ଜମିପଟ୍ଟା ଯାଞ୍ଚ ସରିନି, ସ୍ଵର୍ଗଦ୍ୱାର ପାଖରେ ଖୋଲିଲାଣି ମଦ ଦୋକାନ

ପୁରୀ ଅଫିସ,୧୨।୯: ସ୍ଵର୍ଗଦ୍ୱାରକୁ ଲାଗି ଚୈତନ୍ୟ ଛକଠାରୁ ସାତଲହଡ଼ି ମଠ ମଧ୍ୟରେ ନିକଟରେ ୫ଟି ମଦ ଦୋକାନ ଖୋଲିଛି। ତେବେ ଏହି ଦୋକାନଗୁଡ଼ିକ ବିନା ଜମିପଟ୍ଟା ଯାଞ୍ଚରେ ଖୋଲିଥିବା ନେଇ ସୂଚନା ମିଳିଛି। ଏପରିକି ସେଥିମଧ୍ୟରୁ ୩ଟି ମଦ ଦୋକାନ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ଜମିରେ ଖୋଲିଥିବାର ମଧ୍ୟ ସାଧାରଣରେ ଅଭିଯୋଗ ହୋଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଏହାର ଯଥାଶୀଘ୍ର ଯାଞ୍ଚ କରାଯାଉ ବୋଲି ଦାବି ହେଉଛି। ଏଭଳି ଘଟଣା ପରେ ପୁରୀ ସହରରେ ଥିବା ୧୮ଟି ମଦ ଦୋକାନର ଜମିପଟ୍ଟା ଯାଞ୍ଚକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ ହେଉଛି ବୋଲି ରାଜସ୍ଵ ବିଭାଗ କହିଛି।

ସାଧାରଣରେ ମଦ ଦୋକାନ ଲାଇସେନ୍ସ ପାଇଥିବା ବ୍ୟକ୍ତିମାନଙ୍କୁ ଦୋକାନ ଜମିର ପଟ୍ଟାକୁ ଅବକାରୀ ବିଭାଗ ପାଖରେ ଦାଖଲ କରିବାକୁ ପଡ଼େ। ପରେ ଏହାକୁ ଅବକାରୀ ବିଭାଗ ରାଜସ୍ଵ ବିଭାଗକୁ ହସ୍ତାନ୍ତର କରି ପଟ୍ଟାର ଠିକ ଭାବେ ଯାଞ୍ଚ କରିବାର ନିୟମ ରହିଛି। ଯାଞ୍ଚ ପ୍ରକ୍ରିୟାରେ ତ୍ରୁଟି ନ ଥିବା ନେଇ ସ୍ପଷ୍ଚ ହେଲେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ। ମାତ୍ର ପୁରୀରେ ଏଭଳି ହୋଇ ନ ଥିବା ଦେଖିବାକୁ ମିଳିଛି। ଜମି ପଟ୍ଟାର ଯାଞ୍ଚ ସରିବା ପୂର୍ବରୁ ଅଧିକାଂଶ ମଦ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି। ଏଥିପାଇଁ ଅବକାରୀ ବିଭାଗୀୟ ଅଧିକାରୀମାନେ ଅର୍ଥ ନେଣଦେଣ କରି ରାଜସ୍ଵ ବିଭାଗ ପକ୍ଷରୁ ଅନୁମୋଦନ କରାଇ ନେବାର ଆଶଙ୍କା ରହୁଛି ବୋଲି ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି। ଏ ନେଇ ପୁରୀ ତହସିଲଦାର ରବୀନ୍ଦ୍ର ପ୍ରଧାନ କହିଛନ୍ତି, ପୁରୀ ସହରର ୧୮ଟି ବିଦେଶୀ ମଦ ଦୋକାନୀର ଜମି ପଟ୍ଟା ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ ହେଉଛି। ଜମିରେ ବିବାଦ ଥିବା, ଜବରଦଖଲ ହୋଇଥିବା କିମ୍ବା ଜମିର ମାଲିକାନାକୁ ନେଇ କୌଣସି ସମସ୍ୟା ଥିଲେ ତାହା ଯାଞ୍ଚ ପ୍ରକ୍ରିୟାରେ ଜଣାପଡ଼ିବ। ଯାଞ୍ଚ ନ ସରିବା ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କୌଣସି ଜମି ସମ୍ପର୍କରେ କହିବା ସମ୍ଭବପର ନୁହେଁ। ମଦ ଦୋକାନ ଖୋଲିବା ପାଇଁ ଯେଉଁ ପ୍ରକ୍ରିୟା ରହିଛି ତାହାକୁ ଠିକ ଭାବରେ କାର୍ଯ୍ୟକାରୀ ନ କରାଯିବା ଫଳରେ ଏଭଳି ସମସ୍ୟା ଉପୁଜିଛି। ଅନ୍ୟପକ୍ଷେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅମରେନ୍ଦ୍ର କୁମାର ଜେନା କହିଛନ୍ତି, ମଦ ଦୋକାନ ଜମିକୁ ନେଇ କୌଣସି ବିବାଦ ହେଲେ ତାହାର ସମାଧାନ କରିବା ଦାୟିତ୍ୱ ଆମର ନୁହେଁ। ଜମି ସମ୍ପର୍କିତ ତଥ୍ୟ ପାଇଁ ରାଜସ୍ବ ବିଭାଗ ଯାଞ୍ଚ କାର୍ଯ୍ୟକାରୀ କରୁଛି। କାହାରି ଜମିକୁ ନେଇ କୌଣସି ସମସ୍ୟା ଥିଲେ ସମ୍ପୃକ୍ତ ବ୍ୟକ୍ତିର ଲାଇସେନ୍ସ ବାତିଲ ହେବାର ସମ୍ଭାବନା ମଧ୍ୟ ନାହିଁ। ବିବାଦ ଜମି ବଦଳରେ ଏକ ନୂଆ ଜମିରେ ସମ୍ପୃକ୍ତ ଦୋକାନୀ ମଦ ଦୋକାନ ଖୋଲିପାରିବେ। ସେହିପରି ସ୍ବର୍ଗଦ୍ୱାର ନିକଟରେ ମଦ ଦୋକାନ ଖୋଲିବାକୁ ଘଟଣାକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri