Posted inଫୁରସତ

ଏହି ବ୍ୟକ୍ତିଙ୍କର ୨୭ ସ୍ତ୍ରୀ, ୧୫୦ ସନ୍ତାନ; ପରିବାର ସମ୍ପର୍କରେ ଏମିତି କହିଲେ ପୁଅ

୬୪ ବର୍ଷୀୟ ଓ୍ବିନ୍‌ଷ୍ଟନ ବ୍ଲାକମୋର କାନାଡାର ସବୁଠୁ ପରିଚିତ ବ୍ୟକ୍ତି ଯେ କି ଏକାଧିକ ବିବାହ କରିଛନ୍ତି। କଲମ୍ବିଆରେ ରହୁଥିବା ଓ୍ବିନ୍‌ଷ୍ଟନଙ୍କ ରହିଛନ୍ତି ୧୫୦ ସନ୍ତାନ। ସେ ୨୭ ଜଣ ମହିଳାଙ୍କୁ ବିବାହ କରିଥିବା ବେଳେ ବର୍ତ୍ତମାନ ୨୨ ଜଣ ଅଛନ୍ତି। ଓ୍ବିନ୍‌ଷ୍ଟନଙ୍କ ୧୯ ବର୍ଷୀୟ ପୁଅ ମର୍ଲିନ ବ୍ଲାକମୋର ଏହି ବିରାଟ ପରିବାରକୁ ନେଇ ସୋସିିଆଲ ମିଡିଆରେ ସୂଚନା ଦେଇଛନ୍ତି।
ମର୍ଲିନ କୁହନ୍ତି, ୨୧ ବର୍ଷୀୟ ତାଙ୍କ ସାବତ ଭାଇ ବରେନ ଏବଂ ୧୯ ବର୍ଷୀୟ ମରି ତାଙ୍କ କଥା ରଖନ୍ତି। ଏହି ତିନି ଭାଇ ବର୍ତ୍ତମାନ କଲମ୍ବିଆର ସୁନ୍ଦର ସହର ଛାଡ଼ିଛନ୍ତି। ତାଙ୍କ ପିଢ଼ି ମଧ୍ୟ ଗୋଟିଏ ପରିବାରରେ ରହିବେ ବୋଲି କହିଛନ୍ତି। ମର୍ଲିନ ଆମେରିକାରେ ରୁହନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ସେ କହିଛନ୍ତି, ତାଙ୍କ ନିଜର ୭ ଭାଇଭଉଣୀ। ସେ କହିଛନ୍ତି ମୁଁ ପରିବାରଠାରୁ ଦୂରରେ ରହୁଥିଲେ ମଧ୍ୟ ସବୁବେଳେ ଫୋନ୍‌ରେ ସେମାନଙ୍କ ସହ କ୍‌ଥା ହୁଏ। ଏଥିସହିତ ମର୍ଲିନ ତାଙ୍କର ପରିବାରର ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କହିଛନ୍ତି, କୌଣସି ମହୋତ୍ସବ ହେଲେ ସବୁ ଭାଇଭଉଣୀ ଏକାଠି ହୁଅନ୍ତି। ସମସ୍ତ ଭାଇଭଉଣୀ ମିଶି ୧୫୦ ଜଣ। ତାଙ୍କର ଏହି ପରିବାରକୁ ନେଇ ସବୁଠୁ ଚର୍ଚ୍ଚା। ସେମାନେ ମଧ୍ୟ ଆଗକୁ ଏକାଠି ହୋଇରହିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟଫୋନ୍‌କୁ ସାବଧାନ..

ଦିନରେ ଅଧଘଣ୍ଟା ଧରି ଫୋନ୍‌ରେ ଗପିଲେ ବ୍ରେନ୍‌ ଟ୍ୟୁମର ହେବ ବୋଲି ଆମେରିକାରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହା ଦ୍ୱାରା ଆଖି...

ପ୍ରଥମ ରୋଜଗାର: ରୋଜଗାର ଟଙ୍କା ବ୍ୟବସାୟରେ ଲଗାଉଥିଲି

ଲେଖକ, ସଂସ୍କୃତିପ୍ରେମୀ ତଥା ଜୟୀ ରାଜଗୁରୁ ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ଜଟାଧାରୀ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ପୁରୀ ଜିଲା...

ଏକାସାଙ୍ଗରେ ୪ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଜୟପୁର,୧୭।୬: କରୋନା ମହାମାରୀ ସଙ୍କଟ ମଧ୍ୟରେ ରାଜସ୍ଥାନର ନାଗୋରରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଡିଡଓ୍ବାନାର ଉତ୍ତମ ହସ୍ପିଟାଲରେ ସଞ୍ଜୁ ଦେବୀ ନାମ୍ନୀ ଜଣେ...

ପେଟରୁ ବାହାରିଲା ଏଲ୍‌ଇଡି ବଲ୍‌ବ

ଫରିଦାବାଦ୍‌,୭।୨: ହରିୟାଣାର ଫରିଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୦ ବର୍ଷୀୟ ବାଳକଙ୍କ ପେଟରୁ ଏଲ୍‌ଇଡି ବଲ୍‌ ବାହାର କରାଯାଇଛି। ଫରିଦାବାଦର ସେକ୍ଟର ୬୨ରେ...

ବନ୍ଦୀ ଜୀବନ କାଟୁଛନ୍ତି ୨ କୁକୁଡ଼ା, ଜାଣନ୍ତୁ କାହିଁକି

ହାଇଦ୍ରାବାଦ,୭।୨: ଅପରାଧୀଙ୍କ ବଦଳରେ ଥାନା ହାଜତରେ ବନ୍ଦୀ ଜୀବନ କାଟୁଛନ୍ତି ୨ କୁକୁଡ଼ା। ଏହି ଘଟଣା ଉପରେ ବିଶ୍ୱାସ କରିବା ସହଜ ନୁହେଁ। ହେଲେ ଏହା...

ବିଶ୍ୱରେ ପାଳିତ ହେଉଥିବା କିଛି ଅଜବ ଦିବସ

* ଜାନୁୟାରୀ ୩ ତାରିଖକୁ ବିଶ୍ୱର ବିଭିନ୍ନ ସ୍ଥାନରେ ଶୟନ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଲୋକମାନେ ନିଜ ଇଚ୍ଛା ମୁତାବକ ଯେତେ...

ଅଯୋଧ୍ୟାରେ ମୋଦି କାହିଁକି ଲଗାଇବେ ଏହି ଗଛ: କ’ଣ ରହିଛି ଏହାର ଏହାର ପୌରାଣିକ ମହତ୍ୱ

ନୂଆଦିଲ୍ଲୀ,୪।୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଜନ୍ମଭୂମି...

ଜୀବନ୍ତ ଅବସ୍ଥାରେ ମୃତ୍ୟୁର ଅନୁଭବ ‘ଲିଭିଂ ଫ୍ୟୁନେରାଲ’

ସିଓଲ: ଥରେ ଭାବନ୍ତୁ ତ, ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ କଫିନରେ ଭର୍ତ୍ତି କରାଯିବ। ମରିବା ପରେ ଯେମିତି ଶେଷକୃତ୍ୟ କରାଯାଏ, ଠିକ୍‌ ସେମିତି ସବୁ...

Advertisement


Archives

Model This Week

Why Dharitri