ଶ୍ରୀମନ୍ଦିରରେ ମାରା ହେଲା ଭୋଗ

ପୁରୀ ଅଫିସ, ୩୧।୮: ଦୀର୍ଘଦିନ ପରେ ଶ୍ରୀମନ୍ଦିରରେ ଭୋଗ ମାରା ହୋଇଛି। ଜଣେ ସେବାୟତଙ୍କ ପାଇଁ ଶନିବାର ରାତିରେ ପ୍ରାୟ ୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଥିଲା। ଫଳରେ ଠାକୁରଙ୍କ ରାତ୍ରପହୁଡ଼ ହୋଇପାରି ନ ଥିଲା। ସେହିପରି ଭୋଗ ମାରା ହେବାରୁ ଅମୁଣିଆ ମହାପ୍ରସାଦକୁ ପୋତି ଦିଆଯାଇଛି। ମହାସ୍ନାନ ପୂଜା ପରେ ପୁଣି ଥରେ ସନ୍ଧ୍ୟାଧୂପ ପୂଜା ବସିବା ସହ ଅନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଛି। ତେବେ କେଉଁ ପରିସ୍ଥିତିରେ ଏବଂ କାହିିଁକି ଏପରି ହେଲା ସେ ନେଇ କମାଣ୍ଡରଙ୍କୁ ନୀତି ପ୍ରଶାସକ ରିପୋର୍ଟ ମାଗିଛନ୍ତି।
ଶନିବାର ଶ୍ରୀମନ୍ଦିରରେ ଏକାଧିକ ସ୍ବତନ୍ତ୍ର ନୀତି ଅର୍ଥାତ୍‌ ସୁନିଆ, ବାମନ ଜନ୍ମ, ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ, ପବିତ୍ରା ଲାଗି ଓ ଇନ୍ଦ୍ରଧ୍ୱଜା ପୂଜା ରହିଥିଲା। ତେଣୁ ସକାଳୁ କିପରି ଠାକୁରଙ୍କ ନୀତିକାନ୍ତି ନିର୍ଘଣ୍ଟ ସମୟରେ ଚାଲିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବର୍ତ୍ତମାନ ମଧ୍ୟ ମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନ ଥିବାରୁ କେବଳ ଠାକୁରଙ୍କ ନୀତିକାନ୍ତି ଚାଲିଛି। ରାତି ପ୍ରାୟ ୧୦ଟା ୫୦ରେ ସନ୍ଧ୍ୟାଧୂପ ପୂଜା ବସିଥିବାବେଳେ ବ୍ୟତିକ୍ରମ ଘଟିଲା। ଭିତର ପୋଖରିଆରେ ସନ୍ଧ୍ୟାଧୂପ ପୂଜା ପାଇଁ ଟେରା ପଡ଼ିବା ସହ କଳାହାଟ ଦ୍ୱାର ବନ୍ଦ କରାଯାଇଥିଲା। ଏହା ପରେ କୌଣସି ଅମୁଣିଆ ମହାପ୍ରସାଦ ଆଉ ଭିତରକୁ ଯିବା କଥା ନୁହେଁ। ମାତ୍ର ଜଣେ ସୁଆର ସେବକ ଦ୍ୱାର ଖୋଲି ଛେକ (ତାଙ୍କ ଅମୁଣିଆ ପ୍ରସାଦ) ରଖିଥିଲେ। ଫଳରେ ଭୋଗ ମାରା ହୋଇଯାଇଥିଲା। ଏହାପରେ ସେହିଠାରେ ହିିଁ ସନ୍ଧ୍ୟାଧୂପ ପୂଜା ବନ୍ଦ କରାଯାଇଥିଲା। ପ୍ରାୟ ୩୦ ହାଣ୍ଡିରୁ ଊର୍ଦ୍ଧ୍ୱ ଅମୁଣିଆ ମହାପ୍ରସାଦ ମାରା ହୋଇଯିବାରୁ ନିର୍ମାଲ୍ୟ ଖଳାରେ ପୋତାଯାଇଥିଲା। ଏହାପରେ ମହାସ୍ନାନ ପୂଜା ଶେଷ ହୋଇ ପୁଣି ଥରେ ସନ୍ଧ୍ୟାଧୂପ ପୂଜା ବସିଥିଲା। ପରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ତେବେ ଏହି ବିଳମ୍ବ ଯୋଗୁ ମହାପ୍ରଭୁ ରାତିରେ ଶୋଇ ନ ଥିଲେ। ଅର୍ଥାତ୍‌ ଶ୍ରୀମନ୍ଦିରରେ ଶନିବାର ରାତ୍ର ପହୁଡ଼ ହୋଇ ନ ଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରେ କହିଛନ୍ତି, ଭୋଗ ମାରା ହେବାରୁ ଅମୁଣିଆ ମହାପ୍ରସାଦ ପୋତାଯାଇଛି। ତେବେ ଏଥିପାଇଁ କମାଣ୍ଡରଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଖଣି ବିଭାଗର ଚଢ଼ାଉ: ୩ ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି): ଖଣି ବିଭାଗ ଥୁଆମୂଳ ରାମପୁର ଅଞ୍ଚଳରେ ଚଢ଼ାଉ କରି ୩ ବାଲି ବୋଝେଇ ହାଇୱା ଜବତ କରିଛି। କଳାହାଣ୍ଡି ଖଣି…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର,୬ା୨(ସୁଚିସ୍ମିତା ସାହୁ):ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହାକୁ ଫେବୃଆରୀ ୫ ତାରିଖ ଯାଏ ବଢ଼ାଯାଇଥିଲାବେଳେ ଏବେ ଆସନ୍ତା ୧୮ ତାରିଖକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri