ବ୍ୟାପକ କ୍ଷମତାର ଆଇନ

ନାଗାଲାଣ୍ଡରେ ସେନା ଦ୍ୱାରା ୧୪ ଜଣ ନାଗରିକଙ୍କ ମୃତ୍ୟୁ ହେବା ପରେ ଆର୍ମଡ୍‌ ଫୋର୍ସେସ୍‌ ସ୍ପେଶାଲ ପାଓ୍ବାର ଆକ୍ଟ ବା ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ରଦ୍ଦ ବା ଉଚ୍ଛେଦ ଲାଗି ପୁଣି ସ୍ବର ଉଠିଛି। ପୂର୍ବୋତ୍ତର ରାଜ୍ୟର ଦୁଇ ଜଣ ମୁଖ୍ୟମନ୍ତ୍ରୀ ସେମାନଙ୍କ ରାଜ୍ୟରୁ ଏହି ଆଇନ ହଟାଇନେବା ଲଗି କହିସାରିଛନ୍ତି। ଏହାକୁ ହଟାଇବା ଲାଗି ନାଗାଲାଣ୍ଡ ବିଧାନସଭା ଏକ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରିବ। ତେବେ ଏଏଫ୍‌ଏସ୍‌ପିଏ ସପକ୍ଷରେ କିମ୍ବା ବିପକ୍ଷରେ ମତ ଦେବା ପୂର୍ବରୁ ଆମକୁ ଦୁଇଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ ହେବ। ପ୍ରଥମେ ଜାଣିବାକୁ ପଡ଼ିବ ସଶସ୍ତ୍ର ବଳକୁ ଏଏଫ୍‌ଏସ୍‌ପିଏରେ କେଉଁସବୁ ‘ସ୍ବତନ୍ତ୍ର କ୍ଷମତା’ପ୍ରଦାନ କରାଯାଇଛି ଏବଂ ଦ୍ୱିତୀୟରେ ଆମେ ଏହାକୁ ଉଚ୍ଛେଦ କରିବା କଥା ଯାହା କହୁଛୁ ତାହାର ଅର୍ଥ କ’ଣ? ଏଏଫ୍‌ଏସ୍‌ପିଏରେ ପୋଲିସ, ସେନା ଓ ଅର୍ଦ୍ଧସାମରିକ ବଳକୁ ଗୁଳି ଚଳାଇବା ଲାଗି ବ୍ୟାପକ କ୍ଷମତା ପ୍ରଦାନ କରାଯାଇଛି। ଶାନ୍ତି ବଜାୟ ରଖିତ୍ବା ପାଇଁ ଉକ୍ତ କ୍ଷମତା ପ୍ରଯୋଗ କରିବା ଦରକାର ବୋଲି ଯଦି ମନେକରାଯାଏ ତେବେ ସେ ଏହି ଆଇନ ବଳରେ ଗୁଳି ଚଳାଯାଇପାରିବେ। ଏପରି କି କାର୍ଯ୍ୟାନୁଷ୍ଠାନରେ ନାଗରିକଙ୍କ ମୃତ୍ୟୁ ହେଲେ କେନ୍ଦ୍ରର ବିନା ଅନୁମତିରେ ଯବାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ। ଯଦି କୌଣସି ସ୍ଥାନରେ କିମ୍ବା ଘରେ ବିଦ୍ରୋହୀ ଲୁଚି ରହିଥିବେ ଓ ସେଠାରୁ ଆକ୍ରମଣର ସମ୍ଭାବନା ଥିବ, ତେବେ ତାହାକୁ ସଶସ୍ତ୍ର ବଳ ଧ୍ୱଂସ କରିପାରିବେ। ସେମାନେ ଚାହିଁଲେ ବିନା ଓ୍ବାରେଣ୍ଟରେ ଗିରଫ କରିବା ସହ ଅଟକ ରଖିପାରିବେ । ଅଶାନ୍ତ ଘୋଷିତ ସ୍ଥାନରେ ସଶସ୍ତ୍ରବଳର ଯବାନମାନଙ୍କୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଯଦି ସ୍ବାଧୀନତା ଦିଆଯାଏ ସେଠାରେ କ’ଣ ଘଟୁଥିବା ତାହା ସହଜରେ ଅନୁମେୟ। ଏଏଫ୍‌ଏସ୍‌ପିଏ ଆଇନ ଉଚ୍ଛେଦରୁ ଅନ୍ତତଃ ଏତିକି ବୁଝାପଡ଼େ ଯେ, ଅପରାଧରେ ଜଣେ ଯବାନଙ୍କ ବିରୋଧରେ ବିଚାର ନ୍ୟାୟିକ ପ୍ରକ୍ରିିୟାରେ ହେବ। ଅଭିଯୋଗ ଅଣାଯାଇ ଏଫ୍‌ଆଇଆର୍‌ ଦାଏର ହେବ, ପୋଲିସ ତଦନ୍ତ କରିବ ଏବଂ ପ୍ରାଥମିକ ତଥ୍ୟ ପ୍ରମାଣ ଯୋଗାଡ଼ କରି ଚାର୍ଜଶିିଟ ଦାଖଲ କରିବ ଓ ପରେ ବ୍ୟକ୍ତିଙ୍କୁ କୋର୍ଟରେ ହାଜର କରାଯିବ। ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ସେ ଦଣ୍ଡ ପାଇବେ। ଏଏଫ୍‌ଏସ୍‌ପିଏରେ ମଧ୍ୟ ଏଭଳି ଆଇନଗତ ବିଚାର ବ୍ୟବସ୍ଥା ରହିଛି। ସଶସ୍ତ୍ର ବଳ ବିରୋଧରେ ଦାଖଲ ହେଉଥିବା ଚାର୍ଜଶିଟ୍‌କୁ ପ୍ରତିରକ୍ଷା ମନ୍ତ୍ରଣାଳୟ (ସେନା ପାଇଁ) ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଅର୍ଦ୍ଧସାମରିକ ବଳ ପାଇଁ) ପଠାଯାଏ। ଯବାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ କରାଯିବ କି ତାଙ୍କୁ କୋର୍ଟରେ ହାଜର କରାଯିବ ସେ ସମ୍ପର୍କରେ ଏହି ଦୁଇ ମନ୍ତ୍ରଣାଳୟ ନିଷ୍ପତ୍ତି ନିଅନ୍ତି। ୧୯୮୯ ପରଠାରୁ ହତ୍ୟା, ନିର୍ଯାତନା, ଅପହରଣ ଏବଂ ବଳାକତ୍ାର ଘଟଣାରେ ଆଇନଗତ ବିଚାର ଲାଗି କୌଣସି ସ୍ବୀକୃତି ଦିଆଯାଇ ନ ଥିଲା ବୋଲି ରାଜ୍ୟ ସଭାରେ ୧ ଜାନୁୟାରୀ ୨୦୧୮ରେ କୁହାଯାଇଥିଲା । ସେନା ମତରେ, ତା’ନିକଟରେ ଶୃଙ୍ଖଳାର ଅଭ୍ୟନ୍ତରୀଣ ବ୍ୟବସ୍ଥା ରହିଛି ଓ ତାହାକୁ ସେ ଲାଗୁ କରୁଛି। ତେବେ ସେନା ବିରୋଧରେ ଯେଉଁ ବିଶୃଙ୍ଖଳା ଅଭିଯୋଗ ଆସୁଛି ସେଥିରେ ସେହି ବ୍ୟବସ୍ଥା ଲାଗୁ ହେବା ଉଚିତ। କିନ୍ତୁ ତାହା ହେଉନାହିଁ । ୧୧ ମେ ୨୦୦୬ରେ ସିବିଆଇ ଏକ ଘଟଣାର ତଦନ୍ତ କରିବା ପରେ ୭ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍‌ର ୫ ଜଣ ଯବାନଙ୍କ ବିରୋଧରେ ହତ୍ୟା ଅଭିଯୋଗରେ ଶ୍ରୀନଗର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ କେସ୍‌ ଦାଏର କରିଥିଲା। ପୂର୍ବ ଯୋଜନା ମୁତାବକ ବିନା କାରଣରେ ଏହି ହତ୍ୟା କରାଯାଇଥିଲା ବୋଲି ସିବିଆଇ ଯୁକ୍ତି ଉପସ୍ଥାପନ କରିଥିଲା ଏବଂ ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ଏବଂ କୌଣସି ପରିସ୍ଥିତିରେ ଅପରାଧୀମାନଙ୍କୁ ସୁରକ୍ଷା ଦିଆଯାଇପାରିବ ନାହିଁ ବୋଲି କହିଥିଲା। କିନ୍ତୁ ଏଏଫ୍‌ଏସ୍‌ପିଏ ପ୍ରୟୋଗ କରି ଭାରତୀୟ ସେନା ୫ ଜଣ ଯବାନଙ୍କ ବିରୋଧରେ କେସ୍‌ ବନ୍ଦ କରିଦେଲା। ସୁପ୍ରିମ୍‌କୋର୍ଟ ସେନାର ପଦକ୍ଷେପକୁ ସମର୍ଥନ କରିଥିଲେ। ଯଦି ଚାହୁଁଛ ଏହା ବଦଳରେ ସେମାନଙ୍କ ବିଚାର ସେନା କୋର୍ଟରେ କରିବାକୁ ମତ ଦେଇଥିଲେ।
ଦକ୍ଷିଣ କଶ୍ମୀରର ପାର୍ଥିବାଲ୍‌ରେ ୫ ଜଣ ନାଗରିକଙ୍କ ହତ୍ୟାର ୧୨ ବର୍ଷ ପରେ ସେପ୍ଟେମ୍ବର ୨୦୧୨ରେ ଭାରତୀୟ ସେନା ଏହି କେସ୍‌କୁ ତା’ ନ୍ୟାୟିକ ବ୍ୟବସ୍ଥାକୁ ଆଣିଲା। ଏହାର ବିଚାର ପ୍ରକ୍ରିୟା ଆରମ୍ଭ କରାଗଲା। ୨୪ ଜାନୁୟାରୀ ୨୦୧୪ରେ ପ୍ରମାଣ ଅଭାବରୁ ୫ ଜଣ ଯବାନଙ୍କ ବିରୋଧରେ ଥିତ୍ବା ସମସ୍ତ ଅଭିଯୋଗକୁ ଖାରଜ କଲା ବୋଲି ଭାରତୀୟ ସେନା କହିଲା। ସେହିଭଳି ଶ୍ରୀନଗରର ମାଛିଲ୍‌ ଘଟଣାରେ ୩ ଜଣ ନାଗରିକଙ୍କ ହତ୍ୟା ଅଭିଯୋଗରେ ଯବାନମାନେ ଦୋଷୀସାବ୍ୟସ୍ତ ହୋଇଥିଲେ। କିନ୍ତୁ ବିନ ସ୍ପଷ୍ଟୀକରଣରେ ଏକ ଆର୍ମି ଟ୍ରିବ୍ୟୁନାଲ ସେମାନଙ୍କୁ ମୁକ୍ତ କରିଦେଲା। ୨୩ ଫେବୃୟାରୀ ୧୯୯୧ରେ ୪- ରାଜପୁତାନା ରାଇଫଲ୍ସର ଯବାନ କୁପଓ୍ବାର ଜିଲାର ଉତ୍ତର ଭାଗରେ ଥିବା କୁନାନ୍‌ ଓ ପୋଶ୍‌ପରା ଗାଁକୁ ଯାଇ ପୁରୁଷମାନଙ୍କୁ ବାହାରେ ଏକାଠିି ହେବାକୁ କହିଲେ ଓ ସେମାନଙ୍କ ଘରେ ପ୍ରବେଶ କଲେ। ବଳାତ୍କାର ଅଭିଯୋଗରେ ଯବାନମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏଣୁ ଯେଉର୍ଁମାନେ ଏଏଫ୍‌ଏସ୍‌ପିଏ ଉଚ୍ଛେଦକୁ ବିରୋଧ କରୁଛନ୍ତି ସେମାନେ ଏଭଳି ଘଟଣା ଚାଲୁ ରହିବାକୁ ଚାହୁଁଛନ୍ତି ବୋଲି ବୁଝାପଡ଼ୁଛି। ସେମାନେ ଏହା ଉପରେ ବିଚାର କରିବା ଉଚିତ। ଏହି ସବୁ କେସ୍‌ର ସିଭିଲ୍‌ କୋର୍ଟରେ ବିଚାର ହେବା ଠାରୁ ଏଏଫ୍‌ଏସ୍‌ପିଏ ରଦ୍ଦର ମାନେ ହିଁ ଅଧିକ କିଛି ନୁହେଁ। ନାଗରିକମାନଙ୍କ ବିରୋଧରେ ସେନା କରୁଥିବା ଆପରାଧିକ ଅଭିଯୋଗର ନ୍ୟାୟିକ ବିଚାର ସେନା ଉପରେ ଛାଡ଼ି ଦିଆଯାଉଛି। ହେଲେ ତାହା ସଫଳ ହେଉନାହିଁ। ସେନା ସରକାରଙ୍କ ଅଧୀନ ଓ ଶକ୍ତି ହୋଇଥିବାରୁ ସେମାନେ କାର୍ଯ୍ୟରେ ଅନ୍ୟ କାହାର ପ୍ରବେଶ ନ ଚାହଁବା ସ୍ବାଭାବିକ। କିନ୍ତୁ ଯବାନଙ୍କ ବିରୋଧରେ ଅଭିଯୋଗ ଏକ ଭାରତୀୟ ସିଭିଲ କୋର୍ଟରେ ଓ ଜଣେ ଭାରତୀୟ ବିଚାରପତିଙ୍କ ଦ୍ୱାରା କରାଯିବା ଉଚିତ ନୁହେଁ ବୋଲି କହିବା ଯୁକ୍ତିଯୁକ୍ତ କି?

ଆକାର ପଟେଲ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri