Posted inଖେଳ

ବିଦେଶରେ ହେବ ନକ୍‌ଆଉଟ ପର୍ଯ୍ୟାୟ

ଭୁବନେଶ୍ୱର,୧୦ା୨(ସ୍ପୋଟର୍‌ସ ବ୍ୟୁରୋ):ସନ୍ତୋଷ ଟ୍ରଫି ଫୁଟବଲର ୭୬ ତମ ସଂସ୍କରଣର ଅନ୍ତିମ ରାଉଣ୍ଡ ଭୁବନେଶ୍ୱରରେ ଶୁକ୍ରବାର ଠାରୁ ଆରମ୍ଭ ହେବ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ, କ୍ୟାପିଟାଲ ସ୍ପୋଟର୍‌ସ ଆରେନା ଏବଂ ୭ମ ବାଟାଲିୟନ ଷ୍ଟାଡିୟମରେ ସମସ୍ତ ମ୍ୟାଜ ଖେଳାଯିବ। ଏହି ଅବସରରେ ଗୁରୁବାର ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜକ ଓଡ଼ିଶା ଦଳର ଜର୍ସି ଲଞ୍ଚ ସହିତ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଗୁରୁବାର ଅପରାହ୍ନରେ ଏହି ଜର୍ସି ଲଞ୍ଚ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ସଚିବ ଓ କମିଶନର ଆର୍‌. ଭିନିଲ୍‌ କ୍ରିଷ୍ଣା, ସର୍ବଭାରତୀୟ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ମହାସଚିବ ଡ. ଶାଜି ପ୍ରଭାକରନ୍‌ ଏବଂ ଫୁଟବଲ ମହାସଂଘ ଓଡ଼ିଶା(ଫାଓ)ର ଯୁଗ୍ମ ସଚିବ ଅଭିଜିତ୍‌ ପଲ୍‌ଙ୍କ ଉପସ୍ଥିତିରେ ଓଡ଼ିଶା ଦଳର ଜର୍ସି ଲଞ୍ଚ କରାଯାଇଥିଲା। ଓଡ଼ିଶା ଦଳର ଅଧିନାୟକ ରାକେଶ ଓରାମ, ଉପ ଅଧିନାୟକ ଏବଂ ଦୁଇ ଗୋଲ କିପରଙ୍କ ଉପସ୍ଥିତିରେ ୪ଟି ଭିନ୍ନ ରଙ୍ଗର ଜର୍ସି ଉନ୍ମୋଚନ କରାଯାଇଥିଲା।
ଜର୍ସି ଉନ୍ମୋଚନ ପରେ ଶାଜି ପ୍ରଭାକରନ୍‌ ଏବଂ ଅଭିଜିତ୍‌ ପଲ୍‌ ଏକ ଖବରଦାତା ସମ୍ମିଳନୀରେ ସନ୍ତୋଷ ଟ୍ରଫିର ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସନ୍ତୋଷ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟ ଦେଶ ବାହାରେ ଅନୁଷ୍ଠିତ ହେବ। ରିୟାଧର କିଙ୍ଗ ଫହାଦ ଷ୍ଟାଡିୟମରେ ସେମି ଫାଇନାଲ, ତୃତୀୟ ସ୍ଥାନ ଓ ଫାଇନାଲ ମ୍ୟାଚ ଖେଳାଯିବା ନେଇ ସୂଚନା ଦେଇଥିଲେ ଶାଜି ପ୍ରଭାକରନ୍‌। ୬୭ ହଜାରରୁ ଉର୍ଦ୍ଧ୍ୱ ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ମାର୍ଚ୍ଚ ୧ରେ ସେମି ଫାଇନାଲ ଓ ମାର୍ଚ୍ଚ ୪ ତାରିଖରେ ତୃତୀୟ ସ୍ଥାନ ଓ ଫାଇନାଲ ମ୍ୟାଚ୍‌ ଖେଳାଯି। ଓଡ଼ିଶା ପଞ୍ଚମ ଥର ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜନ କରୁଥିବା ବେଳେ କ୍ରୀଡା ପ୍ରତି ରାଜ୍ୟ ସରକାରଙ୍କ ପରାକାଷ୍ଠାକୁ ପ୍ରଶଂସା କରିଥିଲେ ପ୍ରଭାକରନ୍‌। ପ୍ରଥମ ଥର ପାଇଁ ଓଡ଼ିଶା ୧୯୬୭ରେ ସନ୍ତୋଷ ଟ୍ରଫି ଆୟୋଜନ କରିଥିବା ବେଳେ ଶେଷଥର ପାଇଁ ୨୦୧୧-୧୨ ମସିହାରେ କଟକ-ଭୁବନେଶ୍ୱରରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଦେଶର ଅନ୍ୟତମ କ୍ରୀଡା ମହାଶକ୍ତି ଭାବରେ ଓଡ଼ିଶା ଉଭା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରୀଡା ସଚିବ ଆର. ଭିନିଲ କ୍ରିଷ୍ଣାଙ୍କ ଭୂୟସୀ ପ୍ରଶଂସା କରିଥିଲେ ପ୍ରଭାକରନ୍‌। ସମଗ୍ର ଭାରତର ୬ଟି ଭେନ୍ୟୁରେ ସନ୍ତୋଷ ଟ୍ରଫି ଆୟୋଜିତ ହୋଇଥିବା ବେଳେ ଏଥିରୁ ୧୦ଟି ଦଳ ଅନ୍ତିମ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ରେଳବାଇ ଓ ସର୍ଭିସେସ୍‌ ସିଧାସଳଖ ଭାବରେ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୨ଟିମ୍‌କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇ ରାଉଣ୍ଡ ରବିନ୍‌ ଳିଗ୍‌ ମାଧ୍ୟମରେ ଏହି ରାଉଣ୍ଡଟି ଖେଳାଯିବ। ୨୦ ବର୍ଷ ତଳେ ଦେଶରେ ଫୁଟବଲର ମାନ ବେଶ ଉଚ୍ଚକୋଟୀର ରହିଥିଲା, ସମାନ ସ୍ଥିତିକୁ ଫୁଟବଲକୁ ଫେରାଇ ଆଣିବା ପାଇଁ ଏଆଇଏଫ୍‌ଏଫ୍‌ ପକ୍ଷରୁ ଭିଜନ୍‌ ୨୦୪୭ ଲଞ୍ଚ କରଯାଇଛି। ଏହା ମଧ୍ୟରେ ଆଗାମୀ ୨୫ ବର୍ଷରେ ଭାରତୀୟ ଫୁଟବଲର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୬ ସୁଦ୍ଧା ଭାରତୀୟ ପୁରୁଷ ଦଳକୁ ଏସିଆର ଟପ୍‌ ଟେନ୍‌ ଦଳ ମଧ୍ୟରେ ସାମିଲ କରାଯିବାର ଲକ୍ଷ୍ୟ ରହିଥିବା ବେଳେ ମହିଳା ଦଳକୁ ଟପ୍‌ ୮ରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ କ୍ରୀଡା ପ୍ରତିଭାର ଅଭାବ ନାହିଁ, ମାତ୍ର କିଛି ହାତଗଣତି ଖେଳାଳି ଶୀର୍ଷସ୍ତରରେ ଖେଳିବାର ସୁଯୋଗ ପାଉଛନ୍ତି। ଆଗାମୀ ଦିନରେ ଓଡ଼ିଶା ସରକାରଙ୍କ ସହିତ ମିଳିତ ଭାବରେ ତୃଣମୂଳ ସ୍ତରରୁ ଓଡ଼ିଶା ଫୁଟବଲକୁ ଶୀର୍ଷକୁ ନେବା ଏଆଇଏଫଏଫର ଲକ୍ଷ୍ୟ ରହିବ ବୋଲି କହିଥିଲେ ପ୍ରଭାକରନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri