ପ୍ରଜାକୋର୍ଟରେ ଗୋଟିଏ ପରିବାରକୁ ଗାଁରୁ ବିତାଡ଼ିତ କଲେ ମାଓବାଦୀ

ଚିତ୍ରକୋଣ୍ଡା,୨୨ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ସନ୍ନ୍ୟାସୀଗୁଡ଼ା ଗ୍ରାମର ଗୋଟିଏ ପରିବାରକୁ ପ୍ରଜାକୋର୍ଟରେ ନିର୍ଯାତନା ଦିଆଯିବା ସହ ଗାଁରୁ ବିତାଡ଼ିତ କରିଛନ୍ତି ମାଓବାଦୀ। ଦୁଇଦିନ ତଳେ ସ୍ବାଭିମାନ ଅଞ୍ଚଳର ସନ୍ନ୍ୟାସୀଗୁଡା ଗ୍ରାମରେ ମାଓବାଦୀ ପହଞ୍ଚି ପ୍ରଜାକୋର୍ଟ କରିଥିଲେ। ଏହି ଗ୍ରାମର ମାନୁ ଗୋଲରୀଙ୍କୁ ପ୍ରଜାକୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ତେବେ ପ୍ରଜାକୋର୍ଟରେ ମାନୁଙ୍କୁ ପୋଲିସ ଇନ୍‌ଫର୍ମର ଭାବେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଗତ ନଭେମ୍ବର ୨୬ ଏବଂ ଡିସେମ୍ବର ୧୩ରେ ସିଙ୍ଗରାମ ଗ୍ରାମରେ ହୋଇଥିବା ପୋଲିସ ଏନ୍‌କାଉଣ୍ଟରକୁ ସନ୍ଦେହ କରି ମାନୁ ଗୋଲରୀକୁ ନିର୍ଯାତନା ଦେବା ସହ ଗାଁରୁ ତୁରନ୍ତ ଚାଲିଯିବାକୁ ଧମକ ଦିଆଯାଇଥିଲା।
ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ମାନୁଙ୍କ ଦୁଇ ପୁଅ ମାଧବ ଓ ରାଜୁ ତିନି ଚାରି ବର୍ଷ ହେଲା ମାଓବାଦୀଙ୍କର ଧମକରେ ଚିତ୍ରକୋଣ୍ଡା ଜନଜାତି କାର୍ଯ୍ୟାଳୟରେ ବିସ୍ଥାପିତ ହୋଇ ରହି ଆସୁଥିଲେ। ସିଙ୍ଗାରାମ ଏନ୍‌କାଉଣ୍ଟର ପୂର୍ବରୁ ପୁଅ ମାଧବ ଗାଁକୁ ବୁଲିବାକୁ ଯାଇଥିଲେ। ସେମାନେ ପୋଲିସକୁ ସୂଚନା ଦେଇଥିବାର ମାଓବାଦୀମାନେ ସନ୍ଦେହ କରି ମାନୁଙ୍କ ପରିବାରକୁ ଗାଁ ଛାଡ଼ି ଚାଲି ଯିବାକୁ କହିଥିଲେ। ତାଙ୍କ ପରିବାର ଗାଁ ଛାଡ଼ି ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲେ। ପରେ ଡଙ୍ଗାରେ ମଙ୍ଗଳବାର ଚିତ୍ରକୋଣ୍ଡାରେ ପହଞ୍ଚିଛନ୍ତି। ଏବେ ଚିତ୍ରକୋଣ୍ଡା ଜନଜାତି କାର୍ଯ୍ୟାଳୟରେ ଦୁଇ ପୁଅ ମାଧବ ଓ ରାଜୁଙ୍କ ପାଖରେ ବାପା ମାନୁ ଗଲୋରୀ, ସ୍ତ୍ରୀ ମଲା, ଝିଅ ବୈଦେହୀ ଅଛନ୍ତି। ଚିତ୍ରକୋଣ୍ଡା ପୋଲିସ ମନୁ ଓ ତାଙ୍କ ପରିବାରକୁ ଉଦ୍ଧାର କରି ଚିତ୍ରକୋଣ୍ଡାରେ ଆଶ୍ରୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri