୪ବର୍ଷ ହେଲା ଖୋଲିନାହିଁ ଚାବି

ରାସୋଳ, ୩୦।୯(ଡି.ଏନ୍‌.ଏ.): ଚାଷୀଙ୍କୁ ଦିଆଯିବ କୃଷି ସମ୍ପର୍କିତ ପରାମର୍ଶ। ଫସଲରେ ରୋଗପୋକ ବ୍ୟାପିଲେ ଏଥିରୁ ମୁକୁଳିବାର ବାଟ ବତାଇବେ ଅଧିକାରୀ। ସରକାରଙ୍କ ଚାଷଭିତ୍ତିକ ଯୋଜନାର ପ୍ରଚାର ପ୍ରସାର ଏବଂ ଏହାର ଲାଭ ଯେପରି ପ୍ରକୃତ ହିତାଧିକାରୀ ପାଇବେ ତାହାକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି କୃଷକ ପରାମର୍ଶ କେନ୍ଦ୍ର। ଅଧିକାରୀଙ୍କ ରହିବା ଲାଗି କ୍ୱାର୍ଟର୍ସ ବି ଅଛି। ହେଲେ ଦୀର୍ଘ ୪ବର୍ଷ ହେଲା ଅଫିସ ତାଲା ଖୋଲୁନାହଁି କି କାହାରି ପାଦ ପଡ଼ିନି। ଫଳରେ ବଣବୁଦାରେ ପରିପୂର୍ଣ୍ଣ ହୋଇ ଭୂତକୋଠିରେ ପରିଣତ ହୋଇଛି ରାସୋଳ ସଦରରେ ଥିବା କୃଷକ ପରାମର୍ଶ କେନ୍ଦ୍ର।
ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ଅନ୍ୟତମ କୃଷିପ୍ରଧାନ ଅଞ୍ଚଳ ରାସୋଳରେ ବହୁ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି କୃଷକ ପରାମର୍ଶ କେନ୍ଦ୍ର କାର୍ଯ୍ୟାଳୟ। ନୂଆ ରଙ୍ଗରେ ଚକ୍‌ଚକ୍‌ କରୁଛି କୋଠା। କ୍ୱାର୍ଟର୍ସ ବି ଅଛି। ହେଲେ କାର୍ଯ୍ୟାଳୟ ଆରମ୍ଭ ହେବା ଦିନରୁ ଏହା କାର୍ଯ୍ୟକ୍ଷମ ହୋଇନାହିଁ। ସଫେଇ କରାଯାଉ ନ ଥିବାରୁ ଅଫିସ ପରିସର ଅରଣ୍ୟର ଭ୍ରମ ସୃଷ୍ଟି କରୁଛି। ଏଠାରେ ଚାଷୀଙ୍କ ମାର୍ଗଦର୍ଶନ କରିବା ଭଳି ଏକ କାର୍ଯ୍ୟାଳୟ ରହିଛି ବୋଲି ଅନେକେ ଜାଣି ପାରୁନାହାନ୍ତି। ଫଳରେ ଏଭଳି ଏକ ବହୁମୁଖୀ କାର୍ଯ୍ୟାଳୟ ଲକ୍ଷ୍ୟରୁ ବାଟ ହୁଡ଼ିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷେ ଏହି ଅଫିସର ତାଲା କାହା ପାଖରେ ଅଛି, ତାହା ସ୍ପଷ୍ଟ ହେଉନାହିଁ। ଜଣେ ଠିକାଦାର ଉକ୍ତ କାର୍ଯ୍ୟାଳୟରେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଉପକରଣ ରଖୁଥିବା ଅଞ୍ଚଳବାସୀ କହିଛନ୍ତି, ଯାହା ତଦନ୍ତ ସାପେକ୍ଷ। ରାସୋଳରେ ଏକ କୃଷି ପରାମର୍ଶ କେନ୍ଦ୍ର ଥିବା ଏବଂ କର୍ମଚାରୀ ଆସୁଥିବା ଅଧିକାଂଶ ଚାଷୀଙ୍କ ପାଖରେ ସୂଚନା ନ ଥିବା ଚାଷୀ ଅଭୟ ସାହୁ, ଅନାଥ ସ୍ବାଇଁ, ବଳଭଦ୍ର ପରିଡ଼ା, ମେଘନାଦ ଦେହୁରୀ, ତ୍ରିନାଥ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଏଏଓ ସନ୍ତୋଷ କୁମାର ତରାଇ କୁହନ୍ତି, ଉକ୍ତ ଅଫିସ ଭିଏଲ୍‌ଡବ୍ଲ୍ୟୁ ଉମେଶ ନାୟକଙ୍କ ଦାୟିତ୍ୱରେ ଅଛି। ନୂଆ ଆସିଥିବାରୁ କ୍ୱାର୍ଟର୍ସରେ ରହିନାହାନ୍ତି। ଆଉ କ’ଣ ସମସ୍ୟା ଅଛି, ବୁଝି କହିବେ ବୋଲି ସେ କହିଛନ୍ତି। ଭିଏଲ୍‌ଡବ୍ଲ୍ୟୁ ନାୟକ କୁହନ୍ତି, ସେ ୧୦ ମାସ ହେଲା ରାସୋଳ ଆସିଛନ୍ତି। କୁନୁଆ ଦାୟିତ୍ୱରେ ଅଛନ୍ତି। ରାସୋଳରେ ଅଫିସ କାର୍ଯ୍ୟକ୍ଷମ ହୋଇନାହିଁ। ଖୁବ୍‌ଶୀଘ୍ର ଏହାର ପରିସର ସଫାସୁତରା କରାଯିବ। ଚାବି ସମ୍ପର୍କରେ ପଚରାଯିବାରେ ସେ କୁହନ୍ତି, ପରାମର୍ଶ କେନ୍ଦ୍ର ଚାବିଟି ବ୍ଲକ କୃଷି କାର୍ଯ୍ୟାଳୟରେ ଥାଇପାରେ। ତେବେ କ୍ୱାର୍ଟର୍ସ ଚାବି କାହା ପାଖରେ ଅଛି, ସେ ଜାଣି ନ ଥିବା କହିଛନ୍ତି।

ଧର୍ମକୁ ଆଖିଠାର ଛଡ଼ା ଅନ୍ୟ କିଛି ନୁହେଁ
କୃଷି ପରାମର୍ଶ କେନ୍ଦ୍ର ସମ୍ମୁଖରେ ମୋ’ ଘର। କାର୍ଯ୍ୟାଳୟ ହେବାର ୪ ବର୍ଷ ଭିତରେ କୌଣସି କୃଷି ବିଭାଗ ଅଧିକାରୀ କି କର୍ମଚାରୀଙ୍କ ପାଦ ପଡ଼ିନି। କେହି ରହୁ ନ ଥିବାରୁ ଅଫିସ ଜଙ୍ଗଲ ହେଲାଣି। ଏହା ଧର୍ମକୁ ଆଖିଠାର।
-ରବିନାରାୟଣ ସାହୁ, ରାସୋଳ
ଉଦ୍ଦେଶ୍ୟ ବାଟବଣା ହୋଇଛି
ଚାଷୀଙ୍କ ସୁବିଧା ପାଇଁ କାର୍ଯ୍ୟାଳୟ କରିଦେଲେ। ହେଲେ କୌଣସି ଅଧିକାରୀଙ୍କ ପାଦ ପଡୁନି କି ଏହା ଚାଷୀଙ୍କ କାମରେ ଆସୁନାହିଁ। ସରକାର ଚାଷୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ପ୍ରକୃତ ଉଦ୍ଦେଶ୍ୟ ବାଟବଣା ହୋଇଛି।
-ନିରଞ୍ଜନ ସାହୁ, ରାସୋଳ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri