ଜୀବନର ମନ୍ତ୍ର

ବିପିନ ବିହାରୀ ରାଉତ

ଆଜିର ମଣିଷ ଏଭଳି ପରିସ୍ଥିତିରେ ପହଞ୍ଚିଲାଣି ଯେ ନିଜର ସମ୍ପତ୍ତି ବ୍ୟତୀତ ଅନ୍ୟର ସମ୍ପତ୍ତିକୁ ବି ନିଜର ମନେକରୁଛି। ଆଉ ତାକୁ ଉପଭୋଗ କରିବାକୁ ମଧ୍ୟ କୁଣ୍ଠା କରୁନାହିଁ। ଭୋଗର ଶେଷ ପରିଣତି ଯେ ଦୁଃଖ ତାହା ମଣିଷ ସହଜରେ ବୁଝେନା। ଆବଶ୍ୟକତାଠାରୁ ବହୁଅଧିକ ସଞ୍ଚୟକରିବା, କାରବାରଠାରୁ ଅତିଅଧିକ ଜମିକୁ ଦଖଲ କରିବା, ଚଳପ୍ରଚଳ କରିବାଠାରୁ ଖୁବ୍‌ ବେଶି ଘର ତିଆରି କରିବା ଆଦି ମଣିଷର ଗୋଟାଏ ନିଶାରେ ପରିଣତ ହୋଇଛି। ଅନ୍ୟମାନେ ଉପଯୁକ୍ତ ରୋଜଗାର କରି ଏପରି ସୌଖୀନରେ ରହୁଛନ୍ତି ତାଙ୍କୁ ଦେଖି କମ୍‌ ରୋଜଗାର କରୁଥିବା ଲୋକ ବି ସେହି ପଥର ଯାତ୍ରୀ ହେଉଛି; ଯାହାଫଳରେ ସୁଖ ମିଳିବା ପରିବର୍ତ୍ତେ ଦୁଃଖ ଭୋଗ କରୁଛି। ଆହୁରି ଅନେକେ ଅଛନ୍ତି, ଯେଉଁମାନେ ନିଜ ଜିନିଷକୁ କାରବାର ବା ବ୍ୟବହାର ନ କରି ଅନ୍ୟର ଜିନିଷରେ କାମ ଚଳାଇବାକୁ ଇଚ୍ଛା କରନ୍ତି; ଯାହାଫଳରେ ସମାଜରେ ସୃଷ୍ଟିହୁଏ ଅଭାବ। ଏ କଥା ବୁଝିବାକୁ ରାଜି ହୁଅନ୍ତି ନାହିଁ ଅନେକେ। ସେମାନେ ପ୍ରକାଶ କରନ୍ତି ଯେତିକି ମିଳିଛି ତାହା ଯଥେଷ୍ଟ ନୁହେଁ, ତେଣୁ ଆହୁରି ଆବଶ୍ୟକ। ନିଜ ପାଇଁ ସଂଗ୍ରହ କରୁଛେ। ତା’ ସହିତ ପରପିଢ଼ିଙ୍କ ପାଇଁ ବି ସଂଗ୍ରହ କରୁଛେ। ଥରେ ଭାବି ଦେଖିଲେ ଆମେ ଅଯଥାରେ ଯେତିକି ସଞ୍ଚୟ କରୁଛେ, ତାହା ବର୍ତ୍ତମାନ ଲୋକ ପାଇଲେ କେତେ ଆନନ୍ଦରେ ରହନ୍ତେ । ଆମେ ଭାବୁଛେ ନିଜେ କେବଳ ଆନନ୍ଦରେ ରହିଲେ ଆରାମ୍‌ରେ ରହିପାରିବା। ଏତିକି ବୁଝୁନେ ଅନ୍ୟର ଦୁଃଖ ମଧ୍ୟ ଆମ ପାଇଁ ଦୁଃଖର କାରଣ ହୋଇଯାଏ । ଥରୁଟିଏ ଉପବାସ ରହି ସେହି ଖାଦ୍ୟ କାହାକୁ ବି ଦାନ ଦେଲେ ଦେଖିବ କେତେ ଆନନ୍ଦ ମିଳିବ। ଥରୁଟିଏ ନିଜ ପାଇଁ ସାଇତି ଥିବା ଦ୍ରବ୍ୟକୁ ଅନ୍ୟକୁ ଅର୍ପଣ କରି ଦେଖ କେତେ ସୁଖ ମିଳୁଛି। ବାସ୍ତବରେ ତ୍ୟାଗ ଭିତରେ ଯେଉଁ ଆନନ୍ଦ ଥାଏ ତାହା ଭୋଗରେ ନ ଥାଏ।
ଟ୍ରେନ୍‌ ବା ବସ୍‌ରେ ଦୂର ଯାତ୍ରା କଲାବେଳେ ଦୁଇଜଣ ଅଚିହ୍ନା ବ୍ୟକ୍ତି ପାଖାପାଖି ବସିବାର ନଜିର ଅଛି। ଅତୀତରେ ସେପରି ବି ହେଉଥିଲା। ନିଜ ସମ୍ପର୍କୀୟ ଯେତିକି ବନ୍ଧୁବାନ୍ଧବ ଥିଲେ ଦୂର ତୀର୍ଥ ବା ଯାତ୍ରାରୁ ବହୁ ବନ୍ଧୁ ସୃଷ୍ଟି ହେଉଥିଲେ। ପରସ୍ପର ସହିତ ଭାବବିନିମୟ କରି ନୂଆ ବନ୍ଧୁଟିଏ ସୃଷ୍ଟିହେବା କଥା ଖୁବ୍‌ ଜଣାଶୁଣା। ଏହି ବନ୍ଧୁ ଖୁବ୍‌ ଆପଣାର ପାଲଟି ଯାଆନ୍ତି। ଭଲରେ ମନ୍ଦରେ ଠିଆ ହୁଅନ୍ତି। ଏମାନଙ୍କୁ କୁହାଯାଏ ସୂରୁଜବନ୍ଧୁ। ତେଣୁ ଅନେକ ପରିବାରରେ ଏବେ ବି ସୂରୁଜ ବନ୍ଧୁଙ୍କୁ ଲୋଡ଼ାଯାଏ । ଏପରି ବନ୍ଧୁ ସୃଷ୍ଟି ହେଉଥିଲା ପରସ୍ପରର ଭାବର ଆଦାନ ପ୍ରଦାନରୁ। ଏବେ କିନ୍ତୁ ଦୁଇ ଅପରିଚିତ ଏକାଠି ବସିଲେ ଦୀର୍ଘ ସମୟ ଧରି ପରସ୍ପର ସହିତ ଆଳାପ ଆଲୋଚନା ହେବାର ଦେଖାଯାଏନାହିଁ। କାହାର ଠିକଣା କେହି ରଖେନାହିଁ। ନିଜେ ନିଜେ କେବଳ ମୋବାଇଲ୍‌ରେ କଥା ହେବା, ଗେମ୍‌ ଖେଳିବା ବା ଅନ୍ୟ ଭାବନାରେ ମାତିଯିବାରେ ସମୟ ଅତିବାହିତ ହୋଇଯାଏ। ଯାହା ଫଳରେ ସୃଷ୍ଟିହୋଇପାରେନା ଆମତ୍ିୟତା ଭାବ। ପରସ୍ପର ସହିତ କଥା ହେଲେ ବା ଆଳାପ ଆଲୋଚନା କଲେ ନିଜର ଭାବକୁ ଅନ୍ୟକୁ ପ୍ରଦାନ କରି ଅନ୍ୟର ଭାବକୁ ଗ୍ରହଣ କଲେ ମନ ଫୂର୍ତ୍ତି ରହେ। ଚିନ୍ତାମୁକ୍ତ ହୁଏ। ହେଲେ ଆଜିର ମଣିଷ ଏମିତି ବସ୍ତୁବାଦରେ ମାତିଯାଇଛି ଯେ କାହାରି ସହିତ ଭଲରେ କଥାପଦେ ହେବାକୁ ପସନ୍ଦ କରୁନାହିଁ। ମୋବାଇଲ୍‌ରେ ବହୁ ପ୍ରକାର ସଙ୍ଗୀତ ବା କାର୍ଯ୍ୟକ୍ରମକୁ ଉପଭୋଗ କରୁଛି। ସେ ଭାବେ ଏଥିରେ ମାନସିକ ଶାନ୍ତି ମିଳେ, ହେଲେ ବାସ୍ତବରେ ଶାନ୍ତି ମିଳେନାହିଁ। ଗୀତ ସରିଗଲାପରେ ପୂର୍ବର ଚିନ୍ତା ପୁଣି ମାଡ଼ିଆସେ। ବନ୍ଧୁଟିଏ କରିଥିଲେ ତା’ ସହ ହସଖୁସି ହୋଇଥିଲେ ପରବର୍ତ୍ତୀ କ୍ଷଣରେ ସେହି ବନ୍ଧୁର ଚିନ୍ତା ଆସେ ଆଉ ମନ ହାଲୁକା ହୋଇଯାଏ। କେବଳ ସେତିକି ନୁହେଁ ଦୂରଯାତ୍ରା ସମୟରେ ଅପରିଚିତ ଜଣେ ନୀରବରେ ବସିରହିଥିବା ବେଳେ ଆମେ ବିଭିନ୍ନ ଜିନିଷ କିଣି କରି ଖାଇଥାଉ। ସେ ନୀରବରେ ବସିଥାଆନ୍ତି। ଥରେ କେବେ ପାଖରେ ବସିଥିବା ଲୋକଟିକୁ ବା ବଲବଲ କରି ଚାହିଁଥିବା ନିରୀହ ପିଲାଟିକୁ ନିଜ ଭାଗରୁ କିଛି ଦାନକର। ଦେଖିବ ତୁମ ଖାଇବାରେ ଯେତିକି ଆନନ୍ଦ ପାଉଛ, ଅନ୍ୟର ଖାଇବାରେ ତା’ଠାରୁ ଅଧିକ ଆନନ୍ଦ ପାଇବ।
ବ୍ୟକ୍ତିଗତ ସ୍ବାର୍ଥ ଅପେକ୍ଷା ବ୍ୟଷ୍ଟିଗତ ସ୍ବାର୍ଥକୁ ଆଖିରେ ରଖିଲେ ବହୁ ଆନନ୍ଦ ମିଳେ। ବନ୍ଧୁବାନ୍ଧବ ସୃଷ୍ଟିକରିବା ଉଚିତ କିନ୍ତୁ ଲୋକ ଠିକ୍‌ ନା ଭୁଲ୍‌ ନିଜର ହୃଦୟ ଭାବକୁ ବୁଝୁଥିବା ଲୋକ ଦେଖି ବନ୍ଧୁ ବାନ୍ଧିବା ଦରକାର। ଯଦି ନିଜର ସର୍ବସ୍ବ ଭୁଲି ବନ୍ଧୁଙ୍କ ସହିତ ସମ୍ପର୍କ ଜମେଇ ବସିଲେ ନିଜର ଜୀବନ ନଷ୍ଟ ହୋଇଯିବ। ତେବେ ଅନ୍ତତଃ ଶାନ୍ତି ଟିକିଏ ପାଇବାକୁ ଯାଇ ମଣିଷ ଅଶାନ୍ତିକୁ ଆବାହନ ନ କରୁ। ଏହା ହିଁ ଜୀବନ ଚଳଣିର ମୂଳ ମନ୍ତ୍ର।
ଶ୍ରୀବିହାର କଲୋନୀ, କଟକ
ମୋ :୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri