ଗୁମୁରି କାନ୍ଦେ ପୁରୁଷ

ପ୍ରତିଦିନ ଗଣମାଧ୍ୟମରେ ନାରୀ ନିର୍ଯାତନା, ଦୁଷ୍କର୍ମ ଖବର ପ୍ରସାରିତ ହେଉଛି। ନିର୍ଯାତିତା ମହିଳାଙ୍କୁ ନ୍ୟାୟ ଦେବା ପରିପ୍ରେକ୍ଷୀରେ ଅନେକ ବ୍ୟକ୍ତି ଆନ୍ଦୋଳନ କରୁଛନ୍ତି। କେହି ନ୍ୟାୟ ପାଉଛନ୍ତି ଆଉ କେହି ନ୍ୟାୟ ନ ପାଇ ଚୁପ୍‌ ରହୁଛନ୍ତି। ତେଣୁ କୁହାଯାଏ, ଝିଅଟିଏ ହୋଇ ସମାଜରେ ତିଷ୍ଠିବା ଏତେ ନୁହଇ ସହଜ। କିନ୍ତୁ ଏଠାରେ ଏକ ପ୍ରଶ୍ନ ଆସେ। କାଳେକାଳେ, ସବୁବେଳେ ନାରୀ ନିର୍ଯାତିତା ହୁଏ। କ’ଣ କେବେ ପୁରୁଷ ନିର୍ଯାତନା ପାଏନି। ଏହି ପ୍ରଶ୍ନ ବୋଧେ ବହୁତ କମ୍‌ ଲୋକଙ୍କ ମନରେ ଆସୁଥିବ। ପ୍ରଶ୍ନ ଆସିବା ହିଁ ସ୍ବାଭାବିକ କଥା। କାରଣ ଆମେ ଦେଖୁଥିବା ସବୁବେଳେ ଆମ ଆଖପାଖରେ କିମ୍ବା ନ୍ୟୁଜ୍‌ରେ ମଧ୍ୟ କେଉଁ ବର୍ଷକୁ ଦୁଇ ଚାରୋଟି ପୁରୁଷ ନିର୍ଯାତିତ ସମାଚାର ପ୍ରସାରିତ ହେଉଥିବ କିମ୍ବା ଏହାଠାରୁ ଅଧିକ ବି ଆସୁଥାଇପାରେ। ତେଣୁ ଏଥିରୁ ସ୍ପଷ୍ଟ ଯେ, ଶହେ ଭାଗରୁ ନବେ ପ୍ରତିଶତ ପୁରୁଷ ଭଲରେ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଲୋଚନା କଲେ ମହିଳାଙ୍କ ବିଷୟରେ, ତେବେ ଏବେ ପୁରୁଷଙ୍କ ଆଡ଼େ ଟିକେ ଦୃଷ୍ଟି ପକାଇବା।
ବିବାହ ପରେ ପୁରୁଷଟି ଦୁଇଟି ଭୂମିକାରେ ଅଭିନୟ କରେ। ସ୍ତ୍ରୀ ପାଖରେ ଗୋଟେ ଏବଂ ମା’ବାପାଙ୍କ ସମ୍ମୁଖରେ ଆଉ ଗୋଟେ ଚରିତ୍ର। ସ୍ତ୍ରୀର କଥା ଯଦି ଶୁଣିଲା ଲୋକେ କହିବେ ମାଇପି ବୋଲକରା ଓ ମା’ବାପା କଥା ଯଦି ଶୁଣିଲା ସ୍ତ୍ରୀ କହିବ ମୋତେ ବିବାହ କରୁଥିଲ କାହିଁକି? ତେଣୁ ଏତେସବୁ କଥା ଶୁଣି ଶୁଣି ପୁରୁଷ ପିଲାଟି ଅଣନିଃଶ୍ବାସୀ ହୋଇଯାଏ। ଶେଷରେ ପରିସ୍ଥିତି ଅସ୍ଥିର ହୋଇ ପୁରୁଷ ପୁଅଟି ମାନସିକ ଭାରସାମ୍ୟ ହରାଇ ବସେ। ଆଉ ଏକ ପରିସ୍ଥିତିକୁ ଉଲ୍ଲେଖ କରିବା, ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ- ଯଦି ପୁରୁଷ ପିଲାଟି ଭଲ ରୋଜଗାର କରୁଛି ତେବେ ଘରେ ସବୁ ଠିକ୍‌। ଅଶାନ୍ତି କି ପାଟିତୁଣ୍ଡ କିଛି ନାହିଁ। ସ୍ତ୍ରୀ କହିବ ମୋ ସ୍ବାମ୍ବୀ ପରି ଜଗତେ ଖୋଜି ଆସିଲେ କେଉଁଠି ମିଳିବନି। ଆଉ ଅଭିଭାବକମାନେ ମଧ୍ୟ ସେହି ସମାନ କଥା କହିବେ। କିନ୍ତୁ ଦୁର୍ଭାଗ୍ୟବଶତଃ ଯଦି ପୁରୁଷ ପିଲାଟିର ରୋଜଗାର କମିଗଲା କିମ୍ବା ବେକାର ହୋଇ ଘରେ ବସିଲା, ତା’ପରେ ତାକୁ ବୋଲିବେ କେଡ଼େ ବେକାରିଆ ପିଲା, ସ୍ତ୍ରୀ ମଧ୍ୟ କହିବ ଏଇ ବେକାରିଆ ସ୍ବାମୀକୁ ବିବାହ କରି ମୋ ଜୀବନ ନର୍କ ହୋଇଗଲା। ତଥାପି ପୁରୁଷ ପିଲାଟି ହାରି ନଥାଏ। ଯେନତେନ ଉପାୟ କରି ପରିବାରର ପ୍ରତିପୋଷଣ କରିବାକୁ ଲାଗିପଡ଼େ। କିନ୍ତୁ ସେ ସମ୍ପୂର୍ଣ୍ଣରୂପେ ମାନସିକ ସ୍ତରରେ ହାରିଯାଇଥାଏ। ଶେଷରେ ଆତ୍ମହତ୍ୟା ଭଳି ପଦକ୍ଷେପ ନିଏ। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ ଅନୁଯାୟୀ, ଭାରତରେ ୨୦୧୪ରୁ ୨୦୨୧ ମସିହା ମଧ୍ୟରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଆତ୍ମହତ୍ୟା ୭୧% ଅଧିକ। ରିପୋର୍ଟକୁ ଆଧାର କରି ଦେଖିଲେ ୨୦୧୪ରେ ମହିଳାଙ୍କ ଆତ୍ମହତ୍ୟା ୪୨,୫୨୧ ଥିବାବେଳେ ପୁରୁଷଙ୍କର ୮୯,୧୨୯ ଥିଲା। ତେବେ ୨୦୨୧ରେ ଏହି ସଂଖ୍ୟା ବି ମହିଳା ୪୫,୦୨୬ ଓ ପୁରୁଷଙ୍କ ଆତ୍ମହତ୍ୟା ୧,୧୮,୯୭୯ ହୋଇଛି। ତେବେ ପୁରୁଷଙ୍କ ମୃତ୍ୟୁର ୩୩% କେବଳ ପାରିବାରିକ ସମସ୍ୟା ପାଇଁ ଆତ୍ମହତ୍ୟା କରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଆଉ ଏକ ରିପୋର୍ଟରେ ଦେଖାଯାଇଛି ଯେ, ଅବିବାହିତ ପୁରୁଷଙ୍କଠାରୁ ବିବାହିତ ପୁରୁଷ ଅଧିକ ଆତ୍ମହତ୍ୟା କରନ୍ତି। ପ୍ରତି ୧ ଲକ୍ଷ ବିବାହିତ ଲୋକଙ୍କ ମଧ୍ୟରେ ମହିଳାଙ୍କ ମୃତ୍ୟୁ ହାର ୮.୪% ଥିବାବେଳେ ପୁରୁଷଙ୍କର ୨୪.୩% ରହିଥାଏ। ଏଥିରୁ ଅନୁମେୟ ଯେ, ଜଣକୁ ଯେବେ ବାଧା ନ ହୁଏ ସେ କେବେ ଆତ୍ମହତ୍ୟା କରେ ନାହିଁ। ତେଣୁ ସେହି ବ୍ୟକ୍ତିକୁ ବାଧା ହେବାରୁ ହିଁ ସେ ଆତ୍ମହତ୍ୟାର ବାଟ ବାଛିଲା, ନଚେତ୍‌ କାହିଁକି ଜୀବନ ହାରିଥାନ୍ତା। ଏବେବି କ’ଣ କହିବା ପୁରୁଷ ନିର୍ଯାତିତ ହୁଏ ନାହିଁ।
ସର୍ବଦା ଗୋଟିଏ ନାରା ଗୁଞ୍ଜରିତ ହେଉଛି, ପୁରୁଷଙ୍କ ଆଧିପତ୍ୟ କାଳେ ଏବେ ମଧ୍ୟ ଅଧିକ ରହିଛି। କାହିଁକି ବା ନ ରହିବ! ଏହି ସମାଜ ତ ସେହି ଆଧିପତ୍ୟକୁ ପ୍ରୋତ୍ସାହନ ଦେଉଛି। କେଉଁ ପୁରୁଷ ଯାଇ କହୁନି କି ମୋରା ଆଧିପତ୍ୟ ରହୁ। ତେଣୁ ଏହି ଆଲୋଚନା ପ୍ରଥମ ପର୍ଯ୍ୟାୟରେ ହୋଇ ସାରିଛି। ଯଦି ପ୍ରତ୍ୟେକ ପରିବାରରେ ପୁଅକୁ ଝିଅର ଅନ୍ତର ନ ଦେଖି ସମପରିମାଣରେ ଦେଖିବା, ତେବେ ଏହି ଆଧିପତ୍ୟ ଶବ୍ଦ ଆସିବ କେଉଁଠାରୁ। ପୁରୁଷ ପିଲାଠାରେ ଯେଉଁ ମିଛ ପ୍ରହେଳିକା ଗୁଞ୍ଜରିତ ହେଉଛି କି ପୁରୁଷକୁ କେବେ ଦରଦ ହୁଏନି ସେ ସବୁ ମଧ୍ୟ ହଟିଯାଆନ୍ତା। ପ୍ରାଥମିକ ସ୍ତରରେ ନାରୀମାନେ ମଧ୍ୟ ଶିକ୍ଷିତ ହୋଇ, ପୁରୁଷ ସହ ସମାନ ହୋଇ ପରିବାର ଆର୍ଥିକ ବୋଝକୁ ତୁଲାଇପାରନ୍ତା। ଏହିପରି ଯଦି ହୋଇପାରନ୍ତା, ନାରୀ ନିର୍ଯାତନା କମିପାରନ୍ତା ଓ ପୁରୁଷ ମଧ୍ୟ ନିର୍ଯାତନାରୁ ବର୍ତ୍ତିପାରନ୍ତା। କିନ୍ତୁ ଏହା ସମ୍ଭବ କେବଳ ଆମେ ନିଜେ ନିଜର ଯେପର୍ଯ୍ୟନ୍ତ ଚିନ୍ତାଧାରାରେ ପରିବର୍ତ୍ତନ ନ ଆଣିଛେ।
ଢେଙ୍କାନାଳ, ମୋ: ୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri