ଗଣତନ୍ତ୍ରର ହତ୍ୟାକାରୀ

ଭାରତରେ ସପ୍ତାହକ ମଧ୍ୟରେ ଘଟିଥିବା କେତୋଟି ଘଟଣା ଅତ୍ୟନ୍ତ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟିକରିଛି। ୨୪ ଅଗଷ୍ଟରେ ମଧ୍ୟପ୍ରଦେଶର ସାଗର ଜିଲାରେ ଗୋଟିଏ ଦଳିତ ପରିବାର ଉପରେ ଆକ୍ରମଣ କରି ଜଣଙ୍କୁ ମାରିଦିଆଯିବା ସହ ତାଙ୍କ ମା’ଙ୍କୁ ଉଲଗ୍ନ କରିବା ଘଟଣା ଗଣମାଧ୍ୟମ ସାମ୍ନାକୁ ଆଣିଛି। ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ମୁସଲମାନ ଛାତ୍ରଙ୍କୁ ତାଙ୍କ ସହପାଠୀ ଚାପୁଡ଼ା ମାରିବା ଲାଗି ଶିକ୍ଷୟିତ୍ରୀଙ୍କ ଉତ୍ସାହପ୍ରଦ ନିର୍ଦ୍ଦେଶ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରର କାଠୁଆ ଜିଲାରେ ଏକ ସ୍କୁଲରେ ଜଣେ ହିନ୍ଦୁ ଛାତ୍ର କଳାପଟାରେ ‘ଜୟ ଶ୍ରୀରାମ’ ଲେଖିଦେବାରୁ ଶିକ୍ଷକ ତାଙ୍କୁ ବାଡ଼େଇ ହସ୍ପିଟାଲରେ ପକାଇ ଦେଇଛନ୍ତି। ଉତ୍ତରପ୍ରଦେଶର ସେହି ମୁଜାଫରନଗରର ଅନ୍ୟ ଏକ ଘଟଣାରେ ଜଣେ ୧୯ ବର୍ଷୀୟା ହିନ୍ଦୁ ଗର୍ଭବତୀ ଯୁବତୀଙ୍କୁ ତାଙ୍କ ମା’ବାପା ତଣ୍ଟିଚିପି ମାରିଦେବା ଘଟଣା, ଅଗଷ୍ଟ ୨୭ରେ ମଣିପୁରର ନୂଆ ଲାମ୍ବୁଲେନ୍‌ରେ ପୁନର୍ବାର ହିଂସା ଦେଖାଦେବା ଏବଂ ଦିଲ୍ଲୀର କେତେକ ମେଟ୍ରୋ ଷ୍ଟେଶନରେ ଖଲିସ୍ତାନୀ ସ୍ଲୋଗାନ ଭଳି ବହୁ ବିଷୟ ସୂଚାଉଛି ଯେ ଭାରତର ସାମାଜିକ ସ୍ଥିତି ଅତ୍ୟନ୍ତ ଶଢ଼ିପଚି ବିଗିଡ଼ିଗଲାଣି। ଏତେ ତ୍ରୁଟି ଦେଖାଦେବା ସତ୍ତ୍ୱେ ସ୍ବୀକାର କରିବାକୁ ହେବ ଯେ, ସକ୍ରିୟ ଗଣମାଧ୍ୟମ ଓ ବିଶେଷକରି ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ଯୋଗୁ ଏହିଭଳି ଜଘନ୍ୟ ଘଟଣାଗୁଡ଼ିକ ପଦାକୁ ବାହାରିଆସୁଛି। ଏହାର ଅର୍ଥ ନୁହେଁ ଯେ ପୂର୍ବରୁ ଏଭଳି ଘଟଣା ଘଟୁ ନ ଥିଲା। ଭାରତୀୟ ମାନସିକତା ସବୁବେଳେ ଏହି ଧାରାରେ ଚାଲିଆସିଛି। ଏବେ ସାମାଜିକ ଓ ଅନ୍ୟ ଗଣମାଧ୍ୟମର ସକ୍ରିୟତା ସହ ପ୍ରତିଦ୍ୱନ୍ଦ୍ୱିତା ଯୋଗୁ ଅନେକ ଘଟଣା ଲୁଚି ରହିପାରୁ ନାହିଁ।
ଉପରୋକ୍ତ ଘଟଣାଗୁଡ଼ିକ ଦେଶର ଆଭ୍ୟନ୍ତରୀଣ ବିଶୃଙ୍ଖଳାକୁ ପଦାରେ ପକାଇବା ସହ ନାରୀ ସୁରକ୍ଷାର ଫମ୍ପା ଧ୍ୱନି ସହିତ ଅସହିଷ୍ଣୁତାକୁ ସାମ୍ନାକୁ ଆଣିଛି। ଉଦାହରଣସ୍ବରୂପ ଦିଲ୍ଲୀରେ ଜି୨୦ ସମ୍ମିଳନୀ ଆରମ୍ଭ ହେବାର ଦୁଇ ସପ୍ତାହ ପୂର୍ବରୁ ‘ଶିଖ୍‌ ଫର୍‌ ଜଷ୍ଟିସ’ର ସଦସ୍ୟମାନେ ରାଜଧାନୀର ୫ଟି ମେଟ୍ରୋ ଷ୍ଟେଶନରେ ‘ଦିଲ୍ଲୀ ବନେଗା ଖଲିସ୍ତାନ’ ଓ ‘ଖଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଲେଖିଛନ୍ତି। ଏହା ବିଚ୍ଛିନ୍ନତାବାଦ ପରିବର୍ତ୍ତେ ସାଧାରଣ ଲୋକଙ୍କର ଆଜିର ସରକାର ଉପରେ କ୍ରୋଧକୁ ସୂଚାଉଛି।
କିଛି ମାସ ଧରି ମେଇତି ଓ କୁକି ଆଦିବାସୀଙ୍କ ମଧ୍ୟରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ମଣିପୁରରେ ଚାଲିଥିବା ଜାତିଗତ ହିଂସା ଓ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ବଢ଼ିଚାଲିବା ଭାରତର ଛବିକୁ ମଳିନ କରିଚାଲିଛି। ମଣିପୁରରେ ଦୁଇ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଚଲାଇବା ସହ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଓ ଅନେକ ହଜାର ଘରକୁ ପ୍ରତିବାଦକାରୀମାନେ ଜାଳି ଛାରଖାର କରିଦେଇଛନ୍ତି। ୨୭ ଅଗଷ୍ଟରେ ଘରପୋଡ଼ି ସହ ହିଂସା ଘଟଣା ସୂଚାଇଦେଉଛି ଯେ, ମଣିପୁର ଏବେ ମଧ୍ୟ ଅଶାନ୍ତ ରହିଛି ଏବଂ ଭିତରୁ ଜଳିଚାଲିଛି। ଲୋକ ସଭାରେ ସରକାର ଅନାସ୍ଥା ଭୋଟ ଜିତିବା ସତ୍ତ୍ୱେ ମଣିପୁରର ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଏହିଭଳି ଉଦାହରଣ ପ୍ରମାଣ କରିଦେଉଛି ଯେ, ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଏବେ କେବଳ ନାମକୁମାତ୍ର ହୋଇଗଲାଣି। ସେହି ବ୍ୟବସ୍ଥାରେ ସାଧାରଣ ନାଗରିକ ପାଇଁ କୌଣସି ସୁରକ୍ଷାକବଚ ବଞ୍ଚି ରହିନାହିଁ। ଏହା କେବଳ ଯେ ଭାଜପା କିମ୍ବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗୁ ହେଉଛି ବୋଲି କହିବା ତ୍ରୁଟିପୂର୍ଣ୍ଣ ହେବ। ଗଣତନ୍ତ୍ରକୁ ସବୁ ରାଜନୈତିକ ଦଳ ତଣ୍ଟିଚିପି ମାରିବା ପାଇଁ ଦୀର୍ଘ ସମୟରୁ ଲାଗିପଡ଼ିଛନ୍ତି। ଲୋକ ପ୍ରତିନିଧି ଯଥା ବିଧାୟକ ଓ ସାଂସଦମାନଙ୍କ ସ୍ଥିିତିକୁ ଦୁର୍ବଳ କରିବାକୁ ଚେଷ୍ଟା ଚାଲିଛି। ଗୋଟିଏ ପରିବାର ଯେତିକି କ୍ଷତିକାରକ ସେହିଭଳି ଗୋଟିଏ ନେତା ମଧ୍ୟ କ୍ଷତିକାରକ ବୋଲି ଭାରତର ରାଜନୀତି ଜାତୀୟ ସ୍ତରଠାରୁ ରାଜ୍ୟସ୍ତର ସବୁଠାରେ ପ୍ରମାଣ ଦେଇଚାଲିଛି। ସମ୍ଭବତଃ ସେଥିପାଇଁ ଆଜି ସବୁ ଦଳର ପ୍ରାୟ ସବୁ ବଡ଼ ନେତା ନିଜ ଭିତରେ କୋଳାକୋଳି ହୋଇ ବୁଝାମଣା କରିସାରିଲେଣି।
ବୁଝାମଣାର ଖେଳପଡ଼ିଆରେ ନେତାମାନଙ୍କୁ ପହଞ୍ଚାଇବା ପାଇଁ ପ୍ରତ୍ୟେକଟି ଭାରତୀୟ ନାଗରିକ ଦାୟୀ। ସ୍ବାଧୀନତାର ଅର୍ଥ ବୁଝି ନ ଥିବା ଜାତିକୁ ମିଳିଯାଇଥିବା ସ୍ବାଧୀନତାର ଅପବ୍ୟବହାର ହେବା ସୁନିଶ୍ଚିତ। ସେଥିପାଇଁ ଭାରତୀୟ ଗଣତନ୍ତ୍ରର ତଣ୍ଟି ଆଜି ପ୍ରତ୍ୟେକ ଭାରତୀୟ ନାଗରିକ ହିଁ ଚିପୁଛି। ଆମର କ୍ଷତି କୌଣସି ଦଳ ବା ରାଜନେତା କରିପାରିବେ ନାହିଁ, ଯଦି ଆମେ ନିଜଆଡୁ ସବୁବେଳେ ସତର୍କ ରହି ପରିବର୍ତ୍ତନ କରିଚାଲୁଥିବା। ବ୍ୟକ୍ତିଗତ ସୁବିଧା ଖୋଜିବାକୁ ଯଦି ଦେଶରେ ପରିବର୍ତ୍ତନକୁ ବିରୋଧ କରିବା ଆମେ ନିଜେ ଗଣତନ୍ତ୍ରର ହତ୍ୟାକାରୀ ବୋଲି ବିବେଚିତ ହେବା।

ଭାରତୀୟ ଗଣତନ୍ତ୍ରର ତଣ୍ଟି ଆଜି ପ୍ରତ୍ୟେକ ଭାରତୀୟ ନାଗରିକ ହିଁ ଚିପୁଛି। ଆମର କ୍ଷତି କୌଣସି ଦଳ ବା ରାଜନେତା କରିପାରିବେ ନାହିଁ, ଯଦି ଆମେ ନିଜଆଡୁ ସବୁବେଳେ ସତର୍କ ରହି ପରିବର୍ତ୍ତନ କରିଚାଲୁଥିବା। ବ୍ୟକ୍ତିଗତ ସୁବିଧା ଖୋଜିବାକୁ ଯଦି ଦେଶରେ ପରିବର୍ତ୍ତନକୁ ବିରୋଧ କରିବା ଆମେ ନିଜେ ଗଣତନ୍ତ୍ରର ହତ୍ୟାକାରୀ ବୋଲି ବିବେଚିତ ହେବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri