ଆକର୍ଷଣ ସାଜିବ ବିରାଟ ରାଜାଙ୍କ ରାଜମହଲ

ଭୁବନେଶ୍ୱର, ୧୩।୧୦ (ବନ୍ଦନା ସେଠୀ): ଦିନ କେଇଟା ପରେ ପୂଜା ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ଦଶଭୂଜା। ଏଥିପାଇଁ ସହରର ସମସ୍ତ ପୂଜା କମିଟି ଜୋର୍‌ଦାର ପ୍ରସ୍ତୁତି ଚଳାଇଥିବାବେଳେ ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି ସ୍ବତନ୍ତ୍ର ଆୟୋଜନ କରିଛି। ଚଳିତ ବର୍ଷ ଏହି କମିଟି ୧୨ବର୍ଷରେ ପଦାର୍ପଣ କରିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ବୃହତ ତୋରଣ, ରଙ୍ଗିନ ଆଲୋକମାଳା, ୫୦ ଫୁଟର ରାବଣ ପୋଡ଼ି, ତାରକସି ମେଢ ସାଙ୍ଗକୁ ଚାନ୍ଦି ମୁକୁଟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି ଏଥର ମହାଭାରତର ବିରାଟ ରାଜାଙ୍କ ରାଜମହଲ ସଦୃଶ ତୋରଣ ଶ୍ରଦ୍ଧାଳୁଙ୍କୁ ଭେଟି ଦେବାକୁ ଯାଉଛି। ୧୦୦ ଫୁଟ ଓସାର ଓ ୭୫ ଫୁଟ ଚଉଡ଼ା ବିଶିଷ୍ଟ ଏହି ତୋରଣରେ ମହାଭାରତର କାହାଣୀ ଶୁଣିଥିବା ଲୋକମାନେ ଏବେ ସ୍ବଚକ୍ଷୁରେ ପୌରାଣିକ କିମ୍ବଦନ୍ତୀର ନିଖୁଣ କାରୁକାର୍ଯ୍ୟକୁ ଦେଖିପାରିବେ। ଏଥିପାଇଁ ପଶ୍ଚିମବଙ୍ଗର ୧୭ଜଣ କାରିଗର ନିୟୋଜିତ ଅଛନ୍ତି। ପ୍ଲାଏ, ପ୍ଲାଷ୍ଟର ଅଫ୍‌ ପ୍ୟାରିସ, କାଚ, ସନ୍‌ପ୍ୟାକ, ସ୍ପଞ୍ଜ ଓ ଫୋମ୍‌ରେ ରାଜମହଲ ନିର୍ମାଣ ହେଉଥିବାବେଳେ ଶାମୁକା, ଆଇନା ଓ କଉଡ଼ିରେ ସୁନ୍ଦର କାରୁକାର୍ଯ୍ୟ କରାଯାଉଛି। ଏଥିପାଇଁ ୩୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ସୁସଜ୍ଜିତ ତୋରଣ ସାଙ୍ଗକୁ ମଣ୍ଡପକୁ ସଂଯୋଗ କରୁଥିବା ୩ଟି ରାସ୍ତାରେ ୩ଟି ଓ ପଡ଼ିଆ ମଧ୍ୟରେ ୨ଟି ଏଲଇଡି ଲାଇଟ୍‌ ଗେଟ୍‌ ଲାଗିବା ସହ ରଙ୍ଗିନ ଆଲୋକ ମାଳାରେ ସୁସଜ୍ଜିତ କରାଯିବ। ସେହିପରି ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୪ଫୁଟ ରହିବ। ପୁରୁଣା ଭୁବନେଶ୍ୱରର କାରିଗର ମୂର୍ତ୍ତି ନିର୍ମାଣ ଜାରି ରଖିଛନ୍ତି। ମା’ଙ୍କ ମସ୍ତକରେ ଚାନ୍ଦି ମୁକୁଟ ଶୋଭା ପାଇବା ସହିତ ରୁପା ଓ ତାରକସି ଗହଣାରେ ସୁସଜ୍ଜିତ ହେବେ। ଷଷ୍ଠୀରେ ବିଲ୍ବବରଣ, ସପ୍ତମୀରେ କଳସ ଯାତ୍ରାରେ ୧୦୮ଜଣ ମହିଳା ସାମିଲ ହୋଇ ଡମଣା ଗ୍ରାମସ୍ଥିତ ଅଲେଖ ମହିମା ଆଶ୍ରମ ପୁଷ୍କରିଣୀରୁ ପାଣି ଗ୍ରହଣ କରି ଗ୍ରାମ ପରିକ୍ରମା କରିବା ସହିତ ମା’ଙ୍କ ପୂଜାପୀଠରେ ପହଞ୍ଚତ୍ ଜଳାଭିଷେକ କରିବେ। ଏହାପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇ ଚକ୍ଷୁଦାନ ଦିଆଯିବ। ସେହିପରି ଅଷ୍ଠମୀ ଦିନ ସୁର୍ଯ୍ୟ ପୂଜା, ମହାଷ୍ଠମୀ ପୂଜା, ସନ୍ଧିପୂଜା, ସନ୍ଧିବଳି ଓ ହୋମାଦି ପୁଷ୍ପାଞ୍ଜଳି ପ୍ରଦାନ କରାଯିବ। ନବମୀରେ ୨୧ଜଣ କୁମାରୀ ପୂଜା, ଚରୁହୋମ ଓ ୧୦୮ ଦୀପ ପ୍ରଜ୍ୱଳନ କରାଯାଇ ଏଥିରେ ଝୁଣା ମରାଯିବ ଯାହା ଅନ୍ୟତମ ଆକର୍ଷଣ ସାଜିବ। ଦଶମୀ ଦିନ ଦହିପଖାଳ ଭୋଗ, ଅପରାଜିତା ପୂଜା, ହୋମ, ପୂର୍ଣ୍ଣାହୁତି, ଘଟ ବିସର୍ଜନ ହେବ। ଏଥର ୫୦ ଫୁଟର ଇ-ରାବଣ ପୋଡ଼ି ଅନୁଷ୍ଠିତ ହେବ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଲୋକମାନେ ବିଭିନ୍ନ ପ୍ରକାର ଦୋଳି ଏବଂ ମୀନାବଜାରର ମଜା ନେଇ ପାରିବେ। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୂଜା ମଣ୍ଡପ ଓ ବାହାରେ ଭିଡ ନିୟନ୍ତ୍ରଣ କରିବା ପାଇଁ ୧୦୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ରହିବେ। ଏଥିସହ ୮ଟି ସିସିଟିଭି କ୍ୟାମେରା ଓ ମଣ୍ଡପରେ ୪ଟି ଅଗ୍ନି ନିବାପକ ଯନ୍ତ୍ର ରଖାଯିବ। ଭସାଣି ଦିନ ଧୁମ୍‌ଧାମ୍‌ରେ ମା’ଙ୍କୁ ମେଲାଣି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri