ଆଇନ କାହା ପାଇଁ

ଆକାର ପଟେଲ

ଇଣ୍ଟରଫେଥ୍‌ (ଆନ୍ତଃଧର୍ମ)ବିବାହ ଉପରେ ଆଇନତଃ ପ୍ରତିବନ୍ଧକ ଲଗାଇବାରେ ଉତ୍ତରପ୍ରଦେଶର ଆଇନ ଏବକାର ଭାରତୀୟ ଲିଗାଲ ସିଷ୍ଟମର ପ୍ରବର୍ତ୍ତନଶୀଳ ବିଶେଷତାକୁ ସାମ୍‌ନାକୁ ଆଣିଛି। ବର୍ଡନ ଅଫ୍‌ ପ୍ରୁଫ୍‌ ବା ପ୍ରମାଣ କରିବାର ବୋଝ ସରକାରରୁ ଅଭିଯୁକ୍ତ ପାଖକୁ ଶିଫ୍ଟ କରିବାର ଏହା ଏକ ପ୍ରମାଣ। ଏହି ବୋଝ ବା ଦାୟିତ୍ୱ ଅଭିଯୁକ୍ତର ମୁଣ୍ଡ ଉପରେ ରହିବ ଏବଂ ଆଇନ ଅଧୀନରେ ସରକାରଙ୍କ ନିକଟରେ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ହେବ। କୌଣସି ସଭ୍ୟ ଦେଶ ତା’ ନ୍ୟାୟିକ ବ୍ୟବସ୍ଥାକୁ ଏଭଳି ଢଙ୍ଗରେ ଚଳାଏ ନାହିଁ । ଯେତେବେଳେ ପ୍ରମାଣ କରିବାର ଦାୟିତ୍ୱ ବିପରୀତ ହୋଇଯିବ ଓ ସରକାର କୌଣସି ଅଭିଯୋଗ ଆଣିବେ ସେଠି ବ୍ୟକ୍ତିଙ୍କୁ ନିର୍ଦ୍ଦୋଶ ପ୍ରମାଣ କରିବା ଦାୟିତ୍ୱ ତାଙ୍କ ନିଜ ଉପରେ ରହିବ। ଯଦି ସେମାନେ ନିଜକୁ ନିର୍ଦ୍ଦୋଶ ପ୍ରମାଣ କରି ପାରିବେ ନାହିଁ ତେବେ ସେମାନଙ୍କୁ ଜାମିନ ମିଳେନିି ଓ ସେମାନଙ୍କ ବିରୋଧରେ ମକଦ୍ଦମା ଚାଲେ। ଉତ୍ତରପ୍ରଦେଶ ପ୍ରୋହିବିଶନ ଅଫ୍‌ ଅନ୍‌ଲଫୁଲ କନ୍‌ଭର୍‌ଶନ ଅଫ୍‌ ରିଲିଜିଓନ ଅର୍ଡିନାନ୍ସ, ୨୦୨୦ ବା ଉତ୍ତରପ୍ରଦେଶ ବିଧି ବିରୁଦ୍ଧ ଧର୍ମ ପରିବର୍ତ୍ତନ ପ୍ରତିଶେଧ ଅଧ୍ୟାଦେଶ, ୨୦୨୦, ବିବାହ ପରେ ଧର୍ମ ପରିବର୍ତ୍ତନ କରିଥିବା ଜଣେ ବୟସ୍କା ମହିଳାଙ୍କ ବୟାନ ପ୍ରମାଣ ଭାବେ ଗ୍ରହଣ କରିବ ନାହିଁ। କୌଣସି ଅପରାଧ ହୋଇନାହିଁ ବୋଲି ଏହା ଗ୍ରହଣ କରିବ। ଏହା କେବଳ ସେହି ମହିଳା ବିବାହ କରିଥିବା ପରିବାରର ପୁରୁଷ ସଦସ୍ୟ ମହିଳାଙ୍କ ଧର୍ମ ପରିବର୍ତ୍ତନର ଉଦ୍ଦେଶ୍ୟ କ’ଣ ଥିଲା ତାହା ବର୍ଣ୍ଣନା କରିିବାକୁ ପଡିବ( ଧାରା ୧୨)। ଯଦି ଏହି ସ୍ପଷ୍ଟୀକରଣରେ ପୋଲିସ କିମ୍ବା ପ୍ରଶାସନ ସନ୍ତୁଷ୍ଟ ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଅଭିଯୋଗ ବଳବତ୍ତର ରହିବ ଓ ନ୍ୟାୟିକ ବିଚାର ଚାଲିବ। ଏଥିରୁ ସମ୍ଭାବ୍ୟ ଦୁର୍ନୀତି ଓ ଉତ୍ପୀଡ଼ନ କଥା ଚିନ୍ତା କରାଯାଇପାରେ।
ଆସାମରେ ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନ୍‌ଆର୍‌ସି) କ୍ଷେତ୍ରରେ ପ୍ରମାଣ କରିବାର ଦାୟିତ୍ୱ ବା ଭାର ଓଲଟିଯାଇଥିଲା। ନାଗରିକ ସମ୍ବନ୍ଧିତ କାଗଜପତ୍ର ନ ଥିବା ପ୍ରବାସୀଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦେଶାନ୍ତର କରିବା ଦାୟିତ୍ୱ ପୋଲିସ କି ପ୍ରଶାସନ ଉପରେ ନ ଥିଲା। ଏହା ସେହି ଲୋକମାନଙ୍କର ଦାୟିତ୍ୱ ଥିଲା। ସେମାନଙ୍କର ପଜିଟିଭ ସିଟିଜେନ ତାଲିକାରେ ନାମ ନ ଥିଲେ ସେମାନଙ୍କୁ କାଗଜପତ୍ର ଧରି ଲାଇନ୍‌ରେ ଠିଆ ହୋଇ ସେମାନଙ୍କ ପୂର୍ବପୁରୁଷ ସେଠାରେ ରହିଥିଲେ ବୋଲି ପ୍ରମାଣ କରିବାକୁ ପଡିଥିଲା। କିମ୍ବା ଅନ୍ୟ ସରକାରଙ୍କଠାରୁ ପାଇଥିବା କାଗଜପତ୍ର ଦେଖାଇଥିଲେ। ଯଦି ନାମରେ ତ୍ରୁଟି,ମଧ୍ୟ ନାମ ନ ଥିବ କିମ୍ବା ବିବାହ ଯୋଗୁ ସାଜ୍ଞା ପରିବର୍ତ୍ତନ ହୋଇଥିବ ତେବେ ଏହି ସବୁ କାରଣକୁୁ ଆଧାର କରି ସେମାନଙ୍କୁ ନାଗରିକତ୍ୱ ଏବଂ ଭୋଟ ଦେବାର ଅଧିତ୍କାରରୁ ବଞ୍ଚିତ କରାଯାଇଥିଲା। ଏହାର ଦୁର୍ନୀତି ଓ ଉତ୍ପୀଡ଼ନର ସବୁ ରେକର୍ଡ ହୋଇଥିଲା, କିନ୍ତୁ ଯାହା ଆଶା କରାଯାଉଥିଲା ସେଭଳି ଏହା ଦୃଷ୍ଟି ଆକର୍ଷଣ କରିପାରିଲା ନାହିଁ। ଭାଜପା ସରକାର କଙ୍ଗାରୁ କୋର୍ଟରେ ଠିକା କର୍ମଚାରୀମାନଙ୍କୁ ‘ଜଜ୍‌’ ଭାବେ ଦୁଇ ବର୍ଷ ଲାଗି ନିଯୁକ୍ତ କଲା ଓ ଲୋକମାନେ ସେମାନଙ୍କ କାଗଜପତ୍ର ସେଠାରେ ଉପସ୍ଥାପନ କଲେ। ଯେଉଁ ଜଜ୍‌ମାନେ ଅଧିକ ଲୋକଙ୍କୁ ବିଦେଶୀ ଭାବେ ଚିହ୍ନଟ କଲେ ସେମାନଙ୍କ ଠିକା ନିଯୁକ୍ତିକୁ ବଢାଇଦିଆଗଲା। ସରକାର ଏହା ଗୁଆହାଟୀ ଉଚ୍ଚନ୍ୟାୟାଳରେ ସତ୍ୟପାଠ ଜରିଆରେ ପ୍ରକାଶ କରିଥିଲେ, ଯାହା ଆମକୁ ଏ ବିଷୟରେ ଜଣାପଡିଲା। ଯେଉଁମାନଙ୍କ ଚୁକ୍ତି ବଢାଯାଇ ନ ଥିଲା ସେମାନେ କୋର୍ଟର ଦ୍ୱାରସ୍ଥ ହେଲେ ଓ ସେମାନଙ୍କ କାର୍ଯ୍ୟର କୌଣସି ମୂଲ୍ୟାଙ୍କନ ନ କରି ସେମାନଙ୍କୁ ତଡି ଦିଆଗଲା ବୋଲି ପ୍ରକାଶ କଲେ। ସରକାର ଏମାନଙ୍କର ପ୍ରଦର୍ଶନର ମୂଲ୍ୟାଙ୍କନ ରେକର୍ଡ ଦାଖଲ କରି କୋର୍ଟରେ ବିରୋଧ କଲେ। କେବଳ ଯେଉଁମାନେ ଅଧିକ ସଂଖ୍ୟକ ବିଦେଶୀଙ୍କୁ ଚିହ୍ନଟ କରିପାରି ନ ଥିଲେ ସେମାନଙ୍କୁ ବିଦା କରିଦିଆଗଲା।
ଗତବର୍ଷ ଏହି ସରକାର ପାସ୍‌ କରିଥିବା ୟୁଏପିଏ ଆଇନର ସଂଶୋଧନ ସମ୍ପର୍କରେ ପାଠକେ ଅବଗତ ଥିବେ। କିଛି ବିଚାର ନ କରି କୌଣସି ନାଗରିକ ବା ସମାଜସେବୀଙ୍କୁୁ ଟେରରିଷ୍ଟ ମୋହର ଲଗାଇବା ଲାଗି ସରକାରଙ୍କୁ ଏହା ଅଖଣ୍ଡ କ୍ଷମତା ଦେଇଛି। ଥରେ ସରକାର ତୁମଠାରେ ଟେରରିଷ୍ଟ ମୋହର ଲଗାଇଦେଲେ ତୁମକୁ ୟୁଏପିଏରେ ନିର୍ଦ୍ଦୋଶ ପ୍ରମାଣ କରିବା କିମ୍ବା ଜାମିନ ପାଇବାର ଆବଶ୍ୟକ ପଡିବ। ଏହି କାରଣରୁ ସୁଧା ଭରଦ୍ୱାଜ,ଷ୍ଟାନ ସ୍ବାମୀ, ବାର୍‌ବରା ରାଓ,ଉମର ଖଲିଦ ଏବଂ ଭେର୍ନନ୍‌ ଗନସାଲଭେଙ୍କୁ ବିନା ଦୋଷରେ ବହୁ ବର୍ଷ ଜେଲରେ ରହିବାକୁ ହେବ। ତାଙ୍କୁ ହିଁ ନିର୍ଦ୍ଦୋଶ ପ୍ରମାଣ କରିବାକୁ ହେବ। ଅପର ପକ୍ଷରେ ସେମାନଙ୍କ ବେଲ୍‌କୁ କୋର୍ଟରେ ସରକାର ବିରୋଧ କରୁଛନ୍ତି।
ଗୁଜରାଟ ଆନିମଲ ପ୍ରିଭେନଶନ (ଆମେଣ୍ଡମେଣ୍ଟ) ଆକ୍ଟ,୨୦୧୭ରେ ଗୋହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡ ଦେବାର ପ୍ରାବଧାନ ରହିଛି। ଏହି ଆଇନ ବଳରେ ଜଣେ ଲୋକଙ୍କୁ ତାଙ୍କ ଝିଅ ବହାଘରରେ ଗୋମାଂସ ପରଷିବା ଅଭିଯୋଗରେ ୨୦୧୮ରେ ଦୋଷୀ କରାଯାଇଥିଲା। ବିଚାର ସମୟରେ ସେ ବାହାଘରରେ ମଟନ ବିରିୟାନୀ ପରଷିଥିବା ଜଣାଇଥିଲେ। ବିଚାରପତି ଏହାକୁ ଗ୍ରହଣ କରି ନ ଥିଲେ ଏବଂ ମାସେ ତଳେ ଖାଇଥିବା ମାଂସ ଗୋମାଂସ ନ ଥିଲା ବୋଲି ପ୍ରମାଣ କରିବାକୁ କହିଥିଲେ। ଯେତେବେଳେ ସେ ତାହା କରି ପାରିଲେନି ସେତେବେଳେ ତାଙ୍କୁ ଦୋଷୀ କରାଯାଇଥିଲା। ଅବଶ୍ୟ ସେ ଜଣକ ଥିଲେ ମୁସଲମାନ। ଏଣୁ ଏଥିରୁ ସହଜରେ ସବୁକିଛି ବୁଝି ହେଉଛି। ଭାରତରେ ଏଭଳି ଏକ ଆଇନ ଏକ ଗୋଷ୍ଠୀକୁ ନିର୍ଯାତନା ଦେଉଛି। ଭାରତରେ ପୋଲିସ, ଜଜ୍‌ ଏବଂ ପ୍ରଶାସକମାନେ ସରକାରଙ୍କ ଖେଳନା ପାଲଟିଛନ୍ତି। ସେମାନେ ରାଜନୈତିକ ନେତାମାନଙ୍କ କଥା ଶୁଣୁଛନ୍ତି, ମାନିବାକୁ ବି ବାଧ୍ୟ। ଯେଉଁମାନେ ରାଜନୈତିକ ବ୍ୟକ୍ତିଙ୍କ କଥାରେ ନ ରହିବେ ସେମାନଙ୍କୁ ଆକ୍ରୋଶର ଶିକାର ହେବାକୁ ପଡୁଛି। ଏମିତି ଏକ ଘଟଣା ଗୁଜରାଟରେ ହିଂସା ଘଟାଉଥିବା ଲୋକମାନଙ୍କୁ ବିରୋଧ କରିଥିବା ଆଇପିଏସ ଅଧିକାରୀମାନଙ୍କ କ୍ଷେତ୍ରରେ ଘଟିଥିବା ଆମେ ଦେଖିଛେ। ଗୋ, ଲଭ୍‌ ଜିହାଦ,ବିରୋଧ ଏବଂ ନାଗରିକତ୍ୱ ଉପରେ ରିଭର୍ଶାଲ ଅଫ ବର୍ଡନ ଅଫ୍‌ ପ୍ରୁଫ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉଦ୍ଦେଶ୍ୟରେ ରହିଛି। ଏହା ଆମକୁ ଓ ବିଶ୍ୱକୁ ଆମମାନଙ୍କ ସମ୍ପର୍କରେ ଅନେକ କିଛି ସୂଚାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri