ବଜାର ଖୋଲା, ବେପାର ମାନ୍ଦା

ପରିକ୍ଷିତ ସାହୁ, ବଇଣ୍ଡା,୭ା୧୦ – ମାସ ମାସର ଲକ୍‌ଡାଉନ, ଶଟ୍‌ଡାଉନ ପରେ ବଜାରକୁ ଖୋଲିଦିଆଯାଇଛି। ବେପାର କରିବାରେ ଆଉ ସେପରି କିଛି କଡ଼ା କଟକଣା ନାହିଁ। କେବଳ ସାମାଜିକ ଦୂରତ୍ୱ ଓ ମାସ୍କ ପରିଧାନ ନିୟମ ପାଳନ କରିବାର ନିର୍ଦ୍ଦେଶ ରହିଛି। କିନ୍ତୁ ସଂକ୍ରମଣ ବଢ଼ି ଚାଲିଥିବାରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ବଜାର ଆସିବାକୁ ଲୋକେ ଭୟ କରୁଛନ୍ତି। ବିଶେଷକରି ଗ୍ରାମାଞ୍ଚଳର ଗ୍ରାହକମାନେ ବଜାରରୁ ଦୂରେଇ ଯାଉଛନ୍ତି। ସେମାନେ ଘରପାଖ ଦୋକାନ ଉପରେ ବେଶି ନିର୍ଭର କରୁଥିବାରୁ ଖୋଲା ଯାଇଥିବା ବଜାରରେ ବ୍ୟବସାୟ ମାନ୍ଦାବସ୍ଥାରେ ରହିଛି। ଫଳରେ ଅଧିକାଂଶ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ସଂକଟ ଆଡ଼କୁ ଗତି କରୁଛି। ଏପରି କେତେଜଣ ବ୍ୟବସାୟୀଙ୍କ ମତାମତକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

କ୍ଷତିରେ ଚାଲିଛି ପରିବା ବେପାର
କରୋନା କାରଣରୁ ପରିବା ଚାଷୀ ଓ ବେପାରୀ ବହୁ କ୍ଷତି ସହୁଛନ୍ତି। ପୂର୍ବରୁ ଲକ୍‌ଡାଉନ ବେଳେ ଖୁବ୍‌ କମ୍‌ ସମୟ ଦୋକାନ ବଜାର ଖୋଲା ରହୁଥିବାରୁ ବ୍ୟବସାୟ ବାଧାପ୍ରାପ୍ତ ହୋଇଥିଲା। କଟକଣାକୁ ଡରି ଚାଷୀମାନେ ବିଲରୁ ପରିବା ବଜାରକୁ ଆଣୁ ନ ଥିବାବେଳେ ଦୋକାନରେ ଥିବା ପରିବା ମଧ୍ୟ ପଚି ଯାଇଥିଲା। ଏବେ ବର୍ଷା ଯୋଗୁ ରୁ ଦର ବୃଦ୍ଧି ଘଟିଛି। ବାହାର ରାଜ୍ୟରୁ ଆସୁଥିବା ଆଳୁ, ପିଆଜ ମଧ୍ୟ କିଲୋ ପ୍ରତି ୪୦ ଟଙ୍କା ଉପରେ ରହୁଛି। ଏଣୁ ଚଢ଼ା ଦରରେ କିଣିବାକୁ ଖାଉଟି ପସନ୍ଦ କରୁନାହାନ୍ତି।
-ସର୍ବେଶ୍ୱର ମହାପାତ୍ର, ପରିବା ବେପାରୀ, ବଇଣ୍ଡା
ଲୁଗା ବ୍ୟବସାୟ ୬୦ ପ୍ରତିଶତ ହ୍ରାସ
ଲକ୍‌ଡାଉନ ଯୋଗୁ ୪ ମାସ ଧରି ଦୋକାନ ବନ୍ଦ ଥିଲା। ଫଳରେ ବାହାଘର ଋତୁରେ ବ୍ୟବସାୟରେ ବ୍ୟାପକ କ୍ଷତି ସହିବାକୁ ପଡ଼ିଲା। ବଜାର ସମ୍ପୂର୍ଣ୍ଣ ଖୋଲିଥିଲେ ବି ବସ୍‌ ଚଳାଚଳ ପୂର୍ବପରି ହେଉ ନ ଥିବାରୁ ଠିକ୍‌ ଭାବେ ମାଲ୍‌ ଆସିପାରୁ ନାହିଁ। ସ୍ବତନ୍ତ୍ର ଗାଡ଼ି କରି ଜିଲା ବାହାରୁ ଆଣିବାକୁ ପଡ଼ୁଥିବାରୁ ଭଡ଼ା ଅଧିକ ପଡ଼ୁଛି। ସେହିପରି ମାଙ୍ଗଳିକ ଓ ଧାର୍ମିକ କାର୍ଯ୍ୟ ପୂର୍ବପରି ଆଡମ୍ବରରେ ହୋଇପାରୁନାହିଁ। ସେଥିପାଇଁ ପୋଷାକ ବ୍ୟବସାୟ ୬୦ ପ୍ରତିଶତ ହ୍ରାସ ପାଇଛି।
– ସଂଗ୍ରାମ ସାହୁ, ଲୁଗା ବ୍ୟବସାୟୀ, ବଇଣ୍ଡା
ଅଧିକ କ୍ଷତି ସହିଛନ୍ତି ସିଜନ ବେପାରୀ
କରୋନା କଟକଣା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ସିଜନ ବେପାରୀ। ଏଯାଏ ଧର୍ମାନୁଷ୍ଠାନ ଖୋଲାଯାଇ ନାହିଁ କି ପର୍ବପର୍ବାଣି ଧୁମ୍‌ଧାମରେ ପାଳନ କରାଯିବାର ସୁଯୋଗ ମିଳିନାହିଁ। ତେଣୁ ରାଖୀ ପୂର୍ଣ୍ଣମୀଠାରୁ ଆରମ୍ଭ କରି ଖୁଦୁରୁକୁଣୀ, ଗଣେଶ, ବିଶ୍ୱକର୍ମା ପୂଜାରେ ଏହି ବେପାରୀମାନଙ୍କ ଆୟ ସେପରି ହୋଇନାହିଁ। ଆସୁଥିବା ଦୁର୍ଗାପୂଜାରେ ବେପାରର ଯେଉଁ ଆଶା ଥିଲା ତାହା ମଧ୍ୟ କଟକଣା ଯୋଗୁ ମଉଳି ଯିବାକୁ ବସିଛି।
– ରାଜେନ୍ଦ୍ର ସାହୁ,
ପୂଜା ସାମଗ୍ରୀ ବ୍ୟବସାୟୀ, ବଇଣ୍ଡା
ହୋଟେଲରେ ବଳକା ରହୁଛି ମିଲ୍‌
କରୋନା ପାଇଁ ଅନେକ ବ୍ୟବସାୟୀ ଦୟନୀୟ ଅବସ୍ଥାରେ ପହଞ୍ଚି ଯାଇଛନ୍ତି। ମାସ ମାସ ଧରି ବେପାର ବନ୍ଦ ସହ ଏବେକାର ମାନ୍ଦାବସ୍ଥା ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି। ଏଣେ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ସରକାରୀ କଟକଣା ଅଧିକରୁ ଅଧିକ ଲୋକଙ୍କୁ ବଜାରକୁ ଆସିବାକୁ ଦେଉନାହିଁ। ବସ୍‌ ଚଳାଚଳ ମଧ୍ୟ ପୂର୍ବପରି ହେଉନାହିଁ। ଫଳରେ ହୋଟେଲ ଗୁଡ଼ିକରେ ମିଲ୍‌ ବଳକା ରହିଯାଉଛି।
– ବସନ୍ତ କୁମାର ସାହୁ,
ହୋଟେଲ ବ୍ୟବସାୟୀ, ବଇଣ୍ଡା
ଦୋକାନ ଭଡ଼ା ଉଠୁନାହିଁ
ବ୍ୟବସାୟ କରିବା ଦିନଠାରୁ ବଜାରର ଏପରି ଭୟଙ୍କର ସ୍ଥିତି କେବେ ଦେଖିବାକୁ ମିଳି ନ ଥିଲା। କଟକଣା କୋହଳ ପରେ ବଜାର ୧୨ ଘଣ୍ଟାରୁ ଅଧିକ ଖୋଲା ରହୁଥିଲେ ବି ବେପାର ସେପରି ହେଉନାହିଁ। ବଜାରକୁ ଖୁବ୍‌ କମ୍‌ ଲୋକ ଆସୁଥିବା ବେଳେ ଆବଶ୍ୟକଠାରୁ ଅଧିକ ସାମଗ୍ରୀ ନେବାକୁ ସେମାନେ ଆଦୌ ଚାହଁୁନାହାନ୍ତି। ଧାର୍ମିକ ଓ ସାମାଜିକ ଉତ୍ସବ ପାଳନ ଉପରେ କଟକଣା ମଧ୍ୟ ବେପାର ନ ହେବାର ଅନ୍ୟ ଏକ କାରଣ। ତେଣୁ ଦୋକାନ ଭଡ଼ା ଦେବାକୁ ସଂଘର୍ଷ କରିବାକୁ ପଡ଼ୁଛି।
-ସତ୍ୟନାରାୟଣ ପଟ୍ଟନାୟକ, ହୋଲ୍‌ସେଲର, ବଇଣ୍ଡା
ବେପାର ବଦଳାଇ ଦେଇଛି
ବଜାରରେ ଥିବା ଚା’ ଓ ପାନ ଦୋକାନ ଭଲ ଚାଲିଥିଲା। ସକାଳୁ ସନ୍ଧ୍ୟା ଯାଏ ଗହଳି ହେଉଥିଲା। ହେଲେ କରୋନା ପାଇଁ ଲକ୍‌ଡାଉନ୍‌ ଓ ପରେ ଚା’ ପାନ ଦୋକାନ ଖୋଲା ଉପରେ ସରକାର କଟକଣା ଲଗାଇ ଦେଲେ। ଫଳରେ ପରିବାର ପ୍ରତିପୋଷଣ ପାଇଁ ବେପାର ବଦଳାଇବାକୁ ପଡ଼ିଲା। ଅଧିକ ଅର୍ଥ ନ ଥିବାରୁ ପରିବା ବ୍ୟବସାୟ କରି ଚଳିଯିବି ବୋଲି ଆଶା ବାନ୍ଧିଥିଲି। ହେଲେ ବର୍ତ୍ତମାନର ଚଢ଼ା ଦର ବ୍ୟବସାୟରେ ଆଗକୁ ବଢ଼ିବାକୁ ଦେଉନାହିଁ।
-ମନୋରଞ୍ଜନ ପ୍ରଧାନ, ଚା’ ଦୋକାନୀ, ବଇଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri