ଦାନ ସୁନାରେ ମହାପ୍ରଭୁଙ୍କ ଆଭୂଷଣ

ପୁରୀ ଅଫିସ,୨୨।୧୦:ମହାପ୍ରଭୁଙ୍କୁ ଦାନ ଦେବାକୁ ଦାତାଙ୍କ ମଧ୍ୟରେ ଆଗ୍ରହ ବଢିଛି। ଶ୍ରୀମନ୍ଦିରର ୩ଟି କବାଟ ରୁପା ଛାଉଣି ପାଇଁ ଆବଶ୍ୟକ ରୁପା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ଜଣେ ଦାତା ପୂର୍ବରୁ ଆଗେଇ ଆସିଥିବାବେଳେ ଏବେ ଆଉଜଣେ ଦାତା ମହାପ୍ରଭୁଙ୍କ ଆଭୂଷଣ ପ୍ରଦାନ ଲାଗି ଇଚ୍ଛା ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଦାତାଙ୍କ ଦାନ ସୁନାରେ ଠାକୁରଙ୍କର ଶ୍ରୀମୁଖ ପଦ୍ମ, ଝୋବାକଣ୍ଠି ଓ ତଡ଼ଗୀ ଆଉ ଗୋଟିଏ ଲେଖାଏ ସେଟ୍‌ ତିଆରି କରାଯିବ। ବୁଧବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ଆଭୂଷଣ ଡିଜାଇନକୁ ଅନୁମୋଦନ କରାଯାଇଛି। ପ୍ରାୟ ୫ କିଲୋ ସୁନାରେ ଉପରୋକ୍ତ ଆଭୂଷଣ ତିଆରି ହେବ ବୋଲି ଜଣାପଡ଼ିଛି।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ତାଙ୍କର କେତେକ ରୀତି, ନୀତି, ବେଶ ଓ ଭୋଗ ଇତ୍ୟାଦିରେ ରାଜକୀୟ ଠାଣି ପରିଲକ୍ଷିତ ହୋଇଥାଏ। ରାଜାଧିରାଜ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସୁନାବେଶ ବା ରାଜବେଶ ବର୍ଷକୁ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। ଚାରିଥର ଶ୍ରୀମନ୍ଦିର ରନତ୍ସିଂହାସନ ଉପରେ ଏବଂ ଥରେ ରଥ ଉପରେ ସୁନାବେଶ କରାଯାଇଥାଏ। ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦାରୁବିଗ୍ରହ ଝଲସିଥାନ୍ତି। ତେବେ ଖରାପ ବା ପୁରୁଣା ହୋଇଯାଇଥିବା ଶ୍ରୀମୁଖ ପଦ୍ମ, ଝୋବାକଣ୍ଠି ଓ ତଡ଼ଗୀ ନୂତନ ଭାବେ ତିଆରି କରାଯିବ। ପୁରୁଣା ମଧ୍ୟ ମରାମତି ହେବ। ତେବେ ଜଣେ ଦାତା ନୂତନ ଭାବେ ନିର୍ମାଣ ହେବାକୁ ଥିବା ଶ୍ରୀମୁଖ ପଦ୍ମ, ୬ଟି ଝୋବାକଣ୍ଠି ଓ ତଡ଼ଗୀର ସମସ୍ତ ଖର୍ଚ୍ଚ ବହନ କରିବେ। ଏହି ଆଭୂଷଣ ତିଆରି ପାଇଁ ପ୍ରାୟ ୫ କିଲୋ ସୁନା ଲାଗିବ। ବୁଧବାର ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି ଆଭୂଷଣ ଡିଜାଇନ ଅନୁମୋଦନ ପାଇଁ ବୈଠକ ବସିଥିଲା। ଏଥିରେ ଛତିଶା ନିଯୋଗ ନାୟକ, ଦେଉଳକରଣ, ତଢ଼ାଉକରଣ, ଭଣ୍ଡାର ମେକାପ, ଶ୍ରୀମନ୍ଦିର କମାଣ୍ଡର ଏବଂ ପରିଚାଳନା କମିଟିର ୪ଜଣ ସେବାୟତ ପ୍ରତିନିଧି ମାଧବଚନ୍ଦ୍ର ପୂଜାପଣ୍ଡା, ରାମଚନ୍ଦ୍ର ଦାସମହାପାତ୍ର ମାଧବ ମହାପାତ୍ର, ଅନନ୍ତ ତିଆଡ଼ିି ଉପସ୍ଥିତ ଥିଲେ। ପୁରୁଣା ତଥା ପାରମ୍ପରିକ ଢାଞ୍ଚାରେ ନୂଆ ଅଳଙ୍କାର ତିଆରି କରାଯିବ ବୋଲି ନିଷ୍ପତ୍ତି ନିଆଯିବା ସହ ଏହାର ଡିଜାଇନକୁ ଅନୁମୋଦନ କରାଯାଇଛି। ଫଳରେ ଆଉ ଗୋଟିଏ ଲେଖାଏ ଉପରୋକ୍ତ ଅଳଙ୍କାର ସେଟ୍‌ ଖୁବ୍‌ଶୀଘ୍ର ତିଆରି ହେବ। ଏ ସମ୍ପର୍କରେ ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି, ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଉଦ୍ୟମ ଫଳରେ ଜଣେ ଦାତା ସୁନା ଦେବା ପାଇଁ ଆଗେଇ ଆସିଛନ୍ତି। ପ୍ରାୟ ୫ କିଲୋ ସୁନାରେ ଉପରୋକ୍ତ ଅଳଙ୍କାର ତିଆରି କରାଯିବ। ପୁରୁଣା ଅଳଙ୍କାର ମଧ୍ୟ ମରାମତି ହେବ। ଫଳରେ ୨ ସେଟ୍‌ ଅଳଙ୍କାର ରହିଲେ ହଠାତ୍‌ ଆବଶ୍ୟକ ପଡ଼ିିଲେ କାମରେ ଲାଗିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?