ବିଚାରପତିଙ୍କ ସନ୍ଦିଗ୍ଧ ଚରିତ୍ର ବିପଜ୍ଜନକ

କଟକ ଅଫିସ,୨୩।୩: ଜଣେ ବିଚାରପତିଙ୍କ ଆଇନଗତ ଜ୍ଞାନ ଯଥେଷ୍ଟ ରହିଥିଲେ ସୁଦ୍ଧା ଯଦି ତାଙ୍କଠାରେ ସଚ୍ଚୋଟତା ବା ସାଧୁତାର ଅଭାବ ରହିବ ଏବଂ ତାଙ୍କ ଚରିତ୍ର ସନ୍ଦେହଜନକ ରହିବ ତେବେ ଏହା ନ୍ୟାୟ ବ୍ୟବସ୍ଥାର ସୁପରିଚାଳନା ପ୍ରତି ବିପଦ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଉଲ୍ଲେଖ କରିଛନ୍ତି। ତଳ କୋର୍ଟର ଜଣେ ବିଚାରପତିଙ୍କୁ ବାଧ୍ୟତାମୂଳକ ଅବସର ଘୋଷଣାକୁ ଖାରଜ କରିବା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର ଏବଂ ବିଚାରପତି ବି.ପି. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇବା ସହ ଆବେଦନକୁ ଖାରଜ କରିଦେଇଛନ୍ତି।
ରାମଚନ୍ଦ୍ର ମହାନ୍ତି କୋରାପୁଟ ସିଭିଲ୍‌ ଜଜ୍‌(ସିନିୟର ଡିଭିଜନ) ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ବିରୋଧରେ ବହୁ ଅନିୟମିତତା ଅଭିଯୋଗ ଆସିଥିଲା। ଏହାର ପ୍ରମାଣ ମିଳିବା ପରେ ୨୦୧୦ ମାର୍ଚ୍ଚ ୨୨ରେ ଆଇନ ବିଭାଗ ପକ୍ଷରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ତାଙ୍କ କାର୍ଯ୍ୟକାଳ ସମୟରେ ୨ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୋଧରେ ଆରମ୍ଭ ହୋଇଥିଲା। ୨୦୦୩ରେ ସରକାରୀ କ୍ୱାର୍ଟର୍ସକୁ ବେଆଇନଭାବେ ନିଜ ଅଧୀନରେ ରଖିବା ଏବଂ ବଲାଙ୍ଗୀର ଜଜ୍‌ଶିପ୍‌ ପାଇଁ ଲ’ ଜର୍ନାଲ କିଣାରେ ଜାଣିଶୁଣି ଟଙ୍କା ପ୍ରଦାନ କରିବାରେ ବିଳମ୍ବ କରିବା ଅଭିଯୋଗ ହୋଇଥିଲା, ଯାହାକି ଓଡ଼ିଶା ଗଭର୍ନମେଣ୍ଟ ସର୍ଭ୍ୟାଣ୍ଟ କଣ୍ଡକ୍ଟ ରୁଲ୍ସ-୧୯୫୯ର ରୁଲ ୩ ଏବଂ ୪ର ବିରୁଦ୍ଧାଚରଣ। ଏପରି କି ସେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅଗୋଚରରେ ତାଙ୍କ ନାମରେ ଏକ ଋଣ ଉଠାଇ ନେଇଥିଲେ। ପରବର୍ତ୍ତୀ ସମୟରେ ଏନେଇ ଜଣାପଡ଼ିବା ପରେ ଅଭିଯୋଗ ହେବା ପର୍ଯ୍ୟନ୍ତ ମଧ୍ୟ ଋଣ ପଇଠ କରି ନ ଥିଲେ। ସମ୍ବିଧାନର ଧାରା ୨୩୫ ଅନୁଯାୟୀ ରାଜ୍ୟରେ ଥିବା ତଳ କୋର୍ଟର ବିଚାରପତିମାନେ ହାଇକୋର୍ଟଙ୍କ ପ୍ରଶାସନିକ ବ୍ୟବସ୍ଥା ଅଧୀନରେ କାର୍ଯ୍ୟ କରନ୍ତି। ସେମାନେ ଅନ୍ୟ ସରକାରୀ ଅଧିକାରୀଙ୍କ ଠାରୁ ଭିନ୍ନ। ଅନ୍ୟ ସେବାରେ ଥିବା ଅଧିକାରୀଙ୍କ ବିରୋଧରେ କୌଣସି ଅଭିଯୋଗ ଆସିଲେ ସେମାନଙ୍କ ସର୍ଭିସ ରେକର୍ଡରେ ନାଲି ଦାଗ ରହିଯାଉଛି। ତେଣୁ ଜଣେ ବିଚାରବିଭାଗୀୟ ଅଧିକାରୀ ସବୁବେଳେ ନିଜ କାର୍ଯ୍ୟରେ ସ୍ବଚ୍ଛତା ଅବଲମ୍ବନ କରିବା ଆବଶ୍ୟକ। ଅସାଧୁତା, ଦୁର୍ନୀତି ହଟାଇବା ଉଦ୍ଦେଶ୍ୟରେ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ଯଦି କୌଣସି ସଚ୍ଚୋଟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଏ, ତେବେ ଅନ୍ୟ ସହଯୋଗୀଙ୍କ ମନୋବଳକୁ ହ୍ରାସ କରିବ। ଅପରପକ୍ଷରେ ଜଣେ ବିଚାରପତିଙ୍କ ଉତ୍ତମ ଆଇନ ଜ୍ଞାନ ରହିଥିଲେ ସୁଦ୍ଧା ଯଦି ସେ ଅସାଧୁ ଉପାୟ ଅବଲମ୍ବନ କରିବେ, ତେବେ ଏହା ବିଚାରପ୍ରକ୍ରିୟା ପ୍ରତି ବିପଦ ବୋଲି ଦର୍ଶାଇ ଖଣ୍ଡପୀଠ ମହାନ୍ତିଙ୍କ ଆବଦେନକୁ ଖାରଜ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri