ଦିନ ଥିଲା ସ୍ବାମୀଙ୍କୁ ରାଖି ବାନ୍ଧୁଥିଲେ ଶ୍ରୀଦେବୀ

୮୦ ଏବଂ ୯୦ ଦଶକରେ ଶ୍ରୀଦେବୀ ତାଙ୍କର ଚମତ୍କାର ଜରିଆରେ ବଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଏହା ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ଥିଲା। ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କ ହେଉ କିମ୍ବା ବୋନି କପୁରଙ୍କ ସହିତ ବଢୁଥିବା ଘନିଷ୍ଠତା ନେଇ ଆଲୋଚନା ହେଉଥିଲା। କେବଳ ଏତିକି ନୁହେଁ, ପ୍ରତିବର୍ଷ ଶ୍ରୀଦେବୀ ରାଖି ପୂର୍ଣ୍ଣିମାରେ ବୋନି କପୁରଙ୍କୁ ରାଖି ବାନ୍ଧି ରଖିଥିଲେ। କିନ୍ତୁ ହଠାତ୍‌ ବୋନି କପୁର ଏବଂ ଶ୍ରୀଦେବୀଙ୍କ ମଧ୍ୟରେ ଭାଇ ଓ ଭଉଣୀଙ୍କ ସମ୍ପର୍କ ପ୍ରେମରେ ପରିଣତ ହେଲା।
ବୋନି କପୁରଙ୍କ ୬୬ତମ ଜନ୍ମଦିନ ଅବସରରେ ବୋନି କପୁର ଏବଂ ଶ୍ରୀଦେବୀଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହେଲା ଜାଣନ୍ତୁ
ଏକ ସମୟ ଥିଲା ବୋନି କପୁରଙ୍କ ପ୍ରଥମ ସ୍ତ୍ରୀ ମୋନା କପୁର ଏବଂ ଶ୍ରୀଦେବୀଙ୍କର ଘନିଷ୍ଠ ବନ୍ଧୁତା ଥିଲା। କେବଳ ଏତିକି ନୁହେଁ ମୋନା ଶ୍ରୀଦେବୀଙ୍କୁ ତାଙ୍କ ଘରେ ଦୀର୍ଘ ସମୟ ରହିବାକୁ ମଧ୍ୟ ସୁଯୋଗ ଦେଇଥିଲେ। ଏହି ସମୟରେ ଶ୍ରୀଦେବା ମିଥୁନ ଚକ୍ରବର୍ତ୍ତୀଙ୍କୁ ଡେଟ କରୁଥିଲେ। ଏହା ମଧ୍ୟ କୁହାଯାଇଛି ଯେ ଶ୍ରୀଦେବୀ ଗୁପ୍ତରେ ମିଥୁନଙ୍କୁ ୧୯୮୫ ରେ ବିବାହ କରିଥିଲେ।
ବୋନିଙ୍କ ଘରେ ରହିବା ସମୟରେ ମିଥୁନ ଭାବିଥିଲେ ଯେ ବୋନି କପୁର ଏବଂ ଶ୍ରୀଦେବୀଙ୍କ ମଧ୍ୟରେ କିଛି ଚାଲିଛି। ମିଥୁନଙ୍କ ଭ୍ରମ ଦୂର କରିବା ପାଇଁ ଶ୍ରୀଦେବୀ ରାଖିରେ ବୋନି କପୁରଙ୍କୁ ରାଖି ବାନ୍ଧି ଥିଲେ। ପ୍ରତିଦିନ ମିଥୁନ ଏବଂ ଶ୍ରୀଦେବୀଙ୍କ ପ୍ରେମ କାହାଣୀ ବଲିଉଡରେ ଚର୍ଚ୍ଚାରେ ରହିବାକୁ ଲାଗିଲା। ମିଥୁନଙ୍କ ପ୍ରଥମ ସ୍ତ୍ରୀ ଗୀତା ବାଲି ଏହି ବିଷୟରେ ଜାଣିଲେ, ସେ ମିଥୁନଙ୍କୁ ଧମକ ଦେଇଥିଲେ। ଯାହା ପରେ ଶ୍ରୀଦେବୀ ଏବଂ ମିଥୁନ ୧୯୮୮ରେ ଅଲଗା ହୋଇଥିଲେ।
ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ ସମୟରେ ବୋନି କପୁର ଶ୍ରୀଦେବୀଙ୍କୁ ଫିଲ୍ମରେ ନେବା ପାଇଁ ତାଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ସେ ଶ୍ରୀଦେବୀଙ୍କ ସହ ତାଙ୍କର ହୃଦୟର କଥା କହିଥିଲେ। ପରେ ଉଭୟ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିବା ଏବଂ ଏକାଠି ଅଧିକ ସମୟ ବିତାଇବା ଆରମ୍ଭ କଲେ। ବୋନିଙ୍କ ପ୍ରଥମ ସ୍ତ୍ରୀ ତାଙ୍କୁ କେବେବି ସନ୍ଦେହ କରି ନ ଥିଲେ କାରଣ ଶ୍ରୀଦେବୀ ବୋନିଙ୍କୁ ତାଙ୍କ ଭାଇ ବୋଲି କହୁଥିଲେ।
ହଠାତ୍‌ ଦିନେ ମୋନା ଜାଣିବାକୁ ପାଇଲେ ଯେ ଶ୍ରୀଦେବୀ ଗର୍ଭବତୀ ଅଛନ୍ତି। ଏହା ଜାଣି ତାଙ୍କୁ ଗୋଡ ତଳୁ ମାଟି ଖସିଗଲା ଭଳି ଲାଗିଥିଲା। ବୋନି ମୋନାଙ୍କୁ ଛାଡପତ୍ର ଦେଇ ୧୯୯୬ ରେ ମନ୍ଦିରରେ ଶ୍ରୀଦେବୀଙ୍କୁ ବିବାହ କରିଥିଲେ। ଯାହା ପରେ ଜାହ୍ନବୀ କପୁର ମାତ୍ର କିଛି ମାସ ପରେ ଜନ୍ମ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri