ଅଭିଯୋଗ ଶୁଣାଣି ଦିନ ପଠାଯାଉଛି ଚିଠି

ନାଉଗଁା,୨୩ା୧୨(ସ୍ବ.ପ୍ର.):ନାଉଗଁା ବ୍ଲକ ସିଡିପିଓଙ୍କ କାର୍ଯ୍ୟାଳୟରେ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ଜନ ସୂଚନା ଅଧିକାର ତଥ୍ୟ ବଳରେ କୋରୁଅ ପଞ୍ଚାୟତର କେତେକ ତଥ୍ୟ ମଗା ଯାଇଥିଲା। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ତଥ୍ୟ ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳି ପାରି ନ ଥିଲା। ଫଳରେ ତଥ୍ୟ ମାଗିଥିବା ଅଭିଯୋଗକାରୀ ପୁଣି ତଥ୍ୟ ପାଇଁ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ଆବେଦନ କରିବା ପରେ ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁଣାଣି କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ଦିନ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା ସେହିଦିନ ଅଭିଯୋଗକାରୀଙ୍କ ନିକଟକୁ ରେଜିଷ୍ଟ୍ରଡ ପୋଷ୍ଟ ମାଧ୍ୟମରେ ଚିଠି ପଠାଯାଇଥିଲା। ଅଭିଯୋଗକାରୀଙ୍କ ନିକଟରେ ଠିକ୍‌ ସମୟରେ ଚିଠି ପହଞ୍ଚତ୍ ନ ଥିବା ସେ କହିଛନ୍ତି। ତଥ୍ୟ ନ ଦେବା ପାଇଁ ଏପରି କରାଯାଇଛି ବୋଲି ଅଭିଯୋଗକାରୀ କହିଛନ୍ତି।
ସୂଚନାଯୋଗ୍ୟ, ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ଧୂଅଁାପଦା ଗଁାର ସୁଭଦ୍ରା ବିଶ୍ୱାଳ ଜନ ସୂଚନା ଅଧିକାର ଆଇନ(ଆର୍‌ଟିଆଇ)ରେ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ୨୦୨୨ ନଭେମ୍ବର ୧୭ରେ ତୁମୁଣ୍ଡାପାରୀ ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ଅଭିଯୋଗ କରିଥିଲେ। ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୧୪ ତାରିଖ ସାଢେ ୧୧ଟାରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସୁଭଦ୍ରାଙ୍କ ନିକଟକୁ ଡାକ ଯୋଗେ ରେଜିଷ୍ଟ୍ରଡ ନଂ. ୦୮୦୬୮୩୮୫୩/୧୪ ା୧୨ା୨୨ ମଧ୍ୟାହ୍ନ ୧୨ ଟା ୪୨ମିନିଟ୍‌ରେ ଚିଠି ପଠାଯାଇଥିଲା। କାଜଲ ସ୍ବାଇଁଙ୍କ ଶୁଣାଣି ସମୟ ୧୫ା୧୨ା୨୨ରେ ସାଢେ ୧୧ଟା ରହିଥିବା ବେଳେ ତାଙ୍କ ନିକଟକୁ ଆର୦୦୮୦୬୮୩୮୬୭/୧୪ା୧୨ା୨୨ ମଧ୍ୟାହ୍ନ ୧୨ ଟା ୪୨ ମିନିଟ୍‌ରେ ନାଉଗଁା ପୋଷ୍ଟ ଅଫିସରୁ ଚିଠି ପଠାଯାଇଛି। ଗୀତା ସ୍ବାଇଁଙ୍କର ଶୁଣାଣି ତାରିଖ ୧୪ା୧୨ା୨୨ ସମୟ ସାଢେ ୧୧ ଟା ରହିଥିବା ବେଳେ ତାଙ୍କ ନିକଟକୁ ସେହିଦିନ ମଧ୍ୟାହ୍ନ ୧୨ ଟା ୪୨ମିନିଟ୍‌ରେ ପଠାଯାଇଥିବା ବେଳେ ସେ ଏହି ଚିଠିକୁ ୧୯ା୧୨ା୨୨ରେ ରିସିଭ କରିଥିବା ଜଣାଯାଇଛି। ସୌମ୍ୟପ୍ରଭା ବିଶ୍ୱାଳଙ୍କ ଶୁଣାଣି ସମୟ ୧୫ା୧୨ା୨୨ ସାଢେ ୧୧ଟା ରହିଥିବା ବେଳେ ତାଙ୍କ ନିକଟକୁ ୧୪ା୧୨ା୨୨ ସମୟ ୧୨ ଟା ୪୨ମିନିଟ୍‌ରେ ଡାକ ଯୋଗେ ଚିଠି ପଠାଯାଇଛି। ଏହି ଚିଠିକୁ ସେ ୧୯ା୧୨ା୨୨ରେ ରିସିଭ କରିଥିବା ଜଣାଯାଇଛି। ମାନସୀ ସେଠୀଙ୍କ ଶୁଣାଣି ୧୫ା୧୨ା୨୨ ସମୟ ସାଢେ୧୧ଟା ରହିଥିବା ବେଳେ ତାଙ୍କ ନିକଟକୁ ୧୪ା୧୨ା୨୨ ଚିଠି ପଠାଯାଇଥିଲା। ଏହି ଚିଠିକୁ ସେ ୧୯ା୧୨ା୨୨ରେ ରିସିଭ କରିଥିବା ଜଣାଯାଇଛି। ଗୋଟିଏ ନୁହେଁ କି ଦୁଇଟି ନିହେଁ ଗୋଟିଏ ସମୟରେ ୫ଟି ଚିଠିକୁ କିପରି ନିର୍ଦ୍ଦାରୀତ ସମୟରେ ପୋଷ୍ଟ କରା ନ ଯାଇ ଶୁଣାଣି ଦିନ ରେଜିଷ୍ଟ୍ରଡ କରାଯାଇଛି ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥ୍ୟ ଲୁଚାଇବା କିମ୍ବା ନ ଦେବା ପାଇଁ ଏପରି କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏ ସଂକ୍ରାନ୍ତରେ ସିଡିପିଓ ବାସନ୍ତୀ ମାଇନଙ୍କୁ ପଚାରିବାରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ଅନ୍ଦୋଳନ ଜାରି ରଖିଛନ୍ତି। ତେଣୁ କର୍ମଚାରୀମାନେ ଛତୁଆ ବାଣ୍ଟିବାକୁ ଯାଉଛନ୍ତି। ଏଥିପାଇଁ ଚିଠି ପଠାଇବାରେ ବିଳମ୍ବ ହୋଇଛି। ପୁଣି ସମୟ ଧାର୍ଯ୍ୟ କରାଯାଇ ଚିଠି ପଠାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri