ଲୁଟ୍‌ ହେଉଛି ଗଛ, ନଦୀପଠାରୁ ବାଲି, ମାଟି

ପଟ୍ଟାମୁଣ୍ଡାଇ,୧୫ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ସରକାରୀ ଜମି ହଡ଼ପ ହେଉଥିବା ବେଳେ ଗଛ, ନଦୀପଠାରୁ ବାଲି, ମାଟି ଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ହେଲେ ଏ ଦିଗରେ ଜିଲା ପ୍ରଶାସନ ଓ ସ୍ଥାନୀୟ ରାଜସ୍ବ ବିଭାଗ କର୍ଣ୍ଣପାତ କରୁନାହାନ୍ତି। ଅସାଧୁ ଓ ପ୍ରଭାବଶାଳୀ ବ୍ୟକ୍ତି ଏହି କାର୍ଯ୍ୟରେ ଲିପ୍ତ ରହୁଥିବାରୁ ଅଞ୍ଚଳବାସୀ ଭୟରେ ମୁହଁ ଖୋଲୁନାହାନ୍ତି। ଫଳରେ ସେମାନେ ମାଲାମାଲ ହେଉଥିବା ବେଳେ ସରକାର ରାଜସ୍ବ ହରାଉଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଜନସାଧାରଣ ଭୟରେ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପଟ୍ଟାମୁଣ୍ଡାଇ ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀପଠାରୁ ରାତିଦିନ କୋଟି କୋଟି ଟଙ୍କାର ବାଲି, ମାଟି ଚୋରାଚାଲାଣ କରାଯାଉଛି। ଏହି ସ୍ଥାନରୁ ମେଶିନ ଦ୍ୱାରା ବାଲି ଖନନ ନ କରିବା ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲର ରହିତାବେଶ ଏବଂ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ ସୁଦ୍ଧା ରାଜନେତା, ବାଲିମାଫିଆ ଓ ସ୍ଥାନୀୟ ପ୍ରଶାସନର ସହଯୋଗରେ ରାତିଦିନ ଶତାଧିକ ଟ୍ରକ୍‌, ହାଇୱ୍ବାରେ ବାଲିଉଠୁଛି। ବେଆଇନ ବାଲି ଚାଲାଣ ହେବା ଦ୍ୱାରା କୋଟି କୋଟି ଟଙ୍କାର ରାଜସ୍ବ ରାଜ୍ୟ ସରକାର ହରାଇଛନ୍ତି। ବାଲିମାଫିଆ ମାଲାମାଲ ହେଉଛନ୍ତି। ଏଭଳି ହେବା ଦ୍ୱାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଉଦ୍ଦିଷ୍ଟ ରାସ୍ତାରେ ଟ୍ରକ୍‌, ହାଇୱ୍ବା ଚଳାଚଳ ଯୋଗୁ ଗର୍ତ୍ତ ସୃଷ୍ଟିହୋଇ ଅନୁପଯୋଗୀ ହୋଇପଡ଼ୁଛି। ବାଲି ନେଉଥିବା ଟ୍ରକ୍‌ ଓ ହାଇଓ୍ବା ଉପରେ ପାଲ ପକାଇବାକୁ ନିୟମ ଥିବାବେଳେ ଏହାକୁ ଫୁ କରି ସେମାନେ ଉଡ଼ାଇ ଦେଉଛନ୍ତି। ବାଲି ଉଡ଼ି ରାସ୍ତାରେ ପଡ଼ିବା ଦ୍ୱାରା ଦୁର୍ଘଟଣା ଘଟୁଛି। ଧୂଳି ଉଡ଼ି ଘରଦ୍ୱାର ବୋଝେଇ ହୋଇଯାଉଛି। ପାଟନାଳିକୁ ବନ୍ଧାଇ, ପାଣିବାଟ ବନ୍ଦ କରିବାରୁ ଚାଷୀ ଚାଷ କରି ପାରୁନାହାନ୍ତି। ସେମାନେ ରାଜନେତାଙ୍କ ପାଖଲୋକ ହୋଇଥିବାରୁ ପୋଲିସ, ଜିଲା ଓ ତହସିଲ ପ୍ରଶାସନ ଏଥିପ୍ରତି ନଜର ଦେଉ ନ ଥିବା ଅଭିଯୋଗ ହେଉଛି। ସେପଟେ ଅଳପୁଆ, ଜଗନ୍ନାଥପୁର, ନାଇଆଡିଆ ନଦୀପଠାରୁ ବ୍ୟାପକ ଭାବେ ପ୍ରଶାସନ ଓ ମାଫିଆଙ୍କ ସଲାସୁତରା ଯୋଗୁ ବାଲି ହରିଲୁଟ୍‌ ହେବାରେ ଲାଗିଛି। ନଦୀକୂଳିଆ ଗ୍ରାମବାସୀଙ୍କ ପାଇଁ ବାଲିପଠା ସୁରକ୍ଷା ବାଡ଼ ସାଜିଥିବା ବେଳେ ମାଫିଆମାନେ ଏହାକୁ ଧ୍ୱଂସ କରିବାରେ ଲାଗିଛନ୍ତି, ଯାହା ଭବିଷ୍ୟତରେ ବନ୍ୟାକୁ ଡାକି ଆଣିବ ବୋଲି ଲୋକେ କହିଛନ୍ତି।
ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବହୁ ମୂଲ୍ୟବାନ୍‌ ସରକାରୀ ଜମି ବିଶେଷକରି ବେଲତଳ, ଦକ୍ଷିଣଦିଆ, ପଟ୍ଟାମୁଣ୍ଡାଇ ଓ ପୋଖରିଆପଡ଼ା ମୌଜାର ଅନେକ ଜାଗାକୁ ୧୯୩୦ ମସିହା ବନ୍ଦୋବସ୍ତରେ ପ୍ରଭାବଶାଳୀ ବ୍ୟକ୍ତିମାନେ ବ୍ୟାପକ ହେରଫେର କରି ହଡ଼ପ କରିନେଇଛନ୍ତି। ପୋତିହୋଇ ପଡ଼ିଥିବା ଗୋବରୀ ନଦୀ ଜାତୀୟ ସମ୍ପତ୍ତି ହୋଇଥିଲେ ମଧ୍ୟ ଜମିଦାରଙ୍କଠାରୁ ହାତଲେଖା ଆଣି କେତେଜଣ ଚତୁର ଲୋକ ତହସିଲ କାର୍ଯ୍ୟାଳୟରୁ ଲିଜ୍‌ ନେଇ ଭୋଗଦଖଲ କରିବା ସହ ବିକ୍ରିବଟା କରୁଛନ୍ତି। ପୋତା ନଦୀ କିସମ ଜଳାଶୟ ଥିବାବେଳେ ଏହା କିପରି ପୋତାଯାଇ ପକ୍କାଘର ନିର୍ମାଣ କରାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରବାହିତ ଗୋବରୀ ନଦୀର ପୁନରୁଦ୍ଧାର ପାଇଁ ପଟ୍ଟାମୁଣ୍ଡାଇ ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ଦାଶ, କ୍ଷୀରୋଦ ମଳିକ, ଅଶୋକ ବଳ ଓ ଦେବାଶିଷ ପଣ୍ଡା ପ୍ରମୁଖ ଜାତୀୟ ଆଇନସେବା ପ୍ରାଧିକରଣ (ନାଲ୍‌ସା) ନିକଟରେ ଏକ ଜନସ୍ବାର୍ଥ ସମ୍ବଳିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ବିଚାର କରି ଡିଏଲ୍‌ଏସ୍‌ଏ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହଁି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ଏଭଳି କାର୍ଯ୍ୟ ପାଇଁ ବିଭାଗ ପାଖରେ ସମୟ ନାହଁି ବୋଲି ସେ କହିଛନ୍ତି। ବୁଦ୍ଧିଜୀବୀ ପ୍ରବୀର ନାୟକ, ଆଇନଜୀବୀ ପ୍ରମୋଦ ସାହୁ, ସାମାଜିକ କର୍ମୀ କୃପାସିନ୍ଧୁ ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲରୁ ବଡ଼ ବଡ଼ ଗଛ କଟାଯାଇ ସହର ଉପକଣ୍ଠର କଷଣଅଣ୍ଟା, ଅଳଭା, ମାଟିଆ, ତାତନା, ଷଣ୍ଢପଲ୍ଲୀ ଆଦି ସ୍ଥାନରେ ବେଆଇନ ଭାବେ ମାଟି ଇଟାଭାଟି ପୋଡ଼ାଯାଉଛି। ଏହାର ଧୂଅଁାରେ ବୟସ୍କ ଓ ପିଲାମାନେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ସରକାରଙ୍କ ବିଭିନ୍ନ ଯୋଜନାରେ ଜଙ୍ଗଲ ସୃଷ୍ଟି କରାଯାଉଥିବା ବେଳେ କେତେଜଣ କାଠ ବେପାରୀ ଜଙ୍ଗଲ ଅବକ୍ଷୟରେ ଲାଗିପଡ଼ି ଇଟାଭାଟି ମାଲିକଙ୍କୁ କାଠ ବିକ୍ରି କରୁଛନ୍ତି। ଏହି ବେଆଇନ କାରବାରକୁ ନେଇ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ, ଚୋରା ବାଲି ବିଷୟରେ ଜିଲା ମାଇନିଂ ବିଭାଗ ବୁଝୁଛି। ମାଟିଇଟା ପୋଡ଼ା ଉପରେ ଚଢ଼ାଉ କରାଯାଇ ଦୁଇଦିନ ଭିତରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?