ପ୍ରକଳ୍ପ ଥାଇ ଜମି ପଡ଼ିଆ

ରାସୋଳ,୮।୮: ଅଖି ମୁଠି ଅନୁକୂଳ କରି ଜ୍ୟେଷ୍ଠ ମାସରୁ ଅପେକ୍ଷା କରିଛି ଚାଷୀ। ଆଷାଢ଼ ଗଲା। ସରିବାକୁ ବସିଲାଣି ଶ୍ରାବଣ। ଅଥଚ ଯେଉଁ ପରିମାଣର ବର୍ଷା ହେବା କଥା, ତାହା ହେଲାନାହିଁ। ଯଦିଓ ଜୁଲାଇରେ ଜୁନ୍‌ ତୁଳନାରେe ଅପେକ୍ଷାକୃତ ଭଲ ବର୍ଷିଲା, ହେଲେ ପ୍ରଚଣ୍ଡ ଖରା ପାଇଁ ଜମିରେ ପାଣି ରହିଲାନି। ଯେଉଁ କେତେକ ସ୍ଥାନରେ ଭୂଇଁ ବତର ରହିଲା ସେଠାରେ ପାଣି ଅଭାବରୁ ତଳି ରୋଇବା ସହଜ ହେଲାନାହିଁ। ଧିମେଇଗଲା ରୁଆ ସାଙ୍ଗକୁ ବେଉଷଣ। ଅଗଷ୍ଟ ପ୍ରଥମ ସପ୍ତାହରେ ଲଘୁଚାପ ପ୍ରଭାବରେ ଭଲ ବର୍ଷା ହୋଇଥିଲେ ହେଁ ଜମିରେ ପାଣି ରହୁ ନ ଥିବାରୁ ୭୫% ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର ୧୦ ପଞ୍ଚାୟତର ଚାଷୀ। ୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଥିବା ସତ୍ତ୍ୱେ କେନାଲ ପାଣି ତଳମୁଣ୍ଡରେ ପହଞ୍ଚତ୍ ପାରୁ ନ ଥିବାବେଳେ ସମୟ ଗଡ଼ିଯାଉଥିବାରୁ ତଳି ମଧ୍ୟ ବୁଢ଼ା ହେବାକୁ ବସିଲାଣି। ଫଳରେ ଚଳିତବର୍ଷ ଖରିଫ୍‌ ଧାନ ଚାଷ କିପରି ହେବ, ତାହାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି ସେମାନେ।
ହିନ୍ଦୋଳ ବ୍ଲକର ଅଧିକାଂଶ ପରିବାର ଚାଷ ଉପରେ ନିର୍ଭରଶୀଳ। ବିଶେଷ କରି ରାସୋଳ, ବୁହାଳିପାଳ, ଦଣ୍ଡିରି, ଖଲିବୋରେଇ, ବାବନ୍ଧ, ଗଣ୍ଡାନାଳି, କୁନୁଆ, ନବକିଶୋରପୁର, ଜରଡ଼ା, ଗିରିଧରପ୍ରସାଦ ପଞ୍ଚାୟତର ୬୦୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ବ୍ୟାପକ ପରିମାଣର ଖରିଫ୍‌ ଧାନ ଚାଷ କରାଯାଇଥାଏ। ସାଧାରଣତଃ ଜୁଲାଇ ଶେଷ ସୁଦ୍ଧା ୫୦% ଏବଂ ଅଗଷ୍ଟ ୧୫ ସୁଦ୍ଧା ରୁଆ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବା କଥା। ହେଲେ ଅନିୟମିତ ବୃଷ୍ଟିପାତ ଯୋଗୁ ପ୍ରାୟ ୭୫% ଜମି ପଡ଼ିଆ ପଡ଼ିଛି। ଗତ ଦୁଇଦିନ ହେଲା ଭଲ ବର୍ଷା ହୋଇଥିଲେ ମଧ୍ୟ ଜମି ପାଗ ନ ଥିବାରୁ ବେଶି କିଛି ଲାଭ ମିଳିବନାହିଁ ବୋଲି ଚାଷୀମାନେ କହିଛନ୍ତି।
ବର୍ଷାଭାବ ସମସ୍ୟା ଭିତରେ ଆଉ ଯେଉଁ କଥାଟି ସାମ୍ନାକୁ ଆସିଛି, ତାହା ହେଉଛି କେନାଲ ଜଳ ପରିଚାଳନାରେ ଅବ୍ୟବସ୍ଥା। ଅଞ୍ଚଳର ଜମିକୁ ଜଳଯୋଗାଣ ଲାଗି ସାପୁଆ ଏବଂ କାଳିଯୋଡ଼ି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରାଯାଇଛି। ହେଲେ ଦୂରଦୃଷ୍ଟି ଅଭାବ, ପରିତ୍ୟକ୍ତ ହୋଇପଡ଼ିଥିବା କେନାଲ ଏବଂ ତଳମୁଣ୍ଡକୁ ପାଣି ପହଞ୍ଚୁ ନ ଥିବାରୁ ଅଡୁଆ ବଢ଼ିଛି। ସାପୁଆ ଜଳଭଣ୍ଡାରରୁ ରାସୋଳ ମାଇନର କେନାଲ, କୁନୁଆ ସବ୍‌ମାଇନର କେନାଲ, ରାଇଟ୍‌ ମୁଖ୍ୟ କେନାଲ ମାଧ୍ୟମରେ ୨୪୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି। ଏହାଦ୍ୱାରା ରାସୋଳ, ଦଣ୍ଡିରି, କୁନୁଆ ପଞ୍ଚାୟତ ସମେତ ବୁହାଳିପାଳ ଅଞ୍ଚଳର ଚାଷୀ ଉପକୃତ ହୋଇପାରୁଛନ୍ତି। ତେବେ ଯେତିକି ପାଣି ଛଡ଼ା ଯାଉଛି, ତାହା ତୁଳନାରେ ଚାହିଦା ଅଧିକ ରହୁଥିବାରୁ ତଳମୁଣ୍ଡରେ ପାଣି ପହଞ୍ଚତ୍ପାରୁନାହିଁ। ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସାହୁ କୁହନ୍ତି, ଚାଷ କାର୍ଯ୍ୟ ତ୍ୱରାନ୍ବିତ ଲାଗି ଜୁଲାଇ ୧୫ରୁ ପାଣି ମଧ୍ୟ ଛଡ଼ାଯାଇଛି। ଚାଷୀ ଯେପରି କେନାଲର ପାଣିର ସୁବିଧା ନେଇପାରିବେ ସେହି ବ୍ୟବସ୍ଥା କରାଯାଉଛି। ସେହିପରି ବୁହାଳିପାଳସ୍ଥିତ କାଳିଯୋଡ଼ି ପ୍ରୋଜେକ୍ଟ ମାଧ୍ୟମରେ ୪୫୦ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି। ତେବେ ପରିଚାଳନା ଓ ରକ୍ଷଣାବେକ୍ଷଣ ଅଭାବରୁ କେନାଲ ପରିତ୍ୟକ୍ତ ହୋଇପଡ଼ିଛି। ତେଣୁ ରାମଚନ୍ଦ୍ରପୁର ପର୍ଯ୍ୟନ୍ତ ପାଣି ମାଡ଼ିବା ସୁବିଧା ଥିଲେ ମଧ୍ୟ ଏହା କେବଳ ବୁହାଳିପାଳ ପଞ୍ଚାୟତ ମଧ୍ୟରେ ସୀମିତ ରହିଯାଇଥିବା ଚାଷୀମାନେ କହିଛନ୍ତି। ଅନ୍ୟପଟେ ଗତ ୪ଦିନ ହେଲା କେନାଲରେ ପାଣି ଛଡ଼ାଯାଇଥିବା କନିଷ୍ଠ ଯନ୍ତ୍ରୀ ଅନିଲ ନାୟକ ସୂଚନା ଦେଇଛନ୍ତି। ଅପରପକ୍ଷେ ସମ୍ପୃକ୍ତ ୧୦ ପଞ୍ଚାୟତରେ ବର୍ଷାଜଳ ସଂରକ୍ଷଣ କରିବା ଲାଗି ୩୫ରୁ ଊର୍ଦ୍ଧ୍ୱ ଚେକ୍‌ଡ୍ୟାମ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ ଦୂରଦୃଷ୍ଟି ଅଭାବରୁ ଏହା କାମରେ ଆସୁନାହିଁ।
ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ କୁହନ୍ତି, ହିନ୍ଦୋଳ ବ୍ଲକରେ କେଉଁଠି ଅତ୍ୟଧିକ ତ ଅନ୍ୟ କେଉଁଠି କମ୍‌ ବର୍ଷା ହୋଇଛି। ଫଳରେ କେତେକ ସ୍ଥାନରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଚାଷୀମାନେ ଖାଲୁଆ ଜମିରେ ଧାନ ଚାଷ ତ୍ୱରାନ୍ବିତ କରିବା ଆବଶ୍ୟକ। ଅପେକ୍ଷାକୃତ ଢିପ ଜମିରେ ମାଣ୍ଡିଆ ଚାଷ କରିବାକୁ କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି। ସେହିପରି କେନାଲ ପାଣି ଯେପରି ସବୁ ଅଞ୍ଚଳରେ ପହଞ୍ଚତ୍ବ ସେଥିଲାଗି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।

(ସରୋଜ କୁମାର ମିଶ୍ର)

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri