ବିଚାରପତିଙ୍କ ସନ୍ଦିଗ୍ଧ ଚରିତ୍ର ବିପଜ୍ଜନକ

କଟକ ଅଫିସ,୨୩।୩: ଜଣେ ବିଚାରପତିଙ୍କ ଆଇନଗତ ଜ୍ଞାନ ଯଥେଷ୍ଟ ରହିଥିଲେ ସୁଦ୍ଧା ଯଦି ତାଙ୍କଠାରେ ସଚ୍ଚୋଟତା ବା ସାଧୁତାର ଅଭାବ ରହିବ ଏବଂ ତାଙ୍କ ଚରିତ୍ର ସନ୍ଦେହଜନକ ରହିବ ତେବେ ଏହା ନ୍ୟାୟ ବ୍ୟବସ୍ଥାର ସୁପରିଚାଳନା ପ୍ରତି ବିପଦ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଉଲ୍ଲେଖ କରିଛନ୍ତି। ତଳ କୋର୍ଟର ଜଣେ ବିଚାରପତିଙ୍କୁ ବାଧ୍ୟତାମୂଳକ ଅବସର ଘୋଷଣାକୁ ଖାରଜ କରିବା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର ଏବଂ ବିଚାରପତି ବି.ପି. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇବା ସହ ଆବେଦନକୁ ଖାରଜ କରିଦେଇଛନ୍ତି।
ରାମଚନ୍ଦ୍ର ମହାନ୍ତି କୋରାପୁଟ ସିଭିଲ୍‌ ଜଜ୍‌(ସିନିୟର ଡିଭିଜନ) ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ବିରୋଧରେ ବହୁ ଅନିୟମିତତା ଅଭିଯୋଗ ଆସିଥିଲା। ଏହାର ପ୍ରମାଣ ମିଳିବା ପରେ ୨୦୧୦ ମାର୍ଚ୍ଚ ୨୨ରେ ଆଇନ ବିଭାଗ ପକ୍ଷରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ତାଙ୍କ କାର୍ଯ୍ୟକାଳ ସମୟରେ ୨ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୋଧରେ ଆରମ୍ଭ ହୋଇଥିଲା। ୨୦୦୩ରେ ସରକାରୀ କ୍ୱାର୍ଟର୍ସକୁ ବେଆଇନଭାବେ ନିଜ ଅଧୀନରେ ରଖିବା ଏବଂ ବଲାଙ୍ଗୀର ଜଜ୍‌ଶିପ୍‌ ପାଇଁ ଲ’ ଜର୍ନାଲ କିଣାରେ ଜାଣିଶୁଣି ଟଙ୍କା ପ୍ରଦାନ କରିବାରେ ବିଳମ୍ବ କରିବା ଅଭିଯୋଗ ହୋଇଥିଲା, ଯାହାକି ଓଡ଼ିଶା ଗଭର୍ନମେଣ୍ଟ ସର୍ଭ୍ୟାଣ୍ଟ କଣ୍ଡକ୍ଟ ରୁଲ୍ସ-୧୯୫୯ର ରୁଲ ୩ ଏବଂ ୪ର ବିରୁଦ୍ଧାଚରଣ। ଏପରି କି ସେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅଗୋଚରରେ ତାଙ୍କ ନାମରେ ଏକ ଋଣ ଉଠାଇ ନେଇଥିଲେ। ପରବର୍ତ୍ତୀ ସମୟରେ ଏନେଇ ଜଣାପଡ଼ିବା ପରେ ଅଭିଯୋଗ ହେବା ପର୍ଯ୍ୟନ୍ତ ମଧ୍ୟ ଋଣ ପଇଠ କରି ନ ଥିଲେ। ସମ୍ବିଧାନର ଧାରା ୨୩୫ ଅନୁଯାୟୀ ରାଜ୍ୟରେ ଥିବା ତଳ କୋର୍ଟର ବିଚାରପତିମାନେ ହାଇକୋର୍ଟଙ୍କ ପ୍ରଶାସନିକ ବ୍ୟବସ୍ଥା ଅଧୀନରେ କାର୍ଯ୍ୟ କରନ୍ତି। ସେମାନେ ଅନ୍ୟ ସରକାରୀ ଅଧିକାରୀଙ୍କ ଠାରୁ ଭିନ୍ନ। ଅନ୍ୟ ସେବାରେ ଥିବା ଅଧିକାରୀଙ୍କ ବିରୋଧରେ କୌଣସି ଅଭିଯୋଗ ଆସିଲେ ସେମାନଙ୍କ ସର୍ଭିସ ରେକର୍ଡରେ ନାଲି ଦାଗ ରହିଯାଉଛି। ତେଣୁ ଜଣେ ବିଚାରବିଭାଗୀୟ ଅଧିକାରୀ ସବୁବେଳେ ନିଜ କାର୍ଯ୍ୟରେ ସ୍ବଚ୍ଛତା ଅବଲମ୍ବନ କରିବା ଆବଶ୍ୟକ। ଅସାଧୁତା, ଦୁର୍ନୀତି ହଟାଇବା ଉଦ୍ଦେଶ୍ୟରେ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ଯଦି କୌଣସି ସଚ୍ଚୋଟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଏ, ତେବେ ଅନ୍ୟ ସହଯୋଗୀଙ୍କ ମନୋବଳକୁ ହ୍ରାସ କରିବ। ଅପରପକ୍ଷରେ ଜଣେ ବିଚାରପତିଙ୍କ ଉତ୍ତମ ଆଇନ ଜ୍ଞାନ ରହିଥିଲେ ସୁଦ୍ଧା ଯଦି ସେ ଅସାଧୁ ଉପାୟ ଅବଲମ୍ବନ କରିବେ, ତେବେ ଏହା ବିଚାରପ୍ରକ୍ରିୟା ପ୍ରତି ବିପଦ ବୋଲି ଦର୍ଶାଇ ଖଣ୍ଡପୀଠ ମହାନ୍ତିଙ୍କ ଆବଦେନକୁ ଖାରଜ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri