Posted inUncategorized

ଜେଲରୁ ଭିଡିଓ କଲିଂ କରୁଥିଲେ ନେତା

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଝାରପଡ଼ା ସ୍ପେଶାଲ ଜେଲର କଏଦୀମାନେ ଲୁଚାଇ ରଖିଥିବା ଫୋନ୍‌ରେ ବିଦେଶକୁ ବି କଲ୍‌ କରୁଛନ୍ତି। କିଛିଦିନ ତଳେ ଚଢ଼ାଉବେଳେ ଜଣେ ହାଇପ୍ରୋଫାଇଲ କଏଦୀ ରହୁଥିବା ସେଲ୍‌ ନିକଟ ମାଟିତଳୁ ଏକ ଫୋନ ମିଳିଥିଲା। ସେଥିରେ ଆଇଏସ୍‌ଡି କଲ୍‌ ହୋଇଥିବା ତଦନ୍ତବେଳେ ଜଣାପଡିଥିଲା। ଏବେ ପୁଣି ୨ ଫୋନ୍‌ ଜବତ କରାଯାଇଛି। ଏଥି ମଧ୍ୟରୁ ଗୋଟିଏ ସ୍ମାର୍ଟ (ଆଣ୍ଡ୍ରଏଡ୍‌) ଫୋନ୍‌ ରହିଛି। ଏଥିରେ ଭିଡିଓ କଲିଂ କରାଯାଇଥିବା ଜଣାପଡିଛି। ଏହି ଦୁଇ ଫୋନ୍‌କୁ ଜେଲ୍‌ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଦାଖଲ କରିବା ପରେ ଘଟଣା ପଦାକୁ ଆସିଛି। ଜେଲ୍‌ରେ ଥିବା ଜଣେ ରାଜନେତାଙ୍କ ସେଲ୍‌ ନିକଟରୁ ଉକ୍ତ ଫୋନ୍‌ ମିଳିଥିବା କୁହାଯାଉଛି। ଏହାକୁ ନେଇ ଝାରପଡ଼ା ଜେଲ୍‌ ପୁଣି ଚର୍ଚ୍ଚାକୁ ଆସିଛି। ତେବେ ଏ ସମ୍ପର୍କରେ ଥାନା ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି କହିଛନ୍ତି, ଉକ୍ତ ଦୁଇ ମୋବାଇଲ୍‌ ଫୋନ୍‌ ଜେଲ୍‌ କର୍ତ୍ତୃପକ୍ଷ ଦାଖଲ କରିଛନ୍ତି। ତେବେ କୌଣସି ଅଭିଯୋଗ କରାଯାଇନାହିଁ। ଭିଡିଓ କଲିଂ ଓ ନେତାଙ୍କ ପ୍ରସଙ୍ଗ ଉଠୁଥିବାରୁ ମୋବାଇଲ୍‌ ଫୋନ୍‌ର ଆଇଏମ୍‌ଆଇ ନମ୍ବର ଯାଞ୍ଚ କରାଯିବ। ଏହାପରେ ଉକ୍ତ ଫୋନ୍‌ କାହାର ଓ କେଉଁମାନେ ଏଥିରୁ କଥା ହୋଇଛନ୍ତି ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ସୂଚନା ମୁତାବକ, ୫-ଟି ଅଧୀନରେ ଜେଲ ବିଭାଗ ଆସିବା ପରେ ‘ଅପରେଶନ କ୍ଲିନ୍‌ଅପ୍‌’କୁ ବ୍ୟାପକ କରାଯାଇଛି। ସ୍ପେଶାଲ ଟିମ୍‌ ବିଭିନ୍ନ ଜେଲରେ ଚଢ଼ାଉ କରୁଛନ୍ତି। ଝାରପଡ଼ା ଜେଲ୍‌ରୁ କେବଳ ମେ’ ମାସର ୨୩ ତାରିଖ ସୁଦ୍ଧା ୧୩ ମୋବାଇଲ୍‌ ଫୋନ୍‌ ଜବତ ହୋଇଥିବାବେଳେ ବୁଧବାର ଆଉ ୨ଟି ମିଳିଛି। ଏହି ଜେଲ୍‌ରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀ ଓ ହାଇପ୍ରୋଫାଇଲ୍‌ ଅଭିଯୁକ୍ତ ରହିଛନ୍ତି। ଜେଲ ଭିତରେ ନିଶା ଓ ଟଙ୍କା କାରବାର ସହ ଅପରାଧୀମାନେ ମଉଜ କରୁଥିବା ନେଇ ଏକାଧିକ ଭିଡିଓ ଭାଇରାଲ ହୋଇଛି। ସେହିଭଳି ମୋବାଇଲ ଫୋନ୍‌ ସହାୟତାରେ ଜେଲ୍‌ରୁ ଅପରାଧ ନିୟନ୍ତ୍ରଣ ହେଉଛି। ନିକଟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସେଲ୍‌ ନିକଟରୁ ମୋବାଇଲ୍‌ ଫୋନ୍‌ ମିଳିବା ପରେ ତାଙ୍କୁ ବ୍ରହ୍ମପୁର ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ମଧ୍ୟ ତତ୍‌କାଳୀନ ଜେଲ୍‌ ଅଧୀକ୍ଷକଙ୍କ ବଦଳି ହୋଇଥିଲା। ତେବେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବଡ଼ ତଦନ୍ତ ସହ ଏଥିପାଇଁ ସୁଯୋଗ ଦେଇଥିବା ଅଧିକାରୀ ହେଉ କି କର୍ମଚାରୀ ସମସ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜେଲ୍‌ ଆଇଜି ଓ ଅଧୀକ୍ଷକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri