ମେଣ୍ଟ ନ ହେବାର ମୁଖ୍ୟ କାରଣ

ଭୁବନେଶ୍ୱର,୨୨।୩:ମେଣ୍ଟରେ ପଡିଲା ପୂର୍ଣ୍ଣଚ୍ଛେଦ। ଆଲୋଚନା ହେଲାନି ସଫଳ । ଦୁଇ ଦଳ ଭିତରେ ଆସନ ବୁଝାମଣା ହୋଇପାରିଲାନି। ତେବେ କ’ଣ ସତରେ ଆସନ ଭାଗବଣ୍ଟା ହୋଇପାରିଲାନି ନା ମେଣ୍ଟ ନ ହେବା ପଛରେ ରହିଛି ଅନ୍ୟ କେଉଁ କାରଣ । ତେବେ ମେଣ୍ଟ ହେବା ନେଇ ଦିଲ୍ଲୀରୁ ପଲ୍ଲୀ ହେଉ କି, ଗାଁ ଖଟିରୁ ଚା’ ଖଟି ଯାଏଁ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲାଗିଛି। ଏବେ ପ୍ରସଙ୍ଗ ମୁଣ୍ଡ ଟେକିଛି ମେଣ୍ଟ ହେଲାନି କାହିଁକି। କେଉଁଠି କେଁ ରହିଲା। ଆଜିର ତାପମାତ୍ରା ପରି ମେଣ୍ଟ ରାଜନୀତି ରାଜଧାନୀକୁ ଆହୁରି ଉଷ୍ମ କରେଇଛି।

ରାଜନୀତି ମହଲରେ ହେଉଥିବା ଚର୍ଚ୍ଚା କହୁଛି, ଏକାକୀ ଲଢ଼ିଲେ ଭାଜପା ଅଧିକ ଆସନ ଜିତିପାରିବ ବୋଲି ଦଳର ଶୀର୍ଷ ନେତାଙ୍କୁ ଭରସା ଦେଇଛି ଦଳର ରାଜ୍ୟ ଶାଖା । ସମ୍ଭବତଃ ବିଧାନସଭା ଆସନରେ ବିଜେଡି ଶହେ ତଳକୁ ନ ଖସିବା ମଧ୍ୟ ମେଣ୍ଟ ଆଲୋଚନା ବିଫଳ ହେବା ପଛର ଅନ୍ୟତମ କାରଣ ହୋଇପାରେ ।

ରାଜ୍ୟ ଭାଜପା ମୁଖ୍ୟାଳୟରେ ଏହି ସେଲିବ୍ରେଶନ ହିଁ ବୟାନ କରୁଛି, ଦଳୀୟ କର୍ମକର୍ତ୍ତାଙ୍କ ଭିତରେ କେତେ ଉତ୍ସାହ । ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିବା ପରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ନେତା ଓ କର୍ମୀଙ୍କ ଭିତରେ ଖୁସି ଫେରିଆସିଛି । ମନମୋହନଙ୍କ ପରେ ଏମପି ଅପରାଜିତା ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ସମାନ କଥାକୁ ସମର୍ଥନ କରିଛନ୍ତି। ଏପରିକି ଅପରାଜିତା ନିଜେ ମଧ୍ୟ କହିଛନ୍ତି, ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା ହେଲେ ଆମେ ରିଜେକ୍ଟ କରିଛୁ।

ଏବେ ସମସ୍ତଙ୍କ ମନରେ ଜାଣିବାକୁ ଉତ୍କଣ୍ଠା, କାହିଁକି ହୋଇପାରିଲାନି ବିଜେଡି-ଭାଜପା ଭିତରେ ମେଣ୍ଟ । ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଆଧାରରେ, ମେଣ୍ଟ ନ ହେବା ପଛରେ ମୁଖ୍ୟତଃ ଏହି କାରଣ ରହିଛି । ପ୍ରଥମତଃ ଉଭୟ ବିଜେଡି ଓ ଭାଜପା ଭିତରେ ବିଧାନସଭା ଆସନକୁ ନେଇ ବୁଝାମଣା ହୋଇପାରିଲା ନାହିଁ । ଦ୍ବିତୀୟ କାରଣ ହେଲା, ଶହେରୁ ଅଧିକ ବିଧାନସଭା ଆସନରେ ଲଢ଼ିବା ପାଇଁ ଅଡ଼ି ରହିଲା ବିଜେଡି । ଯେଉଁଥିପାଇଁ ଆସନ ଭାଗବଣ୍ଟାର ଅଙ୍କ ଛିଣ୍ଡି ପାରିଲା ନାହିଁ । ତୃତୀୟ ହେଉଛି, ମେଣ୍ଟକୁ ରାଜ୍ୟ ଭାଜପା ନେତାମାନେ ଦୃଢ଼ ବିରୋଧ କରିଥିଲେ । ପ୍ରତି ଥର ଆଲୋଚନାରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ଏକାକୀ ଲଢ଼ିବା ପାଇଁ ଯୁକ୍ତି ଉପସ୍ଥାପନ କରୁଥିଲେ । ଚତୁର୍ଥ କାରଣ ହେଲା, ରାଜ୍ୟ ଭାଜପା ଅଧିକ ଆସନରେ ଜିତି ପାରିବ ବୋଲି ଯେଉଁ ସବୁ ଆଧାର ଦର୍ଶାଇଥିଲା, ତାକୁ ଦଳର ଶୀର୍ଷ ନେତୃତ୍ୱ ଭରସା କରିଥିଲେ। ୫ ନମ୍ବର କାରଣ ହେଲା ମେଣ୍ଟ ହେଲେ ଉଭୟ ଦଳରେ କର୍ମୀ ମହଲରେ ଅସନ୍ତୋଷ ବଢ଼ିବ ବୋଲି ଦୁଇ ଦଳର ଶୀର୍ଷ ନେତାଙ୍କୁ ଭୟ ଘାରିଲା ।

ମେଣ୍ଟ ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକାଧିକ ବାର କହିଥିଲେ । ତେବେ ଦଳର ରାଜ୍ୟ ସଭାପତିଙ୍କ ଏକାକୀ ଲଢ଼େଇ ମନ୍ତବ୍ୟ ପରେ ଆଉ ରାଷ୍ଟ୍ରୀୟ ଅଧ୍ୟକ୍ଷ ମେଣ୍ଟ ସଂପର୍କରେ ମତ ରଖିବେ କି ନାହିଁ, ତାକୁ ନେଇ ଅନିଶ୍ଚିତତା ରହିଛି । କାରଣ ରାଜନୈତିକ ମହଲରେ ଏକ ଧାରଣା ରହିଛି ଯେ ବିଜେଡି-ଭାଜପା ଭିତରେ ପ୍ରତ୍ୟକ୍ଷ ମେଣ୍ଟ ନ ହେଲେ ବି ଲୁଚାଛପା ମେଣ୍ଟ ରହିଆସିଛି । ଏବଂ ଏହା ୨୪ ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri