ପାଠ୍ୟ ଖସଡ଼ାରେ ରହିବ ବିପର୍ଯ୍ୟୟ, ମହାମାରୀ ବିଷୟ

ଭୁବନେଶ୍ୱର,୩୦।(ବ୍ୟୁରୋ):  ଆଗୁଆ ପାଣିପାଗ ସମ୍ପର୍କରେ ସୂଚନା ପାଇଁ ରାଜ୍ୟ ସରକାର ସବୁ ଗ୍ରାମ ପଞ୍ଚାୟତରେ ଟେଲିମେଟ୍ରିକ୍‌ ରେନ୍‌ ଗଜ, ପ୍ରତି ବ୍ଲକରେ ସ୍ବୟଂକ୍ରିୟ ପାଣିପାଗ ଷ୍ଟେଶନ ବ୍ୟବସ୍ଥା କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଗୋଷ୍ଠୀଭିତ୍ତିକ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ପାଇଁ ଗ୍ରାମ ଏବଂ ଆଶ୍ରୟସ୍ଥଳୀ ସ୍ତରରେ ଥିବା ୪୦ ହଜାର ସ୍ବେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପଞ୍ଚାୟତିରାଜ ପ୍ରତିନିଧି, ସ୍ଥାନୀୟ ସ୍ବାୟତ୍ତ ଶାସନ ବ୍ୟବସ୍ଥାର ପ୍ରତିନିଧି, ମିଶନ ଶକ୍ତି ସଦସ୍ୟା, ଅଙ୍ଗନଓ୍ବାଡି କର୍ମୀ, ବନ ସୁରକ୍ଷା ସମିତିର ସଦସ୍ୟମାନେ ବିପର୍ଯ୍ୟୟ ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ଆଗାମୀ ଦିନରେ ପ୍ରତି ଘରେ ଓ ଗାଁରେ ଜଣେ ଜଣେ ବିପର୍ଯ୍ୟୟ ପରିଚାଳନା ଯୋଦ୍ଧା ହେବା ନିମନ୍ତେ ୪ର୍ଥଶ୍ରେଣୀରୁ ସ୍ନାତକ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କର ପାଠ୍ୟ ଖସଡାରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସମ୍ପର୍କିତ ପାଠ୍ୟକ୍ରମ ରଖାଯିବ। ରାଜ୍ୟସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସ୍‌ଡମା)ଙ୍କ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଭିଡିଓ କନ୍‌ଫରେନ୍ସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଦିବସ ୧୯୯୯ ମସିହାରେ ସଂଘଟିତ ପ୍ରଳୟଙ୍କରୀ ମହାବାତ୍ୟାର ଭୟାବହତା ଏବଂ ଧ୍ୱଂସଲୀଳାକୁ ମନେପକାଇବା ସହିତ ଭବିଷ୍ୟତରେ ଯେକୌଣସି ପ୍ରକାରର ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ଦୃଢ ସଂକଳ୍ପବଦ୍ଧ କରାଇଥାଏ। ମହାବାତ୍ୟାର ୨୩ ବର୍ଷ ପରେ ଆମେ ଆମ ରାଜ୍ୟକୁ ବିପର୍ଯ୍ୟୟ ସମୟରେ ଯେପରି ନିରାପଦରେ ରଖିପାରିବୁ, ସେଥିପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛୁ। ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶାରେ ଭିତ୍ତିଭୂମି ସୁଦୃଢ଼ କରାଯାଇଛି। ବିଗତ କିଛି ବର୍ଷ ହେଲା ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଉଦ୍ୟମକୁ ବିଶ୍ୱବାସୀ ପ୍ରଶଂସା କରିଆସୁଛନ୍ତି। ଏହି ଭିତରେ ୮୧୫ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିବା ବେଳେ ୫୫ଟି ନିର୍ମାଣାଧୀନ ରହିଛି। ଏହି ଦିବସରେ ମହାବାତ୍ୟା ଏବଂ ନିକଟ ଅତୀତରେ ଘଟିଥିବା ବିଭିନ୍ନ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ସ୍ମୃତିରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ଏହି ଅବସରରେ ଓସ୍‌ଡମା ପକ୍ଷରୁ ଆୟୋଜିତ ଏକ ବୃହତ୍‌ ପ୍ରଦର୍ଶନୀକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍‌ଘାଟନ କରିବା ସହିତ ପ୍ରଦର୍ଶନୀରେ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ବ୍ୟବହାର ହେଉଥିବା ସମସ୍ତ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ପଚାରି ବୁଝିଥିଲେ। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ବୋଲି କହିଛନ୍ତି। ସେ ସବୁବେଳେ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ଚିନ୍ତିତ। ଚଳିତବର୍ଷର ବିପର୍ଯ୍ୟୟ ପ୍ରସ୍ତୁତି ଦିବସର ପ୍ରସଙ୍ଗ ରହିଛି- ‘ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତିସ୍ଥାପକତାରେ ଗୋଷ୍ଠୀର ଭୂମିକା।’ ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀଭିତ୍ତିକ ସମ୍ପୃକ୍ତି ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍‌ କମିଶନର ତଥା ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଜେନା ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ୧୯୯୯ ମହାବାତ୍ୟା ପରେ ଆମେ ଅନେକ କଥା ଶିକ୍ଷା କରିଛୁ। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆମକୁ ଆହୁରି ଶକ୍ତିଶାଳୀ ହେବାକୁ ପଡ଼ିବ। ପ୍ରତିବର୍ଷ ଦେଶରେ ସାପ କାମୁଡ଼ାରେ ପ୍ରାୟ ୫୮ ହଜାର ମୃତ୍ୟୁବରଣ କରୁଥିବା ବେଳେ ଆମ ରାଜ୍ୟରେ ସାପ କାମୁଡା ହ୍ରାସ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବ। କଟକ-ଭୁବନେଶ୍ୱରରେ ଗୋଷ୍ଠୀଭିତ୍ତିକ ଅଗ୍ନିଶମ ସେବା ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଉଛି ବୋଲି ଜେନା କହିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ରାଧାକ୍ରିଷ୍ଣନ୍‌ ଶର୍ମା ଯୋଗଦେଇ ଯୁବଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କର ଦକ୍ଷତାର ବିକାଶ କରି ବିପର୍ଯ୍ୟୟ ମୁକାବିଲା ଦିଗରେ ପ୍ରସ୍ତୁତ କରିବା ଏବଂ ସରକାରୀ ଓ ବେସରକାରୀ ଅନୁଷ୍ଠାନର ସହଭାଗିିତାରେ ବିପର୍ଯ୍ୟୟ ମୁକାବିଲା ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ମୁକାବିଲା ଦିଗରେ ଓଡ଼ିଶାର ସଫଳତା ଉପରେ ପର୍ଯ୍ୟବସିତ ପୁସ୍ତକ-ଦି ରେସପନ୍ସ, ବିଲ୍ଟିଂ ରେଜିଲିଏଣ୍ଟ ଫର୍‌ ସ୍କୁଲ ଇନ୍‌ଫ୍ରାଷ୍ଟ୍ରକ୍ଚର, କୋଭିଡ୍‌-୧୯ ମ୍ୟାନେଜମେଣ୍ଟ ପ୍ରୋସେସ ଡକ୍ୟୁମେଣ୍ଟ ଆଦି ୩ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ୟୁନିସେଫର୍‌ ଓଡ଼ିଶା ମୁଖ୍ୟ ମୋନିକା ନେଲସନ ଯୋଗଦେଇଥିଲେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ରାଜ୍ୟର ପ୍ରମୁଖ ୩ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳର ସଭାପତି ଓ ସମ୍ପାଦକମାନଙ୍କୁ ୧୦ହଜାର ଟଙ୍କା ଲେଖାଏ ପୁରସ୍କୃତ କରାଯାଇଥିଲା। ଭାରତୀୟ ରେଡ୍‌କ୍ରସ ସୋସାଇଟିର ଶ୍ରେଷ୍ଠ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ, ଗୋଷ୍ଠୀ ପରିଚାଳନାଭିତ୍ତିକ ବାତ୍ୟା ଆଶ୍ରୟସ୍ଥଳ, ଶ୍ରେଷ୍ଠ ବିପର୍ଯ୍ୟୟ ପରିଚାଳନା ପ୍ଲାନ୍‌ ପାଇଁ ଗଜପତି ଜିଲା, କୋମନା ବ୍ଲକ(ନୂଆପଡା),ଦାରିଙ୍ଗବାଡ଼ି(କନ୍ଧମାଳ),ଆଠମଲ୍ଲିକ(ଅନୁଗୋଳ) ବ୍ଲକକୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏନ୍‌ଡିଆରଏଫ୍‌,ଓଡ୍ରାଫ, ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍‌ କମିଶନର ତଥା ଓସ୍‌ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜ୍ଞାନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

କୋଭିଡ୍‌ ପରେ ପ୍ରଦୂଷଣ ସବୁଠୁ ବିପଦ: ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୭ା୧୨(ପି.ଟି.):ଭାରତରେ କୋଭିଡ୍‌-୧୯ ମହାମାରୀ ବୃହତ୍‌ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିଲା। ଏହା ପରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଜନସ୍ବାସ୍ଥ୍ୟ ପାଇଁ ସବୁଠୁ ବଡ଼ ବିପଦ ରୂପେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri