ରୋଷଶାଳା ପାଲଟିଲା ପାଠଶାଳା

ମହାକାଳପଡ଼ା,୩୦।୧୨(ଡି.ଏନ୍‌.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୌଳିକ ସେବା ତଥା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ଆଦିର ବିକାଶ ପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି। ଅଦ୍ୟାବଧି ଅନେକ ଅଞ୍ଚଳରେ ଏହି ମୌଳିକ ସେବାରୁ ବଞ୍ଚତ୍ତ ହେଉଥିବା ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳୁଛି କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକର ସ୍ଥାନୀୟ ପେଟ୍‌ ଛେଲା ପଞ୍ଚାୟତର ଶବରପଡ଼ା ଗାଁର କରୁଣ ଚିତ୍ର। ଏହି ପଡାରେ ଅନେକ ପରିବାର ସରକାରୀ ଜଙ୍ଗଲିଆ ଜମିରେ ପିଢ଼ିପିଢ଼ି ଧରି ବସବାସ କରି ଆସୁଛନ୍ତି। ଏମାନେ ମୟୂରଭଞ୍ଜ ଜିଲା ମୂଳବାସିନ୍ଦା। ମାଛ, କଙ୍କଡା, ନଦୀ, ସମୁଦ୍ରରୁ ଧରି ଜୀବିକା ନିର୍ବାହ କରିଥାନ୍ତି। ଏହି ପଡାରେ ଶହେରୁ ଅଧିକ ପାରିବାର। ଏହି ଶିଶୁମାନେ ଶିଶୁ ଖାଦ୍ୟରୁ ବଞ୍ଚିତ ହେବା ଶହ ଶାରୀରିକ, ମାନସିକ ଦୁର୍ବଳ ଦେଖିବାକୁ ମିଳିଛି। ଖାଦ୍ୟ ପାଇଁ କିଏ ମୂଷା ଗାତରୁ ଧାନ ସଂଗ୍ରହ କରୁଛି ତ, କିଏ ଦାଦନ ଖଟୁଛନ୍ତି। କରୋନା ପାଇଁ ପାଠପଢା ଠପ୍‌ ହୋଇଛି। ଏହିପଡାର କେତେକ ପରିବାର ମା’ବାପା, ଦାଦନ ଖଟିବାକୁ ଯାଉଥିବା ବେଳେ ଶିଶୁମାନେ ସ୍କୁଲ ବନ୍ଦ ଯୋଗୁ ରୋଷେଇ ଶାଳରେ ପାଠ ପଢିବା ଦେଖିବାକୁ ମିଳିଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳୁଛି ଏହି ଶବରପଡାର ବାପ ଛେଉଣ୍ଡ ଶିଶୁମାନେ ଅତି ଦହନୀୟ ଜୀବନ ବିତାଉଛନ୍ତି। ଗାଁର ଶ୍ରୀରାମ ଚୋପିଆର ପରିବାର, ୫ ବର୍ଷ ପୂର୍ବରୁ ଆରପାରିରେ। ମା’ ମତି ଚୋପିଆର୍‌ ଦାଦନ ଖଟିବାକୁ ଠିକାଦାରର ଶୋଷଣର ଶିକାର ହେଉଛନ୍ତି। ଏପଟେ ଦୁଇ ଶିଶୁକନ୍ୟା ସୁମିତ୍ରା(୧୨)ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ମାଳତୀ(୧୦) ପଞ୍ଚମରେ ଓ ସାନପୁଅ ମୋହନ ନିକଟ ଅଙ୍ଗନଓ୍ବାଡି କେନ୍ଦ୍ରରେ ନାଁ ଲେଖାଇଛନ୍ତି। ହେଲେ ଅଣ୍ଡା, ଛତୁଆ ମିଳୁ ନ ଥିବା ମୋହନ କହିଛନ୍ତି। ଏହି ପରିବାରକୁ ଆବାସ ଗୃହ ଯୋଜନା ସାତ ସପନ। ଏହିପରି ଗାଁର ଅନେକ ପରିବାର ଅବହେଳିତ, ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ଏହି ଦୁର୍ଦ୍ଦିନ ପରିବାରକୁ ସରକାରୀ, ବେସରକାରୀ ସଙ୍ଗଠନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସାମାଜିକ କର୍ମୀ ସୁବାସ ସ୍ବାଇଁ, ପରିବେଶ ପ୍ରେମୀ ସମରେନ୍ଦ୍ର ମାହାଳି ପ୍ରଶାସନ ନିକଟର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri