ଦାନ ସୁନାରେ ମହାପ୍ରଭୁଙ୍କ ଆଭୂଷଣ

ପୁରୀ ଅଫିସ,୨୨।୧୦:ମହାପ୍ରଭୁଙ୍କୁ ଦାନ ଦେବାକୁ ଦାତାଙ୍କ ମଧ୍ୟରେ ଆଗ୍ରହ ବଢିଛି। ଶ୍ରୀମନ୍ଦିରର ୩ଟି କବାଟ ରୁପା ଛାଉଣି ପାଇଁ ଆବଶ୍ୟକ ରୁପା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ଜଣେ ଦାତା ପୂର୍ବରୁ ଆଗେଇ ଆସିଥିବାବେଳେ ଏବେ ଆଉଜଣେ ଦାତା ମହାପ୍ରଭୁଙ୍କ ଆଭୂଷଣ ପ୍ରଦାନ ଲାଗି ଇଚ୍ଛା ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଦାତାଙ୍କ ଦାନ ସୁନାରେ ଠାକୁରଙ୍କର ଶ୍ରୀମୁଖ ପଦ୍ମ, ଝୋବାକଣ୍ଠି ଓ ତଡ଼ଗୀ ଆଉ ଗୋଟିଏ ଲେଖାଏ ସେଟ୍‌ ତିଆରି କରାଯିବ। ବୁଧବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ଆଭୂଷଣ ଡିଜାଇନକୁ ଅନୁମୋଦନ କରାଯାଇଛି। ପ୍ରାୟ ୫ କିଲୋ ସୁନାରେ ଉପରୋକ୍ତ ଆଭୂଷଣ ତିଆରି ହେବ ବୋଲି ଜଣାପଡ଼ିଛି।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ତାଙ୍କର କେତେକ ରୀତି, ନୀତି, ବେଶ ଓ ଭୋଗ ଇତ୍ୟାଦିରେ ରାଜକୀୟ ଠାଣି ପରିଲକ୍ଷିତ ହୋଇଥାଏ। ରାଜାଧିରାଜ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସୁନାବେଶ ବା ରାଜବେଶ ବର୍ଷକୁ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। ଚାରିଥର ଶ୍ରୀମନ୍ଦିର ରନତ୍ସିଂହାସନ ଉପରେ ଏବଂ ଥରେ ରଥ ଉପରେ ସୁନାବେଶ କରାଯାଇଥାଏ। ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦାରୁବିଗ୍ରହ ଝଲସିଥାନ୍ତି। ତେବେ ଖରାପ ବା ପୁରୁଣା ହୋଇଯାଇଥିବା ଶ୍ରୀମୁଖ ପଦ୍ମ, ଝୋବାକଣ୍ଠି ଓ ତଡ଼ଗୀ ନୂତନ ଭାବେ ତିଆରି କରାଯିବ। ପୁରୁଣା ମଧ୍ୟ ମରାମତି ହେବ। ତେବେ ଜଣେ ଦାତା ନୂତନ ଭାବେ ନିର୍ମାଣ ହେବାକୁ ଥିବା ଶ୍ରୀମୁଖ ପଦ୍ମ, ୬ଟି ଝୋବାକଣ୍ଠି ଓ ତଡ଼ଗୀର ସମସ୍ତ ଖର୍ଚ୍ଚ ବହନ କରିବେ। ଏହି ଆଭୂଷଣ ତିଆରି ପାଇଁ ପ୍ରାୟ ୫ କିଲୋ ସୁନା ଲାଗିବ। ବୁଧବାର ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି ଆଭୂଷଣ ଡିଜାଇନ ଅନୁମୋଦନ ପାଇଁ ବୈଠକ ବସିଥିଲା। ଏଥିରେ ଛତିଶା ନିଯୋଗ ନାୟକ, ଦେଉଳକରଣ, ତଢ଼ାଉକରଣ, ଭଣ୍ଡାର ମେକାପ, ଶ୍ରୀମନ୍ଦିର କମାଣ୍ଡର ଏବଂ ପରିଚାଳନା କମିଟିର ୪ଜଣ ସେବାୟତ ପ୍ରତିନିଧି ମାଧବଚନ୍ଦ୍ର ପୂଜାପଣ୍ଡା, ରାମଚନ୍ଦ୍ର ଦାସମହାପାତ୍ର ମାଧବ ମହାପାତ୍ର, ଅନନ୍ତ ତିଆଡ଼ିି ଉପସ୍ଥିତ ଥିଲେ। ପୁରୁଣା ତଥା ପାରମ୍ପରିକ ଢାଞ୍ଚାରେ ନୂଆ ଅଳଙ୍କାର ତିଆରି କରାଯିବ ବୋଲି ନିଷ୍ପତ୍ତି ନିଆଯିବା ସହ ଏହାର ଡିଜାଇନକୁ ଅନୁମୋଦନ କରାଯାଇଛି। ଫଳରେ ଆଉ ଗୋଟିଏ ଲେଖାଏ ଉପରୋକ୍ତ ଅଳଙ୍କାର ସେଟ୍‌ ଖୁବ୍‌ଶୀଘ୍ର ତିଆରି ହେବ। ଏ ସମ୍ପର୍କରେ ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି, ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଉଦ୍ୟମ ଫଳରେ ଜଣେ ଦାତା ସୁନା ଦେବା ପାଇଁ ଆଗେଇ ଆସିଛନ୍ତି। ପ୍ରାୟ ୫ କିଲୋ ସୁନାରେ ଉପରୋକ୍ତ ଅଳଙ୍କାର ତିଆରି କରାଯିବ। ପୁରୁଣା ଅଳଙ୍କାର ମଧ୍ୟ ମରାମତି ହେବ। ଫଳରେ ୨ ସେଟ୍‌ ଅଳଙ୍କାର ରହିଲେ ହଠାତ୍‌ ଆବଶ୍ୟକ ପଡ଼ିିଲେ କାମରେ ଲାଗିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସୋରଡ଼ା ଏନ୍‌ଏସି ଦଖଲ କଲା ବିଜେଡି

ସୋରଡ଼ା,୨୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଏନ୍‌ଏସି ପୌର ନିର୍ବାଚନରେ ବିଜେଡିର ଶିବଶଙ୍କର ପଣ୍ଡା ବିଜୟୀ ହୋଇଛନ୍ତି। ସେ ଭଜପାର ସାଧୀନ ପଣ୍ଡାଙ୍କଠାରୁ ୨୮୮ ଖଣ୍ଡ ଭୋଟ୍‌...

ହାତୀ ପାଇଁ ଚାଷଜମି ନଷ୍ଟ,ଚିନ୍ତାରେ ଚାଷୀ

କପ୍ତିପଦା,୧୬ା୧୧(ଡି.ଏନ୍‌.ଏ.)- କପ୍ତିପଦା ବ୍ଲକ୍‌ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତ ମାହାରାସାହି କଟୁରିଆ ଗ୍ରାମରେ ଶିମିଳିପାଳରୁ ଆସିଥିବା ହାତୀ ପଶି ବ୍ୟାପକ ଚାଷଜମି ନଷ୍ଟ କରିଛନ୍ତି। ଏଥିନେଇ ଚାଷୀମାନେ...

ବାରଣ୍ଡାରେ ଶୋଇଥିଲା ଶିଶୁ, ଭୁଶୁଡ଼ିଲା କାନ୍ଥ

ଉମରକୋଟ,୨୦।୮(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିପଡ଼ିଲା କାନ୍ଥ। କାନ୍ଥ ତଳେ ଚାପିହୋଇ ୬ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି...

କବାଟ ଭାଙ୍ଗି ସୁନା ଅଳଙ୍କାର, ମୋବାଇଲ ଲୁଟ୍‌:  ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ଦିଗପହଣ୍ଡି,୩୧ା୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବମକେଇ ଗଁା ପତିତପାବନ ସାହିର ବିଜୟ କୁମାର ପ୍ରଧାନଙ୍କ ଘରୁ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ପ୍ରାୟ ୪ ଭରି ଓଜନର ସୁନାଗହଣା, ୪୦...

ଅବହେଳା ଯୋଗୁ ଅସୁରକ୍ଷିତ

ବଇଣ୍ଡା,୮ା୧୧ (ପରିକ୍ଷିତ ସାହୁ): ବଢ଼ିଚାଲିଛି ବନ୍ୟସମ୍ପଦ ଲୁଟ୍‌ପାଟ। ନିୟମିତ ଗଛ କାଟୁଛନ୍ତି କାଠ ମାଫିଆ। ଚୋରି ହେଉଛି ଲଘୁ ଖଣିଜ ଦ୍ରବ୍ୟ। ଶିକାର ହେଉଛନ୍ତି ବନ୍ୟଜନ୍ତୁ।...

କପିଳାସ ଅଭୟାରଣ୍ୟରେ ସଫାରି

ଢେଙ୍କାନାଳ ଅଫିସ, ୩।୩ – ଜୈବ ବିବିଧତା ଏବଂ ବନ୍ୟପ୍ରାଣୀ ସମ୍ଭାରରେ ଭରପୂର କପିଳାସ ଅଭୟାରଣ୍ୟରେ ଖୁବ୍‌ଶୀଘ୍ର ସଫାରିର ମଜା ନେବେ ପର୍ଯ୍ୟଟକ। ଏଥିଲାଗି ବନ...

ବଜ୍ରପାତ ନେଲା ୨ ଜୀବନ

ପାପଡ଼ାହାଣ୍ଡି, ୧୭।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତ ବରଦେଇ ଗ୍ରାମରେ ରବିବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗ୍ରାମର...

ସରକାରୀ ତାଲିମ ପାଇଁ ବସ୍ତ୍ରାଳୟରୁ ସିସିଟିଭି ଭଡ଼ାନେବା ଘଟଣା: ୭୦ହଜାର ଟଙ୍କା ଫେରାଇବାକୁ ଡିପିସିଙ୍କ ନିର୍ଦ୍ଦେଶ

ବଡ଼ସାହି,୨୩ା୧୦(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଉଜ୍ଜ୍ୱଳ ଓ ଉତ୍‌ଥାନ ତାଲିମ କେନ୍ଦ୍ରରେ ସିସିଟିଭି ଲଗାଇବା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହୋଇଛି। ବଜାରରେ ଥିବା ଏକ ବସ୍ତ୍ରାଳୟରୁ...

Advertisement
Archives

Model This Week