ଜମିପଟ୍ଟା ଯାଞ୍ଚ ସରିନି, ସ୍ଵର୍ଗଦ୍ୱାର ପାଖରେ ଖୋଲିଲାଣି ମଦ ଦୋକାନ

ପୁରୀ ଅଫିସ,୧୨।୯: ସ୍ଵର୍ଗଦ୍ୱାରକୁ ଲାଗି ଚୈତନ୍ୟ ଛକଠାରୁ ସାତଲହଡ଼ି ମଠ ମଧ୍ୟରେ ନିକଟରେ ୫ଟି ମଦ ଦୋକାନ ଖୋଲିଛି। ତେବେ ଏହି ଦୋକାନଗୁଡ଼ିକ ବିନା ଜମିପଟ୍ଟା ଯାଞ୍ଚରେ ଖୋଲିଥିବା ନେଇ ସୂଚନା ମିଳିଛି। ଏପରିକି ସେଥିମଧ୍ୟରୁ ୩ଟି ମଦ ଦୋକାନ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ଜମିରେ ଖୋଲିଥିବାର ମଧ୍ୟ ସାଧାରଣରେ ଅଭିଯୋଗ ହୋଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଏହାର ଯଥାଶୀଘ୍ର ଯାଞ୍ଚ କରାଯାଉ ବୋଲି ଦାବି ହେଉଛି। ଏଭଳି ଘଟଣା ପରେ ପୁରୀ ସହରରେ ଥିବା ୧୮ଟି ମଦ ଦୋକାନର ଜମିପଟ୍ଟା ଯାଞ୍ଚକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ ହେଉଛି ବୋଲି ରାଜସ୍ଵ ବିଭାଗ କହିଛି।

ସାଧାରଣରେ ମଦ ଦୋକାନ ଲାଇସେନ୍ସ ପାଇଥିବା ବ୍ୟକ୍ତିମାନଙ୍କୁ ଦୋକାନ ଜମିର ପଟ୍ଟାକୁ ଅବକାରୀ ବିଭାଗ ପାଖରେ ଦାଖଲ କରିବାକୁ ପଡ଼େ। ପରେ ଏହାକୁ ଅବକାରୀ ବିଭାଗ ରାଜସ୍ଵ ବିଭାଗକୁ ହସ୍ତାନ୍ତର କରି ପଟ୍ଟାର ଠିକ ଭାବେ ଯାଞ୍ଚ କରିବାର ନିୟମ ରହିଛି। ଯାଞ୍ଚ ପ୍ରକ୍ରିୟାରେ ତ୍ରୁଟି ନ ଥିବା ନେଇ ସ୍ପଷ୍ଚ ହେଲେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ। ମାତ୍ର ପୁରୀରେ ଏଭଳି ହୋଇ ନ ଥିବା ଦେଖିବାକୁ ମିଳିଛି। ଜମି ପଟ୍ଟାର ଯାଞ୍ଚ ସରିବା ପୂର୍ବରୁ ଅଧିକାଂଶ ମଦ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି। ଏଥିପାଇଁ ଅବକାରୀ ବିଭାଗୀୟ ଅଧିକାରୀମାନେ ଅର୍ଥ ନେଣଦେଣ କରି ରାଜସ୍ଵ ବିଭାଗ ପକ୍ଷରୁ ଅନୁମୋଦନ କରାଇ ନେବାର ଆଶଙ୍କା ରହୁଛି ବୋଲି ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି। ଏ ନେଇ ପୁରୀ ତହସିଲଦାର ରବୀନ୍ଦ୍ର ପ୍ରଧାନ କହିଛନ୍ତି, ପୁରୀ ସହରର ୧୮ଟି ବିଦେଶୀ ମଦ ଦୋକାନୀର ଜମି ପଟ୍ଟା ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ ହେଉଛି। ଜମିରେ ବିବାଦ ଥିବା, ଜବରଦଖଲ ହୋଇଥିବା କିମ୍ବା ଜମିର ମାଲିକାନାକୁ ନେଇ କୌଣସି ସମସ୍ୟା ଥିଲେ ତାହା ଯାଞ୍ଚ ପ୍ରକ୍ରିୟାରେ ଜଣାପଡ଼ିବ। ଯାଞ୍ଚ ନ ସରିବା ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କୌଣସି ଜମି ସମ୍ପର୍କରେ କହିବା ସମ୍ଭବପର ନୁହେଁ। ମଦ ଦୋକାନ ଖୋଲିବା ପାଇଁ ଯେଉଁ ପ୍ରକ୍ରିୟା ରହିଛି ତାହାକୁ ଠିକ ଭାବରେ କାର୍ଯ୍ୟକାରୀ ନ କରାଯିବା ଫଳରେ ଏଭଳି ସମସ୍ୟା ଉପୁଜିଛି। ଅନ୍ୟପକ୍ଷେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅମରେନ୍ଦ୍ର କୁମାର ଜେନା କହିଛନ୍ତି, ମଦ ଦୋକାନ ଜମିକୁ ନେଇ କୌଣସି ବିବାଦ ହେଲେ ତାହାର ସମାଧାନ କରିବା ଦାୟିତ୍ୱ ଆମର ନୁହେଁ। ଜମି ସମ୍ପର୍କିତ ତଥ୍ୟ ପାଇଁ ରାଜସ୍ବ ବିଭାଗ ଯାଞ୍ଚ କାର୍ଯ୍ୟକାରୀ କରୁଛି। କାହାରି ଜମିକୁ ନେଇ କୌଣସି ସମସ୍ୟା ଥିଲେ ସମ୍ପୃକ୍ତ ବ୍ୟକ୍ତିର ଲାଇସେନ୍ସ ବାତିଲ ହେବାର ସମ୍ଭାବନା ମଧ୍ୟ ନାହିଁ। ବିବାଦ ଜମି ବଦଳରେ ଏକ ନୂଆ ଜମିରେ ସମ୍ପୃକ୍ତ ଦୋକାନୀ ମଦ ଦୋକାନ ଖୋଲିପାରିବେ। ସେହିପରି ସ୍ବର୍ଗଦ୍ୱାର ନିକଟରେ ମଦ ଦୋକାନ ଖୋଲିବାକୁ ଘଟଣାକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?