ବିରୋଧୀଙ୍କ ପାଇଁ ସୁଯୋଗ ଆଣିପାରେ ଦୁର୍ନୀତି; ଭୋଟରଙ୍କ ମତ ବଦଳୁଛି

ଯାଜପୁର ଅଫିସ,୩୦।୧: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ମାତ୍ର ୩ ସପ୍ତାହ ବାକି ଅଛି। ଏହି ପରିପ୍ରେକ୍ଷୀରେ ବିଞ୍ଝାରପୁର ବ୍ଲକରେ ରାଜନୈତିକ ତପତ୍ରତା ସରଗରମ ହୋଇଛି। ବ୍ଲକର ୨୫, ୨୬, ୨୭ ଓ ୨୮ ନମ୍ବର ଜିଲାପରିଷଦ ଜୋନ୍‌ରେ ଦଳୀୟ ପ୍ରାର୍ଥୀ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ପ୍ରଚାରରେ ବିଜେଡି ସର୍ବାଗ୍ରେ ରହିଥିବାବେଳେ ଭାଜପା ଓ କଂଗ୍ରେସ ନିଜ ଭୋଟରଙ୍କ ଉପରେ ଆସ୍ଥା ରଖିଥିବା ମନେ ହେଉଛି। ବିଶେଷକରି ୫ ବର୍ଷରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାର ସଫଳତାକୁ ଭୋଟର ପରଖୁଛନ୍ତି। ଏହାବାଦ୍‌ ବିଜେଡି ଏଠାରେ ଦୀର୍ଘଦିନ କ୍ଷମତାରେ ରହିବା ଯୋଗୁ ଦୁର୍ନୀତି ଓ ପ୍ରିୟାପ୍ରୀତି ବଢ଼ିଥିବା ଚର୍ଚ୍ଚାରେ ରହିଛି। ଏହିକ୍ରମରେ ଭୋଟରଙ୍କ ମତ ବଦଳୁଥିବା ଲକ୍ଷ୍ୟ କରାଯାଇଛି।

ବ୍ଲକର ଗ୍ରାମାଞ୍ଚଳ ବିକାଶ ଧାରାରେ ଦୁର୍ନୀତି ଅନ୍ତରାୟ ସୃଷ୍ଟି କରିଛି। ଦୁର୍ନୀତି ରୋକିବାକୁ ନିଯୁକ୍ତ ଅଧିକାରୀ ନିଷ୍କ୍ରିୟ ରହିଛନ୍ତି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଅଭାବ ଦୁର୍ନୀତି କରିବାକୁ ଆହୁରି ଖୋରାକ୍‌ ଯୋଗାଇଛି। ଗରିବଙ୍କ ଅଧିକାରକୁ ଚାପି ଦେଇ ଧନୀ, ପ୍ରଭାବଶାଳୀ ଓ ରାଜନୈତିକ ବ୍ୟକ୍ତି ଫାଇଦା ଉଠାଇଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବୃକ୍ଷରୋପଣ, ରାସ୍ତା ନିର୍ମାଣ, ଜମି ବିକାଶ, ଥିଲାବାଲାଙ୍କୁ ଆବାସରେ ସାମିଲ ଆଦି ଦୁର୍ନୀତିକୁ ବିରୋଧୀ ପ୍ରମୁଖ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି। ବିଞ୍ଝାରପୁର କଲ୍ୟାଣ ମଣ୍ଡପ, ଓସ୍ତପଡିଆଠାରୁ ତାଳ ପଡ଼ିଆ, ଗୁଡ଼ିଆସାହି ଶ୍ମଶାନ, ନାୟକସାହି, ସାହୁସାହି ଶ୍ମଶାନ ଆଦି ସ୍ଥାନରେ ପ୍ରାୟ ୧୦ ଲକ୍ଷ ଟଙ୍କାର ବୃକ୍ଷରୋପଣ ହୋଇଥିବା ସୂଚନା ମିଳିଛି। ସେହିପରି ଚାରିଖାନ ଘରଠାରୁ କବରସ୍ଥାନ, ରାମେଶ୍ୱର ହାଉସ୍‌ଠାରୁ ଆଲ୍ଲାଉଦ୍ଦିନ ଘର, ତଳସାହି ଅଙ୍ଗନଓ୍ବାଡ଼ି ଜମି ବିକାଶ, କଲ୍ୟାଣ ମଣ୍ଡପ ଜମି ବିକାଶ ଆଦି କାର୍ଯ୍ୟରେ ପ୍ରାୟ ୨୫ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ସେହିପରି କଂକ୍ରିଟ ରାସ୍ତା, କଲ୍ୟାଣ ମଣ୍ଡପ ନିର୍ମାଣ, କବରସ୍ଥାନର ବିକାଶ, କଲ୍ୟାଣ ମଣ୍ଡପ ମରାମତି, ଡ୍ରେନ ମରାମତି, ବାନ୍ଧଗୋଡା ନିର୍ମାଣ, ହାଇସ୍କୁଲ ମରାମତି, ଗାଧୋଇବା ଘାଟ ଆଦି କାମରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଏହିସବୁ ପ୍ରକଳ୍ପ ହୋଇଛି କି ନାହିଁ ସେ ନେଇ ଅଞ୍ଚଳବାସୀ ତଦନ୍ତ ଆରମ୍ଭ କରିଛନ୍ତି। ଗତବର୍ଷ ଜରି, ସିଂହପୁର, ଫତେପୁର ଓ ବାଙ୍ଗରା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁର୍ନୀତି ଅଭିଯୋଗ କରି କେତେଜଣ ଜନପ୍ରତିନିଧି ଅନଶନରେ ବସିଥିଲେ। ଏନେଇ ପ୍ରଶାସନିକ ତଦନ୍ତ ମଧ୍ୟ ହୋଇଥିଲା। ଏହିସବୁ ଘଟଣାକୁ ନେଇ ବଦଳୁଥିବା ଜନମତକୁ ବିଜେଡି ସୁଧାରିବାକୁ ନାନା ରଣକୌଶଳ ଆପଣାଉଥିବା ଦେଖିବାକୁ ମିଳିଛି।

ବିଞ୍ଝାରପୁର ନିର୍ବାଚନମଣ୍ଡଳୀରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ୪୩% ଭୋଟ ପାଇବା ସହ ୨୭ ଓ ୭ ନଂ. ଜୋନ୍‌କୁ ଅକ୍ତିଆର କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ପ୍ରାର୍ଥୀ ପ୍ରାୟ ୨୧ ହଜାର ଭୋଟ ବ୍ୟବଧାନରେ ବିଜେଡିର ପ୍ରମିଳା ମଲ୍ଲିକଙ୍କଠାରୁ ପରାଜିତ ହୋଇଥିଲେ। ଏହି ନିର୍ବାଚନରେ ଭାଜପାର ଭୋଟହାର ପ୍ରାୟ ୩% ହ୍ରାସ ପାଇ ୪୦%ରେ ପହଞ୍ଚିଥିଲା। ଏହାପରେ ବି ବିଞ୍ଝାରପୁରବାସୀ ଭାଜପା ଆଡ଼କୁ ମୁହାଁଇଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ଭାଜପାରୁ ଜିତିଥିବା ଜିଲାପରିଷଦ ସଭ୍ୟ ଶ୍ରବଣ ଜେନା ଓ ମାମିନା ମଲିକ ଏବେ ବିଜେଡି ଶିବିରରେ। ଗତ ପଞ୍ଚାୟତ ନିର୍ବାଚନର ସଫଳତାକୁ ଭାଜପା ସାଧାରଣ ନିର୍ବାଚନରେ ଦୋହରାଇ ପାରି ନ ଥିଲା; ଯଦ୍ଦ୍ବାରା ପୁଣି ବିଜେଡି ହାତକୁ ବିଧାୟିକା ଆସନ ଚାଲି ଯାଇଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ଭାଜପା ପ୍ରାର୍ଥୀ ସେମାନଙ୍କ ମୂଳଧନ ଫେରି ପାଇବାକୁ ଭୋଟରଙ୍କ ନିକଟତର ହେବାକୁ ପଡିବ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଭୋଟହାର ୨୦୧୭ରେ ୧୦% ଥିଲାବେଳେ ତାହା ୨୦୧୯ ନିର୍ବାଚନରେ ୩%କୁ ଖସିଥିଲା। ତେଣୁ ଏହି ନିର୍ବାଚନରେ କଂଗ୍ରେସ ସ୍ଥିତିକୁ ନେଇ ସନ୍ଦିହାନ ଦେଖାଦେଇଛି। ଏଠାରେ ଚାଲିଥିବା ବିଭିନ୍ନ ଦୁର୍ନୀତି ସଂକ୍ରାନ୍ତରେ ଭୋଟରଙ୍କ ନିକଟରେ ଠିକ୍‌ ଭାବେ ଉପସ୍ଥାପନ କରିପାରିଲେ ଭାଜପା ଓ କଂଗ୍ରେସ ପାଇଁ ସୁଯୋଗ ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?