ତୃଣମୂଳସ୍ତର ସ୍ଥିତି ପରଖୁଛନ୍ତି ନେତା, ଜୋର୍‌ଦାର୍‌ ହେବ ଲଢ଼େଇ

କେନ୍ଦ୍ରାପଡ଼ା ଅଫିସ, ୩୦।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ ହୋଇଛି। ପ୍ରତି ଗ୍ରାମରେ ଭୋଜିଭାତ ଚାଲିଛି। ସମର୍ଥିତ ପ୍ରାର୍ଥୀଙ୍କ ସହ ରାଜନେତାମାନେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇ ତୃଣମୂଳସ୍ତରର ସ୍ଥିତି ପରଖୁଛନ୍ତି। ଆଞ୍ଚଳିକ ସମସ୍ୟା ସହ ଦଳୀୟ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ବିଦ୍ରୋହୀ ପ୍ରାର୍ଥୀ ସମସ୍ୟା ସୃଷ୍ଟି କରୁଛନ୍ତି। ଚଳିତ ନିର୍ବାଚନରେ ପ୍ରାୟ ୩୦ ପ୍ରତିଶତ ବିଜେଡିରେ ଥିବାବେଳେ ଭାଜପାରେ ପ୍ରାୟ ୨୦ ଓ କଂଗ୍ରେସରେ ପ୍ରାୟ ୧୫ ପ୍ରତିଶତ ବିଦ୍ରୋହୀ ପ୍ରାର୍ଥୀ ହୋଇଛନ୍ତି। ପ୍ରାର୍ଥୀଙ୍କ କଳେବର ବୃଦ୍ଧି ପାଇଥିବାରୁ ଚଳିତ ଥର ଲଢ଼େଇ ଜୋର୍‌ଦାର୍‌ ହେବ ବୋଲି ଆଲୋଚନା ହେଉଛି।

ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡ଼ା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଶାସନ ବ୍ୟବସ୍ଥାରେ ରାଜ୍ୟର ବହୁ ଉନ୍ନତି ହୋଇଛି । ବିଭିନ୍ନ ଉନ୍ନୟନ ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ ଥିବାରୁ ଜନମତ ବିଜେଡି ସପକ୍ଷରେ ଅଛି। କରୋନା ସଂକ୍ରମଣ ସମୟରେ ପ୍ରତି ପଞ୍ଚାୟତରେ କୋଭିଡ୍‌ ସେଣ୍ଟର ନିର୍ମାଣଠାରୁ ଆରମ୍ଭ କରି ଟିକାକରଣ, ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଛି। ମୌଳିକ ସମସ୍ୟାର ସମାଧାନ ସହିତ ୧୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ହେଉଛି । କେନ୍ଦ୍ରାପଡ଼ା ଭଳି ଶିଳ୍ପ ବିହୀନ ଜିଲାରେ ଇସ୍ପାତ୍‌ ଓ ସିମେଣ୍ଟ ଶିଳ୍ପ ପ୍ରତିଷ୍ଠା, ନଦୀଭିତ୍ତିକ ବନ୍ଦର ନିର୍ମାଣ ପରି ଯୋଜନା କାର୍ଯ୍ୟକାରୀ ପ୍ରକ୍ରିୟା ଜାରି ରହିଛି । ବିଗତ ନିର୍ବାଚନ ପରି ଚଳିତ ଥର ଶତ ପ୍ରତିଶତ ବ୍ଲକ ଓ ଜିଲା ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତକୁ ଆସିବ ବୋଲି ସେ ପ୍ରକାଶ କରିଛନ୍ତି ।

ଜିଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନ ସମୟରେ କେନ୍ଦ୍ରାପଡ଼ା ଜିଲାର ବିକାଶ ଅପେକ୍ଷା ଅଧୋଗତି ଅଧିକ ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଗମନାଗମନ, ଶିଳ୍ପ, ଯାତ୍ରୀବାହୀ ଟ୍ରେନ ଆଦି ସମସ୍ୟା ଗତ ୨୦ ବର୍ଷ ମଧ୍ୟରେ ପରିବର୍ତ୍ତନ ହୋଇନାହିଁ । ଭିତ୍ତିଭୂମି ଅଭାବରୁ ଜିଲାର ମାନବ ସମ୍ବଳ ଏବେ ଦାଦନ ଶ୍ରମିକ ପାଲଟିଛନ୍ତି । ଅନୁଦାନ ଅର୍ଥକୁ ଶାସକ ଦଳର ନେତା ଓ କର୍ମୀ ଲୁଟ୍‌ କରିଥିବା ବେଳେ ଜିଲାରେ ଉପାନ୍ତରେ ଥିବା ଆଳି, ରାଜକନିକା, ରାଜନଗର, ମହାକାଳପଡ଼ା ବ୍ଲକ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାରେ ଅଛନ୍ତି। ଖରସ୍ରୋତା ପାଣି ବିବାଦଠାରୁ ଆରମ୍ଭ କରି ଗ୍ରାମ୍ୟ ରାସ୍ତା ନିର୍ମାଣ, ପାନୀୟ ଜଳ, ରାଶନ, ଭତ୍ତା ପରି ସମସ୍ୟାକୁ ଦଳୀୟ ସମର୍ଥିତ ପ୍ରାର୍ଥୀ ମୁଖ୍ୟ ପ୍ରସଙ୍ଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ଓ ବ୍ୟକ୍ତିତ୍ୱକୁ ଗୁରୁତ୍ୱ ଦେଇ ପ୍ରାର୍ଥୀ ଚୟନ ହୋଇଥିବାରୁ ନିର୍ବାଚନରେ ଆଶାତୀତ ସୁଫଳ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି ।

ଜିଲା ଭାଜପା ସଭାପତି କିଶୋର ଚନ୍ଦ୍ର ପଣ୍ଡା କହିଛନ୍ତି, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବହୁ ସଂଖ୍ୟାରେ ନିର୍ବାଚିତ ହୋଇଥିଲେ । ଜିଲାର ୩୨ ଜିଲା ପରିଷଦରୁ ୧୦ ଆସନ ଭାଜପାର ଥିବା ବେଳେ ଭୋଟ ସଂଗ୍ରହ କ୍ଷେତ୍ରରେ ଦ୍ୱିତୀୟ ନମ୍ବରରେ ଥିଲା । ଚଳିତ ଥର ପ୍ରାର୍ଥମାନେ ବହୁ ସଂଖ୍ୟାରେ ଜିତି ବିଭିନ୍ନ ବ୍ଲକ ଓ ଜିଲା ପରିଷଦ ଅଧ୍ୟକ୍ଷ ପଦ ଅକ୍ତିଆର କରିବେ । ଦେଶ ଶାସନ ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାର ବିକାଶକୁ ନେଇ ଶାସକ ବିଜେଡି ଓ କଂଗ୍ରେସ ସମ୍ବେଦନଶୀଳ ନୁହନ୍ତି। କୃଷି ଏଠାରେ ମୁଖ୍ୟ ସମସ୍ୟା ହୋଇଥିଲେ ମଧ୍ୟ ଜଳ ପରିଚାଳନା ଯୋଜନା ଦୀର୍ଘ ୭୫ ବର୍ଷ ମଧ୍ୟରେ ହୋଇନାହିଁ । ସେହିପରି ପ୍ରତି ନିର୍ବାଚନ ଆରମ୍ଭ ପୂର୍ବରୁ ଶାସକ ବିଜେଡି ପକ୍ଷରୁ ଶିଳ୍ପ, ବନ୍ଦର, ଥର୍ମାଲ ପ୍ଲାଣ୍ଟ ପ୍ରତିଷ୍ଠାକୁ ନେଇ ପ୍ରତିଶ୍ରୁତିକୁ ତୃଣମୂଳସ୍ତରର ଭୋଟର ବୁଝିଛନ୍ତି । କେନ୍ଦ୍ରୀୟ ଅନୁଦାନକୁ ବାଟମାରଣା କରାଯାଉଥିବା ନେଇ ହୋଇଥିବା ଆନ୍ଦୋଳନ ଯୋଗୁ ଭାଜପା ପ୍ରତି ଭୋଟର ଆକୃଷ୍ଟ ଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri