ବିରୋଧୀଙ୍କ ପାଇଁ ସୁଯୋଗ ଆଣିପାରେ ଦୁର୍ନୀତି; ଭୋଟରଙ୍କ ମତ ବଦଳୁଛି

ଯାଜପୁର ଅଫିସ,୩୦।୧: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ମାତ୍ର ୩ ସପ୍ତାହ ବାକି ଅଛି। ଏହି ପରିପ୍ରେକ୍ଷୀରେ ବିଞ୍ଝାରପୁର ବ୍ଲକରେ ରାଜନୈତିକ ତପତ୍ରତା ସରଗରମ ହୋଇଛି। ବ୍ଲକର ୨୫, ୨୬, ୨୭ ଓ ୨୮ ନମ୍ବର ଜିଲାପରିଷଦ ଜୋନ୍‌ରେ ଦଳୀୟ ପ୍ରାର୍ଥୀ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ପ୍ରଚାରରେ ବିଜେଡି ସର୍ବାଗ୍ରେ ରହିଥିବାବେଳେ ଭାଜପା ଓ କଂଗ୍ରେସ ନିଜ ଭୋଟରଙ୍କ ଉପରେ ଆସ୍ଥା ରଖିଥିବା ମନେ ହେଉଛି। ବିଶେଷକରି ୫ ବର୍ଷରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାର ସଫଳତାକୁ ଭୋଟର ପରଖୁଛନ୍ତି। ଏହାବାଦ୍‌ ବିଜେଡି ଏଠାରେ ଦୀର୍ଘଦିନ କ୍ଷମତାରେ ରହିବା ଯୋଗୁ ଦୁର୍ନୀତି ଓ ପ୍ରିୟାପ୍ରୀତି ବଢ଼ିଥିବା ଚର୍ଚ୍ଚାରେ ରହିଛି। ଏହିକ୍ରମରେ ଭୋଟରଙ୍କ ମତ ବଦଳୁଥିବା ଲକ୍ଷ୍ୟ କରାଯାଇଛି।

ବ୍ଲକର ଗ୍ରାମାଞ୍ଚଳ ବିକାଶ ଧାରାରେ ଦୁର୍ନୀତି ଅନ୍ତରାୟ ସୃଷ୍ଟି କରିଛି। ଦୁର୍ନୀତି ରୋକିବାକୁ ନିଯୁକ୍ତ ଅଧିକାରୀ ନିଷ୍କ୍ରିୟ ରହିଛନ୍ତି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଅଭାବ ଦୁର୍ନୀତି କରିବାକୁ ଆହୁରି ଖୋରାକ୍‌ ଯୋଗାଇଛି। ଗରିବଙ୍କ ଅଧିକାରକୁ ଚାପି ଦେଇ ଧନୀ, ପ୍ରଭାବଶାଳୀ ଓ ରାଜନୈତିକ ବ୍ୟକ୍ତି ଫାଇଦା ଉଠାଇଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବୃକ୍ଷରୋପଣ, ରାସ୍ତା ନିର୍ମାଣ, ଜମି ବିକାଶ, ଥିଲାବାଲାଙ୍କୁ ଆବାସରେ ସାମିଲ ଆଦି ଦୁର୍ନୀତିକୁ ବିରୋଧୀ ପ୍ରମୁଖ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି। ବିଞ୍ଝାରପୁର କଲ୍ୟାଣ ମଣ୍ଡପ, ଓସ୍ତପଡିଆଠାରୁ ତାଳ ପଡ଼ିଆ, ଗୁଡ଼ିଆସାହି ଶ୍ମଶାନ, ନାୟକସାହି, ସାହୁସାହି ଶ୍ମଶାନ ଆଦି ସ୍ଥାନରେ ପ୍ରାୟ ୧୦ ଲକ୍ଷ ଟଙ୍କାର ବୃକ୍ଷରୋପଣ ହୋଇଥିବା ସୂଚନା ମିଳିଛି। ସେହିପରି ଚାରିଖାନ ଘରଠାରୁ କବରସ୍ଥାନ, ରାମେଶ୍ୱର ହାଉସ୍‌ଠାରୁ ଆଲ୍ଲାଉଦ୍ଦିନ ଘର, ତଳସାହି ଅଙ୍ଗନଓ୍ବାଡ଼ି ଜମି ବିକାଶ, କଲ୍ୟାଣ ମଣ୍ଡପ ଜମି ବିକାଶ ଆଦି କାର୍ଯ୍ୟରେ ପ୍ରାୟ ୨୫ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ସେହିପରି କଂକ୍ରିଟ ରାସ୍ତା, କଲ୍ୟାଣ ମଣ୍ଡପ ନିର୍ମାଣ, କବରସ୍ଥାନର ବିକାଶ, କଲ୍ୟାଣ ମଣ୍ଡପ ମରାମତି, ଡ୍ରେନ ମରାମତି, ବାନ୍ଧଗୋଡା ନିର୍ମାଣ, ହାଇସ୍କୁଲ ମରାମତି, ଗାଧୋଇବା ଘାଟ ଆଦି କାମରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଏହିସବୁ ପ୍ରକଳ୍ପ ହୋଇଛି କି ନାହିଁ ସେ ନେଇ ଅଞ୍ଚଳବାସୀ ତଦନ୍ତ ଆରମ୍ଭ କରିଛନ୍ତି। ଗତବର୍ଷ ଜରି, ସିଂହପୁର, ଫତେପୁର ଓ ବାଙ୍ଗରା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁର୍ନୀତି ଅଭିଯୋଗ କରି କେତେଜଣ ଜନପ୍ରତିନିଧି ଅନଶନରେ ବସିଥିଲେ। ଏନେଇ ପ୍ରଶାସନିକ ତଦନ୍ତ ମଧ୍ୟ ହୋଇଥିଲା। ଏହିସବୁ ଘଟଣାକୁ ନେଇ ବଦଳୁଥିବା ଜନମତକୁ ବିଜେଡି ସୁଧାରିବାକୁ ନାନା ରଣକୌଶଳ ଆପଣାଉଥିବା ଦେଖିବାକୁ ମିଳିଛି।

ବିଞ୍ଝାରପୁର ନିର୍ବାଚନମଣ୍ଡଳୀରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ୪୩% ଭୋଟ ପାଇବା ସହ ୨୭ ଓ ୭ ନଂ. ଜୋନ୍‌କୁ ଅକ୍ତିଆର କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ପ୍ରାର୍ଥୀ ପ୍ରାୟ ୨୧ ହଜାର ଭୋଟ ବ୍ୟବଧାନରେ ବିଜେଡିର ପ୍ରମିଳା ମଲ୍ଲିକଙ୍କଠାରୁ ପରାଜିତ ହୋଇଥିଲେ। ଏହି ନିର୍ବାଚନରେ ଭାଜପାର ଭୋଟହାର ପ୍ରାୟ ୩% ହ୍ରାସ ପାଇ ୪୦%ରେ ପହଞ୍ଚିଥିଲା। ଏହାପରେ ବି ବିଞ୍ଝାରପୁରବାସୀ ଭାଜପା ଆଡ଼କୁ ମୁହାଁଇଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ଭାଜପାରୁ ଜିତିଥିବା ଜିଲାପରିଷଦ ସଭ୍ୟ ଶ୍ରବଣ ଜେନା ଓ ମାମିନା ମଲିକ ଏବେ ବିଜେଡି ଶିବିରରେ। ଗତ ପଞ୍ଚାୟତ ନିର୍ବାଚନର ସଫଳତାକୁ ଭାଜପା ସାଧାରଣ ନିର୍ବାଚନରେ ଦୋହରାଇ ପାରି ନ ଥିଲା; ଯଦ୍ଦ୍ବାରା ପୁଣି ବିଜେଡି ହାତକୁ ବିଧାୟିକା ଆସନ ଚାଲି ଯାଇଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ଭାଜପା ପ୍ରାର୍ଥୀ ସେମାନଙ୍କ ମୂଳଧନ ଫେରି ପାଇବାକୁ ଭୋଟରଙ୍କ ନିକଟତର ହେବାକୁ ପଡିବ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଭୋଟହାର ୨୦୧୭ରେ ୧୦% ଥିଲାବେଳେ ତାହା ୨୦୧୯ ନିର୍ବାଚନରେ ୩%କୁ ଖସିଥିଲା। ତେଣୁ ଏହି ନିର୍ବାଚନରେ କଂଗ୍ରେସ ସ୍ଥିତିକୁ ନେଇ ସନ୍ଦିହାନ ଦେଖାଦେଇଛି। ଏଠାରେ ଚାଲିଥିବା ବିଭିନ୍ନ ଦୁର୍ନୀତି ସଂକ୍ରାନ୍ତରେ ଭୋଟରଙ୍କ ନିକଟରେ ଠିକ୍‌ ଭାବେ ଉପସ୍ଥାପନ କରିପାରିଲେ ଭାଜପା ଓ କଂଗ୍ରେସ ପାଇଁ ସୁଯୋଗ ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ଥମିବ ପ୍ରଚାର

ଭୁବନେଶ୍ୱର,୧୧।୫: ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ମେ’ ୧୩ ଅନୁଷ୍ଠିତ ହେବ। ତେବେ ମତଦାନ ପାଇଁ ଆଜି ପ୍ରଚାର ସରିବ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର...

ନାମାଙ୍କନ ଦାଖଲ ବେଳେ ସାମ୍ନାକୁ ଆସିଲା ବଡ଼ ସତ୍ୟତା, ବର୍ଷାଙ୍କର ରହିଛି ୮ ନାଁ

ଭୁବନେଶ୍ୱର,୧୧।୫: ବଡ଼ଚଣା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶୁକ୍ରବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବର୍ଷା ଦାଖଲ କରିଥିବା ସତ୍ୟପାଠ...

ଇନ୍‌ଷ୍ଟାଗ୍ରାମ୍‌ରେ ପାଣ୍ଡିଆନ୍‌

ଭୁବନେଶ୍ୱର, ୧୧।୫(ଅନିଲ ଦାସ): ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳର ନିର୍ବାଚନ ଇସ୍ତାହାର ସମ୍ପର୍କରେ ଯୁବପିଢ଼ିଙ୍କୁ ସୂଚନା ଦେଇ ଭୋଟ...

ଧର୍ମେନ୍ଦ୍ର ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି: ଲେନିନ୍‌

ସମ୍ବଲପୁର,୧୧ା୫(ପ୍ରମୋଦ ବହିଦାର): ଆଗାମୀ ୧୨ ବର୍ଷ ମଧ୍ୟରେ ଓଡ଼ିଶାକୁ ସମଗ୍ର ଦେଶରେ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ପ୍ରଣବ-ଧର୍ମେନ୍ଦ୍ର କୋଳାକୋଳି

ସମ୍ବଲପୁର,୧୧।୫ (ଭବାନୀଶଙ୍କର ଭୋଇ): ପବିତ୍ର ଅକ୍ଷୟତୃତୀୟା ଅବସରରେ ସମ୍ବଲପୁରର ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠାପର୍ବ ସମ୍ପନ୍ନ ହୋଇଛି। ତେବେ ଥାଳଉଠା ପର୍ବ ଅବସରରେ ସମ୍ବଲପୁରର...

ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ, ରାଜଗାଙ୍ଗପୁର, ରାଉରକେଲା୧୧ା୫(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ ପାଣି/ ଦିନେଶ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କୁ ଭଲ ପାଆନ୍ତି। ରାଜ୍ୟର ସବୁ ବର୍ଗର ଲୋକଙ୍କ...

ଭାଜପା ସରକାର ଆସିଲେ ରାମରାଜ୍ୟ ହେବ: ରାଜନାଥ

ରଣପୁର,୧୧ା୫(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ବିଜୟ ସଂକଳ୍ପ ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ଗର୍ଭବତୀଙ୍କୁ ୪ କି.ମି. ଚଲାଇନେଲେ

ଭବାନୀପାଟଣା,୧୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଜନନୀ ଯନ୍ତ୍ରଣାର ଏକ ଚିତ୍ର ସାମ୍‌ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri