ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି): ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝର ରୋଡ ରେଳଲାଇନର ସମ୍ପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଅମୃତ ଭାରତ ଷ୍ଟେଶନ ଯୋଜନାରେ ଏଠାରେ ଏକ ରେଳ ଓଭର ବ୍ରିଜ(ଆର୍‌ଓବି) ଏବଂ ଗଳିପୋଲ(ଅଣ୍ଡରପାସ) ନିର୍ମାଣ ଆରମ୍ଭ ହୋଇଛି। ଏଥିସହିତ ରେଳଲାଇନ ଦୋହରୀକରଣ କରାଯାଉଛି। ହେଲେ ବିନା ସୁରକ୍ଷା ସାରଞ୍ଜାମରେ ଶ୍ରମିକମାନଙ୍କ ଜୀବନକୁ ବାଜିରେ ଲଗାଇ ଏଠାରେ ଠିକାଦାର କାର୍ଯ୍ୟ କରାଉଥିବା ଦେଖିବାକୁ ମିଳିଛି। ସମ୍ପ୍ରସାରଣ କାର୍ଯ୍ୟରେ ସରକାରଙ୍କ ପକ୍ଷରୁ ରହିଥିବା ନ୍ୟୁନତମ ସୁରକ୍ଷା ବ୍ୟବସ୍ଥାକୁ ରେଲଓ୍ବେ ପକ୍ଷରୁ ଅବମାନନା କରାଯାଉଥିବା ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ଅଧୀକୃତ ସଂସ୍ଥା ଭାରତୀୟ ରେଳବାଇରେ ଯଦି କର୍ମଚାରୀ ଅସୁରକ୍ଷିତଭାବେ କାର୍ଯ୍ୟ କରିବେ ତେବେ କେନ୍ଦ୍ର ସରକାରଙ୍କ ସୁରକ୍ଷା ନିୟମ କାହା ପାଇଁ ବୋଲି ପ୍ରଶ୍ନଉଠିଛି। ବେସରକାରୀ ସଂସ୍ଥାଗୁଡ଼ିକ ସେମାନଙ୍କ କାର୍ଯ୍ୟସ୍ଥଳରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ପାଳନ କରୁଛନ୍ତି। ଏଥିରେ ସାମାନ୍ୟତମ ଖିଲାପ କଲେ ସୁରକ୍ଷା ବ୍ୟବସ୍ଥାରେ ଉଲ୍ଲଂଘନ ଦର୍ଶାଇ ତାଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଆବଶ୍ୟକସ୍ଥଳେ କାର୍ଯ୍ୟରୁ ଅବ୍ୟାହତି ପ୍ରଦାନ କରାଯାଉଛି। ହେଲେ ଏଠାରେ ସରକାରଙ୍କ ସବୁ ନିୟମକୁ ଫୁ’ କରି ଠିକାଦାର ଶ୍ରମିକମାନଙ୍କୁ ବିପଦ ପୂର୍ଣ୍ଣ ଅବସ୍ଥାରେ କାର୍ଯ୍ୟ କରାଉଛନ୍ତି।
ଏହି ଷ୍ଟେଶନର ଦୋହରୀକରଣ କାର୍ଯ୍ୟ ସମୟରେ ରେଳବାଇର ବିଦ୍ୟୁତ୍‌ ଖୁଣ୍ଟ ସ୍ଥାପନ କରାଯିବା ସହିତ ନୂତନ ଲାଇନ ବିଛା କାର୍ଯ୍ୟ ଚାଲିଛି। ଲାଇନ ସମ୍ପ୍ରସାରଣ ସ୍ଥାନରେ ଗର୍ତ୍ତ ଖୋଳି ବିନା ସୁରକ୍ଷା ବାଡାରେ ତାକୁ ଛାଡ଼ି ଦିଆଯାଉଛି। ବିଦ୍ୟୁତ୍‌ ଖୁଣ୍ଟ୍‌ ସ୍ଥାପନ ସମୟରେ ଅତ୍ୟନ୍ତ ବିପଦଜନକଭାବେ କର୍ମଚାରୀମାନେ ପ୍ରାୟ ୨୦ ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚରେ ଚଢ଼ି ବିନା ସୁରକ୍ଷା ଜୋତା ଏବଂ ସୁରକ୍ଷା ବେଲ୍ଟରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ମାତ୍ର କେଇ ଶହ ମିଟର ଦୂରରେ ଏପରି କାର୍ଯ୍ୟ ହେଉଛି। ହେଲେ ସ୍ଥାନୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏବଂ ଅନ୍ୟ ବିଭାଗୀୟ ପଦାଧିକାରୀଙ୍କ ଏହା ଦୃଷ୍ଟିଗୋଚର ହେଉନାହିଁ। ଅନ୍ୟପକ୍ଷରେ ରେଲଓ୍ବେ କର୍ତ୍ତୃପକ୍ଷ ଜାଣିଜାଣି ଶ୍ରମିକଙ୍କ ଜୀବନକୁ ବାଜିରେ ଲଗାଉଥିବା ଅଭିଯୋଗ ହେଉଛି। ଏହି ରେଳଷ୍ଟଶନ ଅର୍ନ୍ତଗତ ପ୍ଲଟ ନିକଟରେ କିଛି ମାସ ତଳେ ରେଳ ୱାଗନ ଗଡ଼ି ୬ଜଣଙ୍କ ଜୀବନ ହାନି ଘଟଥିଲା। ତେବେ ଏତେବଡ଼ ଦୁର୍ଘଟଣା ପରେ ମଧ୍ୟ କାହାର ସୁରକ୍ଷା ପ୍ରତି ଦୃଷ୍ଟି ପଡୁନାହିଁ। ଏ ସମ୍ପର୍କରେ ଉପରିସ୍ଥ ରେଳବାଇ ଅଧିକାରୀ ଏବଂ ରେଳମନ୍ତ୍ରୀ, ଶ୍ରମବିଭାଗ ଦୃଷ୍ଟି ଦେବାକୁ ଅଣସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି ଦାବି କରିଛନ୍ତି। ଏନେଇ ରେଳବାଇ ପୂର୍ବତଟ ଡିଭିଜନର ଏଡିଇଏନ ରାଜକିଶୋର ପାତ୍ରଙ୍କୁ ପଚାରିବାରେ ଏହି କାର୍ଯ୍ୟ ତାଙ୍କ ଅଧୀନ ନୁହେଁ। ଏହା ତାଙ୍କ ଉପରିସ୍ଥ ଅଧିକାରୀ କହିପାରିବେ ବୋଲି କହିଥିଲେ। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri