୧୨,୫୦୦ ଫୁଟ୍‌ ଉଚ୍ଚତାରେ ଉଡ଼ିଲା ଦୀର୍ଘତମ ତ୍ରିରଙ୍ଗା

କେନ୍ଦୁଝର, ୨୨।୭ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥର ବରଫାବୃତ୍ତ ପର୍ବତ ଉପରେ ଉଡ଼ିଛି ବିଶ୍ୱର ଦୀର୍ଘତମ ତ୍ରିରଙ୍ଗା ପତାକା। ଏଭଳି ଦୁଃସାହସିକ କାର୍ଯ୍ୟ କରି ୱାଲର୍‌ଡ ୱାଇଡ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜକୁ ସ୍ଥାନିତ କରିଛି ଉତ୍ତରପ୍ରଦେଶର ଇଣ୍ଡିଆନ ଆଡଭେଞ୍ଚର ଫାଉଣ୍ଡେଶନ। ଏହି ଅଭିଯାନରେ ସାମିଲ ହୋଇଥିବା କେନ୍ଦୁଝର ଜିଲାର ଜଗନ୍ନାଥ ମହାନ୍ତ ବିରଳ ରେକର୍ଡ କ୍ଲବରେ ନିଜକୁ ସ୍ଥାନିତ କରି ଓଡ଼ିଶା ପାଇଁ ଆଣିଛନ୍ତି ଗୌରବ।
ଇଣ୍ଡିଆନ ଆଡ୍‌ଭେଞ୍ଚର ଫାଉଣ୍ଡେଶନ ସଂସ୍ଥା ନିଆରା ରେକର୍ଡ ଲକ୍ଷ୍ୟ ନେଇ ଉତ୍ତରାଖଣ୍ଡ ରାଜ୍ୟର ୧୨,୫୦୦ ଫୁଟ ଉଚ୍ଚତାରେ ଥିବା କେଦାରନାଥ ପର୍ବତ ଉପରେ ବିଶ୍ୱର ଦୀର୍ଘତମ ୨୮୦ ଫୁଟ ଲମ୍ବର ପତାକା ଉତ୍ତୋଳନ କରିବାକୁ ଯୋଜନା କରିଥିଲା। ଏଥିପାଇଁ ଗତ ଏପ୍ରିଲ ୨୮ରେ ଆବେଦନ କରାଯାଇଥିଲା। ଆବଶ୍ୟକ ଅନୁମତି ମିଳିବା ପରେ ଏହି ଅଭିଯାନରେ ୩୦ ଜଣ ସାମିଲ ହୋଇଥିଲେ। ୨୦୨୧ ଡିସେମ୍ବର ୨୭ରେ ସେମାନେ ପର୍ବତ ଚଢ଼ିବା ସହ ବିଯୁକ୍ତ ୧୬ ଡିଗ୍ରୀ ତାପମାତ୍ରାରେ ଭାରତର ଦୀର୍ଘତମ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗତ ବୁଧବାର ଏହି ରେକର୍ଡ ଘୋଷଣା କରାଯିବା ପରେ ଅଭିଯାତ୍ରୀ ଦଳକୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି।
ସୂଚନାଯୋଗ୍ୟ, ୨୩ ବର୍ଷୀୟ ଜଗନ୍ନାଥଙ୍କ ଘର କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ପଞ୍ଚାୟତ ନୂଆଗାଁରେ। ତାଙ୍କ ବାପା ଶ୍ୟାମସୁନ୍ଦର ମହାନ୍ତ ଜଣେ ପ୍ରଧାନ ଶିକ୍ଷକ ଓ ମା’ ଶକୁନ୍ତଳା ମହାନ୍ତ ଗୃହିଣୀ। ଜଗନ୍ନାଥ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଆଣ୍ଡ ଟେକ୍ନୋଲୋଜିରୁ କମ୍ପ୍ୟୁଟରରେ ମାଷ୍ଟର ଡିଗ୍ରୀ ପାସ୍‌ କରିବା ପରେ ନଏଡାର ଘରୋଇ କମ୍ପାନୀ ଏଚ୍‌ସିଏଲ୍‌ରେ କାର୍ଯ୍ୟରତ ଅଛନ୍ତି। ଉତ୍ତରପ୍ରଦେଶରେ ଜୁଲାଇ ୨୮ରେ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ‘ୟୁବା ଗୌରବ’ ପୁରସ୍କାରରେ ସମ୍ମାନିତ କରାଯିବ। ଦେଶର ୧୮ଜଣ ସ୍ବେଚ୍ଛାସେବୀଙ୍କୁ ଏହି ପୁରସ୍କାର ମିଳିବ ବୋଲି ଜଗନ୍ନାଥ କହିଛନ୍ତି। ଆସନ୍ତା ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ୧୮ ହଜାର ଫୁଟ ଉଚ୍ଚତା ବିଶିଷ୍ଟ ଲଦାଖ ଟ୍ରିପ୍‌ ଓ କେଦାରନାଥରୁ ବଦ୍ରିନାଥ ପର୍ଯ୍ୟନ୍ତ ନନ୍‌ଷ୍ଟପ ଯାତ୍ରା କରିବା ପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି। ସେହିପରି ଡିସେମ୍ବରରେ ସାଉଥ୍‌ ଆଫ୍ରିକାର କିଲିମାଞ୍ଜାରୋ (୫,୮୯୫ ମିଟର) ପର୍ବତଶ୍ରେଣୀ ଚଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri