘରୁ ବାହାରିବାରୁ ଗଙ୍ଗୁଆ ବୁଲୁଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ବୁଲୁଙ୍କ ଦେହରେ ଗୁଳି ବାଜି ନ ଥିଲା ଏବଂ ସେ ଘର ଭିତରକୁ ପଳାଇବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ପୂର୍ବରୁ ଛପି ରହିଥିବା ଅନ୍ୟମାନେ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ବୁଲୁଙ୍କ ସ୍ତ୍ରୀ ଜ୍ୟୋତି ଏବଂ ଝିଅ ସରିତା ଜାନୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ମାରଣାସ୍ତ୍ର ମାଡରେ ଟଳି ପଡିଥିଲେ। ଶୋଇଥିବା ଅନ୍ୟ ୩ ଛୁଆ ବଡ ହେଲା ପରେ କାଳେ ପ୍ରତିଶୋଧ ନେବେ ଭାବି ସେମାନଙ୍କୁ ମଧ୍ୟ ହତ୍ୟା କରିଥିଲେ। ହତ୍ୟା କରି ନ ପାରିଲେ ବୁଲୁ ଜାନୀଙ୍କ ଘରକୁ ପଟ୍ରୋଲ ଢ଼ାଳି ଜାଳି ଦେବାକୁ ଯୋଜନା କରିଥିଲେ। ଗଣହତ୍ୟା ପରେ ବିଭିନ୍ନ ମାରଣାସ୍ତ୍ରକୁ ନିକଟସ୍ଥ ଭାନୁସାଗର ପୋଖରୀରେ ପକାଇ ଦେଇ ଗଙ୍ଗୁଆ ଓ ତାଙ୍କ ୫ ସହଯୋଗୀ ସେଠାରୁ ଫେରାର ହୋଇଯାଇଥିଲେ। ଭୋଲା ଏବଂ ଶିବା ସହଁରାପଡା ଘରକୁ ଚାଲି ଆସି କିଛି ନ ଜାଣିଲା ପରି ରହିଥିଲେ।
ଏସ୍‌ପି ଏହି ଗଣହତ୍ୟା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ଅତିରିକ୍ତ ଏସପି ମନୋରଞ୍ଜନ ପଧାନଙ୍କ ନେତୃତ୍ୱରେ ପାଟଣାଗଡ ଏସ୍‌ଡିପିଓ ସୁରେଶ ନାଏକ, ପାଟଣାଗଡ ଆଇଆଇସି କେ. ପ୍ରିୟଙ୍କା ରାଉତରାୟ, ବଲାଙ୍ଗୀର ସଦର ଥାନା ଆଇଆଇସି ତୋଫାନ୍‌ ବାଗ, କଣ୍ଟାବାଣ୍ଟି ଆଇଆଇସି ଓ ଅନ୍ୟ ପୋଲିସ କର୍ମଚାରୀମାନେ ତଦନ୍ତ କାର୍ଯ୍ୟକୁ ଆଗେଇ ନେଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପୋଲିସ ଟିମ୍‌ ଭାନୁସାଗର ପୋଖରୀ ନିକଟରୁ ଖଣ୍ଡା, ଗଏଁତି, ଲୁହାରଡ୍‌, ହାତୁଡି ଓ ଅନ୍ୟ ମାରଣାସ୍ତ୍ର, ୪ ମୋବାଇଲ, ୩ ଗାଡ଼ି ଜବତ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଦୁଇ ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri