ବୈତରଣୀରୁ ବାଲି ଲୁଟ ଅଣାୟତ୍ତ

ଯାଜପୁର ଅଫିସ,୧୭ା୫:ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ସାଆଁଳାଠାରୁ ମୂଳାପାଳ ପର୍ଯ୍ୟନ୍ତ ବେଆଇନ ବାଲି ଉତ୍ତୋଳନ ଅଣାୟତ୍ତ ହେବାରେ ଲାଗିଛି। ଗତ ପଞ୍ଚାୟତ ନିର୍ବାଚନ ପରେ ଏହି ବାଲି ଲୁଟ୍‌ କାରବାର ଅପେକ୍ଷାକୃତ ବଢ଼ିବାରେ ଲାଗିଛି। ଲିଜଧାରୀମାନେ ପୋକଲିନ ମେଶିନରେ ଅନୁମତି ପରିମାଣଠାରୁ ଅଧିକ ବାଲି ଉତ୍ତୋଳନ, ବିନା ଟ୍ରାନଜିଟ ଫର୍ମରେ ବାଲି ପରିବହନ ଓ ବିକ୍ରି କରୁଛନ୍ତି। ତହସିଲ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଲିଜଧାରୀମାନଙ୍କ ବିରୋଧରେ ଲିଜ ପଟ୍ଟା ରଦ୍ଦ, ଚୋରା ଚାଲାଣକାରୀଙ୍କ ଗାଡ଼ି ଜବତ, ଜରିମାନା ଆଦାୟ ଭଳି କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ବରଂ ତହସିଲ ପ୍ରଶାସନ ଏହି କାରବାରରେ ଏକ ପ୍ରକାର ସହଯୋଗୀ ହୋଇଥିବା ଅଭିଯୋଗ ହୋଇଆସୁଛି। ଏଭଳିସ୍ଥଳେ କୋରେଇ ସଂଗ୍ରାମ ସମିତି ଏହି ବେଆଇନ ବାଲି ଲୁଟ ପ୍ରତିବାଦରେ ଆସନ୍ତା ୨୫ ତାରିଖରୁ ବ୍ୟାସନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରଖିବ ବୋଲି ଚେତାବନୀ ଦେଇଛି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀରେ ୬ଟି ବାଲିଘାଟକୁ ୫ ବର୍ଷିଆ ଲିଜ ଦିଆଯାଇଛି। ଏଥିପାଇଁ ୧୩.୬୨ କୋଟି ଟଙ୍କାର ନିଲାମ ହୋଇଥିବାବେଳେ ୨୦ା୪ା୨୦୨୨ ସୁଦ୍ଧା ଲିଜ୍‌ଧାରୀମାନେ ୩.୨୦କୋଟି ଟଙ୍କା ଜମା କରିଛନ୍ତି। ସାଆଁଳା-୨ ବାଲିଘାଟରେ ୨୮,୪୩୦ ଘନମିଟର, ମୁକୁନ୍ଦପୁର-୧ ବାଲିଘାଟରୁ ୧୦,୦୪୦ ଘନମିଟର, ସାଲବା ବାଲିଘାଟରୁ ୧୬,୭୩୦ ଘନମିଟର, ରଣପାଳ ବାଲିଘାଟରୁ ୫,୫୨୦ ଘନମିଟର, ଧନତ୍ରୀ ବାଲିଘାଟରୁ ୯,୬୮୦ ଘନମିଟର ଓ ନିଶଙ୍ଖପୁର ବାଲିଘାଟରୁ ୨୪,୭୯୫ ଘନମିଟର ବାଲି ଉତ୍ତୋଳନ କରିବାକୁ ଅନୁମତି ମିଳିଛି। ଅନୁମତି ପତ୍ରରେ ପୋକଲିନ ବ୍ୟବହାର ହୋଇପାରିବ ନାହିଁ ଏବଂ ମାନୁଆଲ ଭାବେ ଉତ୍ତୋଳନ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ହେଲେ ପ୍ରାୟ ସମସ୍ତ ବାଲିଘାଟରେ ୭/୮ଟି ଲେଖାଏ ପୋକଲିନ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଏହି କାରଣରୁ ଗରିବ ଶ୍ରମିକମାନେ ରୋଜଗାର ପାଉ ନାହାନ୍ତି। ଅନ୍ୟପକ୍ଷେ ଏହି ବାଲିଘାଟରୁ ଅଧିକାଂଶ ଲିଜଧାରୀ ଅନୁମତିଠାରୁ ବହୁଗୁଣରେ ଅଧିକ ବାଲି ବିନା ଟ୍ରାଞ୍ଜିଟ୍‌ ପାସ୍‌ରେ ପରିବହନ କରୁଛନ୍ତି। ଏପରି କି କେତେକ ଟ୍ରାଞ୍ଜିଟ୍‌ ପାସ୍‌ ନକଲି କରାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏହାପୂର୍ବରୁ ସାଆଁଳା ବାଲିଘାଟରେ ବେଆଇନ ଉତ୍ତୋଳନର ଅଭିଯୋଗ କରି ଅଞ୍ଚଳବାସୀ ଦୁଇଦୁଇ ଥର ଏନଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ର ଦ୍ୱାରସ୍ଥ ହୋଇଥିଲେ। ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ। କୌଣସି ମେଶିନ ବ୍ୟବହାର ହେଉଥିଲେ ତାହାକୁ ଜବତ କର ଏବଂ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଅ ବୋଲି ଏନ୍‌ଜିଟି ୨୦୧୭ ଏପ୍ରିଲ ୨୮ରେ ସାଆଁଳା ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ ସେତେବେଳେ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇ ପାରି ନ ଥିଲା। ଏହାପରେ ଅଞ୍ଚଳବାସୀ ପୁଣି ଏନ୍‌ଜିଟିରେ(୩୫/୨୦୨୦/ଇଜେଡ) କେସ୍‌ ନମ୍ବରରେ ମାମଲା ରୁଜୁ କରିଥିଲେ। ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ରିପୋର୍ଟ ଦାଖଲ କରିବାକୁ ଏନ୍‌ଜିଟି ସେତେବେଳେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉପଯୁକ୍ତ ଭାବେ ତଦନ୍ତ ରିପୋର୍ଟ ଦାଖଲ ନ ହେବାରୁ ଏହି ମାମଲା ମଧ୍ୟ ଫାଇଲ ତଳେ ଚାପି ରହିଗଲା। ଏହାର ସୁଯୋଗରେ ଏବେ ମଧ୍ୟ ସେହି ବାଲିଘାଟରୁ ମେଶିନ ଲଗାଇ ବେଆଇନ ଉତ୍ତୋଳନ ହେଉଥିବା ଅଭିଯୋଗ ହେଉଛି। ବାଲି ବୋଝେଇ ଭାରି ଯାନ ଚଳାଚଳ ଯୋଗୁ କୋରେଇ ବ୍ଲକ ମଥୁରାପୁର, ବରୁଣ୍ଡେଇ, ମକୁନ୍ଦପୁର, ବନ୍ଦାଳୋ, ଗୌରପୁର, ରଣପୁର, ଅମୃତିଆ, କର୍ଦ୍ଦା ପ୍ରଭୃତି ଅଞ୍ଚଳର ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏପରି କି ପ୍ରବେଶ ନିଷିଦ୍ଧ ସମୟରେ ଭାରିଯାନଗୁଡ଼ିକ ସୋଲପାଟିଆଠାରୁ ଖଜୁରିନାଲୁଆ ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଠିଆ ହେବା ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଉଛି ବୋଲି ସମିତି ପକ୍ଷରୁ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri