ଜାଲିଆତି ଧରିଲେ ଲୋକାୟୁକ୍ତ ନିର୍ଦ୍ଦେଶକ

ଯାଜପୁର ଅଫିସ/ଧର୍ମଶାଳା (ଡି.ଏନ.ଏ.),୧ା୧୨:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରୁ କଳାପଥର ଲୁଟ୍ ସାଙ୍ଗକୁ ଜାଲିଆତି ହୋଇଥିବା ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଲିଜ୍‌ଧାରୀ ତ୍ରିନାଥ ଜେନା ଲିଜ୍‌ ପାଇଥିବା ଖାଦାନ ଏରିଆଠାରୁ ବହୁଗୁଣ ଅଧିକ ଅଞ୍ଚଳରୁ କଳାପଥର ଉତ୍ତୋଳନ କରି ନେଇଛନ୍ତି। ଏହି କାର୍ଯ୍ୟରେ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହା ମଧ୍ୟ ପ୍ରମାଣିତ ହେବାରେ ଲାଗିଛି। କାରଣ ଲିଜ୍‌ଧାରୀଙ୍କୁ ମାତ୍ର ୩ ଏକର ଅଞ୍ଚଳରୁ ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଥିବାବେଳେ ତହସିଲ ପ୍ରଶାସନ ୩ ଏକର ପରିବର୍ତ୍ତେ ୬ ଏକର ୮୦ ଡିସିମିଲ ଏରିଆ ଚିହ୍ନଟ (ସ୍କେଚ୍‌) କରାଯାଇଛି। ଫଳରେ ଲିଜ୍‌ଧାରୀ ୬ ଏକର ୮୦ ଡିସିମିଲ ଅଞ୍ଚଳରୁ କଳାପଥର ଉତ୍ତୋଳନ କରିଚାଲିଛନ୍ତି। କେବଳ ସେତିକି ନୁହେଁ, ଲିଜ୍‌ଧାରୀ ଜେନା ସ୍କେଚ୍‌ ଏରିଆ ବାହାରେ ଅଧିକ ୩ ଏକର ୯୪ ଡିସିମିଲ ଅଞ୍ଚଳରୁ କଳାପଥର ଉତ୍ତୋଳନ କରିଥିବା ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ ଗତ ୧୧ ତାରିଖରେ ଦାଖଲ କରିଥିବା ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି। ଏଭଳି ବେଆଇନ ଉତ୍ତୋଳନ ପାଇଁ ଲୋକାୟୁକ୍ତ ଗତ ୨୬ ତାରିଖରେ ଯାଜପୁର ଜିଲାପାଳ, ଲିଜ୍‌ଧାରୀ ତ୍ରିନାଥ ଜେନାଙ୍କ ସମେତ ଧର୍ମଶାଳାର ୪ ପୂର୍ବତନ ତହସିଲଦାର ଏବଂ ଆରୁହା ସର୍କଲ-୧ର ୩ ପୂର୍ବତନ ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କୁ ୬ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ତହସିଲଦାର ପ୍ରଭାସ କୁମାର ବେହୁରା (ଏବେକାର ଭୁବନ ତହସିଲଦାର), ଶୀତଲ ଅଗ୍ରଓ୍ବାଲ (ଏବେ ଢେଙ୍କାନାଳର ଅତିରିକ୍ତ ତହସିଲଦାର), ସରୋଜ କୁମାର ପଣ୍ଡା (ବର୍ତ୍ତମାନ ବାଲିଅନ୍ତା ତହସିଲଦାର), ପ୍ରଶାନ୍ତ କୁମାର ସାମନ୍ତରାୟ (ଏବେ ଖୋର୍ଦ୍ଧାର ଡେପୁଟି କଲେକ୍ଟର), ଆର୍‌ଆଇ ବାସୁଦେବ ସାହୁ (ଅବସରପ୍ରାପ୍ତ), ମନୋଜ କୁମାର ମହାପାତ୍ର (ବର୍ତ୍ତମାନ ଧର୍ମଶାଳା ତହସିିଲ ଆର୍‌ଆଇ ଭାବେ କାର୍ଯ୍ୟରତ) ଓ ଆରୁହା ସର୍କଲ-୧ର ପୂର୍ବତନ ଭାରପ୍ରାପ୍ତ ଆର୍‌ଆଇ ତଥା ଏବେକାର ଆରୁହା ଆର୍‌ଆଇ କ୍ଷୀରାବ୍ଧି ତନୟା ପଣ୍ଡା।
ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ପୂର୍ବତନ ଆରୁହା ଆର୍‌ଆଇ ବାସୁଦେବ ସାହୁ ଲିଜ୍‌ ଏରିଆ ୩ ଏକର ପରିବର୍ତ୍ତେ ୬ ଏକର ୮୦ ଡିସିମିଲର ସ୍କେଚ୍‌ ମ୍ୟାପ୍‌ ପ୍ରସ୍ତୁତ କରିଥିଲେ। ତାହାକୁ ଧର୍ମଶାଳାର ତତ୍କାଳୀନ ତହସିଲଦାର ପ୍ରଭାସ କୁମାର ବେହୁରା ସତ୍ୟ ପ୍ରମାଣିତ (ସାର୍ଟିଫାଏ) କରିିବା ସହ ଭୂତତ୍ତ୍ୱବିଦ୍‌ ଗୌତମ ସାହୁଙ୍କୁ ମାଇନିଂ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ।

ଶେଷରେ ଉକ୍ତ ମାଇନିଂ ପ୍ଲାନ୍‌କୁ ଢେଙ୍କାନାଳସ୍ଥିତ ଜିଓଲୋଜି ଜୋନାଲ ସର୍ଭେ ଅଫିସ୍‌ର ତତ୍‌କାଳୀନ ଯୁଗ୍ମ ନିର୍ଦ୍ଦେଶକ ଅମିୟ କୁମାର ରାଉତ ଅନୁମୋଦନ କରିଥିଲେ। ଭୁଲ୍‌ ମାଇନିଂ ପ୍ଲାନ ମଞ୍ଜୁରୀ କରିଥିବା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଯୁଗ୍ମ ନିର୍ଦ୍ଦେଶକ ରାଉତଙ୍କୁ ମଧ୍ୟ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ମାମଲାରେ ମତ ଦେବା ପାଇଁ କମ୍ପିଟାଣ୍ଟ ଅଥରିଟି ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ଲୋକାୟୁକ୍ତ ନୋଟିସ ଦେଇଛନ୍ତି।
ଆଉ ଏକ ସାଂଘାତିକ ଜାଲିଆତି ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଖାଦାନ ପାଇଁ ଏନ୍‌ଜିଟି ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇଥିବା ଜଣାପଡ଼ିଛି। ଏନ୍‌ଜିଟି ନିୟମ ଅନୁଯାୟୀ ଖାଦାନ(ବିସ୍ଫୋରଣ ହେଉ ନ ଥିବା)ଠାରୁ ଜନବସତି ଅତିକମ୍‌ରେ ୧୦୦ ମିଟର ଦୂରରେ ରହିବା ଆବଶ୍ୟକ। ସେହିପରି ଯେଉଁ ଖାଦାନରେ ବିସ୍ଫୋରଣ କରାଯାଇ ଉତ୍ତୋଳନ କରାଯାଉଛି ସେଠାରୁ ଜନବସତି ସର୍ବନିମ୍ନ ୨୦୦ ମିଟର ରହିବା କଥା। କିନ୍ତୁ ଲିଜ୍‌ ଦିଆଯାଇଥିବା ଆରୁହା ଖାଦାନଠାରୁ ଜନବସତି ୪୦ ମିଟର ଦୂରରେ ରହିଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି। ଏଭଳିସ୍ଥଳେ ଡିଷ୍ଟ୍ରିକ୍ଟ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ଡିଇଆଇଏଏ) କିଭଳି ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଦେଲେ ସେନେଇ ଲୋକାୟୁକ୍ତ ପ୍ରଶ୍ନ ଉଠାଇଛନ୍ତି। ତେଣୁ ଡିଇଆଇଏଏ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଦେଇଥିବା ପରିବେଶ ମଞ୍ଜୁରୀର ବିସ୍ତୃତ ରିପୋର୍ଟ ସଂଗ୍ରହ କରିବାକୁ ତଦନ୍ତ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୧୩ା୧ା୨୦୨୨କୁ ଧାର୍ଯ୍ୟ କରାଯାଇଛି।
ସୂଚନାଥାଉ କି, ୧ା୯ା୨୦୧୭ରେ ଆରୁହା କଳା ପଥର ଖାଦାନ-୧ ଲିଜ୍‌ ପାଇଁ ଧର୍ମଶାଳା ତହସିଲ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତ୍ରିନାଥ ଜେନାଙ୍କୁ ୫ ବର୍ଷିଆ (୪ା୧୨ା୨୦୧୭ରୁ) ଲିଜ୍‌ ପ୍ରଦାନ କରାଯାଇଥିଲା। ଜମି ରେକର୍ଡ ଅନୁସାରେ ଆରୁହା ପାହାଡ଼ରେ ୧୫୩.୬୩୦ ଏକର କଳାପଥର ଖାଦାନ ରହିଛି। ସେଥିରୁ ମାତ୍ର ୩ ଏକର ଖାଦାନ ଲିଜ୍‌ ଦିଆଯାଇଥିବାବେଳେ ଚଞ୍ଚକତା କରି ପ୍ରାୟ ୧୦୦ ଏକର ପର୍ଯ୍ୟନ୍ତ କଳା ପଥର ବେଆଇନ ଭାବେ ଉତ୍ତୋଳନ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଛନ୍ତି। ଏଥିରେ ସ୍ଥାନୀୟ ପୋଲିସ ଓ ଧର୍ମଶାଳା ତହସିଲ ପ୍ରଶାସନର କେତେଜଣ ସହଯୋଗୀ ହୋଇଥିବା ନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଅଭିଯୋଗ କ୍ରମେ ଓଡ଼ିଶା ଲୋକାୟୁକ୍ତରେ ୧୩୫୫/୨୦୨୦ରେ ଏକ ମାମଲା ରୁଜୁ ହୋଇଛି। ଖଣି ବିଭାଗର ବିଶେଷଜ୍ଞ ଦଳ ଦ୍ୱାରା ମାପଚୁପ କରାଗଲେ ଲୁଟ୍‌ ହୋଇଥିବା କଳାପଥରର ମୂଲ୍ୟ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆବେଦନକାରୀ ବେହୁରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri