କପିଲଙ୍କ ଶୋ’ରେ ଯୋଗଦେବାକୁ ସିଧାସିଧା ମନା କରିଦେଇଛନ୍ତି ଏହି ୫ ହେଭିଓ୍ବେଟ୍‌; କୁହନ୍ତି ଏପରି..

ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ଦ କପିଲ ଶର୍ମା ଶୋ’। ମନୋରଞ୍ଜନଜଗତ, ଖେଳଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ଲୋକେ କପିଲଙ୍କ ଶୋ’କୁ ଯାଇଥାନ୍ତି। କେହି ନିଜର କାମର ପ୍ରମୋଶନ କରନ୍ତି ତ କେହି ଜୀବନର ଅଭୁଲା ଦିନକୁ ବାଣ୍ଟିଥାନ୍ତି। ହେଲେ କିଛି ଏଭଳି ସେଲିବ୍ରିଟି ଅଛନ୍ତି, ଯେଉଁମାନେ କପିଲଙ୍କ ଶୋ’ରେ ଯୋଗଦେବାକୁ ରୋକଠୋକ ମନା କରିଦେଇଛନ୍ତି।

ନିକଟରେ କପିଲଙ୍କ ଶୋ’କୁ ମହାଭାରତର କଳାକାରଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନଙ୍କ ମଧ୍ୟରେ ମୁକେଶ ଖନ୍ନା ଅତିଥି ତାଲିକାରେ ଥିଲେ। ହେଲେ ସେ ଶୋ’କୁ ଆସିବାକୁ କରିଥିଲେ ମନା। କେବଳ ଏତିକି ନୁହେଁ ଏହି ଶୋ’କୁ ସବୁଠାରୁ ଖରାପ ବୋଲି କହିବାକୁ ପଛାଇ ନ ଥିଲେ।

ମୁକେଶଙ୍କ ଭଳି ସୁପରଷ୍ଟାର ରଜନୀକାନ୍ତଙ୍କୁ କପିଲ ଏକାଧିକ ଥର ନିମନ୍ତ୍ରଣ କରିଛନ୍ତି। ହେଲେ ଏହାକୁ କେବେ ସ୍ବିକାର କରିନାହାନ୍ତି ଥଲାଇଭା।

ଭାରତର କେକିଳ କୁହାଯାଉଥିବା ଲୋକପ୍ରିୟ ଗାୟିକା ଲତା ମଙ୍ଗେସର ମଧ୍ୟ ଏଭଳି ଜଣେ। ଅନେକ ଥର ଶୋ’ରେ ଯୋଗଦେବାକୁ ତାଙ୍କୁ ନିମନ୍ତ୍ରଣ ମିଳିଛି। ହେଲେ ସେ ବିନମ୍ରତା ସହ ଏହାକୁ ମନା କରିଦେଇଥାନ୍ତି।

ସଚିନ ତେନ୍ଦୁଲକରଙ୍କ ବାୟୋପିକ୍‌ ରିଲିଜ ହେବା ସମୟରେ କପିଲଙ୍କ ଶୋ’କୁ ସେ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ତାହା ହୋଇ ନ ଥିଲା। ବ୍ୟସ୍ତତା ଯୋଗୁ ତାଙ୍କ ସ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କପିଲଙ୍କ ଶୋ’କୁ ଆସିବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରିନାଙ୍କ ଭାଉଜ ହେବେ ତାରା ସୂତାରିୟା

ବମ୍ବେ: ପ୍ରଥମେ ଡେବ୍ୟୁ ଆଉ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨ ଫେମ୍‌ ତାରା ସୂତାରିୟା। ତାରା ଅଭିନେତା ସିଦ୍ଧାର୍ଥ...

‘ସାରେ ଜହାଁ ସେ ଅଚ୍ଛା’ରେ ଆମିର, ଶାହରୁଖ୍‌

ମୁମ୍ବାଇ: ସୁପରଷ୍ଟାର ଆମିର ଖାନ୍‌ ଏବଂ ଶାହରୁଖ୍‌ ଖାନ୍‌ ‘ସାରେ ଜହାଁ ସେ ଅଚ୍ଛା’ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହୀ ଥିବା ପ୍ରଯୋଜନା ସୂତ୍ରରୁ ଜାଣିବାକୁ...

ଝିଅ ସହ ସମୟ କାଟୁଛନ୍ତି ଅନୁଷ୍କା

ମୁମ୍ବାଇ: ବଲିଉଡର ଆଗାଧାଡିର ନାୟିକା ଅନୁଷ୍କା ଶର୍ମା । ତାଙ୍କର ଚୁଲବୁଲି ଅନ୍ଦାଜ ସହ ମିଲିୟନ ଡଲାରର ସ୍ମାଇଲରେ ସେ ସମସ୍ତଙ୍କୁ ପ୍ରଭାବିତ କରି ପାରନ୍ତି...

ଫିଲ୍ମ ନିର୍ମାତା ଗିରଫ

ବଲିଉଡ୍‌ ନିର୍ମାତା କମଲ କିଶୋର ମିଶ୍ରଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ସ୍ତ୍ରୀଙ୍କୁ କାର୍‌ରେ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଅନ୍ଧେରି କୋର୍ଟରେ ହାଜର...

ରିଚାଙ୍କ ସମର୍ଥନରେ ବାହାରିଲେ ପ୍ରକାଶ ରାଜ

ବମ୍ବେ: ଗଲଓ୍ବାନ୍‌ ଭ୍ୟାଲି ସମ୍ପର୍କିତ ଟୁଇଟ୍‌ କରି ଟ୍ରୋଲ୍‌ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିଚା ଚଡ୍ଢା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ର କିଛି କଳାକାର...

୧୭ ବର୍ଷ ବୟସରେ ପ୍ରଥମ ବିଶ୍ୱ ସୁନ୍ଦରୀ ହୋଇଥିଲେ ଏହି ଯୁବତୀ, ଆଉ ତା ପରେ..

ବମ୍ବେ: ଫିନ୍‌ଲ୍ୟାଣ୍ଡର ଆର୍ମି ହେଲେନା କୁସେଲା ୧୯୫୨ ମସିହାରେ ପ୍ରଥମ ବିଶ୍ୱସୁନ୍ଦରୀ ହେବାର ଗୌରବ ଅର୍ଜନ କରିଥିଲେ। ଅଗଷ୍ଟ ୨୦ରେ ସେ ୮୬ ବର୍ଷର ହୋଇଛନ୍ତି।...

ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ବରିଷ୍ଠ ଚଳଚ୍ଚିତ୍ର...

ଜାମିନ୍‌ରେ ମୁକୁଳି କରନ୍‌ଙ୍କ ପାଲଟା ଅଭିଯୋଗ: ମୋତେ ଫସାଇବା ପାଇଁ ସ୍ତ୍ରୀ ନିଜେ କାନ୍ଥରେ ନିଜ ମୁଣ୍ଡ ପିଟିଥିଲେ, ପରିବାରକୁ…

ବମ୍ବେ: ବିବାହର ୯ ବର୍ଷ ପରେ ସମ୍ପର୍କରେ ଫାଟ ନେଇ ନାନାଦି ଚର୍ଚ୍ଚା ପରେ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି କଥା। ଆମେ କଥା...

Advertisement
Archives

Model This Week