ଅବକାରୀ କାର୍ଯ୍ୟାଳୟରେ ଝୁଲୁଛି ତାଲା

ପଟ୍ଟାମୁଣ୍ଡାଇ,୨୨ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁଦିନ ବଢ଼ି ଚାଲିଛି ବେଆଇନ ନିଶା କାରବାର। ଏହା ସାଧାରଣ ଜନତାଙ୍କୁ ଅତିଷ୍ଠ କରୁଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଧୁରୁନି ଅବସ୍ଥା। ନିଶା କାରବାର ରୋକିବା ପାଇଁ ଅବକାରୀ ବିଭାଗ ରହିଛି। ହେଲେ ପଟ୍ଟାମୁଣ୍ଡାଇରେ ଅବକାରୀ ଥାନା ନିର୍ମାଣ ହେବାଠାରୁ ଆଜିଯାଏଁ ତାହା ଠିକ୍‌ ଢଙ୍ଗରେ କାମ କରୁନାହିଁ ବୋଲି ଅଭିଯୋଗ ହେଉଛି। ଜିଲା ହେଡ୍‌କ୍ୱାର୍ଟର୍ସରେ କାର୍ଯ୍ୟ କରୁଥିବା କହୁଥିବା ବେଳେ ପଟ୍ଟାମୁଣ୍ଡାଇ ଅଫିସ ଗୃହରେ ବର୍ଷସାରା ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ଅବକାରୀ ଥାନା ଅଧୀନରେ ୩୬ଟି ପଞ୍ଚାୟତ ସହ (ପୌରାଞ୍ଚଳର) ୨୦ଟି ଓ୍ବାର୍ଡ ମଧ୍ୟରୁ ମୁଖ୍ୟତଃ ପ୍ରତ୍ୟେକ ଛକ ସ୍ଥାନଗୁଡ଼ିକରେ ପ୍ରତିଦିନ ଦିନ ଦ୍ୱିପ୍ରହରରେ ଖୋଲାରେ ମଧ୍ୟ ଚୋରା ମଦ ବିକ୍ରି ହେଉଛି। ଏହାସହ ତାଳ ଦେଇ ଅନ୍ୟ ନିଶାଔଷଧ ସହଜରେ ହାତପାହାନ୍ତାରେ ମିଳିପାରୁଥିବା କୁହାଯାଉଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବେଆଇନ ନିଶାର ଅବାଧ କାରବାର ଏଭଳି ସ୍ତରକୁ ଗଲାଣି ଯେ, ଏହା କବଳରେ କଲେଜ ଛାତ୍ରଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ଯୁବକ ନିଶା କବଳରେ କବଳିତ ହୋଇ ନିଜର ଭବିଷ୍ୟତ ନଷ୍ଟ କରିବାରେ ଲାଗିଛନ୍ତି। ନାମକୁମାତ୍ର ଅବକାରୀ ଥାନା ଅଛି, କିନ୍ତୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଅବାଧ ବେଆଇନ ନିଶା ବ୍ୟବସାୟ ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ, ସହରାଞ୍ଚଳ ଓ ଗ୍ରାମାଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ଯୁବସମାଜଠାରୁ ଆରମ୍ଭ କରି ବୟସ୍କ ବର୍ଗ ଧୀରେ ଧୀରେ ଏହି ନିଶା ସେବନ କରୁଛନ୍ତି। ନିଶା ଯୋଗୁ ହିତାହିତ ଜ୍ଞାନ ଭୁଲି ପ୍ରତ୍ୟେକ ସ୍ଥାନରେ ଆପରାଧିକ ପରିସ୍ଥିତି ସୃଷ୍ଟି କରୁଛନ୍ତି। ପଟ୍ଟାମୁଣ୍ଡାଇ ସହର ମଧ୍ୟରେ ନିଶାସକ୍ତଙ୍କ ଦୌରାତ୍ମ୍ୟ ଏତେ ବୃଦ୍ଧିପାଇଛି ଯେ, ଜନସାଧାରଣ ଦୈନିକ କିଛି ନା କିଛି ଘଟଣାକୁ ପ୍ରତ୍ୟକ୍ଷରେ ହେଉଥିଲେ ମଧ୍ୟ ଭୟରେ ନୀରବ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରତ୍ୟେକ ବ୍ୟକ୍ତି ନିଜର ପିଲାଙ୍କୁ ନେଇ ଚିନ୍ତାରେ ପଡିଲେଣି। ସେମାନଙ୍କ ପିଲା କେତେବେଳେ ନିଶା କବଳିତ ହେବେ ତାକୁ ନେଇ ପିତାମାତା ଘୋର ଚିନ୍ତାରେ ରହୁଛନ୍ତି। ପୂଜା ପାର୍ବଣ ପୂର୍ବରୁ ଜଣେ ୨ଜଣ ଚୋରା ମଦ ବେପାରୀଙ୍କୁ ଧରି ସେମାନଙ୍କ ନଁାରେ ମାମଲା ରୁଜୁ କରାଯାଏ। ଏମିତିକି ଏବେ ପାନ ଦୋକାନଠୁ ଆରମ୍ଭ କରି ଛୋଟ ଛୋଟ ରାଶନ ଦୋକାନରେ ମଧ୍ୟ ଚୋରା ମଦ କାରବାର ବିଶେଷ ମାତ୍ରାରେ ଦେଖିବାକୁ ମିଳୁଛି। ଅନ୍ୟପକ୍ଷେ ପଟ୍ଟାମୁଣ୍ଡାଇରେ ଅବକାରୀ ବିଭାଗର ଅଫିସ ଥାଇ ନ ଥିଲା ପରି ରହିଛି। ଏହି ସମ୍ବେଦନଶୀଳ ଘଟଣା ଉପରେ ବିଭାଗୀୟ କମିଶନର ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଅବକାରୀ ଇନ୍ସପେକ୍ଟର କମଳ ପାଇକରାୟଙ୍କୁ ପଚାରିବାରେ ହେଡ୍‌କ୍ୱାର୍ଟରରେ କର୍ମଚାରୀ କମ୍‌ ଥିବାରୁ ସେଠାରେ କାମ କରିବାକୁ ପଡ଼ୁଛି। ଫଳରେ ପଟ୍ଟାମୁଣ୍ଡାଇ ଅବକାରୀ ଥାନାରେ କେହି ରହିପାରୁନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri