Posted inଫୁରସତ

ଏହି ଦେଶର ରାଜା ପ୍ରତିବର୍ଷ କରିଥାନ୍ତି ବିବାହ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜତନ୍ତ୍ର ବ୍ୟବସ୍ଥା ବହୁ ପୂର୍ବରୁ ବନ୍ଦ ହୋଇଥିଲେ ମଧ୍ୟ ଆଫ୍ରିକାରେ ଏପରି ଏକ ଦେଶ ଅଛି, ଯେଉଁଠାରେ ପୂର୍ଣ୍ଣ ଭାବରେ ରାଜକୀୟ କ୍ଷମତାରେ ଚାଲିଥାଏ। ଏହି ଦେଶର ନାମ ସ୍ବାଜିଲାଣ୍ଡ୍‌‌। ୨୦୧୮ରେ ୫୦ ବର୍ଷର ସ୍ବାଧୀନତା ପୂର୍ତ୍ତି ଉପଲକ୍ଷେ ଏଠାକାର ରାଜା ଦେଶର ନାମକୁ ‘ଦ କିଙ୍ଗ୍‌ଡମ୍‌ ଅଫ୍‌ ଇସ୍ବାତିନି’କୁ ପରିବର୍ତ୍ତନ କରିଛନ୍ତି। ଏହି ଦେଶରେ ପ୍ରତିବର୍ଷ ଅଗଷ୍ଟ-ସେପ୍ଟେମ୍ବର ମାସରେ ରାଣୀଙ୍କ ମାତା ଲୁଦ୍‌ଜିନିନିଙ୍କ ରାଜ ଗ୍ରାମରେ ‘ଉହ୍ମଲାଙ୍ଗା ସେରିମନି’ (ଏକ ବିବାହ ଉତ୍ସବ) ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ ୧୦ ହଜାରରୁ ଅଧିକ କୁମାରୀମାନେ ଭାଗ ନେଇଥାନ୍ତି। ଉକ୍ତ ପର୍ବରେ କୁମାରୀମାନେ ରାଜାଙ୍କ ଆଗରେ ନୃତ୍ୟ କରିଥାନ୍ତି। ଏହି କୁମାରୀମାନଙ୍କ ମଧ୍ୟରୁ ରାଜା ତାଙ୍କର ନୂତନ ରାଣୀ ବାଛିଥାନ୍ତି।


ଇସ୍ବାତିନିର ମୋଟ୍‌ ଜନସଂଖ୍ୟା ପ୍ରାୟ ୧.୩ ନିୟୁତ। କିନ୍ତୁ ଏହି ଦେଶର ଜନସଂଖ୍ୟାର ୬୩ ପ୍ରତିଶତ ଦାରିଦ୍ର ସୀମାରେଖା ତଳେ ବାସ କରୁଛନ୍ତି। କିନ୍ତୁ ଏଠାକାର ରାଜା ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି। ତାଙ୍କର ଧନ ମଧ୍ୟ ଦିନକୁ ଦିନ ବଢ଼ିଚାଲିଛି। ସେ ବିଶ୍ୱର ସବୁଠାରୁ ଧନୀ ରାଜାଙ୍କ ମଧ୍ୟରେ ଗଣା ଯାଇଥାନ୍ତି। ତାଙ୍କ ନିକଟରେ ୧୪ ବିଲିୟନରୁ ଅଧିକ ସମ୍ପତ୍ତି ରହିଛି। ୧୯ଟି ରୋଲ୍ସ ରୟସ, ୨୦ଟି ମର୍ସିଡିଜି ଏବଂ ୧୨ଟି ବିଏମ୍‌ଡବ୍ଲ୍ୟୁ ପରି ଦାମୀ ଗାଡ଼ି ରହିଛି।

ଏହି ରାଜାଙ୍କ ନାମ ତୃତୀୟ ମସ୍ବାତୀ। ଏପ୍ରିଲ ୧୯୮୬ରେ ରାଜଗାଦି ଗ୍ରହଣ କରିଥିଲେ। ସେହି ସମୟରେ ତାଙ୍କର ବୟସ କେବଳ ୧୮ ବର୍ଷ ଥିଲା। ସେତେବେଳେ ସେ ବିଶ୍ୱର ସବୁଠାରୁ କନିଷ୍ଠ ଶାସକ ଥିଲେ। ରାଜା ମସ୍ବାତୀ ଏ ପର୍ଯ୍ୟନ୍ତ ୧୫ଟି ବିବାହ କରିଛନ୍ତି। ତାଙ୍କର ୨୩ ସନ୍ତାନ ଅଛନ୍ତି। ତେବେ କେବଳ ତାଙ୍କର ପ୍ରଥମ ଦୁଇ ସ୍ତ୍ରୀଙ୍କୁ ରାଣୀ ମାନ୍ୟତା ମିଳିଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୨୦୧୫ରେ ରାଜା ମସ୍ବାତୀ ଭାରତ-ଆଫ୍ରିକା ସମ୍ମିଳନୀରେ ଭାଗ ନେବାକୁ ଭାରତ ଆସିଥିଲେ। ରାଜାଙ୍କ ସହ ତାଙ୍କର ୧୫ ସ୍ତ୍ରୀ, ପିଲା ଏବଂ ୧୦୦ ସେବକ ଆସିଥିଲେ। ତାଙ୍କୁ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ରଖାଯାଇଥିଲା। ଯେଉଁଥିରେ ତାଙ୍କ ପାଇଁ ୨୦୦ ରୁମ୍‌ ବୁକ୍‌ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା

ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ…

ନେପାଳ ବନ୍ୟାରେ ଭାସିଗଲା କୋଟି କୋଟି ଟଙ୍କା ଗଚ୍ଛିତ ଥିବା ବ୍ୟାଙ୍କ, ୩୫ କର୍ମଚାରୀ ନିଖୋଜ, ଏବେ ବଢୁଛି ଲୁଟ୍‌ ମାମଲା

କାଠମାଣ୍ଡୁ,୩୧।୮: ପାର୍ବତ୍ୟ ଦେଶ ନେପାଳରେ, ପ୍ରକୃତିର ଭୟଙ୍କର ଶକ୍ତି କେବଳ ଦୈନନ୍ଦିନ ଜୀବନକୁ ନୁହେଁ ବରଂ ସମଗ୍ର ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଭୋଟେ କୋଶି ନଦୀରେ…

Video: ନେପାଳ ବନ୍ୟା ପରେ ମିଳିଲା କୋଟି କୋଟି ଟଙ୍କାର ସୁନା; ୮ ଘଣ୍ଟାର ଅପରେଶନରେ ବିପୁଳ ସମ୍ପତ୍ତି ଉଦ୍ଧାର

କାଠମାଣ୍ଡୁ,୩୧।୮: ଭୋଟେ କୋଶି ନଦୀରେ ଭୟଙ୍କର ବନ୍ୟା ନେପାଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 903 ରେ ପହଞ୍ଚିଛି। ନୁୱାକୋଟ ଜିଲାର ତ୍ରିଶୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri