ସରିଲା କାନ୍ଦୁଲବୁଢ଼ା ଯାତ୍ରା

ଦେଓଗାଁ, ୩ା୧୧ (ଡି.ଏନ.ଏ.)
ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତ ଅନ୍ତର୍ଗତ ଅନ୍ତର୍ଲା ନିକଟସ୍ଥ କାନ୍ଦୁଲବୁଢ଼ା ଦେଶଗୁଡିଖଳା ଡଙ୍ଗରପଡାରେ ତିନିଦିନ ଧରି ଚାଲିଥିବା କାନ୍ଦୁଲବୁଢ଼ା ଯାତ୍ରା ସୋମବାର ଉଦ୍‌ଯାପିତ ହୋଇଯାଇଛି ା ଏହିଦିନ ବରୁଆଙ୍କ ଶରୀରରେ ଦେବତା ଆବିର୍ଭାବ ହେବାପରେ କେତେକ ଦେହୁଲିଙ୍କ ଗହଣରେ ବିଧିରକ୍ଷା ଓ ରୀତିନୀତି ପୂର୍ବକ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ପ୍ରତିବର୍ଷ ଦଶହରା ଚତୁର୍ଦ୍ଦଶୀରୁ ଆରମ୍ଭ ହେଉଥିବା ଯାତ୍ରା ନିକଟସ୍ଥ ଜରାସିଂହାର ପ୍ରସିଦ୍ଧ ପାଟଖଣ୍ଡା ଦେବତାଙ୍କ ଯାତ୍ରା ସମ୍ପନ୍ନ ପରେ ସେଠାରୁ ପାଟ ସିନ୍ଦୂର ଅଣାଯାଇ ଏହି କାନ୍ଦୁଲବୁଢା ଯାତ୍ରା ଅନୁଷ୍ଠିତ ହୋଇଥାଏ ା ଚଳିତବର୍ଷ କରୋନା କଟକଣା ଯୋଗୁଁ ଜରାସିଂହା ପାଟଖଣ୍ଡା ଯାତ୍ରା ୫ଦିନ ବଦଳରେ ୨ ଦିନରେ ସମ୍ପନ୍ନ କରାଯାଇଥିଲା। ତଦ୍ରୁପ ଏହିଯାତ୍ରା ମଧ୍ୟ କରୋନା କଟକଣା ନିୟମ ମୁତାବକ ବିନା ଭକ୍ତ ସମାଗମରେ ପାଳିତ ହୋଇଥିଲା ା ନିକଟସ୍ଥ ଧଣ୍ଡାମାଲ, ବନ୍ଧପଡା, ସିଂହାମୁଣ୍ଡା ଓ ବ୍ରାହ୍ଣଣୀଯୋର ଆଦି ୪ଟି ପଞ୍ଚାୟତର ୧୬ଖଣ୍ଡ ଗାଁର କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ା ବ୍ୟବସ୍ଥା ପ୍ରମୁଖ ଅମିତ କୁମାର ସିଂନୀନାଙ୍କ ପରିଚାଳନା ତଥା ହେଡମଲ୍ଲିକ ବାସୁଦେବ ସିଂନୀନାଙ୍କ ସଭାପତିତ୍ୱରେ ଏହି ଯାତ୍ରା ହୋଇଥିଲା। ମୁଖ୍ୟ ଦେହୁରୀ ଶିବା ପ୍ରଧାନୀ, ମୁଖ୍ୟ ପୂଜକ ଚନ୍ଦ୍ର ପ୍ରଧାନୀ, ଛତରଧାରୀ ବୁଦ୍ଧଦେବ ପ୍ରଧାନୀ, ଡେବରିଆ ଗୌର ବାଗ ଓ ଭୁଜନିଆ ଚକ୍ରାନନ୍ଦ ବଗର୍ତ୍ତୀ ତଥା ଦ୍ୱିତୀୟ ମଲ୍ଲିକ ଭାବେ ସଦାନନ୍ଦ ସିଂନୀନା ଦାୟିତ୍ୱ ତୁଲାଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri