ଏବେ ବି ରାଜସ୍ବ ମାନଚିତ୍ରରେ ନାହିଁ ମାଛକୁଣ୍ଡ ନଦୀ

ନନ୍ଦପୁର,୪ା୪(ତୁଷାରକାନ୍ତ ମହାନ୍ତି): ୨୦୨୪ ଏପ୍ରିଲ ୪ରେ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ ଓ ସୁଡୁବ ଘାଟ ଜାତୀୟ ହରିତ ଅଧିକରଣ(ଗ୍ରୀନ ଟ୍ରିବୁନାଲ) ଟିମ୍‌ ଦୁଇ ଆନ୍ଧ୍ର-ଓଡ଼ିଶାର ରାଜସ୍ବ ଅଧିକାରୀଙ୍କ ସହ ପରିଦର୍ଶନ କରିଥିଲେ। ନଦୀ ଓ ଘାଟକୁ ନଷ୍ଟ କରି ଆନ୍ଧ୍ର ପଟକୁ ବେଆଇନ ବାଲି ଚାଲାଣ ହେଉଥିବା ପଞ୍ଚାୟତ ସରପଞ୍ଚ ପୂଜା ଖିଲଙ୍କ ଅଭିଯୋଗ କରିଥିଲେ। ଏହାର ତଦନ୍ତ ବେଳେ ୨ ରାଜ୍ୟର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ ଦୁଇ ରାଜ୍ୟର ରାଜସ୍ବ ମାନଚିତ୍ରରେ ନ ଥିବା ଘଟଣା ସାମନାକୁ ଆସିଥିବା ତଦନ୍ତକାରୀ ଟିମ୍‌ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଏ ନେଇ ଧରିତ୍ରୀରେ ଖବର ପ୍ରକାଶିତ ହେବା ପରେ ସାରା ରାଜ୍ୟ ଓ ଜାତୀୟ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇ ତତ୍କାଳୀନ ସରକାର ଓ ରାଜସ୍ବ ବିଭାଗ ସମାଲୋଚିତ ହୋଇଥିଲେ। ଉକ୍ତ ଘଟଣାକୁ ବର୍ଷେ ବିତିଛି। ରାଜ୍ୟରେ ଶାସକ ଓ ବିରୋଧୀ ଦଳ ପକ୍ଷରୁ ଏହି ଘଟଣାକୁ ନେଇ ତଦନ୍ତ, ସୀମା ଚିହ୍ନଟ ଓ ମାଛକୁଣ୍ଡ ନଦୀକୁ ରାଜ୍ୟ ରାଜସ୍ବ ମାନଚିତ୍ରରେ ସ୍ଥାନିତ କରିବାକୁ କୌଣସି ପଦକ୍ଷେପ ଅଦ୍ୟାବଧି ଗ୍ରହଣ କରାଯାଇ ନାହିଁ। ନନ୍ଦପୁର ତହସିଲ, ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସୀମା ଚିହ୍ନଟ ପାଇଁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହଁାନ୍ତି। ଏହାକୁ ନେଇ ଅସନ୍ତୋଷ ସୃଷ୍ଟି କରିଛି। ସୀମାନ୍ତ ମାଛକୁଣ୍ଡ ନଦୀର ବିଭିନ୍ନ ଘାଟରୁ ଆନ୍ଧ୍ର ମାଫିଆ ଅବାଧରେ ବାଲି ବୋହି ନେଉଥିବା ବେଳେ ଦୁଇ ରାଜ୍ୟର ସୀମା ବିବାଦ ବଢୁଛି ବୋଲି ବୁଦ୍ଧିଜୀବୀ କହିଛନ୍ତି। ସୂଚନା ଅନୁଯାୟୀ, ଆନ୍ଧ୍ର ପଟୁ ଓଡ଼ିଶା ଅଞ୍ଚଳକୁ ପ୍ରବାହିତ ଗୋଦାବରୀ ନଦୀ ଗୋଲୁର ପଞ୍ଚାୟତର ରାଇପାହାଡ ନିକଟରେ ଦୁଇ ଭାଗ ହୋଇଛି। ଗୋଟିଏ ଭାଗ ପାତାଳୀ ନଦୀ ନଁାରେ ଚାଟୁଆ ପାଡୁଆ ଦେଇ ଜୋଲାପୁଟ ରିଜର୍ଭରରେ ଲିନ ହୋଇଛି। ଅନ୍ୟଟି ରାଇ ପାହାଡରୁ ମାଛକୁଣ୍ଡ ନଦୀ ନଁାରେ ପ୍ରବାହିତ ହୋଇ ଆନ୍ଧ୍ର ଅନ୍ତର୍ଗତ ଦୁଗାନ ଗ୍ରାମଠାରୁ ମୁଚିମପୁଟ ଯାଏ ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଛି। କିନ୍ତୁ ମାଛକୁଣ୍ଡ ନଦୀ ନନ୍ଦପୁର ତହସିଲ, କୋରାପୁଟ ଜିଲା ଏବଂ ଓଡ଼ିଶାର ରାଜସ୍ବ ମୂଜୁମୁଲି ସହ ଆନ୍ଧ୍ର ରାଜସ୍ବ ମାନଚିତ୍ରରେ ମଧ୍ୟ ନାହିଁ ବୋଲି କେନ୍ଦ୍ରୀୟ ଟିମ୍‌ କହିଥିଲେ। ଟିମ୍‌ ଜିଓଲୋଜି ବିଭାଗର ଟପୋସିଡ୍‌ ମାନଚିତ୍ର, ଦୁଇ ରାଜ୍ୟର ଅଧିକାରୀଙ୍କ ମୋବାଇଲରେ ଉପଲବ୍ଧ ଗୁଗୁଲ ମ୍ୟାପ ଦେଖାଇ ରାଜସ୍ବ ବିଭାଗ ମାନଚିତ୍ରରେ ମାଛକୁଣ୍ଡ ନଦୀ କିଭଳି ନାହିଁ ବୋଲି ଦୁଇ ରାଜ୍ୟର ରାଜସ୍ବ ଓ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ରାଜ୍ୟ ରାଜସ୍ବ ବିଭାଗ, ଜିଲା ପ୍ରଶାସନ ଓ ନନ୍ଦପୁର ତହସିଲ୍‌ କର୍ତ୍ତୃପକ୍ଷ ସୀମା ସୁରକ୍ଷା ପ୍ରତି ଅବହେଳା କରୁଥିବା ଅଭିଯୋଗ ହୋଇଥିଲା। କୋରାପୁଟ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ଯାଞ୍ଚ ସମୟରେ ଉପସ୍ଥିତ ଥିଲେ। ନନ୍ଦପୁର ତହସିଲଦାର ଅନାଦି ଚରଣ ସାହୁ ଅବସର ନେଇଛନ୍ତି। ମାଛକୁଣ୍ଡ ନଦୀ ମାନଚିତ୍ରରେ ନ ଥିବା ଘଟଣାର ରିପୋର୍ଟ ଟ୍ରିବୁନାଲ ସହ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ଟିମ୍‌ରେ ଥିବା ଜିଓଲୋଜିକାଲ ବିଭାଗ ଯୁଗ୍ମ ନିର୍ଦ୍ଦେଶକ (କୋରାପୁଟ) କ୍ୟୁ ଜେ ଖାନ ସୂଚନା ଦେଇଥିଲେ। ଆଗାମୀ ଦିନରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀ, ରାଜସ୍ବ ବିଭାଗର କର୍ତ୍ତୃପକ୍ଷ ଆପୋଷ ବୁଝାମଣାରେ ବୈଠକ କରି ମାଛକୁଣ୍ଡ ନଦୀର ମାନଚିତ୍ର ଉଭୟ ରାଜ୍ୟର ସୀମା ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବ୍ଲକ୍‌ ସହ ପାନ୍ଥଲୁଙ୍ଗ ପଞ୍ଚାୟତ ବାସୀଙ୍କ ଦୁର୍ଭାଗ୍ୟ ତଦନ୍ତ ଓ ପରାମର୍ଶ କାଗଜ କଲମରେ ରହିଯାଇଛି। ସୀମା ଚିହ୍ନଟ କରି ମାଛକୁଣ୍ଡ ନଦୀକୁ ରାଜସ୍ବ ମାନଚିତ୍ରରେ ସ୍ଥାନିତ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ, ଜିଲା ପ୍ରଶାସନ ଓ ନନ୍ଦପୁର ତହସିଲ କର୍ତ୍ତୃପକ୍ଷ ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଗୁରୁତ୍ୱ ଦେଇ ସୀମାନ୍ତ ଚିହ୍ନଟ କରନ୍ତୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ମାଛକୁଣ୍ଡ ନଦୀକୁ ରାଜ୍ୟ ରାଜସ୍ବ ମାନଚିତ୍ରରେ ସ୍ଥାନିତ କରିବା ସହ ଓଡ଼ିଆ ଅସ୍ମିତାର ରକ୍ଷା କରି ସୀମାନ୍ତବାସୀଙ୍କୁ ସମ୍ମାନ ଓ ଶାନ୍ତିରେ ବଞ୍ଚିବାକୁ ଦେବାକୁ ସେମାନେ ଅନୁରୋଧ କରିଛନ୍ତି।
ଏ ସମ୍ପର୍କରେ କୋରାପୁଟ ଉପଜିଲାପାଳ ପ୍ରେମଲାଲ ହିଆଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଜିଲାପାଳଙ୍କ ସହ ଆଲୋଚନା କରି ଶୀଘ୍ର ସୀମା ଚିହ୍ନଟ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri