ପୁଣି ସ୍ଥିତି ଜାହିର କଲେ ମାଓବାଦୀ, ରାଜପଥରେ ମାରିଲେ ଲାଲ୍‌ ବ୍ୟାନର

ଦାରିଙ୍ଗବାଡ଼ି,୧୪ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ମାଓବାଦୀ ପକ୍ଷରୁ ଲାଲ ବ୍ୟାନର ସହ ଏକାଧିକ ପୋଷ୍ଟର ଛଡ଼ାଯାଇଛି। ଫଳରେ ଅଞ୍ଚଳରେ ପୁଣି ମାଓବାଦୀଙ୍କ ଉପସ୍ଥିତ ଜାହିରକୁ ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଦୀର୍ଘଦିନ ପରେ ପୁଣି ମାଓବାଦୀଙ୍କ ଏଭଳି ବ୍ୟାନର ଓ ପୋଷ୍ଟର ଲଗାଯାଇଛି। ଉକ୍ତ ଲାଲ ବ୍ୟାନରରେ ସିପିଆଇ ମାଓବାଦୀ ପୂର୍ବ ଡିଭିଜୋନାଲ ବ୍ୟୁରୋ ଆହ୍ବାନ କରିଛନ୍ତି ଯେ, ୧୨ଦଫା ଦାବି ନେଇ ଚଳିତ ୮ ଠାରୁ ୧୪ପର୍ଯ୍ୟନ୍ତ ଜନ ଅଧିକାର ଅଭିଯାନ କରିବା ସହ ୧୨ଦଫା ଦାବିକୁ ନେଇ ଆସନ୍ତା ୧୫ରେ ୭ଟି ଜିଲା ତଥା କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ରାୟଗଡ଼ା, କଳାହାଣ୍ଡି ଓ ବୌଦ୍ଧ ଜିଲାରେ ୨୪ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ ଦିଆଯାଇଛି। ବ୍ୟାନରରେ ଆହୁରି ଉଲ୍ଲେଖ ରହିଛି, ଏହି ଆହ୍ବାନକୁ ବାଘୁଆ ଡିଭିଜନାଲ କମିଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ ) ବୋଲି ଉଲ୍ଲେଖ ରହିଛି। ସେମାନଙ୍କ ଦାବି ମଧ୍ୟରେ ସମସ୍ତ ଆଦିବାସୀ, ଚାଷୀ ମୂଲିଆ,ଦଳିତ, ଗରିବ ପରିବାରଙ୍କୁ ଆସନ୍ତା ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଗାଇ ଦେବାକୁ ଦାବି ରହିଛି। ସେହିପରି ପିଡିଏସ୍‌ ଚାଉଳ ସମେତ ଡାଲି, ତେଲ, ଲୁଣ ଆଦି ତୁରନ୍ତ ଯୋଗାଇଦେବା ସହ ଦରଦାମ ବୃଦ୍ଧି ରୋକିବା ପାଇଁ ପଦକ୍ଷେପ ନେବାକୁ ଉଲ୍ଲେଖ ରହିଛି। ସେହିପରି ସବୁ ଗାଁକୁ ପକ୍କା ରାସ୍ତା ନିର୍ମାଣ ସହ ବିଶୁଦ୍ଧ ପିଇବାପାଣି, ବିଦ୍ୟୁତ ଆଦି ଯୋଗାଇବାକୁ ଦାବିରେ ଜଣାଯାଇଛି। ସେହିପରି ସମସ୍ତ ପଞ୍ଚାୟତରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲାଯିବା ସହ ପିଲା ଅଭାବ ଦର୍ଶାଇ ଯେଉଁ ସବୁ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି ତାକୁ ପୁନର୍ବାର ଖୋଲାଯିବାକୁ ଦାବି କରାଯାଇଛି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ସମସ୍ତ ପଞ୍ଚାୟତରେ ଖୋଲିବାକୁ ଜଣାଯାଇଛି। ସମସ୍ତ ପରିବାରଙ୍କୁ ୧୦୦ ୟୁନିଟ୍‌ ବିଦ୍ୟୁତ ମାଗଣା ଯୋଗାଇଦେବାକୁ ଦାବି ରହିଛି। ଦଳିତ ଓ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ମାସିକ ଅତି କମ୍‌ରେ ୩ ହଜାର ଟଙ୍କା ଷ୍ଟାଇପେଣ୍ଡ ବାବଦକୁ ଦିଆଯିବା ସହ ଭିନ୍ନକ୍ଷମ, ବିଧବା, ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମାସକୁ ୩ ହଜାର ଟଙ୍କା ଦେବାକୁ କୁହାଯାଇଛି। ପେସା ଆଇନକୁ କାର୍ଯ୍ୟକାରୀ କରାଯିବା ସହ ଆଦିବାସୀ, ଦଳିତ ଓ ମାନଙ୍କୁ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ୧୫ ଏକର ଜଙ୍ଗଲ ଜମିପଟ୍ଟା ଯୋଗାଇଦେବାକୁ ଆଦି ଦାବି ରହିଛି। ଖବର ଲେଖିବା ସୁଦ୍ଧା ଦାରିଙ୍ଗବାଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନି।

ସୂଚନାଯୋଗ୍ୟ, ଜିଲାର ମାଓବାଦୀ ଉପଦ୍ରବ ସମ୍ପର୍କରେ ସମୀକ୍ଷା କରିବାକୁ ଗୋଟିଏ ଦିନ ପୂର୍ବରୁ ଡିଜିପି ସୁନୀଲ ବଂଶଲ କନ୍ଧମାଳ ଆସି ସମୀକ୍ଷା କରି ଫେରିଥିବା ବେଳେ ଏକାଧିକ ବରିଷ୍ଠ ଅଧିକାରୀମାନେ ମଧ୍ୟ ମାଓବାଦୀ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ଫେରିଛନ୍ତି। ଅନ୍ୟପକ୍ଷରେ ଡିଜିପି ଆସିବାର ୨୪ ଘଣ୍ଟା ନ ପୂରୁଣୁ ମାଓବାଦୀ ପକ୍ଷରୁ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ନିଜ ଉପସ୍ଥିତି ଜାହିର କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଏବେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri