ଜାଲିଆତି ଧରିଲେ ଲୋକାୟୁକ୍ତ ନିର୍ଦ୍ଦେଶକ

ଯାଜପୁର ଅଫିସ/ଧର୍ମଶାଳା (ଡି.ଏନ.ଏ.),୧ା୧୨:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରୁ କଳାପଥର ଲୁଟ୍ ସାଙ୍ଗକୁ ଜାଲିଆତି ହୋଇଥିବା ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଲିଜ୍‌ଧାରୀ ତ୍ରିନାଥ ଜେନା ଲିଜ୍‌ ପାଇଥିବା ଖାଦାନ ଏରିଆଠାରୁ ବହୁଗୁଣ ଅଧିକ ଅଞ୍ଚଳରୁ କଳାପଥର ଉତ୍ତୋଳନ କରି ନେଇଛନ୍ତି। ଏହି କାର୍ଯ୍ୟରେ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହା ମଧ୍ୟ ପ୍ରମାଣିତ ହେବାରେ ଲାଗିଛି। କାରଣ ଲିଜ୍‌ଧାରୀଙ୍କୁ ମାତ୍ର ୩ ଏକର ଅଞ୍ଚଳରୁ ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଥିବାବେଳେ ତହସିଲ ପ୍ରଶାସନ ୩ ଏକର ପରିବର୍ତ୍ତେ ୬ ଏକର ୮୦ ଡିସିମିଲ ଏରିଆ ଚିହ୍ନଟ (ସ୍କେଚ୍‌) କରାଯାଇଛି। ଫଳରେ ଲିଜ୍‌ଧାରୀ ୬ ଏକର ୮୦ ଡିସିମିଲ ଅଞ୍ଚଳରୁ କଳାପଥର ଉତ୍ତୋଳନ କରିଚାଲିଛନ୍ତି। କେବଳ ସେତିକି ନୁହେଁ, ଲିଜ୍‌ଧାରୀ ଜେନା ସ୍କେଚ୍‌ ଏରିଆ ବାହାରେ ଅଧିକ ୩ ଏକର ୯୪ ଡିସିମିଲ ଅଞ୍ଚଳରୁ କଳାପଥର ଉତ୍ତୋଳନ କରିଥିବା ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ ଗତ ୧୧ ତାରିଖରେ ଦାଖଲ କରିଥିବା ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି। ଏଭଳି ବେଆଇନ ଉତ୍ତୋଳନ ପାଇଁ ଲୋକାୟୁକ୍ତ ଗତ ୨୬ ତାରିଖରେ ଯାଜପୁର ଜିଲାପାଳ, ଲିଜ୍‌ଧାରୀ ତ୍ରିନାଥ ଜେନାଙ୍କ ସମେତ ଧର୍ମଶାଳାର ୪ ପୂର୍ବତନ ତହସିଲଦାର ଏବଂ ଆରୁହା ସର୍କଲ-୧ର ୩ ପୂର୍ବତନ ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କୁ ୬ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ତହସିଲଦାର ପ୍ରଭାସ କୁମାର ବେହୁରା (ଏବେକାର ଭୁବନ ତହସିଲଦାର), ଶୀତଲ ଅଗ୍ରଓ୍ବାଲ (ଏବେ ଢେଙ୍କାନାଳର ଅତିରିକ୍ତ ତହସିଲଦାର), ସରୋଜ କୁମାର ପଣ୍ଡା (ବର୍ତ୍ତମାନ ବାଲିଅନ୍ତା ତହସିଲଦାର), ପ୍ରଶାନ୍ତ କୁମାର ସାମନ୍ତରାୟ (ଏବେ ଖୋର୍ଦ୍ଧାର ଡେପୁଟି କଲେକ୍ଟର), ଆର୍‌ଆଇ ବାସୁଦେବ ସାହୁ (ଅବସରପ୍ରାପ୍ତ), ମନୋଜ କୁମାର ମହାପାତ୍ର (ବର୍ତ୍ତମାନ ଧର୍ମଶାଳା ତହସିିଲ ଆର୍‌ଆଇ ଭାବେ କାର୍ଯ୍ୟରତ) ଓ ଆରୁହା ସର୍କଲ-୧ର ପୂର୍ବତନ ଭାରପ୍ରାପ୍ତ ଆର୍‌ଆଇ ତଥା ଏବେକାର ଆରୁହା ଆର୍‌ଆଇ କ୍ଷୀରାବ୍ଧି ତନୟା ପଣ୍ଡା।
ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ପୂର୍ବତନ ଆରୁହା ଆର୍‌ଆଇ ବାସୁଦେବ ସାହୁ ଲିଜ୍‌ ଏରିଆ ୩ ଏକର ପରିବର୍ତ୍ତେ ୬ ଏକର ୮୦ ଡିସିମିଲର ସ୍କେଚ୍‌ ମ୍ୟାପ୍‌ ପ୍ରସ୍ତୁତ କରିଥିଲେ। ତାହାକୁ ଧର୍ମଶାଳାର ତତ୍କାଳୀନ ତହସିଲଦାର ପ୍ରଭାସ କୁମାର ବେହୁରା ସତ୍ୟ ପ୍ରମାଣିତ (ସାର୍ଟିଫାଏ) କରିିବା ସହ ଭୂତତ୍ତ୍ୱବିଦ୍‌ ଗୌତମ ସାହୁଙ୍କୁ ମାଇନିଂ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ।

ଶେଷରେ ଉକ୍ତ ମାଇନିଂ ପ୍ଲାନ୍‌କୁ ଢେଙ୍କାନାଳସ୍ଥିତ ଜିଓଲୋଜି ଜୋନାଲ ସର୍ଭେ ଅଫିସ୍‌ର ତତ୍‌କାଳୀନ ଯୁଗ୍ମ ନିର୍ଦ୍ଦେଶକ ଅମିୟ କୁମାର ରାଉତ ଅନୁମୋଦନ କରିଥିଲେ। ଭୁଲ୍‌ ମାଇନିଂ ପ୍ଲାନ ମଞ୍ଜୁରୀ କରିଥିବା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଯୁଗ୍ମ ନିର୍ଦ୍ଦେଶକ ରାଉତଙ୍କୁ ମଧ୍ୟ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ମାମଲାରେ ମତ ଦେବା ପାଇଁ କମ୍ପିଟାଣ୍ଟ ଅଥରିଟି ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ଲୋକାୟୁକ୍ତ ନୋଟିସ ଦେଇଛନ୍ତି।
ଆଉ ଏକ ସାଂଘାତିକ ଜାଲିଆତି ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଖାଦାନ ପାଇଁ ଏନ୍‌ଜିଟି ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇଥିବା ଜଣାପଡ଼ିଛି। ଏନ୍‌ଜିଟି ନିୟମ ଅନୁଯାୟୀ ଖାଦାନ(ବିସ୍ଫୋରଣ ହେଉ ନ ଥିବା)ଠାରୁ ଜନବସତି ଅତିକମ୍‌ରେ ୧୦୦ ମିଟର ଦୂରରେ ରହିବା ଆବଶ୍ୟକ। ସେହିପରି ଯେଉଁ ଖାଦାନରେ ବିସ୍ଫୋରଣ କରାଯାଇ ଉତ୍ତୋଳନ କରାଯାଉଛି ସେଠାରୁ ଜନବସତି ସର୍ବନିମ୍ନ ୨୦୦ ମିଟର ରହିବା କଥା। କିନ୍ତୁ ଲିଜ୍‌ ଦିଆଯାଇଥିବା ଆରୁହା ଖାଦାନଠାରୁ ଜନବସତି ୪୦ ମିଟର ଦୂରରେ ରହିଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି। ଏଭଳିସ୍ଥଳେ ଡିଷ୍ଟ୍ରିକ୍ଟ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ଡିଇଆଇଏଏ) କିଭଳି ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଦେଲେ ସେନେଇ ଲୋକାୟୁକ୍ତ ପ୍ରଶ୍ନ ଉଠାଇଛନ୍ତି। ତେଣୁ ଡିଇଆଇଏଏ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଦେଇଥିବା ପରିବେଶ ମଞ୍ଜୁରୀର ବିସ୍ତୃତ ରିପୋର୍ଟ ସଂଗ୍ରହ କରିବାକୁ ତଦନ୍ତ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୧୩ା୧ା୨୦୨୨କୁ ଧାର୍ଯ୍ୟ କରାଯାଇଛି।
ସୂଚନାଥାଉ କି, ୧ା୯ା୨୦୧୭ରେ ଆରୁହା କଳା ପଥର ଖାଦାନ-୧ ଲିଜ୍‌ ପାଇଁ ଧର୍ମଶାଳା ତହସିଲ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତ୍ରିନାଥ ଜେନାଙ୍କୁ ୫ ବର୍ଷିଆ (୪ା୧୨ା୨୦୧୭ରୁ) ଲିଜ୍‌ ପ୍ରଦାନ କରାଯାଇଥିଲା। ଜମି ରେକର୍ଡ ଅନୁସାରେ ଆରୁହା ପାହାଡ଼ରେ ୧୫୩.୬୩୦ ଏକର କଳାପଥର ଖାଦାନ ରହିଛି। ସେଥିରୁ ମାତ୍ର ୩ ଏକର ଖାଦାନ ଲିଜ୍‌ ଦିଆଯାଇଥିବାବେଳେ ଚଞ୍ଚକତା କରି ପ୍ରାୟ ୧୦୦ ଏକର ପର୍ଯ୍ୟନ୍ତ କଳା ପଥର ବେଆଇନ ଭାବେ ଉତ୍ତୋଳନ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଛନ୍ତି। ଏଥିରେ ସ୍ଥାନୀୟ ପୋଲିସ ଓ ଧର୍ମଶାଳା ତହସିଲ ପ୍ରଶାସନର କେତେଜଣ ସହଯୋଗୀ ହୋଇଥିବା ନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଅଭିଯୋଗ କ୍ରମେ ଓଡ଼ିଶା ଲୋକାୟୁକ୍ତରେ ୧୩୫୫/୨୦୨୦ରେ ଏକ ମାମଲା ରୁଜୁ ହୋଇଛି। ଖଣି ବିଭାଗର ବିଶେଷଜ୍ଞ ଦଳ ଦ୍ୱାରା ମାପଚୁପ କରାଗଲେ ଲୁଟ୍‌ ହୋଇଥିବା କଳାପଥରର ମୂଲ୍ୟ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆବେଦନକାରୀ ବେହୁରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?