ଉନ୍ମୋଚିତ ହେଲା କୋସଲୀ ଲଖିଁପୁରାନ

ବଲାଙ୍ଗୀର ଅଫିସ, ୪ା୧୨
କୋସଲୀ ଭାଷାରେ ଲିଖିତ ଯୁବକବି ଅକ୍ଷୟ ସରାଫଙ୍କ ଲିଖିତ ଲଖିଁପୁରାନ ବଲାଙ୍ଗୀର ଯାଦବ ଭବନଠାରେ ମାଣବସା ଗୁରୁବାର ଦିନ ଉନ୍ମୋଚିତ ହୋଇଯାଇଛି ା ମୁଖ୍ୟଅତିଥି ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ସମ୍ମାନିତ ଅତିଥି ଭାବେ କୋଶଲୀ ଭାଷା ଓ ସାହିତ୍ୟ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, ଗବେଷକ ତଥା କବି ସନ୍ଦୀପ କୁମାର କୁଅଁର, ବିଭୁ କଲ୍ୟାଣ ଗଡତ୍ୟା, ମହନୀ ପ୍ରଯୋଜନା ସଂସ୍ଥାର ବିନୋଦ କୁମାର କାଲସାଏ ମଞ୍ଚାସୀନ ଥିଲେ। ଯୁବ ଲେଖକ ସରାଫ୍‌ଙ୍କ ଲଖିଁପୁରାନରେ କୋସଲାଞ୍ଚଳର ଭାଷା, ଭାବ ଓ ଚଳଣୀର ମହକ ରହିଛି ବୋଲି ବକ୍ତାମାନେ କହିଥିଲେ। ମୁଖ୍ୟଅତିଥି ଡ.ମିଶ୍ର କୋସଲ ସାଂସ୍କୃତିକ ବିପ୍ଲବରେ କାଷ୍ଠ ଉପାସନାର ବିଶେଷତ୍ୱ ଲକ୍ଷ୍ମୀପୂଜା ଉପରେ କହିଥିଲେ ା ଗବେଷକ ପାଣିଗ୍ରାହୀ କୋସଲୀ ଅଳଙ୍କାର, ବସ୍ତ୍ରର ବିଶେଷତ୍ୱ ଏହି ପୁସ୍ତକରେ ରହିଛି ବୋଲି ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଗବେଷକ କୁଅଁର କୋସଲୀ ଭାଷାରେ ଲିଖିତ ଲଖିଁପୁରାନ୍‌ କୋସଲାଞ୍ଚଳର ଜନଜୀବନ, ବସ୍ତ୍ର, ଅଳଙ୍କାର, ଭାଷା, ସଂସ୍କୃତି ପରମ୍ପରାକୁ ନେଇ ଏକ ବିପ୍ଲବ ସୃଷ୍ଟି କରିବ ବୋଲି କହିଥିଲେ ା ପୁସ୍ତକର ଲେଖକ ସରାଫ ମାଟି ମଁାର ଭାଷାରେ ଲେଖି ପାରିଥିବାରୁ ତାଙ୍କ ଦୀର୍ଘବର୍ଷର ସ୍ବପ୍ନ ସାର୍ଥକ ହେଲା ବୋଲି କହିଥିଲେ ା କାର୍ଯ୍ୟକ୍ରମକୁ ବିଭୂକଲ୍ୟାଣ ଗଡତ୍ୟା ପରିଚାଳନା କରିଥିଲେ।ଶେଷରେ ପ୍ରକାଶ ଚନ୍ଦ୍ର ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୬।୨(ବ୍ୟୁରୋ): ବଜେଟ ଘୋଷଣା ପରେ ପ୍ରଥମଥର ଲାଗି କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଦିନିକିଆ ଗସ୍ତରେ ଓଡ଼ିଶା...

ବିରଳ ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ଚିନ୍ତା

ବାଲେଶ୍ୱର ଅଫିସ, ୧୦।୬-ବିରଳ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ଏବଂ ଏହି କଙ୍କଡାଙ୍କ ରକ୍ତରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା ଜାରି ରହିଛି।...

କାଳ ହେଲା ଫୋନ୍‌ କଲ୍‌

ବାହାନଗା,୨୫ା୧(ଡି.ଏନ.ଏ.)- ଶନିବାର ରାତିରେ ଆସିଲା ଏକ ଫୋନ୍‌ କଲ୍‌। କାହାକୁ କିଛି ନ ଜଣାଇ ଘରୁ ବାହାରି ଯାଇଥିଲେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା...

ବଢ଼ିଲା ଖରା: ୩୦ ଡିଗ୍ରୀ ଉପରେ ୧୭ ସହର; ମାଲକାନଗିରିରେ ସର୍ବାଧିକ ୩୫.୨ ଡିଗ୍ରୀ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜ୍ୟରେ ଆଉ ଶୀତ ଅନୁଭବ ହେବ ନାହିଁ। ଚଳିତମାସର ବାକି ଦିନଗୁଡ଼ିକରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଦିନବେଳା ୩୫ଡିଗ୍ରୀ ଏବଂ ରାତିରେ ୧୭ଡିଗ୍ରୀ...

ଋଣ ଶୁଝିବାକୁ ବ୍ୟାଙ୍କ ଲୁଟ୍‌

ଭୁବନେଶ୍ୱର,୬।୧୦ (ବ୍ୟୁରୋ): ରାଜଧାନୀ ଉପକଣ୍ଠ ନନ୍ଦନବିହାର ଓ ବରିମୁଣ୍ଡା ବ୍ୟାଙ୍କ୍‌ ଲୁଟ୍‌ ଘଟଣା ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଏହି ଦୁଇ ଘଟଣାରେ ଜଣେ ହିଁ...

ସାର, କୀଟନାଶକ, ବିହନରେ ଠକେଇ: କ୍ଷତି ସହୁଛି ଚାଷୀ, କମ୍ପାନୀ କର୍ତ୍ତୃପକ୍ଷ ଚୁପ୍‌

ବରଗଡ଼ ଅଫିସ୍‌,୪।୧: ବରଗଡ଼ ଜିଲାରେ ଅସଲି ବ୍ରାଣ୍ଡ୍‌ ଆଳରେ ନକଲି କାରବାର ଚାଲିଛି। ସାର, ବିହନ, କୀଟନାଶକକୁ ଅସଲି ବ୍ରାଣ୍ଡ୍‌ ଦର୍ଶାଇ ବିଭିନ୍ନ କମ୍ପାନୀ ଏଭଳି...

୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ...

୬ ଜିଲାରେ ବଢ଼ିବ କୋଭିଡ କେୟାର ଶଯ୍ୟା

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ନେଇ ରାଜ୍ୟରେ ୬ଟି ଜିଲାରେ କୋଭିଡ କେୟାର ସଯ୍ୟା ବୃଦ୍ଧି ନେଇ...

Advertisement
Archives

Model This Week