ଡାଇନୋସର୍‌ର ପୃଥିବୀ

ନିୟୁତ ନିୟୁତ ବର୍ଷ ତଳର କଥା; ଜନମାନବ ଶୂନ୍ୟ ଆଦିମ ପୃଥିବୀଟା ଥିଲା ନୀରବ ଓ ନିଷ୍ପନ୍ଦ। ଆଗ୍ନେୟଗିରିଗୁଡିକ ଅଗ୍ନି ଉଦ୍‌ଗିରଣ କରି ଦିଗ୍‌ବଳୟକୁ ଧୂମାୟିତ କରୁଥିଲେ I ଉଲ୍‌କାମାନେ ଆକାଶରେ ଦୂରନ୍ତ ଛୁଟି ଯାଉଥିଲେ ଓ ବିଶାଳ ଭୂଖଣ୍ଡଗୁଡିକର ସଂଘର୍ଷ ଘଟି ଦେଶ ମହାଦେଶମାନ ସୃଷ୍ଟି ହେଉଥିଲା। ସେତେବେଳେ ଆମ ପୃଥିବୀ ଶିଶୁ ଅବସ୍ଥାରେ ଥିଲା । ପ୍ରକୃତିର ଏହି ପ୍ରତିକୂଳ ବାତାବରଣ ମଧ୍ୟରେ ତେଣେ କିନ୍ତୁ ସମୁଦ୍ର ମହାସମୁଦ୍ରର ତରଳ ଜଳରାଶିରେ କେତେକ ଜୈବିକ ଅଣୁ ପରସ୍ପର ସହିତ ସଂଯୋଜିତ ହୋଇ ଜୀବନସତ୍ତାର ସଙ୍କେତ ଦେଲେ । ଏହିପରି ଭାବରେ ପ୍ରଥମେ ଜଳଭାଗରେ ଜୀବନର ସୂତ୍ରପାତ ହେଲା । ସମୟର ପ୍ରବାହରେ ଜୀବନ ସ୍ଥଳଭାଗକୁ ସଂପ୍ରସାରିତ ହେଲା । ଘଟଣାକ୍ରମେ କିଛି ଜଳଚର ଜୀବ ନିଜର ଚିରାଚରିତ ତରଳ ଜଳରାଶିର ପରିସୀମା ତ୍ୟାଗକରି ସ୍ଥଳଭାଗର କଠିନ ଓ ଗ୍ୟାସ୍‌ର ଦୁନିଆକୁ ଆଦରି ନେଇ ବଂଶବୃଦ୍ଧି ଓ ବିସ୍ତାର ଆରମ୍ଭ କଲେ । ସେଥି ମଧ୍ୟରୁ କେତେକ ଛାତିରେ ଭରା ଦେଇ ଚଳପ୍ରଚଳ କରୁଥିଲେ । ସେହିମାନେ ହିଁ ଥିଲେ ସରୀସୃପ । ବିବର୍ତ୍ତନର ପ୍ରବାହରେ ଏହି ଅଜ୍ଞାତ ଅନାମଧେୟ ସରୀସୃପମାନେ ବଦଳି ଏବେକାର ବହୁଚର୍ଚ୍ଚିତ ଡାଇନୋସରର ରୂପ ନେଲେ। ଡାଇନୋସରମାନେ ଆଜିଠାରୁ ପ୍ରାୟ ୩୦୦ରୁ ୨୦୦ ନିୟୁତ ବର୍ଷ ପୂର୍ବେ ଆବିର୍ଭୂତ ହୋଇ ପୃଥିବୀପୃଷ୍ଠରେ ପ୍ରାୟ ୧୫୦ ନିୟୁତ ବର୍ଷ କାଳ ବସବାସ କରିଥିଲେ। କେତେକ ଡାଇନୋସର ଆକୃତିରେ କୁକୁଡ଼ାଛୁଆ ସଦୃଶ କ୍ଷୁଦ୍ର ଥିଲାବେଳେ ଅନ୍ୟ କେତେକ ହାତୀ ଭଳି ବିଶାଳାକାୟ ଥିଲେ । କେତେକ ଆହାରରେ ନିରୀହ ତୃଣଭୋଜୀ ଥିଲେ ତ ଆଉ କେତେକ ଥିଲେ ଭୟଙ୍କର ମାଂସାହାରୀ । ଡାଇନୋସରମାନଙ୍କର ଆତ୍ମରକ୍ଷା ନିମନ୍ତେ ନିଜସ୍ବ ସୁରକ୍ଷା ବ୍ୟବସ୍ଥା ଥିଲା । ଆସନ୍ତୁ, ପ୍ରଥମେ ତୃଣଭୋଜୀ ଡାଇନୋସରମାନଙ୍କ ସମ୍ପର୍କରେ ଆଲୋଚନା କରିବା I କେତେକ ଡାଇନୋସରଙ୍କ ଦେହସାରା ସୁତୀକ୍ଷ୍ଣ କଣ୍ଟା ସଦୃଶ ଅଙ୍ଗମାନ ଥିଲା । ଆଉ କେତେକ ନିଜର ହାଡୁଆ, କଣ୍ଟକିତ ଲାଞ୍ଜରେ ଶତ୍ରୁକୁ ଆଘାତ କରିପାରୁଥିଲେ। କେତେକ ଡାଇନୋସରଙ୍କ ପିଠି ଏତେ ଟାଣ ଥିଲା ଯେ ତାକୁ ଅନ୍ୟ କୌଣସି ମାଂସାଶୀ ଡାଇନୋସର କାମୁଡି ପାରୁ ନ ଥିଲେ। କେତେକଙ୍କ ଖପୁରି ଇସ୍ପାତର ପ୍ଲେଟ ସଦୃଶ ଶକ୍ତ ଥିବାରୁ ସେମାନେ ଏହାକୁ ଆତ୍ମରକ୍ଷା ନିମନ୍ତେ ଢାଲ ସଦୃଶ ବ୍ୟବହାର କରୁଥିଲେ। କେତେକ ଡାଇନୋସର ଆକାରରେ ବିଶାଳାକାୟ ଥିବାରୁ ଅନ୍ୟ କୌଣସି ଡାଇନୋସର ଏମାନଙ୍କୁ ଆକ୍ରମଣ କରିବାକୁ ଭୟ କରୁଥିଲେ। ଆଉ କେତକ କ୍ଷୁଦ୍ରାକାୟ ଥିଲେ ସୁଦ୍ଧା ଦ୍ରୁତଗତିରେ ଦୌଡିପାରୁ ଥିବାରୁ ମାଂସାଶୀ ଜୀବମାନଙ୍କ କବଳରୁ ନିଜକୁ ରକ୍ଷା କରି ପାରୁଥିଲେ I
ଡାଇନୋସରମାନେ କିନ୍ତୁ ଦେଖିବାକୁ ଅତ୍ୟନ୍ତ ଭୟଙ୍କର ଥିଲେ । ସେମାନଙ୍କର ଥିଲା ସୁତୀକ୍ଷ୍ଣ ଦାନ୍ତ ଓ ଶକ୍ତ ପଞ୍ଝା ଯେଉଁଥିରେ ସେମାନେ ଶିକାରକୁ ପ୍ରଚଣ୍ଡ ଆକ୍ରମଣ କରୁଥିଲେ । ଏମାନେ ପାଟିକୁ ଅସମ୍ଭବ ଭାବେ ମେଲାଇ ବଡବଡ ଜୀବଙ୍କୁ ସହଜରେ ଗିଳି ପାରୁଥିଲେ। ସବୁଠାରୁ ବୃହଦାକାୟ ମାଂସାଶୀ ଡାଇନୋସର ଥିଲା ‘ଟିରାନୋସରସ ରେକ୍ସ’ ଯାହା ଆଜିଠାରୁ ୮୫ରୁ ୬୫ ନିୟୁତ ବର୍ଷ ପୂର୍ବେ ଆବିର୍ଭୂତ ହୋଇଥିଲା। ଏହାର ଉଚ୍ଚତା ଥିଲା ୧୩ରୁ ୧୮ ଫୁଟ୍‌ ଏବଂ ଓଜନ ଥିଲା ୫ରୁ ୭ ଟନ I ଏହାର ଆଗ ଗୋଡଦୁଇଟି ଶୀର୍ଣ୍ଣକାୟ ଥିଲେ ସୁଦ୍ଧା ଏହା ପଛଗୋଡଦୁଇଟିରେ ଶରୀରର ଭାରସାମ୍ୟ ରକ୍ଷାକରି ଦ୍ରୁତଗତିରେ ଦୌଡି ଶିକାର କରି ପାରୁଥିଲା। ଏହାର ବିଶାଳ ଥୋମଣିରେ ଦୀର୍ଘ ଛୁରିକା ସଦଶ ଦନ୍ତମାନ ଥିଲା ଯେଉଁଥିରେ ଏହା ଶିକାରକୁ ପ୍ରଚଣ୍ଡ ବଳରେ ଜାବୁଡି କବଳିତ କରି ପାରୁଥିଲା।
କେତେକ ଡାଇନୋସର ଦେଖିବାକୁ ବିଚିତ୍ରକାୟ ଥିଲେ । କେତେକ ପ୍ରଜାତିଙ୍କର ଥିଲା ପୃଥୁଳାକାୟ ଶରୀର ଓ ଶରୀର ତୁଳନାରେ ଯଥେଷ୍ଟ ଲମ୍ବା ଓ ସରୁ ବେକ ଥିଲା। ଏହିପରି ଏକ ଡାଇନୋସର ଥିଲା ‘ବ୍ରେକିଓସରସ’ ଯାହା ଜୁରାସିକ ଯୁଗରେ ଆଜିଠାରୁ ପ୍ରାୟ ୧୫୫ରୁ ୧୬୫ ନିୟୁତ ବର୍ଷ ପୂର୍ବେ ବାସ କରୁଥିଲା। ଏହାର ଓଜନ ଥିଲା ୨୯.୨ରୁ ୪୬.୯ ଟନ ଯାହା ଏବେକାର ହାତୀଠାରୁ ମଧ୍ୟ ଅଧିକ। ଏହି ଲମ୍ବାବେକିଆ ଡାଇନୋସର ନିଜର ଲମ୍ବା ବେକକୁ ଗଛ ଡାଳକୁ ବଢେଇ ଡାଳପତ୍ରସବୁ ସହଜରେ ଖୁଣ୍ଟି ଖାଇ ପାରୁଥିଲା । ଆଉ ଏକ ତୃଣଭୋଜୀ ଡାଇନୋସର ଥିଲା ଆଙ୍କିଲୋସରସ, ଯାହା ଆଜିଠାରୁ ପ୍ରାୟ ୭୦ରୁ ୬୫ ନିୟୁତ ବର୍ଷ ପୂର୍ବେ ବାସ କରୁଥିଲେ । ଏହାର ଲମ୍ବ ଥିଲା ୨୨ରୁ ୩୨ ଫୁଟ୍‌ ଏବଂ ଓଜନ ଥିଲା ୪ରୁ ୫ ଟନ୍‌। ଏହାର ଶରୀର ସାରା କବଚ ସଦୃଶ ସୁରକ୍ଷା ଆବରଣ ଥିଲା ଯାହାକୁ କୌଣସି ମାଂସାଶୀ ଜୀବ କାମୁଡି ପାରୁ ନ ଥିଲେ I ଏହାର ଲାଞ୍ଜର ଅଗ୍ରଭାଗରେ ଗଦା ସଦୃଶ ଏକ ଓଜନିଆ ପିଣ୍ଡ ଥିଲା ଯାହାକୁ ଏହା ଦ୍ରୁତଗତିରେ ଘୂରାଇ ଶତ୍ରୁକୁ ପ୍ରଚଣ୍ଡ ଆଘାତ କରିପାରୁଥିଲା । ଅନେକ ଡାଇନୋସର ଆକାରରେ ବିଶାଳ ଏବଂ ହାତୀଠାରୁ ମଧ୍ୟ ଓଜନକାୟ ଥିଲେ। ଆଜିକାର ବନ୍ୟପଶୁମାନଙ୍କ ଭଳି ଡାଇନୋସରମାନେ ମଧ୍ୟ ବଞ୍ଚତ୍ବା ନିମନ୍ତେ ପରସ୍ପର ମଧ୍ୟରେ ସଂଘର୍ଷ ଓ ସଂଗ୍ରାମ କରୁଥିଲେ ।
ଏକଦା ଏହି ଡାଇନୋସର ସଭ୍ୟତା ପୃଥିବୀ ବକ୍ଷରେ ପୂର୍ଣ୍ଣ ଦର୍ପରେ ଆଗେଇ ଚାଲିଥିଲାବେଳେ ଆଜିଠୁଁ ପ୍ରାୟ ୬୫ ନିୟୁତ ବର୍ଷ ପୂର୍ବେ କୌଣସି ଅଜ୍ଞାତ କାରଣରୁ ସେମାନଙ୍କ ସମୂହ ବିଲୁପ୍ତି ଘଟିଲା । ଡାଇନୋସରଙ୍କ ଏହି ବିଲୁପ୍ତି ଏବେ ସୁଦ୍ଧା ରହସ୍ୟାବୃତ୍ତ। କେତେକଙ୍କ ମତରେ, ସେତେବେଳେ କୁଆଡେ ଏକ ବିଶାଳାକାୟ ଗ୍ରହାଣୁ ମହାକାଶରୁ ଛୁଟିଆସି ଆମ ପୃଥିବୀକୁ ପ୍ରଚଣ୍ଡ ଆଘାତ କରିଥିଲା। ଏହି ସଂଘର୍ଷରେ ବିପୁଳ ଧୂଳି ନିର୍ଗତ ହୋଇ ଆକାଶକୁ କ୍ଷେପି ଯାଇଥିଲା । ଏହି ଧୂଳିର ବାଦଲ ବର୍ଷ ବର୍ଷ ଧରି ଆକାଶରେ ଲାଖି ରହି ସୂର୍ଯ୍ୟାଲୋକକୁ ଅବରୋଧ କରିଥିଲା । ଫଳରେ ପୃଥିବୀ ଧୀରେ ଧୀରେ ଅନ୍ଧକାର ଓ ଥଣ୍ଡା ପାଲଟି ଗଲା ଏବଂ ପ୍ରକୃତିର ଏହି ପ୍ରତିକୂଳ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ଡାଇନୋସରମାନଙ୍କର କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିଲା I ସୁତରାଂ ଏହିପରି ଭାବରେ ଏହି ବିଚିତ୍ର ଓ ବିରଳ ଜୀବ ଡାଇନୋସରମାନଙ୍କର ଦାରୁଣ ମୃତ୍ୟୁ ଘଟିଲା ଏବଂ ସେମାନେ ଆମ ପୃଥିବୀରୁ ଚିରଦିନ ପାଇଁ ବିଦାୟ ନେଲେ । ଆଉ କେତେକଙ୍କ ମତରେ, ସେତେବେଳେ ନୂଆନୂଆ ଉଦ୍ଭବ ହେଉଥିବା କ୍ଷୁଦ୍ର ସ୍ତନ୍ୟପାୟୀ ଜୀବମାନେ ଡାଇନୋସରମାନଙ୍କ ଅଣ୍ଡା ଖାଇ ଦେବାରୁ ସେମାନଙ୍କ ବିଲୁପ୍ତି ଘଟିଲା। ଆଉ କେତେକ ମତ ଦିଅନ୍ତି ଯେ, ସେତେବେଳେ ପୃଥିବୀସାରା ଘଟିଥିବା ଆଗ୍ନେୟଗିରିଗୁଡିକର ଭୀଷଣ ଅଗ୍ନି ଉଦ୍‌ଗିରଣରେ ଡାଇନୋସରମାନଙ୍କର ମୃତ୍ୟୁ ଘଟିଥିଲା । ଆଉ କେତେକ ବୈଜ୍ଞାନିକ ମତ ଦିଅନ୍ତି ଯେ, ଡାଇନୋସରମାନଙ୍କର ପ୍ରକୃତରେ ବିଲୁପ୍ତି ଘଟିନାହିଁ; ସେମାନେ ବରଂ ନୂଆ ପ୍ରଜାତିକୁ ବିବର୍ତ୍ତିତ ହୋଇ ଯାଇଛନ୍ତି, ଯେଉଁମାନଙ୍କୁ ଏବେ ଚିହ୍ନିବା ସମ୍ଭବ ନୁହେଁ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର,
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?