ସମ୍ବଲପୁରୀ ଭାଷାରେ ହେଉ ଧନୁଯାତ୍ରା

ବରଗଡ଼,୨୨।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁୟାରୀ ୩ରୁ ଆରମ୍ଭ ହେବ। ତେବେ ଆଗାମୀ ଧନୁଯାତ୍ରା ମହୋତ୍ସବକୁ ସମ୍ବଲପୁରୀ ଭାଷାରେ କରିବାକୁ ସ୍ଥାନୀୟ କୋଶଲ ଜଏଣ୍ଟ ଆକ୍ସନ କମିଟି ଦାବି କରିଛି। ଏହି ଦାବି ନେଇ କମିଟି ପକ୍ଷରୁ ସୋମବାର ଜିଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ।
ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଧନୁଯାତ୍ରା ମହୋତ୍ସବକୁ ସମ୍ବଲପୁରୀ ଭାଷାରେ କରିବା ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। କିନ୍ତୁ ସମୟର ସ୍ବଳ୍ପତା ଆଳରେ ଏହି ଦାବିକୁ ଧନୁଯାତ୍ରା ମହୋତ୍ସବକୁ ସେତେବେଳେ ଅଣଦେଖା କରାଯାଉଛି। ଆସନ୍ତା ଧନୁଯାତ୍ରା ମହୋତ୍ସବକୁ ପ୍ରାୟ ଅଢ଼େଇ ମାସ ରହିଛି। ଫଳରେ ଅନ୍ୟବର୍ଷ ଭଳି ଆଳ ନ ଦେଖାଇ ଏଥର ଧନୁଯାତ୍ରାକୁ ସମ୍ବଲପୁରୀ ଭାଷାରେ କରିବା ପାଇଁ ଏବେଠାରୁ ଘୋଷଣା କରିବାକୁ ଦାବି ହୋଇଛି। ସମ୍ବଲପୁରୀ ଭାଷାରେ ଧନୁଯାତ୍ରା ହେଲେ ମହୋତ୍ସବ ଆହୁରି ଆକର୍ଷଣୀୟ ହେବ। ଫଳରେ ଏହି ଦାବି ଉପରେ ନୂଆ ସରକାର ଏବଂ ପ୍ରଶାସନ ନିଶ୍ଚୟ ପଦକ୍ଷେପ ନେବେ ବୋଲି କୋଶଲ ଜଏଣ୍ଟ ଆକ୍ସନ କମିଟି ଆଶାବ୍ୟକ୍ତ କରିଛି। ଅନ୍ୟପଟେ ଧନୁଯାତ୍ରାକୁ ସମ୍ବଲପୁରୀ ଭାଷାରେ କରିବା ପାଇଁ ବିଗତ ବର୍ଷ ଗୁଡ଼ିକରେ ସ୍ମାରକପତ୍ର ପ୍ରଦାନଠାରୁ ଆରମ୍ଭ କରି ଅନଶନ କରାଯାଇଥିଲା। କିନ୍ତୁ ସେତେବେଳେ ସମୟ କମ୍‌ ରହିଥିବା ଆଳ ଦେଖାଯାଇଥିଲା। ମାତ୍ର ଏଥର ଏହି ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ସୁଶାନ୍ତ ମିଶ୍ର, ଡୋଲାମଣି ମହାପାତ୍ର, ଆକାଶ ପଣ୍ଡା, ନନ୍ଦନ ମହାନନ୍ଦ, ବାସମତୀ ବନଛୋର, ସଂଘମିତ୍ରା ପଟେଲ, ଦୀପକ ମହାପାତ୍ର, ଅଜିତ ପତି, ବଳିଷ୍ଠ ଦୁର୍ଗା, ଦୀପକ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ଅଧରାତିରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ବାବୁଲାଙ୍କ ଜୀବନ

ବୀରମହାରାଜପୁର,୯।୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୁମରକେଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

ଦାଦନ ଖଟିବାକୁ ଯାଇ ହଜି ଯାଇଥିଲେ ଘାସିରାମ, ଉଦ୍ଧାର ପରେ ବଖାଣିଲେ ଲୋମ ଟାଙ୍କୁର ସତ…

ଥୁଆମୂଳ ରାମପୁର,୯।୮(ଦୁର୍ଗା କୀର୍ତ୍ତି): ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀଙ୍କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଶେଷ ହୋଇଛି। କେରଳରେ ଭୟ, ଭାଷାଗତ ସମସ୍ୟା ଓ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri