ଶିଳାନ୍ୟାସରେ ଅଟକିଛି ସାମୁଦ୍ରିକ ଆକ୍ୱାରିୟମ ପ୍ରକଳ୍ପ

ପୁରୀ ଅଫିସ,୬ା୫: ପୁରୀକୁ ରାଜ୍ୟ ସରକାର ବିଶ୍ୱସ୍ତରୀୟ ସହରରେ ପରିଣତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଥିଲାଗି ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ତେବେ କେତେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସରିଥିଲେ ମଧ୍ୟ ନିର୍ମାଣ ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। ସେହିଭଳି ଏକ ପ୍ରକଳ୍ପ ହେଉଛି ସାମୁଦ୍ରିକ ଆକ୍ୱାରିୟମ। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପଗୁଡିକ ମଧ୍ୟରୁ ଏହା ଅନ୍ୟତମ। ତେବେ ଏହି ପ୍ରକଳ୍ପକୁ ଜିଲା ପ୍ରଶାସନ ଭୁଲିଗଲାଣି ବୋଲି ସାଧାରଣରେ ଆଲୋଚନା ହେଉଛି। ପୁରୀରେ ସାମୁଦ୍ରିକ ଆକ୍ୱାରିୟମ ପ୍ରକଳ୍ପ ପ୍ରତିଷ୍ଠା ଲାଗି ଦୁଇଟି ଜାଗାରେ ଦୁଇଥର ଶିଳାନ୍ୟାସ କରାଯାଇଥିଲା। ଇତିମଧ୍ୟରେ ଏହି ଶିଳାନ୍ୟାସକୁ ୧୩ ବର୍ଷ ବିତିଗଲାଣି। ହେଲେ ନା ଇଟା ଖଣ୍ଡେ ପଡ଼ିଛି ନା କାର୍ଯ୍ୟକୁ ନେଇ ପ୍ରଶାସନର କିଛି ତତ୍ପରତା ଦେଖିବାକୁ ମିଳିଛି। ଏହି ପ୍ରକଳ୍ପ ପ୍ରସଙ୍ଗରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରଶ୍ନ ଉଠାଇଥିବା ବେଳେ ସରକାରଙ୍କ ଆନ୍ତରିକତା ଅଭାବକୁ ସ୍ଥାନୀୟ ବାସିନ୍ଦା ଦାୟୀ କରିଛନ୍ତି।
ସାମୁଦ୍ରିକ ଆକ୍ୱାରିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପ୍ରଥମେ ୨୦୦୭ ଡିସେମ୍ବରରେ ପ୍ରଶାସନିକ ସ୍ତରରେ ଆଲୋଚନା ହୋଇଥିଲା। ଏହାପରେ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ପ୍ରକଳ୍ପ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଥିଲା। ୨୦୦୯ ଫେବୃୟାରୀ ୨୮ରେ ତତ୍କାଳୀନ ବିଧାୟକ ମହେଶ୍ୱର ମହାନ୍ତି ଏହାର ଶିଳାନ୍ୟାସ କରିଥିଲେ। ତେବେ ୨୦୦୮ରେ ଏହି ପ୍ରକଳ୍ପକୁ ଚକ୍ରତୀର୍ଥ ରୋଡ୍‌ସ୍ଥିତ ଅର୍ବାନ ହାଟ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ୨୦୧୩ ଜାନୁୟାରୀ ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ଫାଟକ ଲଗାଯାଇ ଉକ୍ତ ସ୍ଥାନ ଚାରିପଟେ ପାଚେରି ତିଆରି କରାଯାଇଥିଲା। ସେତେବେଳେ ଦୁଇଥର ଶିଳାନ୍ୟାସକୁ ନେଇ ସାଧାରଣରେ ଭିଭିନ୍ନ ଚର୍ଚ୍ଚା ହୋଇଥିବାବେଳେ ଏଯାବତ ଇଟା ଖଣ୍ଡେ ପଡ଼ିପାରିନାହିଁ।
୨. ୯ ଏକର ପରିମିତ ଜମି ଉପରେ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ଲାଗି ନିର୍ମାଣ ନିଷ୍ପତ୍ତି ହୋଇଥିଲା। ଅହମ୍ମଦାବାଦର ଏକ କମ୍ପାନୀକୁ କାର୍ଯ୍ୟାଦେଶ ଦିଆଯିବା ଓ ପବ୍ଲିକ- ପ୍ରାଇଭେଟ- ପାର୍ଟନରଶିପ୍‌ (ପିପିପି) ମୋଡ୍‌ରେ ଏହାକୁ କରାଯିବା ଲାଗି ସ୍ଥିର ହୋଇଥିଲା। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅର୍ବାନ ହାଟ ସମ୍ମୁଖରେ ସାମୁଦ୍ରିକ ଆକ୍ୱାରିୟମ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ପୌରସଂସ୍ଥା ସେଠାରେ ଡମ୍ପିଂୟାର୍ଡ ନିର୍ମାଣ କରିଦେଲା। ଫଳରେ ପୌରସଂସ୍ଥା ଓ ପର୍ଯ୍ୟଟନ ବିଭାଗର ବିବାଦରେ ଏହି ପ୍ରକଳ୍ପ ଛନ୍ଦି ହୋଇଗଲା। ଏଯାବତ ବିବାଦ ତୁଟି ନ ଥିବାବେଳେ ପାଚେରି ଭାଙ୍ଗି ନଷ୍ଟ ହୋଇଗଲାଣି। ଅନ୍ୟପଟେ ଗତ ସପ୍ତାହରେ ସାମୁଦ୍ରିକ ଆକ୍ୱାରିୟମ କାର୍ଯ୍ୟ ନେଇ ସମୀକ୍ଷା କରାଯାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ନେଇ କୌଣସି ସୂଚନା ମିଳିନାହିଁ। ଏ ନେଇ ବିଧାୟକ ଷଡ଼ଙ୍ଗୀ କହିଛନ୍ତି, ଆକ୍ୱାରିୟମ ନିର୍ମାଣ ସଂକ୍ରାନ୍ତରେ କମିଟିରେ ୨ଥର ଓ ବିଧାନସଭାରେ ୩ଥର ଆଲୋଚନା କରିସାରିଛି। ତେବେ ଟେଣ୍ଡର ନେଇଥିବା କମ୍ପାନୀ କାର୍ଯ୍ୟ କରୁନାହିଁ। ତେଣୁ ତାକୁ ହଟାଇ ନୂତନ ଟେଣ୍ଡର ଡକାଯାଇ କାମ ଖୁବ୍‌ଶୀଘ୍ର ଆରମ୍ଭ କରାଯାଉ। ତେବେ ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଦେଖିବାକୁ ମିଳୁନାହିଁ। ପୁରୀରେ ସାମୁଦ୍ରିକ ଆକ୍ୱାରିୟମ କରାଗଲେ ତାହା ପର୍ଯ୍ୟଟକଙ୍କ ପାଇଁ ବେଶ୍‌ ଆକର୍ଷଣ ପାଲଟିବ ବୋଲ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆକ୍ୱାରିୟମ ନିର୍ମାଣରେ କ’ଣ ସମସ୍ୟା ରହିଛି ସେ ନେଇ ତର୍ଜମା ଚାଲିଛି ବୋଲ ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ଶିଳାନ୍ୟାସ ପରଠାରୁ ୫ ଜଣ ଜିଲାପାଳ ବଦଳି ଗଲେଣି। ମାତ୍ର କାମ ଆରମ୍ଭ ହୋଇପାରୁନାହିଁ। ଫଳରେ ଏହି ପ୍ରକଳ୍ପର ଭବିଷ୍ୟତ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ଅଜିତ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri