ଛାଡ଼ପତ୍ର ପରେ ଏହି ଅଭିନେତ୍ରୀମାନେ କରିନାହାନ୍ତି ଦ୍ୱିତୀୟ ବିବାହ

ମୁମ୍ବାଇ: ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନେକ ବର୍ଷରୁ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ମଧ୍ୟ ଏକାକୀ ଜୀବନ ବିତାଉଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀଙ୍କ ବିଷୟରେ…

ସଙ୍ଗୀତା ବିଜ୍‌ଲାନି


ସଙ୍ଗୀତା ବିଜଲାନି, ଜଣେ ଲୋକପ୍ରିୟ ଅଭିନେତ୍ରୀ। ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କୁ ୧୯୯୬ ମସିହାରେ ବିବାହ କରିଥିଲେ। ବିବାହର ୧୪ ବର୍ଷ ପରେ ୨୦୧୦ରେ ଏହି ଦମ୍ପତିଙ୍କ ମଧ୍ୟର ଛାଡ଼ପତ୍ର ହୋଇଥିଲା। ଛାଡପତ୍ରର ୧୦ ବର୍ଷ ପରେ ମଧ୍ୟ ସଙ୍ଗୀତା ଆଉ କାହା ହାତ ଧରି ନାହାନ୍ତି। ଏକାକୀ ଜୀବନ ବିତାଉଛନ୍ତି।

କରିସ୍ମା କପୁର


ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁର ୨୦୦୩ରେ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଦମ୍ପତିଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଦୀର୍ଘ ବର୍ଷ ଧରି ଅଲଗା ହେବା ପରେ, ଦୁହେଁ ୨୦୧୬ରେ ଆନୁଷ୍ଠାନିକ ଭାବେ ଛାଡ଼ପତ୍ର ନେଇଥିଲେ। ତାଙ୍କର ଗୋଟିଏ ଝିଅ ଏବଂ ପୁଅ ଅଛନ୍ତି। ସେମାନେ କରିସ୍ମାଙ୍କ ପାଖରେ ରହୁଛନ୍ତି।

ଅମୃତା ସିଂ:


ଏକଦା ହିଟ୍‌ ଅଭିନେତ୍ରୀ ଥିବା ଅମୃତା ସିଂ ୧୯୯୧ରେ ସୈଫ୍‌ ଅଲି ଖାନଙ୍କୁ ବିବାହ କରିଥିଲେ। ତାଙ୍କର ଝିଅ ସାରା ଅଲି ଖାନ ଏବଂ ପୁଅ ଇବ୍ରାହିମ ଅଛନ୍ତି। ବିବାହର ୧୩ ବର୍ଷ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ୨୦୦୪ରେ ଛାଡ଼ପତ୍ର ହୋଇଥିଲା। ଅମୃତାଙ୍କ ପାଖରେ ପିଲାମାନେ ରହୁଛନ୍ତି। ସୈଫ୍‌ କରୀନାଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ଅମୃତା ଏକାକୀ ଜୀବନଯାପନ କରୁଛନ୍ତି।

ପୂଜା ଭଟ୍ଟ


ଫିଲ୍ମ ‘ପପ୍‌’ ଶୁଟିଂ ସମୟରେ ଅଭିନେତ୍ରୀ ପୂଜା ଭଟ୍ଟଙ୍କର ମନୀଷ ମଖିଜାଙ୍କ ସହ ସାକ୍ଷାତ ହୋଇଥିଲା। ପରେ ଦୁହେଁ ପ୍ରେମରେ ପଡ଼ିଥିଲେ ଏବଂ ୨୦୦୩ରେ ଏହି ବିବାହ କରିଥିଲେ। ବିବାହର ୧୧ ବର୍ଷ ପରେ ଏହି ଦମ୍ପତଙ୍କି ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ତେବେ ଛାଡ଼ପତ୍ର ପରେ ପୂଜା ଆଉ ବିବାହ କରିନାହାନ୍ତି। ବର୍ତ୍ତମାନ ସେ ତାଙ୍କ ପିତା ମହେଶ ଭଟ୍ଟଙ୍କ ସହ ରହୁଛନ୍ତି।

ସେହିପରି ମନୀଷା କୋଇରାଲା, ସାମନ୍ଥା ରୁଥପ୍ରଭୁ ନିଜ ନିଜ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ଏବେ ଏକାକୀ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri